ନୂଆଦିଲ୍ଲୀ:ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ସମାନ ଅଧିକାର ରହିଛି। ଏ ନେଇ ଆଜି ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ହିନ୍ଦୁ ଉତ୍ତରାଧିକାର ଆଇନ୨୦୦୫ ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବି ଝିଅମାନଙ୍କର ବାପାଙ୍କ ସମ୍ପତ୍ତି ଉପରେ ଅଧିକାର ରହିବ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପିଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି, ଝିଅ ସାରା ଜୀବନ ପାଇଁ। ସେଥିପାଇଁ ବାପାଙ୍କ ସମ୍ପତ୍ତିରେ ଝିଅର ପୂରା ଅଧିକାର ରହିଛି। ସୂଚନାଥାଉ କି,୧୯୫୬ ହିନ୍ଦୁ ଉତ୍ତରାଧିକାର ଆଇନରେ ସଂଶୋଧନ […]
ନୂଆଦିଲ୍ଲୀ: ଭାରତୀୟ ହକି ଖେଳାଳୀ ମନଦୀପ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି। ୨୫ ବର୍ଷୀୟ ମନଦୀପଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ମନଦୀପଙ୍କୁ ମିଶାଇ ୬ ଜଣ ହକି ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ୫ ଜଣ ବେଙ୍ଗାଲୁରୁର ଚିକିତ୍ସିତ ହେଉଛନ୍ତି। Sixth #hockey player tests positive for #COVID19: Forward Mandeep Singh is asymptomatic and is ‘administered […]
ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ନିଜେ ସୌମ୍ୟରଞ୍ଜନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସୌମ୍ୟରଞ୍ଜନଙ୍କ ନମୂନା ପରୀକ୍ଷା ପାଇଁ ଯାଇଥିଲା। ଆଜି ରିପୋର୍ଟ ପଜିଟିଭ ଆସିଥିଥିବା ଜଣାପଡିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁଙ୍କୁ ଡାକ୍ତରୀ ପରାମର୍ଶ ପାଇଁ ପରାମର୍ଶ ଦେଇଛନ୍ତି ସୌମ୍ୟରଞ୍ଜନ। ମୁଁ ଆଜି କରୋନା ପଜିଟିଭ ହେଇଥିବା କଥା ଜଣା ପଡ଼ିଛି । ମୁଁ ସୁସ୍ଥ ଅଛି । ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା […]
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଚିଲିକା ଡିଏଫ୍ଓ ଆଲୋକ ରଞ୍ଜନ ହୋତା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଆଲୋକ ରଞ୍ଜନ ହୋତା। ଗତ କାଲି ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ତାଙ୍କର ଭୁବନେଶ୍ୱର ଘର ସମେତ ୫ଟି ସ୍ଥାନରେ ରେଡ୍ ହୋଇଥିଲା। ରେଡ ସମୟରେ ଡିଏଫଓଙ୍କ ଘରୁ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଠାବ କରାଯାଇଥିବା ସୂଚନା ମିଳିଛି।
