• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

hosiptal
କୋଭିଡ୍ ମୁକାବିଲାରେ ଖର୍ଚ୍ଚ ତଥ୍ୟ ଦେବାକୁ କାହିଁକି ଡରୁଛନ୍ତି ରାଜ୍ୟ ସରକାର ?

ଭୁବନେଶ୍ୱର: କୋଭିଡ୍ ମୁକାବିଲା କ୍ଷେତ୍ରରେ ପ୍ରକୃତରେ କେତେ ଖର୍ଚ୍ଚ ହୋଇଛି ? କେଉଁଠୁ କେତେ ଟଙ୍କା ଆସୁଛି ଏବଂ କେଉଁ କେଉଁ କ୍ଷେତ୍ରରେ ବିନିଯୋଗ ହୋଇଛି ? ତାହାର ତଥ୍ୟ ମାଗିଲେ ନା ତ ଗଣମାଧ୍ୟମକୁ ମିଳୁଛି ନା ସୂଚନା ଅଧିକାର କର୍ମୀଙ୍କୁ ସୂଚନା ଦିଆଯାଉଛି। ତେଣୁ ସନ୍ଦେହ ହେଉଛି, କରୋନା ମହାମାରୀକୁ ଏକ ଜରୁରୀକାଳୀନ ପରିସ୍ଥିତି ବୋଲି ଆଳ କରି ତଥ୍ୟକୁ ଲୁଚାଇ ରଖୁଛନ୍ତି କି ରାଜ୍ୟ ସରକାର ? ଫଳରେ ଗଣମାଧ୍ୟମ କି RTI […]

bbubaneswar
ଭୁବନେଶ୍ୱରରେ ଆଜି ୧୮୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଜି ଆଉ ୧୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮୭ ଜଣଙ୍କ ମଧ୍ୟରୁ ୧୦୪ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୩ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ବିଏମ୍‌ସି। ସେହିଭଳି ଜୟଦେବ ବିହାରର ଏକ ହୋଟେଲର ୧୮ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ଟି ଘରୋଇ ହସ୍ପିଟାଲରୁ ୬ ଜଣ ଲେଖାଏଁ ମୋଟ ୧୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। […]

ctc
କଟକରୁ ୮୫ କରୋନା ପଜିଟିଭ୍ ଚିହ୍ନଟ; କେବଳ ଜାଲୁଆ ସାହିରୁ ୨୪

କଟକ: କଟକ ମାଲଗୋଦାମ ଜାଲୁଆ ସାହିରେ ଥମିବାର ନାଁ ନେଉନି କରୋନା। ଜାଲୁଆ ସାହିରୁ ଆଜି ପୁଣି ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ସିଏମ୍‌ସି। କଟକରୁ ଆଜି ଚିହ୍ନଟ ୮୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଜାଲୁଆ ସାହିରୁ ୨୪ ଚିହ୍ନଟ ହୋଇଥିବା ବେଲେ ସେମାନଙ୍କ ମଧ୍ୟରୁ ୯ ପୁରୁଷ ଏବଂ ୧୫ ଜଣ ମହିଳା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି କଟକ ମହାନଗର ନିଗମ। ସେହିଭଳି ହରିପୁରରୁ […]

vaccine
ରୁଷ୍‌ର କରୋନା ଭ୍ୟାକସିନକୁ ନେଇ ବିବାଦ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀ ଲଗାତର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ କରୋନା ଭ୍ୟାକସିନକୁ ନେଇ ମଧ୍ୟ ଜୋରଦାର୍ ପ୍ରସ୍ତୁତି ଚାଲିଛି। ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ୍ କରୋନା ଭ୍ୟାକସିନ୍ ବାହାର କରିସାରିଥିବା ନେଇ ଘୋଷଣା କରିଛି। କିନ୍ତୁ ରୁଷର ଏହି ଭ୍ୟାକସିନକୁ ନେଇ ଏବେଠାରୁ ବିବାଦ ଦେଖା ଦେଲାଣି। ରୁଷର ଏହି ଭ୍ୟାକସିନ୍ ଉପରେ ଆମେରିକା ସନ୍ଦେହ ପ୍ରକଟ କରିଥିବା ବେଳେ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍ (ଡବ୍ଲ୍ୟୁଏଚଓ) ଏହାର ପ୍ରମାଣ ମାଗିଛି। ଆମେରିକାର ଜଣାଶୁଣା […]

