• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

କାଲିଠୁ ୪୧ ଘଣ୍ଟା ଏହି ଜିଲ୍ଲା ସଟ୍‌ଡାଉନ୍‌

ନବରଙ୍ଗପୁର: ଆସନ୍ତାକାଲିଠୁ ୪୧ ଘଣ୍ଟା ପାଇଁ ନବରଙ୍ଗପୁର ଜିଲ୍ଲାରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କାଲି ଦିନ ୧୨ଟାରୁ ୧୭ ତାରିଖ ସକାଳ ୫ଟା ଯାଏ ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସଟ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ସଟ୍‌ଡାଉନ୍‌ରେ ମେଡିକାଲ୍‌ ସେବା, ସମସ୍ତ ସରକାରୀ ଅଫିସ, ପେଟ୍ରୋଲ […]

odisha
ଲଗାଣ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି

ଆଠଗଡ଼: ଲଗାଣ ବର୍ଷାରେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। କଟକ-ସମ୍ବଲପୁରର ପୁରୁଣା ରାସ୍ତା ମାଧପୁରଠାରେ ରାସ୍ତାରେ ୩ ଫୁଟର ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ରାସ୍ତା ଦେଖା ଯାଉନାହିଁ। ଫଳରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିବା ସୂଚନା ମିଳିଛି।  ଦେଖାଯାଉନି ରାସ୍ତା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ […]

sp-balasubramanyam
କେମିତି ଅଛି ଭେଟେରାନ ସିଙ୍ଗର ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ?

ଚେନ୍ନାଇ: ଭେଟେରାନ ଗାୟକ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଅଗଷ୍ଟ ୫ ତାରିଖରେ କରୋନା ଲକ୍ଷଣ ଦେଖାଦେବାରୁ ବାଲାସୁବ୍ରମଣ୍ୟମ ଚେନ୍ନାଇ ସ୍ଥିତ MGM ହେଲ୍‌ଥ କେୟାର୍‌ରେ ଭର୍ତ୍ତି ହୋଇଥିଲେ। ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଏକ୍ସପର୍ଟ ଟିମ୍‌ ତାଙ୍କ ଉପରେ ଧ୍ୟାନ ରଖିଛି। ବର୍ତ୍ତମାନ ଶ୍ୱାସକ୍ରିୟା ନର୍ମାଲ ରହିଛି ବୋଲି ଗୁରୁବାର ହସ୍‌ପିଟାଲ ନିର୍ଦ୍ଦେଶକ ଡ. ପ୍ରଶାନ୍ତ ରାଜଗୋପାଳନ ସୂଚନା ଦେଇଛନ୍ତି। ଅଗଷ୍ଟ ୫ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ଫେସ୍‌ବୁକରେ […]

rajastha-politics
ରାଜସ୍ଥାନ ରାଜନୀତି ଅପ୍‌ଡେଟ୍‌; ବିଜେପିକୁ କାଉଣ୍ଟର କରି ଆସ୍ଥା ଭୋଟ୍ କରିପାରେ କଂଗ୍ରେସ

ଜୟପୁର: ରାଜସ୍ଥାନ ରାଜନୀତିରେ ଟ୍ୱିଷ୍ଟ। କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି। ଏ ନେଇ ଗତକାଲି ବିଧାୟକ ଦଳର ବୈଠକେରେ ନିଷ୍ପତ୍ତି ନିଯାଇଛି। ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ରାଜ୍ୟ ବିଜେପି ମୁଖ୍ୟ ସତିଶ ପୁନିଆ ସୂଚନା ଦେଇଛନ୍ତି। ବିଜେପିର ଏହି ଘୋଷଣା ପରେ ଦଳକୁ ଟାର୍ଗେଟ କରିବା ପାଇଁ କଂଗ୍ରେସ ମଧ୍ୟ ଆସ୍ଥା ଭୋଟ୍ କଥା କହିଛି। ଆଜି ରାଜସ୍ଥାନ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ସଚିନ ପାଇଲଟ ଫେରିବା ପରେ ଚିନ୍ତାଶୂନ୍ୟ […]

corona updates in odisha
ଓଡ଼ିଶାରେ ୧,୯୭୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୩୩୨

