Advertisment

Attack on ED Team: ଚଢାଉ ବେଳେ ED ଟିମ୍ ଉପରେ ହମଲା; ଜଣେ ଅଧିକାରୀଙ୍କ ସମେତ ୫ ଆହତ

ଚଢାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଧିକାରୀଙ୍କ ଉପରେ ଆକ୍ରମଣ। ଦିଲ୍ଲୀର ବିଜୱାସାନ ଅଞ୍ଚଳରେ ଚଢାଉ ବେଳେ ହମଲା କରାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
ED team attack

ED team attack

ଚଢାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଧିକାରୀଙ୍କ ଉପରେ ଆକ୍ରମଣ। ଦିଲ୍ଲୀର ବିଜୱାସାନ ଅଞ୍ଚଳରେ ଚଢାଉ ବେଳେ ହମଲା କରାଯାଇଛି। ସାଇବର ଅପରାଧ ମାମଲାରେ ପୁଷ୍ପାଞ୍ଜଳିର AK ଫାର୍ମ ହାଉସରେ ଇଡି ଟିମ୍ ଚଢାଉ କରିବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଚାରିରୁ ପାଞ୍ଚ ଜଣ ଆହତ ହୋଇଛନ୍ତି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ଅନୁସାରେ, ଇଡି ଟିମ୍ ଏକ ସାଇବର ଠକେଇ ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଯାଞ୍ଚ ପାଇଁ ଚଢ଼ାଉ କରିଥିଲା । ଏହି ଯାଞ୍ଚ Pyypl ସାଇବର ଆପ୍ ଠକେଇ ସମ୍ବନ୍ଧିତ । କାପସହେଡା ଥାନା ଅଞ୍ଚଳରେ ଥିବା ଏକେ ଫାର୍ମ ହାଉସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କର୍ମଚାରୀମାନେ ଯାଞ୍ଚ କରିବାକୁ ପହଞ୍ଚିଥିଲେ । ଏହି ସମୟରେ ଅଭିଯୁକ୍ତ ଅଶୋକ ଶର୍ମା ଓ ତାଙ୍କ ଭାଇ ଇଡି ଟିମକୁ ଆକ୍ରମଣ କରିଥିଲେ । ଏଥିରେ ଆଡିସନାଲ୍ ଡାଇରେକ୍ଟର ସ୍ତରର ଜଣେ ଅଧିକାରୀଙ୍କ ସହ ୪ରୁ ୫ଜଣ ଆହତ ହୋଇଛନ୍ତି ।

ଇଡି ସୂତ୍ରରୁ ପ୍ରକାଶ ଯେ, ଫିସିଂ ସ୍କାମ, QR କୋଡ୍ ଠକେଇ, ପାର୍ଟ ଟାଇମ୍ ଚାକିରି ସ୍କାମ ଭଳି ହଜାର ହଜାର ସାଇବର ଅପରାଧ ପଞ୍ଜିକୃତ ହେବାପରେ ଚଢାଉ ପାଇଁ ଟିମ୍ ପହଞ୍ଚିଥିଲା। i4C ଏବଂ FIU-IND ସହାୟତାରେ ହଜାର ହଜାର ଅପରାଧ ମାମଲା ବିଶ୍ଳେଷଣ କରାଯାଇଥିଲା। ଏହି ଠକେଇ ଟଙ୍କା ୧୫ହଜାର ଅଲଗା ଅଲଗା ଆକାଉଣ୍ଟରେ ଜମା କରାଯାଉଛି। ଏହାପରେ ଡେବିଟ୍ / କ୍ରେଡିଟ୍ କାର୍ଡରେ ଟଙ୍କା ଉଠାଣ ହୋଇଛି।

Advertisment

ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଡଗୁଡିକ ବ୍ୟବହାର କରି ୟୁଏଇ ଭିତ୍ତିକ Pyypl ପେମେଣ୍ଟ ଏଗ୍ରିଗେଟରରେ ଭର୍ଚୁଆଲ୍ ଆକାଉଣ୍ଟ୍ ଟପ୍ କରିବାକୁ ଟଙ୍କା ପଠାଯାଇଥିଲା। ପରେ ଏହି ଟଙ୍କା Pyyplରୁ କ୍ରିପ୍ଟୋ-କରେନ୍ସି କିଣିବା ପାଇଁ ବ୍ୟବହୃତ ହୋଇଥିଲା। ପୂରା ନେଟୱାର୍କକୁ ଜଣେ ସନ୍ଦିଗ୍ଧ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ପରିଚାଳନା କରୁଥିଲେ। ଆଜି, ଇଡି HIU ମାଧ୍ୟମରେ ଏହି ରାକେଟ୍ ସହିତ ଜଡିତ ମୁଖ୍ୟ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟଙ୍କୁ ଖୋଜିଛି ଏବଂ ତଦନ୍ତ ଜାରି ରହିଛି।

ଅଧିକ ପଢ଼ନ୍ତୁ:Priyanka Gandhi Vadra Oath: ସଂସଦରେ ପ୍ରବେଶ କଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା; ‘ସମ୍ବିଧାନ ବହି’ ଧରି ନେଲେ ଶପଥ

ଇଡି ଉପରେ ହୋଇଥିବା ଆକ୍ରମଣ ନେଇ ଦିଲ୍ଲୀ ପୋଲିସ ପ୍ରତିକ୍ରିୟା ରଖିଛି। ଦକ୍ଷିଣ ପଶ୍ଚିମ ଡିସିପି କହିଛନ୍ତି ଯେ, ବିଜୱାସାନ ଅଞ୍ଚଳରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଛି। କାପସହେଡା SHO ତାଙ୍କ ଟିମ୍ ସହ ବିଜୱାସାନରେ ପହଞ୍ଚିଥିଲେ ଯେଉଁଠାରେ ଏଡି ସୁରଜ ଯାଦବଙ୍କ ନେତୃତ୍ୱରେ ଇଡି ଟିମ୍ ଚଢାଉ କରିଥିଳା। ଏହାପରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଶୋକ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ସ୍ଥାନର ମାଲିକ ବୋଲି ଜଣାପଡିଥିଲା। ଅର୍ଥ ହେରଫେର ମାମଲାରେ ଇଡି କରିଥିଲା ଚଢାଉ । CRPFର ଦୁଇଜଣ ମହିଳା ଅଧିକାରୀ ମଧ୍ୟ ତାଙ୍କ ସହିତ ଥିଲେ । ଏହି ଘଟଣା ପରେ ଅଶୋକ କୁମାର ଓ ତାଙ୍କ ସମ୍ପର୍କୀୟ ଭାଇ ଯଶଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି।

ଅଧିକ ପଢ଼ନ୍ତୁ:Hemant Soren's Oath: ଆଜିଠୁ ଝାଡ଼ଖଣ୍ଡରେ ହେମନ୍ତ 4.0 ସରକାର; ଶପଥ ସମାରୋହରେ ଯୋଗଦେବେ ଏହି ସବୁ ନେତା

Delhi Raid Enforcement Directorate
Advertisment
Advertisment