rajeev1
ପରଲୋକରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗି

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କର ପରଲୋକ ହୋଇଛି। ରାଜୀବ ତ୍ୟାଗିଙ୍କର ଅଚାଚକ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗାଜିଆବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। आज शाम 5:00 बजे आज तक पर रहूंगा। धन्यवाद। — Rajiv Tyagi (@RTforINDIA) August 12, 2020 ରାଜୀବ ତ୍ୟାଗି କଂଗ୍ରେସର ଆଗଧାଡ଼ିର ମୁଖପାତ୍ର ଥିଲେ ଏବଂ ଟିଭି ଚ୍ୟାନେଲର ଡିବେଟରେ […]

covid19
ରାଜ୍ୟରେ ଆଉ ୧୬୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ଆଉ ୧୬୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୬ହଜାର ୪୭୮କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। 46 from Kandhamal 35 from Nayagarh 34 from Jajpur 33 from Gajapati 31 from Kendrapara 30 from Balasore 28 from Malkangiri 26 from Bhadrak […]

nua-khai
ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ: ଅଗଷ୍ଟ ୨୩ରେ ନବାନ୍ନ ଭକ୍ଷଣ

ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଅଗଷ୍ଟ ୨୩ ତାରିଖ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ ହେବ। ୨୩ ତାରିଖ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆଁ ଖାଇବେ। ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଜି ଏହି ଲଗ୍ନ ଘୋଷଣା ହୋଇଛି। ନୂଆଁଖାଇ ଲଗ୍ନ ବାହାର କରିବାକୁ ଆଜି ସମ୍ବଲପୁର […]

mahapasada
ମହାପ୍ରସାଦକୁ ମହା ଅସମ୍ମାନ; କିଏ ଫିଙ୍ଗିଦେଲା କାଳିଆର ପ୍ରିୟ ଭୋଗ ?

ପୁରୀ: ବିଶ୍ୱାସ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନପାଇଲେ କଣ ହେଲା, ତାଙ୍କ ମହାପ୍ରସାଦ କଣିକାଏ ପାଇଗଲେ ବି କୋଟି ପୁଣ୍ୟ ସହ ମୁକ୍ତି ମିଳେ। ହେଲେ ସେହି ମହାପ୍ରସାଦ ସମ ଶୁଖିଲି ଭୋଗକୁ ଖୋଦ୍ ଶୀକ୍ଷେତ୍ରରେ ଯେଉଁଭଳି ସାଂଘାତିକ ଅସମ୍ମାନ କରାଯାଇଛି, ତାକୁ ଦେଖି ବ୍ୟଥିତ କୋଟି କୋଟି ଜଗନ୍ନାଥ ପ୍ରେମୀ। ଶ୍ରୀମନ୍ଦିର ନୀତି ପ୍ରଶାସକ କହୁଛନ୍ତି, ବିହିତ ପଦକ୍ଷେପ ନେବୁ। ହେଲେ ଚାକ୍ଷୁସ ପ୍ରମାଣ ଦେଖି ହୃଦୟ ସହୁନି ଭକ୍ତର। ମହାପ୍ରସାଦକୁ ପୁଣି ଏତେ […]