ଭୁବନେଶ୍ୱର: ଓଡ଼ିଶାରେ ୧,୯୭୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୧,୯୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୪୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୭୩୬ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା […]

ଦିନକରେ ଓଡ଼ିଶାରେ ୧,୯୭୭ ନୂଆ କରୋନା ପଜିଟିଭ୍‌‌ ଚିହ୍ନଟ, ଆଖି ବୁଜିଲେ ଆଉ ୧୦

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୪, ପୁରୀରୁ ୩, ସୁନ୍ଦରଗଡ଼, ସମ୍ବଲପୁର ଓ କଟକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି ପାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚିଛି। ଅନ୍ୟପକ୍ଷରେ, ଓଡ଼ିଶାରେ ୧,୯୭୭ ନୂଆ କରୋନା ଆକ୍ରାନ୍ତ‌ […]

covid19
୨୪ ଘଣ୍ଟାରେ ଓଡ଼ିଶାରେ ସର୍ବାଧିକ ୪୨, ୭୬୧ କରୋନା ଟେଷ୍ଟ୍‌

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ସର୍ବାଧିକ ୪୨ ହଜାରରୁ ଅଧିକ କରୋନା ଟେଷ୍ଟ୍‌ ହୋଇଛି। ଗୋଟିଏ ଦିନରେ ୪୨ ହଜାର ୭୬୧ କରୋନା ଟେଷ୍ଟ୍‌  ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। RTPCR, ଆଣ୍ଟିଜେନ୍‌ ଓ ଟ୍ରୁନଟ୍ ମାଧ୍ୟମରେ ଏହି ଟେଷ୍ଟ୍‌ କରାଯାଇଛି। RTPCR ରେ ୬ ହଜାର ୬୩୫, ଆଣ୍ଟିଜେନ୍‌ ୩୬,୦୦୨ ଓ ଟ୍ରୁନଟ୍‌ରେ ୧୨୪ ଟେଷ୍ଟ୍‌ କରାଯାଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ […]

coronavirus
୨୪ ଘଣ୍ଟାରେ ୬୪ ହଜାର ୫୫୩ କରୋନା ଆକ୍ରାନ୍ତ ଚିହ୍ନଟ; ୪୦ ହଜାର ଟପିଲା ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୫୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୭ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ମୃତ୍ୟୁ ସଂଖ୍ୟା ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪୮ ହଜାର ୪୦କୁ ବୃଦ୍ଧି ପାଇଛି। ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜାର ୧୯୧କୁ ବୃଦ୍ଧି ପାଇଛି। ବର୍ତ୍ତମା ଦେଶରେ କରୋନା ଆକ୍ଟିଭ୍‌ କେସ୍- ୬ ଲକ୍ଷ ୬୧ ହଜାର ୫୯୫ ଥିବାବେଳେ ସୁସ୍ଥ ହୋଇଛନ୍ତି ୧୭ […]

ishita-acahari
ଇଂରାଜୀ ଭାଷାରେ ରାମାୟଣ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଲେ ୮ ବର୍ଷର ଓଡ଼ିଆ ଝିଅ

ବ୍ରହ୍ମପୁର: ଛୋଟ ବୟସରେ ବଡ଼ କାମ। ରାମାୟଣ ଲେଖି ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଲେ ବ୍ରହ୍ମପୁରର ଆଠ ବର୍ଷିୟ କୁନି ଝିଅ ଈଶିତା ଆଚାରୀ। ଇଂରାଜୀ ଭାଷାରେ ୫୭ ପୃଷ୍ଠାର ରାମାୟଣ ଲେଖି ସେ ବଡ଼ ସଫଳତା ହାସଲ କରିଛନ୍ତି।  ସମ୍ପୂର୍ଣ୍ଣ ବହିକୁ ଲେଖିବାକୁ ତାଙ୍କୁ ୨୨ ଦିନ ସମୟ ଲାଗିଥିଲା। ଲକ୍‌ଡାଉନ୍‌ରେ ରାମାୟଣ ସିରିଏଲ୍ ଦେଖି ସେ ରାମାୟଣ ଲେଖିଥିବା କହିଛନ୍ତି। ଆଠ ବର୍ଷିୟ କୁନି ଝିଅ ଈଶିତା ଆଚାରୀ ଏବେ ଚେନ୍ନାଇର […]