ଭୁବନେଶ୍ୱର: ଅଡିଓ ଭାଇରାଲ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଲକ୍ଷ୍ମୀକାନ୍ତଙ୍କୁ ରାତି ଅଧିଆ ଗିରଫ ପରେ ଭୟରେ ଥରୁଛନ୍ତି ତାଙ୍କର ପରିବାର। ପୁଅର ଗିରଫଦାରୀରେ ଭୟଭୀତ ହୋଇ ବାପା, ମା’ ଅସୁସ୍ଥ ହୋଇପଡିଛନ୍ତି। ଏପଟେ ପରିବାରର କରୁଣ ଚିତ୍ର ବଖାଣିଛନ୍ତି ଲକ୍ଷ୍ମୀକାନ୍ତଙ୍କ ଭାଇ, ଭାଇବୋହୂ। ୨ ବର୍ଷ ତଳେ ଲକ୍ଷ୍ମୀକାନ୍ତଙ୍କ ପରିବାର ୧୬ ବର୍ଷ ପୁଅକୁ ହରାଇଥିଲେ। ସେବେଠାରୁ ପରିବାର ସବୁ ସଦସ୍ୟ ଗଭୀର ମନସ୍ତାପରେ ରହିଛନ୍ତି। ଏବେ ହଠାତ ଲକ୍ଷ୍ମୀକାନ୍ତଙ୍କୁ ଗିରଫ ନେଇ ଭାଙ୍ଗି ପଡ଼ିଛନ୍ତି ପରିବାର। […]
ଆଜି ପବିତ୍ର ଜନ୍ମାଷ୍ଟମୀ। ଧରାପୃଷ୍ଠରେ ବାଲଗୋପାଳଙ୍କୁ ପୂଜା କରିବା ଲାଗି ଉତ୍ସବମୁଖର ହୋଇପଡ଼ିଛି ପୁରପଲ୍ଲୀ। ଚଳିତ ବର୍ଷ ୧୧ ଓ ୧୨ ଅଗଷ୍ଟରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯିବ। ତେବେ ଗୃହସ୍ଥ ଓ ପାରିବାରିକ ସଦସ୍ୟମାନେ ଆଜି ଜନ୍ମାଷ୍ଟମୀ ପୂଜା କରିବେ। ବୈଷ୍ଣବ, ସାଧୁ ଓ ସନ୍ନ୍ୟାସୀମାନେ ଆସନ୍ତା କାଲି ପୂଜା କରିବେ। ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ କିପରି ଶୃଙ୍ଗାର କରିବେ ଓ କ’ଣ ପ୍ରଭୁଙ୍କୁ ଭୋଗ ଲାଗାଇବେ। ଶ୍ରୀକୃଷ୍ଣଙ୍କ ପୂଜାରେ ବିଭିନ୍ନ ରଙ୍ଗର […]
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ଦିଲ୍ଲୀ ଆର୍ମି ହସ୍ପିଟାଲ୍ର ଭେଣ୍ଟିଲେଟରେ ଅଛନ୍ତି ପ୍ରଣବ। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ପ୍ରତି ଘଣ୍ଟାରେ ପ୍ରଣବଙ୍କ ସ୍ୱାସ୍ଥ ରିପୋର୍ଟକୁ ଅନୁଧ୍ୟାନ କରାଯାଇ ଚିକିତ୍ସା କରାଯାଉଛି। ସୂଚନାଥାଉ କି, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ବ୍ରେନରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଦିଲ୍ଲୀ ଆର୍ମି ହସ୍ପିଟାଲ୍ରେ ପ୍ରଣବଙ୍କ ମୁଣ୍ଡରେ […]
କୁଏତ: କୁଏତସ୍ଥିତ ଭାରତୀୟ ପ୍ରବାସୀ ପରିଷଦ ପକ୍ଷରୁ କୁଏତର ଵିଭିନ୍ନ କମ୍ପାନୀର କର୍ମଚାରୀଙ୍କୁ କରୋନା ମହାମାରୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମାଗଣାରେ ମାସ୍କ, ଗ୍ଲୋବସ୍, ସାନିଟାଇଜର ବଣ୍ଟନ କରାଯାଇଛି। ଦୀର୍ଘ କିଛି ମାସ ଧରି ଉକ୍ତ ଆସୋସିଏସନ ବିଭିନ୍ନ ସ୍ଥାନରେ କର୍ମଚାରୀଙ୍କୁୁ ସାନିଟାଇଜର ଏବଂ ମାସ୍କ ବଣ୍ଟନ କରୁଛି। ଭାରତୀୟ ପ୍ରବାସୀ ପରିଷଦ ଓଡିଶା ଆସୋସିଏସନର ସାଧାରଣ ସଚିବ ବିଶ୍ୱ ରଂଜନ ସାହୁ କହିଛନ୍ତି ଯେ, “ଆମେ ମାସ୍କ ବଣ୍ଟନ କରିବା ସହ ଲୋକଙ୍କ ମଧ୍ୟରେ […]