odisha
କମିଶନରେଟ୍ ପୋଲିସର ଇଏ କି ନୀତି? ବିଏମ୍‌ସି ବେଳକୁ ନିଦ ନାହିଁ, ଅନ୍ୟ କାହା ପାଇଁ ଚିନ୍ତା ନାହିଁ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଇଏ କି ନୀତି? ବିଏମସି ବେଳକୁ ନିଦ ନାହିଁ, ହେଲେ ଅନ୍ୟ କାହା ପାଇଁ ଚିନ୍ତା ନାହିଁ। ସୋସିଆଲ ମିଡିଆରେ କୋଭିଡ୍ ଚିକିତ୍ସା ସମ୍ପର୍କିତ ଅଡିଓ ଭାଇରାଲ ଘଟଣାରେ ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ବିଏମସି ଏତଲା ଦେବାର ଦୁଇ ଘଣ୍ଟା ଭିତରେ ମାମଲା ରୁଜୁ ସହ ରାତି ୧୨ଟା ସୁଦ୍ଧା ନୋଟିସ ପହଞ୍ଚିଥିଲା। ହେଲେ ଓଟିଭି ପକ୍ଷରୁ ଏତଲା ଦେବାର ୨୪ ଘଣ୍ଟା ବିତିଯାଇଥିଲେ ବି ଏଯାଏଁ ରେଜିଷ୍ଟ୍ରେସନ୍ କରିନି କମିଶନରେଟ୍ ପୋଲିସ। […]

sripad
ମୋଦି ସରକାରରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ସଙ୍କଟ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହେଉଛନ୍ତି। ଏବେ ମୋଦି ସରକାରଙ୍କ ମନ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଖୋଦ୍ ଶ୍ରୀପଦ ନାଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆଜି ନିଜର କୋଭିଡ୍-୧୯ ଟେଷ୍ଟ କରାଇଛି, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି। […]

prescription
ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବାକୁ ଡାକ୍ତରଙ୍କୁ ପରାମର୍ଶ

କଟକ: ମେଡିକାଲ୍‌ ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ ଲେଖିବା ବେଳେ ଏହାକୁ କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବାକୁ ଡାକ୍ତରଙ୍କୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଏକ ଜାମିନ୍ ଆବେଦନ ମାମଲାର ରାୟ ପ୍ରକାଶ କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ। ରାଜ୍ୟର ସବୁ ଡାକ୍ତର ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ ଲେଖିବା ବେଳେ କ୍ୟାପିଟାଲ୍‌ ଲେଟରରେ ଲେଖିବା ସହ ଭଲ ଅକ୍ଷରରେ ଲେଖିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଫଳରେ ଏହାକୁ ଜଣେ ଭଲ ଭାବରେ ପଢ଼ି ପାରିବେ।

ସ୍ୱାଧୀନତା ଦିବସ ପାଇଁ ୪ ଜିଲ୍ଲାରେ ସଟ୍‌ଡାଉନ୍ କଟକଣା‌ କୋହଳ

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖ ଅର୍ଥାତ୍‌ ସ୍ୱାଧୀନତା ଦିବସ ପାଇଁ ଓଡ଼ିଶାର ୪ ଜିଲ୍ଲା ଓ ଗୋଟିଏ ମ୍ୟୁନିସିପାଲ୍‌ କର୍ପୋରେସନ୍‌ରେ ଲାଗୁ ହୋଇଥିବା ସପ୍ତାହନ୍ତ ସଟ୍‌ଡାଉନ୍ କଟକଣାକୁ କୋହଳ କରାଯାଇଛି। ସ୍ୱତନ୍ତ୍ର ରିଲିଫ୍‌ କମିଶନର(SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଅଗଷ୍ଟ ୧୫ ତାରିଖ ଦିନ କିଛି ଘଣ୍ଟା ପାଇଁ ସପ୍ତାହନ୍ତ ସଟ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି। ଏହି ୪ ଜିଲ୍ଲା […]

mkcg hospital 11
୧୫ରୁ ଖୋଲିବ ଏମ୍‌କେସିଜି OPD

ବ୍ରହ୍ମପୁର: ଆସନ୍ତା ୧୫ରୁ ଖୋଲିବ MKCG OPD। ଅଗଷ୍ଟ ୧୫ ତାରିଖରୁ MKCG ମେଡିକାଲ୍‌ କଲେଜର ଜେନରାଲ OPD ଖୋଲିବା ନେଇ  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଲୋକେ ମେଡିକାଲ୍‌ ଆସିବା ବେଳେ OPDରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ମାନିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣ ଆଶଙ୍କାରେ ଗତ ମାସରୁ ଜିଲ୍ଲା ପ୍ରଶାସନ ପକ୍ଷରୁ  MKCG ଜେନରାଲ OPDକୁ ବନ୍ଦ କରି ଦିଆଯାଇଥିଲା। ଦୀର୍ଘ ଦିନ […]