thriller
‘ଥ୍ରୀଲର୍‌’ର ଟ୍ରେଲରକୁ ନେଇ ଥାନାରେ ଏତଲା

ନବରଙ୍ଗପୁର: ରାମ ଗୋପାଳ ବର୍ମାଙ୍କ ନିିର୍ଦ୍ଦେଶିତ ଫିଲ୍ମ ‘ଥ୍ରୀଲର୍’ର ଟ୍ରେଲରକୁ ନେଇ ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ପକ୍ଷରୁ ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି। ୨ ମିନିଟ ୩୬ ସେକେଣ୍ଡର ଏହି ଟ୍ରେଲରରେ ଅଶ୍ଲୀଳ ଭିଡିଓ ସମୟରେ ହିନ୍ଦୁୁ ଦେବାଦେବୀଙ୍କ ନାମକୁ ବ୍ୟବହାର କରାଯାଇଥିବାରୁ ଏଭଳି ଏତଲା ଦିଆଯାଇଥିବା ନେଇ ହିନ୍ଦୁ ଏକତା ବାହିନୀ କର୍ମକର୍ତ୍ତା କହିଛନ୍ତି। ଫିଲ୍ମର ଟ୍ରେଲରରେ ହିନ୍ଦୁ ଭଗବାନ ରାମଚନ୍ଦ୍ର, ଶିବ ଓ କୃଷ୍ଣଙ୍କ ନାମକୁ […]

indiatoday
ପୁଲିସ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ; ୨ ସହିଦ, ଜଣେ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ନଓଗାମ ବାଇପାସ୍‌ ଠାରେ ଏକ ପୁଲିସ ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଦୁଇ ଜଣ ପୁଲିସ କର୍ମୀ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଶୁକ୍ରବାର ଏହି ଆକ୍ରମଣ ହୋଇଛି। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରାଯାଇ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଆକ୍ରମଣ ବିଷୟରେ ଜାମ୍ମୁଓ କାଶ୍ମୀର ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ପୁଲିସ ଟ୍ୱିଟ୍ କରି ଲେଖିଛି […]

new born baby
ମା’ କରୋନା ସଂକ୍ରମିତ, ଛୁଆ ନିରୋଗ

ବ୍ରହ୍ମପୁର: ମା’ କରୋନା ସଂକ୍ରମିତ, ହେଲେ ଛୁଆ ନିରୋଗ। ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ମହିଳାଙ୍କଠାରୁ ୫୭ ଜଣ ନିରୋଗ ଶିଶୁ ଜନ୍ମ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଥିବା କୋଭିଡ୍‌ ହସ୍ପିଟାଲ୍‌ରେ ଏହି ଶିଶୁମାନେ ଜନ୍ମ ଗ୍ରହଣ କରିଛନ୍ତି। ମା’ ମାନେ କରୋନା ସଂକ୍ରମିତ ହୋଇଥିବା ସତ୍ତ୍ୱେ ନବଜାତ ଶିଶୁଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖିବାକୁ ମିଳି ନାହିଁ ଓ ସମସ୍ତେ ସୁସ୍ଥ ଅଛନ୍ତି।

prasant-bhushn
କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଶାନ୍ତ ସୁପ୍ରିମକୋର୍ଟ ଓ ମୁଖ୍ୟ ବିଚାର ପତିଙ୍କ ବିରୋଧରେ ଟ୍ୱିଟ୍ କରିଥିଲେ। ଏହି ଘଟଣାରେ ସେ କୋର୍ଟ ଅବମାନନାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ମାମଲାରେ କ’ଣ ଦଣ୍ଡବିଧାନ କରାଯିବ ସେ ନେଇ ଅଗଷ୍ଟ ୨୦ ତାରିଖରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। କିନ୍ତୁ ଘଟଣା ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି, ଟ୍ୱିଟ୍‌ ଅପ୍ରିୟ ଲାଗିପାରେ, କିନ୍ତୁ ଏହା କୋର୍ଟର ଅବମାନନା […]