ନୂଆଦିଲ୍ଲୀ: ଆସିଲା ବିଶ୍ୱର ପ୍ରଥମ କରୋନା ଭାକ୍ସିନ। ଏହି ପ୍ରଥମ ଭାକ୍ସିନ ଲଞ୍ଚ କରିଛି ଋଷ। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୨ ତାରିଖ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କୁ ଏହି ଟିକା ଦିଆଯାଇଛି। ଏ ନେଇ ନିଜେ ରାଷ୍ଟ୍ରପତି ପୁଟିନ ଏକ ସୂଚନା ଦେଇଛନ୍ତି। ତେବେ ସେ ଏହି ଟିକା ନେଇଛନ୍ତି କି ନାହିଁ ସ୍ପଷ୍ଟ କରିନାହାନ୍ତି। ପୁଟିନ କହିଛନ୍ତି, ମୋ ଝିଅ […]
ବେଙ୍ଗାଲୁରୁ: ସ୍ତ୍ରୀ ଆରପାରିରେ। ହେଲେ ସ୍ୱାମୀଙ୍କ ସ୍ମୃତିରେ ସବୁ ବେଳେ ଜୀବିତ । ସ୍ତ୍ରୀଙ୍କୁ ସବୁବେଳେ ନିଜ ପାଖରେ ରଖିବାକୁ ସ୍ୱାମୀଙ୍କ ପ୍ରୟାସ। ତାଙ୍କୁ ମନେ ରଖିବା ପାଇଁ ଘରେ ତିଆରି କଲେ ପ୍ରତିମୂର୍ତ୍ତି । ଆପଣ ଦେଖୁଥିବା ଏହା ହେଉଛି ଏକ ପ୍ରତିମୂର୍ତ୍ତି । କର୍ଣ୍ଣାଟକ କୋପାଲର ଜଣେ ବ୍ୟବସାୟୀ ଶ୍ରୀନିବାସ ଗୁପ୍ତା ତାଙ୍କ ମୃତ ସ୍ତ୍ରୀଙ୍କ ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଇଛନ୍ତି । ଅବିକଳ ତାଙ୍କ ସ୍ତ୍ରୀଙ୍କ ଭଳି ଦେଖାଯାଉଥିବା ପ୍ରତିମୂର୍ତ୍ତି ଘରେ ବନାଇଛନ୍ତି […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଜେପି ସାଂସଦ ସାକ୍ଷୀ ସିଂହ ମହାରାଜଙ୍କୁ ପାକିସ୍ତାନରୁ ଧମକ ଆସୁଛି। କେହି ଦୁର୍ବୃତ୍ତ ବାରମ୍ବାର ଫୋନ୍ କରିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଓ ଧମକ ଦେଇଛି। ଏନେଇ ଉନ୍ନାଓ ଥାନାରେ ମାମଲା ରୁଜୁ କରିଛନ୍ତି ସାଂସଦ। ଜୀବନକୁ ବିପଦ ଥିବା ଦର୍ଶାଇ ଥାନାରେ ମାମଲା କରିବା ସହିତ ତ୍ୱରତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାକ୍ଷୀ ମହାରାଜ। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସାଂସଦ କହିଛନ୍ତି, ଦୃର୍ବୃତ୍ତ ଜଣକ ବାରମ୍ବାର ପାକିସ୍ତାନ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁଙ୍କ ମ୍ୟାନେଜର ଦିଶା ସାଲିୟାନଙ୍କ ମୃତ୍ୟୁ ମାମଲାରେ ଅନେକ ଲୋକ ନାଁ ସାମ୍ନାକୁ ଆସିଥିଲା। ସେଥିରେ ବଲିଉଡ୍ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ମଧ୍ୟ ସାମିଲ୍ ଥିଲା। ଦିଶାଙ୍କର ମୃତ୍ୟୁରେ ସୁରଜଙ୍କର ହାତ ଥିବା ନେଇ ଅନେକ ଖବର ପ୍ରକାଶ ପାଇବା ପରେ ଏବେ ଏନେଇ ଥାନାରେ ମାମଲା କରିଛନ୍ତି ସୁରଜ ପଞ୍ଚୋଲି। ଯେଉଁମାନେ ତାଙ୍କ ନାଁକୁ ଦିଶାଙ୍କ ମୃତ୍ୟୁ ମାମଲାରେ ଯୋଡ଼ିଛନ୍ତି, ସେମାନଙ୍କ ନାଁରେ ଥାନାରେ ମାମଲା କରିଛନ୍ତି ସୁରଜ। ଖବର […]