Shutdown 11
ସ୍ୱାଧୀନତା ଦିବସ ପାଇଁ ଆଉ ଏକ ଜିଲ୍ଲାରେ କୋହଳ ହେଲା ସଟ୍‌ଡାଉନ୍‌ କଟକଣା

ଭଦ୍ରକ: ସ୍ୱାଧୀନତା ଦିବସ ପାଇଁ ଭଦ୍ରକ ଜିଲ୍ଲାରେ ସଟ୍‌ଡାଉନ୍‌ କଟକଣା କିଛି ଘଣ୍ଟା ପାଇଁ କୋହଳ କରାଯାଇଛି। ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ କଟକଣା କୋହଳ ରହିବ। ସୂଚନାଥାଉ କି, ସ୍ୱାଧୀନତା ଦିବସ ପାଇଁ ଓଡ଼ିଶାର ୪ ଜିଲ୍ଲା ଓ ଗୋଟିଏ ମ୍ୟୁନିସିପାଲ୍‌ କର୍ପୋରେସନ୍‌ରେ ଲାଗୁ ହୋଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍ କଟକଣାକୁ ମଧ୍ୟ କୋହଳ କରାଯାଇଛି। ଏ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର(SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପଢ଼ନ୍ତୁ: ସ୍ୱାଧୀନତା ଦିବସ […]

visa
ନିୟମ କୋହଳ କଲା ଆମେରିକା; ଚାକିରିକୁ ଫେରି ପାରିବେ H-1B ଭିସାଧାରୀ

ୱାଶିଂଟନ:  ଆମେରିକାରେ ଚାକିରି କରୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଟ୍ରମ୍ପ ପ୍ରଶାସନ H-1B ଭିସାର ନିୟମରେ କିଛିଟା କୋହଳ କରିବେ ବୋଲି ଘୋଷଣା କରିଛନ୍ତି। ଫଳରେ ଏହି ଭିସା ପାଇଥିବା ବିଦେଶୀଙ୍କୁ ଆମେରିକା ଯିବାକୁ ଅନୁମତି ମିଳିପାରିବ।  ଯେଉଁମାନେ ଅମେରିକୀ କମ୍ପାନୀରେ କାମ କରୁଥିଲେ ଏବଂ ଭିସା ବ୍ୟାନ ହେବା ପରେ ନିଜ ଦେଶକୁ ଫେରି ଯାଇଥିଲେ, ସେମାନେ ଯଦି ଚାକିରିକୁ ଫେରିବାକୁ ଚାହୁଁଥିବେ ତେବେ ସେମାନଙ୍କ ପାଇଁ ଏହି କୋହଳ ନିୟମ ଲାଗୁ ହେବ। […]

pranab mukherjee 11
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏ ନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ସୂଚନା ଦେଇଛନ୍ତି। ମସ୍ତିଷ୍କରେ ରକ୍ତ ଜମାଟ ହୋଇଥିବା ଜଣାପଡ଼ିବା ପରେ ଅଗଷ୍ଟ ୧୦ରେ ପ୍ରଣବ ମୁଖାର୍ଜୀଙ୍କ   ଅସ୍ତ୍ରୋପଚାର ହୋଇଥିଲା। ସେହି ଦିନ ଜଣାପଡ଼ିଥିଲା ଯେ, ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ନୂଆଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ୍‌ ରେଫରାଲ୍‌ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। The condition of […]

coronavirus
ଦିନକରେ ଓଡ଼ିଶାରେ ସର୍ବାଧିକ ୧,୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧,୯୮୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୧,୯୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୨୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୭୫୬ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୭୪ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା […]