odisha police
ଓଡ଼ିଶାରୁ ୧୪ ଜଣ ପାଇବେ ପୋଲିସ୍‌ ମେଡାଲ୍

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ୍‌ ପଦକ ଘୋଷଣା ହୋଇଛି। ଓଡ଼ିଶାର ୧୪ଜଣଙ୍କୁ ମିଳିବ ପୋଲିସ୍‌ ମେଡାଲ୍‌। ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ଜଣ ପୋଲିସ୍‌ କର୍ମୀ ପାଇବେ ରାଷ୍ଟ୍ରପତି ପଦକ। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ର ଡିଏସ୍‌ପି ଇନ୍‌ଚାର୍ଜ କେ. ବେଣୁଗୋପାଳ ଆଚାର୍ଯ୍ୟ, କନଷ୍ଟେବଲ୍‌ ବିରଞ୍ଚି ନାରାୟଣ ସାହୁଙ୍କୁ(ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ୍‌ ଏକାଡେମୀ) ମିଳିବ ରାଷ୍ଟ୍ରପତି ପଦକ। ସେହିପରି ୧୨ ପୋଲିସ୍‌ କର୍ମୀଙ୍କୁ ମିଳିବ ଉତ୍କୃଷ୍ଟ ସେବା […]

halua
ସ୍ୱାଧୀନତା ଦିବସରେ ଘରେ ରହି ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ତ୍ରିରଙ୍ଗା ହାଲୱା’ | Tiranga Halwa Recipe

କରୋନା ଯୋଗୁ ଏଥର ସ୍ୱାଧିନତା ଦିବସ ୨୦୨୦କୁ ଦେଶବାସୀ ଘରେ ରହି ପାଳନ କରିବେ। ଭାଇରସ ଯୋଗୁ ସ୍ୱାଧନତା ଦିବସର ରଙ୍ଗ ଟିକେ ଫିକା ପଡ଼ିଯିବ। ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ସାମାଜିକ ଦୂରତାକୁ ମାନି ଘରେ ରହିବେ। ଏଭଳି ପରସ୍ଥିତିରେ ଆପଣମାନେ ଘରେ ରହି ପିଲାମାନଙ୍କ ପାଇଁ ତ୍ରିରଙ୍ଗା ହାଲୱା ରେସିପି ପ୍ରସ୍ତୁତ କରନ୍ତୁ। ତା’ ସହିତ ସ୍ୱାଧିନତା ଦିବସକୁ ଘରେ ରହି ମଧ୍ୟ ଉପଭୋଗ କରନ୍ତୁ। ଏହି ରେସପିଟି ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ ଓ […]

loot
୨୪ ଲକ୍ଷ ଟଙ୍କା ଲୁଟ୍‌, ନିଜେ ଲୁଟି ପୋଲିସ୍‌ ନିକଟରେ ଫେରାଦ ହେଲେ !

ରାୟଗଡ଼ା: ରାୟଗଡ଼ାରେ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି। ଟଙ୍କା ଲୁଟ୍‌ ନେଇ ଅଭିଯୋଗ କରିଥିବା ବ୍ୟକ୍ତି ନିଜେ ହିଁ ଅଭିଯୁକ୍ତ ବୋଲି ତଦନ୍ତ ବେଳେ ରାୟଗଡ଼ା ପୋଲିସ୍‌ ଜାଣିବାକୁ ପାଇଛି। ଲୁଟ୍‌ ହୋଇଥିବା ୨୪ ଲକ୍ଷ ଟଙ୍କାକୁ ପୋଲିସ୍‌ ଜବତ କରିବା ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗତ ୧୦ ତାରିଖରେ ଏକ ଘରୋଇ ଅର୍ଥ କାରବାର ସଂସ୍ଥାର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୨୪ ଲକ୍ଷ ଟଙ୍କା […]

dipa-dana
ଭାରତୀୟ ପରମ୍ପରାରେ ଦୀପଦାନର ମହତ୍ତ୍ୱ

।। ଦୀପଂ ଜ୍ୟୋତି ପରଂବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ, ଦୀପଂ ହରତୁ ମେ ପାପଂ, ଦୀପଜ୍ୟୋତି ନମୋସ୍ତୁତେ ।। ଭାରତୀୟ ସଂସ୍କୃତିରେ ଦୀପଦାନର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି। ଦୀପ ହେଉଛି ଜ୍ଞାନ, ପ୍ରକାଶ, ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତନ୍ତ୍ର, ମନ୍ତ୍ର ଏବଂ ଆଧ୍ୟାତ୍ମିକତାରେ ଏହାର ଏକ ବିଶିଷ୍ଟ ସ୍ଥାନ ରହିଛି। ସାତ୍ତ୍ଵିକ ସାଧନା ପାଇଁ ଘିଅଦୀପ ଏବଂ ତାନ୍ତ୍ରିକ ସାଧନା ପାଇଁ ତେଲଦୀପ ଜଳା ଯାଇଥାଏ। ଭିନ୍ନ ଭିନ୍ନ […]