ସମ୍ୱଲପୁର: ସମ୍ବଲପୁରରେ ୩ ଦିନ ସଟଡାଉନ୍ ବାତିଲ। ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ସଟ୍ଡାଉନ। ବିଶେଷ କରି ନୂଆଖାଇ ଯୋଗୁଁ ସଟଡାଉନ୍ ନ ହେବାରୁ ଜିଲ୍ଲାବାସୀଙ୍କ ପାଇଁ ଖୁସିର ଖବର ଆଣିଦେଇଛି। ଉଭୟ ପର୍ବ ପାଇଁ ୩ ଦିନ ସଟ୍ଡାଉନ କଟକଣା ରହିବନି। ସ୍ୱାଧୀନତା ଦିବସ ଶନିବାର ପଡ଼ୁଥିଲେ ବି ସଟ୍ଡାଉନ ହେବନି। ନୂଆଁଖାଇ ପାଇଁ ୨୨ ଓ ୨୩ରେ ମଧ୍ୟ ସଟ୍ଡାଉନ୍ ହେବନି। ସଟଡାଉନ୍ ପରିବର୍ତ୍ତନ ନେଇ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶ […]
ରାଜକୋଟ୍: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଏକ ନୂଆ ବିବାଦରେ ଫସି ଯାଇଛନ୍ତି। ଜାଡେଜାଙ୍କ ପତ୍ନୀ ରିଭାବା ବିନା ମାସ୍କରେ ଯାଉଥିବା ବେଳେ ଜଣେ ପୁଲିସ୍ କନଷ୍ଟେବଳ ତାଙ୍କୁ ଅଟକାଇଥିଲେ ଏବଂ ଜୋରିମାନା ଦେବାକୁ କହିଥିଲେ। ଯାହା ପରେ ରିଭାବା ଉକ୍ତ କନଷ୍ଟେବଳଙ୍କ ସହ ଖୁବ୍ ଯୁକ୍ତିତର୍କ କରିଥିଲେ। ଉକ୍ତ କନଷ୍ଟେବଳଙ୍କର ରିଭାବାଙ୍କୁ ମାସ୍କ ନପିନ୍ଧିବାର କାରଣ ପଚାରିଥିଲେ। ଯେଉଁକାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଯାଇଥିଲା। ଏହି ଘଟଣା ସୋମବାର […]
ନୂଆଦିଲ୍ଲୀ: ପ୍ରସିଦ୍ଧ ଗୀତିକାର ଓ କବି ରାହତ ଇନ୍ଦୋରି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସେ ନିଜ ଟ୍ୱିଟ୍ରରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ କାଲି କୋଭଡ -୧୯ର ଲକ୍ଷଣ ଆରମ୍ଭ ହେବାର ମୁଁ ଜାଣିବାକୁ ପାଇଥିଲି। ଏନେଇ ଗତକାଲି ମୁଁ କରୋନା ପରୀକ୍ଷା କରିଥିଲି। ଯାହାର ରିପୋର୍ଟ ପଜିଟିଭ ଆସିଥିଲା। ସେ ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ରାହତ ଇନ୍ଦୋରି ପ୍ରଂଶସକମାନଙ୍କୁ ଅପିଲ୍ କରିଛନ୍ତି ଯେ ତାଙ୍କର […]
ନୂଆଦିଲ୍ଲୀ: ପ୍ରସିଦ୍ଧ କବି ଓ ଲିରିସିଷ୍ଟ ରାହତ ଇନ୍ଦୋରିଙ୍କ ପରଲୋକ ହୋଇଛି। ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଛି। ସେ ଏହା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଅରବିନ୍ଦୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ରାହତ ଇନ୍ଦୋରୀ କରୋନା ପଜିଟିଭ୍ ହେବା ନେଇ ଆଜି ସେ ନିଜେ ଟ୍ୱିଟ୍ କରି ସୂଚନା […]
ରାଉରକେଲା: ରାଉରକେଲା ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ। ଚିହ୍ନଟ କରୋନା ସନ୍ଦେହରେ ଜେଲରେ ୬୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଟେଷ୍ଟ ନମୁନାରୁ ୪୨ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଜେଲରେ ଅନ୍ୟ ୩ ଜଣ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ଜେଲର। କରୋନା ପଜିଟିଭ ଚିହ୍ନଟ ହେବାପରେ ଜେଲ ପରିସରକୁ ସାନିଟାଇଜ କରାଯାଇଛି। ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ମୋଟ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କିଛି […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ଜାରି ରହିଛି। ମଙ୍ଗଳବାର ଇଡିରେ ପ୍ରଥମ ଥର ପାଇଁ ମୁମ୍ବାଇରେ ରହୁଥିବା ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କୁ ଡକାଯାଇଛି। ଇଡି ମିତୁଙ୍କୁ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ପଚାରିପାରେ। ମିତୁ ମୁମ୍ବାଇରେ ରୁହନ୍ତି, ଏବଂ ପରିବାରର ଏକମାତ୍ର ସଦସ୍ୟ, ଯିଏ ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ଦିନ ବାନ୍ଦ୍ରାସ୍ଥିତ ପ୍ଲାଟରେ ପହଞ୍ଚିଥିଲେ। ମିତୁଙ୍କ ସହ ସୁଶାନ୍ତଙ୍କ ମ୍ୟାନେଜର୍ ଶ୍ରୁତି ମୋଦି […]
କଟକ: ଆଜି କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୩ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଜାଲୁଆ ସାହିରୁ ଚିହ୍ନଟ ହୋଇଛନ୍ତି ୪୩ ଜଣ ଆକ୍ରାନ୍ତ। ଏହି ୪୩ ଜଣଙ୍କ ମଧ୍ୟରୁ ୨୩ ଜଣ ପୁରୁଷ ଥିବା ବେଳେ ୨୦ ଜଣ ମହିଳା ଅଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ସେହିଭଳି ସୁତାହାଟରୁ ୮, ପ୍ରତାପ ନଗରୀରୁ ୨, ବକ୍ସିବଜାରରୁ ୨ ଚିହ୍ନଟ, କାଠଗଡ଼ା ସାହିରୁ ୨, […]
ଭୁବନେଶ୍ୱର: କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି। ଭୁବନେଶ୍ୱର DCPଙ୍କ ଠାରେ ଏତଲା କଲା ଓଡ଼ିଶା ଟେଲିଭିଜନ ଲିମିଟେଡ। ଆଇଆଇସି ଆଇନ ଉଲ୍ଲଙ୍ଘନ କରିଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି। IPC ଧାରା ୧୬୬, ୧୬୭, ୧୯୩, ୨୧୮ରେ ମାମଲା ରୁଜୁ ପାଇଁ ଡିସିପିଙ୍କ ନିକଟରେ ଆବେଦନ କରିଛି ଓଟିଭି। IIC ରାତି ଅଧିଆ ନୋଟିସ କରି ରିପ୍ଲାଇ ପାଇଁ ସମୟ ନଦେବା ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ […]
ରାୟପୁର: ଛତିଶଗଡ଼ର ଯଶପୁରରେ ସୁନା ଖଣି ମିଳିବାର ସମ୍ଭାବନା ରହିଛି। ଶତାବ୍ଦୀ ଧରି ଏଠାରେ ଥିବା ଦୁଇଟି ନଦୀରୁ ସୁନା ବାହାରୁଥିବାର ଦେଖିବାକୁ ମିଳୁଛି। ଏନେଇ ସେଠାରେ ଖୁବ୍ ଶୀଘ୍ର ସୁନା ଖଣି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ୁଛି। ଏହା ହେଉଛି ପ୍ରାଥମିକ ତଦନ୍ତ। କିନ୍ତୁ ସେଠାରେ ସୁନା ଖଣି ହେବାର ସମ୍ଭାବନାକୁ ଅନୁସନ୍ଧାନ କରିବା ପାଇଁ ଏକ ନୂଆ ସର୍ଭେ ପ୍ରସ୍ତୁତ କରାଯାଉଛି। ଖବର ଅନୁଯାୟୀ, ଜୋରା ଆଦିବାସୀ ସମ୍ପ୍ରଦାୟ ଯଶପୁରନଗର ଓ ଏହାର […]