ଓଡ଼ିଶାରେ କରୋନାରେ ଆଖି ବୁଜିଲେ ଆଉ ୯

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରେ ୩ ଜଣ, କଟକରେ ୨ଜଣ, ମୟୂରଭଞ୍ଜରେ ୨ଜଣ, କନ୍ଧମାଳ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of Nine #COVID19 positive patients while under treatment in hospitals. 1. A 23-year old male […]

corona
ସୁସ୍ଥ ହେବାର ଦେଢ ମାସ ପରେ ପୁଣି କରୋନା ଆକ୍ରାନ୍ତ ହେଲେ ୨ ରୋଗୀ

ନୂଆଦିଲ୍ଲୀ:ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍‌ପିଟାଲରୁ ଡିସଚାର୍ଜ ହେବା ପରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୨ ଜଣ ରୋଗୀ ରାଜୀବଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍‌ପିଟାଲକୁ ଫୋନ କରି ଏପରି ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ହେଁ ପଜିଟିଭ ରିପୋର୍ଟ ଆସିଛି। ହସ୍‌ପିଟାଲ କୋଭିଡ କେୟାରର ନୋଡାଲ ଅଫିସର ଡା.ଅଜିତ୍‌ ଜୈନଙ୍କ କହିବା ଅନୁଯାୟୀ, ଦୁଇ ଜଣ ରୋଗୀ ପୁନର୍ବାର କରୋନା ଆକ୍ରାନ୍ତ ହୋଇଛନ୍ତି। କାହିଁଁକି […]

sushant singh rajput
ସୁଶାନ୍ତଙ୍କ ବେକରେ ଥିବା ଦାଗକୁ ନେଇ ମିଳିଲା ନୂଆ ସୁରାକ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଏବେ ସାମ୍ନାକୁ ଆସିଛି। ଷ୍ଟନ୍‌ ଗନ୍‌ ସାହାଯ୍ୟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ଜଣେ ଫଲୋର୍‌ ଏକ ଟ୍ୱିଟ୍‌ କରି ଲେଖିଛନ୍ତି, ଶରୀରରେ ଷ୍ଟନ୍‌ ଗନ୍‌ ବ୍ୟବହାର ପରେ ଯେଉଁ ଦାଗ ସୃଷ୍ଟି ହୋଇଥାଏ, ଏହା ସୁଶାନ୍ତଙ୍କ ବେକରେ ଥିବା ଦାଗ ସହ କିଛି ମାତ୍ରାରେ ସମାନ ଥିଲା। ତେଣୁ ସୁଶାନ୍ତଙ୍କୁ ଷ୍ଟନ୍‌ ଗନ୍‌ ସାହାଯ୍ୟରେ ହତ୍ୟା କରାଯାଇ […]

salt
ଜାଣନ୍ତି, ଅତ୍ୟଧିକ ଲୁଣ ସେବନ ଶରୀର ପାଇଁ କେତେ ମାରାତ୍ମକ ?

ଖାଦ୍ୟର ସ୍ୱାଦ ବଢାଇଥାଏ ଲୁଣ। ବିନା ଲୁଣରେ ଖାଦ୍ୟ ଖାଇବା ଏକ ପ୍ରକାର ଅସମ୍ଭବ । ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ବ୍ୟବହାର କରିଥାନ୍ତି। ହେଲେ ଜାଣନ୍ତି, ଶରୀର ପାଇଁ କେତେ ମାରାତ୍ମକ ହୋଇପାରେ ଏହି       ଲୁଣ ? ଗୋଟିଏ ବା ଦୁଇଟି ନୁହେଁ, ଏକାଧିକ ରୋଗର ବାହକ ଏହି ଲୁଣ। ଆସନ୍ତୁ ଜାଣିବା, ଶରୀର ପ୍ରତି କେତେ ବିପଦ ଡାକି ଆଣିଥାଏ ଲୁଣ। ୧-ଅଧିକ ଲୁଣ […]

rainfall 44
ପୁଣି ବଙ୍ଗୋପସାଗରରେ ଲଘୁଚାପ ! ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପ ସାଗର ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ସହ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଉତ୍ତର ବିହାରରୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୀୟ ଉପକୂଳ, ଝାଡ଼ଖଣ୍ଡ, ଗାଙ୍ଗେୟ ଉପକୂଳ ଏବଂ ଉତ୍ତରପଶ୍ଚିମ ବଙ୍ଗୀୟ ଉପକୂଳକୁ ଏହି ଘୂର୍ଣ୍ଣିବଳୟ ବ୍ୟାପି ରହିଛି। ଆଜି କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, […]