sushant singh
ସୁଶାନ୍ତଙ୍କ ମୃତ୍ୟୁ ଦିନ ଏକ ଖାସ୍‌ ନମ୍ବରରେ ୧ ଘଣ୍ଟାରୁ ଅଧିକ ସମୟ‌ କଥା ହୋଇଥିଲେ ରିୟା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏସବୁ ଭିତରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଫୋନ୍‌ କଲ୍‌ ରେକର୍ଡସ୍‌କୁ ନେଇ ED ହାତରେ ଅନେକ ତଥ୍ୟ ଲାଗିଥିବା ସୂଚନା ମିଳିଛି। ED ସୂତ୍ରରୁ ଉଦ୍ଧୃତ କରାଯାଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରେ ଦାବି କରାଯାଇଛି ଯେ, ଯେଉଁ ଦିନ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ଅର୍ଥାତ୍‌ ଜୁନ୍‌ ୧୪ରେ, ସେହିଦିନ ରିୟା ଏକ ଖାସ୍‌ ନମ୍ବରରେ ଘଣ୍ଟାଏରୁ […]

krisna
ଏଥର ଜନ୍ମାଷ୍ଟମୀରେ କୃଷ୍ଣ ପିନ୍ଧିଥିଲେ ପିପିଇ କିଟ୍ ଓ ମାସ୍କ

ବାରାଣାସୀ : କରୋନା ଭାଇରସ ଯୋଗୁ ଏଥର ଜନ୍ମାଷ୍ଟମୀ ଫିକା ପଡ଼ିଯାଇଛି। ମୁଣ୍ଡରେ କରୋନାରୁ ରକ୍ଷା ପାଇବା ପାଇଁ ପଗଡ଼ି, ଶରୀରରେ ପିପିଇ କିଟ୍ ଓ ମୁହଁରେ ମାସ୍କ। ଜନ୍ମାଷ୍ଟମୀରେ ଏଭଳି ଭାବେ ସଜେଇ ହୋଇଥିଲେ ଭଗବାନ କୃଷ୍ଣ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛ ବାରାଣାସୀର ଏକ ମନ୍ଦିରରେ। କରୋନା ସମାଜ ତଥା ଆମର ଦୈନଦିନ ଜୀବନ ଶୈଳୀରେ ମଧ୍ୟ ପ୍ରଭାବ ପକାଇଛି। ସେଥିପାଇଁ ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କୁ ପିନ୍ଧାଇବା ପାଇଁ ଛୋଟ ଛୋଟ ମାସ୍କ ,ପିପିଇ […]

sanjita
UPSC ଟପ୍ପର ସଂଜିତା ମହାପାତ୍ରଙ୍କୁ ସମ୍ମାନିତ କରିବ ଓଡ଼ିଶା ଫେଷ୍ଟ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ସର୍ବଭାରତୀୟ ସ୍ତରରେ ଦଶମ ରାଙ୍କ ପାଇଥିବା ସଂଜିତା ମହାପାତ୍ରଙ୍କୁ ଓଡ଼ିଶା ଫିଷ୍ଟ ପକ୍ଷରୁ ସମ୍ମାନିତ କରାଯିବ। ଆସନ୍ତାକାଲି ସନ୍ଧ୍ୟା ୫ ଟା ୩୦ ମିନିଟରେ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ସଂଜିତାଙ୍କୁ ସମ୍ମାନିତ କରାଯିବ। ଏହି ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ‘ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିବାରେ ଓଡ଼ିଶାର ଯୋଗଦାନ’ ସମ୍ପର୍କରେ ଆଲୋଚନା କରାଯିବା। ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ସୁଦର୍ଶନ ସାହୁ ଯୋଗ ଦେବେ। ସେହିଭଳି ଆର୍‌ବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର […]