• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ମଧ୍ୟାହ୍ନ ୧୨ଟା ୩୦ରେ CHSE ଅଫିସ୍‌ରେ ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.orissaresults.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ରାଜ୍ୟରେ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୯୭ ହଜାର ୫୩୬ ଛାତ୍ରଛାତ୍ରୀ ବିଜ୍ଞାନରେ ପରୀକ୍ଷା ଦେଇଛନ୍ତି। ଲକ୍‌ଡାଉନ୍‌ କଟକଣା ଯୋଗୁ ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଖାତା ଦେଖାରେ ସମସ୍ୟା […]

sanjay dutt
ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍ କ୍ୟାନ୍‌ସର୍‌, ଚିକିତ୍ସା ପାଇଁ ଖୁବ୍‌ଶୀଘ୍ର ଯାଇପାରନ୍ତି ଆମେରିକା

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୋଇଥିବା ଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ଷ୍ଟେଜ୍‌-୩ରେ ଅଛି। ବଲିଉଡ୍‌ରେ ସଞ୍ଜୁ ବାବା ଭାବେ ପରିଚିତ ସଞ୍ଜୟ ଦତ୍ତ କ୍ୟାନ୍‌ସର୍‌ରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ଜଣାପଡ଼ିଥିଲା। ଏନେଇ ଫିଲ୍ମ ଟ୍ରେଡ୍‌ ଆନାଲିଷ୍ଟ୍‌ କୋମଲ୍ ନାହତା‌ ସୂଚନା ଦେଇଥିଲେ। ଅଗଷ୍ଟ ୮ ରେ ନିଶ୍ୱାସପ୍ରଶ୍ୱାସରେ ନେବାରେ କଷ୍ଟ ଅନୁଭବ କରିବାରୁ ସଞ୍ଜୟଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ସେ ତାଙ୍କର କରୋନା […]

child
କଟୁରୀ ଚୋଟରେ ୨ ଖଣ୍ଡ ହୋଇଗଲା ଶିଶୁର ହାତ

ସୋର: ଯୁବକଙ୍କ କଟୁରୀ ଚୋଟରେ ଜଣେ ଶିଶୁକନ୍ୟାର ହାତ ଦୁଇ ଖଣ୍ଡ ହୋଇଯାଇଛି। ଶିଶୁଟିର ବୟସ ମାତ୍ର ୨ ମାସ ହେବ ବୋଲି ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ପାଇକିପଡ଼ା ଗାଁରେ ଏଭଳି ଜଘନ୍ୟ ଘଟଣା ଘଟିଛି। ପାଇକିପଡ଼ା ଗାଁର ପଙ୍କଜ ନାଇକି ତାଙ୍କ ଝିଅଙ୍କ ସହ ଘରେ ବସିଥିଲେ। ଏହି ସମୟରେ ପଡ଼ୋଶୀ ବାଇଧର ନାଇକୀଙ୍କ ପୁଅ ଗଣେଶ ନିଶାସକ୍ତ ଅବସ୍ଥାରେ ଆସିଥିଲେ ଓ ହାତରେ ଏକ କଟୁରୀ ଧରିଥିଲେ। ପାଟିତୁଣ୍ଡ କରିବା […]

bus
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହିଂସାକାଣ୍ଡ; ୬୦ ପୋଲିସ କର୍ମୀ ଆହତ

ବେଙ୍ଗାଲୁରୁ: ପୂର୍ବ ବେଙ୍ଗାଲୁରୁରେ ମଙ୍ଗଳବାର ରାତିରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବ୍ୟାପକ ହିଂସାକାଣ୍ଡ ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ଡିଜେ ହାଲି ଓ କେଜି ହାଲି ପୋଲିସ ଷ୍ଟେସନ ଉପରକୁ ଟେକାପଥର ମାଡ କରିଛନ୍ତି । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଏସିପିଙ୍କ ସମେତ ୬୦ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ପୋଲିସର ଗୁଳିରେ ଦୁଇ  ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ପୁତୁରା  ସାଂପ୍ରଦାୟିକ ପ୍ରସଙ୍ଗକୁ […]

bus fire
ହଠାତ୍‌ ବସ୍‌ରେ ଲାଗିଲା ନିଆଁ, ଜଳିଗଲେ ୫ ଯାତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲା ହିରିୟୁର୍‌ ତାଲୁକ୍‌ ନିକଟରେ ଏକ ଘରୋଇ ବସ୍‌ରେ ହଠାତ୍‌ ନିଆଁ ଲାଗିଯିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୭ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଓ ଜଣେ ମହିଳା ଅଛନ୍ତି। ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ବସ୍‌ଟି ବିଜୟପୁରାରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଚିତ୍ରଦୁର୍ଗ ଜିଲ୍ଲା ଜାତୀୟ ରାଜପଥ ୪ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଇଞ୍ଜିନ୍‌ରେ କିଛି ସମସ୍ୟା ସୃଷ୍ଟି […]

Kamala Harris
ଆମେରିକା ଉପରାଷ୍ଟ୍ରପତି ପଦ ପାଇଁ ଲଢିବେ ଭାରତୀୟ ମୂଳ କମ୍‌ଲା ହେରିଶ

ୱାଶିଂଟନ: ଆମେରିକା ନିର୍ବାଚନ-୨୦୨୦ରେ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ଲଢ଼ିବେ ଭାରତୀୟ ବଂଶୋଦ୍ଧବ କମଲା ହାରିଶ (Kamala Harris)। ଡେମୋକ୍ରେଟିକ ଦଳରୁ କମଲାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ଗତକାଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏବେ କମଲା କାଲିଫର୍ଣ୍ଣିଆରୁ ସିନେଟର ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ଆମେରିକା ସିନେଟ୍‌ରେ ଏବେ କମଲା ସବୁଠୁ କନିଷ୍ଠ ସିନେଟର୍ । ଆମେରିକାରେ ଉପରାଷ୍ଟ୍ରପତି ଭଳି ଗୁରୁ ଦାୟିତ୍ୱ ପଦ ପାଇଁ ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶୋଦ୍ଭବ ନିର୍ବାଚନ […]

mask
କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ବିଦେଶରେ ପିପୁଲସ୍ ଚଏସ୍ ଆୱାର୍ଡ ପାଇଲେ ଓଡ଼ିଆ ଅଫିସର

ଭୁବନେଶ୍ୱର: ବିଦେଶରେ ପୁଣି ଓଡ଼ିଶାର ନାଁ ଉଜ୍ଜ୍ୱଳ କଲେ ଓଡ଼ିଆ।  ମାସ୍କକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଆର୍ଜେଣ୍ଟିନାରେ ଅନୁଷ୍ଠିତ କ୍ୱାରେଣ୍ଟିନ୍ ଇମେଜ ଫିଲ୍ମ ଫେଷ୍ଟିଭାଲ-୨୦୨୦ର ପିପୁଲସ୍ ଚଏସ୍ ଆୱାର୍ଡ ପାଇଛନ୍ତି ଓଡ଼ିଶାର ଜଣେ ପ୍ରଶାସନିକ ଅଧିକାରୀ। ବ୍ରହ୍ମପୁରର ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଡ. ଶ୍ୱେତ କୁମାର ଦାସ ମାସ୍କ ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଗରିବ ଘରର ପାଠ ପଢ଼ୁଆ ପୁଅଟିଏ। ରାତିରେ ମାଆ ମାସ୍କ ସିଲାଇ କରିବା ପରେ […]

coronavirus updates in odisha
ଓଡ଼ିଶାରେ ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଚିହ୍ନଟ ହେଲେ ୧,୮୭୬ ନୂଆ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୮୭୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ୧,୮୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୮୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୯୪ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୯୭ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା […]

covid19
ଓଡ଼ିଶାରେ ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୦୦ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୪ଜଣ, ରାୟଗଡ଼ାରୁ୨ଜଣ, ଅନୁଗୁଳ, ବାଲେଶ୍ୱର ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚିଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୮୭୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ […]

train
 ଖୁବ୍‌ ଶୀଘ୍ର ଏହି ରୁଟ୍‌ରେ ଗଡ଼ିବ ପାସେଞ୍ଜର ଟ୍ରେନ୍

ପାଟକୁରା: ଖୁବ୍‌ ଶୀଘ୍ର ହରିଦାସପୁର-ପାରାଦୀପ ରେଳ ଲାଇନ୍‌ରେ ଗଡ଼ିବ ପାସେଞ୍ଜର ଟ୍ରେନ୍। ପ୍ରଥମେ ଏହି ରୁଟ୍‌ରେ ମାଲ୍‌ବାହୀ ଟ୍ରେନ୍‌ ଚାଲିବ। ମାଲ୍‌ବାହୀ ଟ୍ରେନ୍‌ ଗଡ଼ିବା ପରେ ସୁରକ୍ଷା ଯାଞ୍ଚ ସହ ଯାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା କରାଯିବା ପରେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ନେଇ ଯୋଜନା ଚାଲିଛି। ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଉପସ୍ଥିତ ଥିବା ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏହି […]

results announced
ପ୍ରକାଶ ପାଇଲା +୨ ବିଜ୍ଞାନ ରେଜଲ୍ଟ, ପାସ୍‌ ହାର ୭୦.୨୧%

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଜୁପିଟର ସାଇନ୍ସ କଲେଜର ଛାତ୍ର ସୁଦୀପ ସୁଦର୍ଶନ ରଣା +୨ ବିଜ୍ଞାନ ଟପ୍ପର ହୋଇଛନ୍ତି। ସେ ମୋଟ ୬୦୦ରୁ ସର୍ବାଧିକ ୫୭୪ ନମ୍ବର ରଖି ଟପ୍ପର ହୋଇଛନ୍ତି।  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସାର୍ଥକ ରଞ୍ଜନ ରାଉତ ୫୬୬ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଟାଙ୍ଗୀ ଟେଟ୍ରାହେଡ୍ରନ ସ୍କୁଲର ଶୁଭଜିତ ସାହୁ ୫୬୫ ରଖି ତୃତୀୟ ସ୍ଥାନରେ ଅଛନ୍ତି।   ଚଳିତ ବର୍ଷ ୭୦.୨୧% ଛାତ୍ରଛାତ୍ରୀ ପାସ୍ […]

bombing
ପୁଣି ଖୋର୍ଦ୍ଧାରେ ଫୁଟିଲା ବୋମା

ଖୋର୍ଦ୍ଧା: ଖୋର୍ଦ୍ଧାରେ ପୁଣି ବୋମାମାଡ଼। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ ଜଣଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଥାଉ କି, ଅଗଷ୍ଟ ୫ରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଇଚ୍ଛାବପୁର ଗାଁରେ ବୋମାମାଡ଼ ହୋଇଥିଲା। […]

rhea-1
ଶେଷରେ ରିୟା ମାନିଲେ, ୟୁରୋପ ଟ୍ରିପ୍‌ ପରେ ସୁଶାନ୍ତଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ପରେ ତାଙ୍କର ଡିପ୍ରେସନକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କ ସହ କାମ କରିଥିବା ଅଧିକାଂଶ ବ୍ୟକ୍ତି ଗୋଟିଏ କଥା କହିଛନ୍ତି, ୟୁରୋପ ଟ୍ରିପ୍‌ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବେଶି ଖରାପ ହୋଇଥିଲା। ଏହା ପରଠାରୁ ସେ ଔଷଧ ନେବା ଆରମ୍ଭ କରିଥିଲେ। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ମାମଲା ହେବା ପରେ ଏହି ଖବର ଉପରେ ଅନେକ ଚର୍ଚ୍ଚା ହୋଇଛି। ଏବେ ଏହି କଥାକୁ ରିୟା […]

୧୫ କଲେଜରେ ରେଜଲ୍ଟ ଜିରୋ

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ୭୦.୨୧% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ୨୦ଟି କଲେଜରେ ଶତପ୍ରତିଶତ ପିଲା ପାସ୍ କରିଥିବା ବେଳେ ୧୫ଟି କଲେଜରେ ଜଣେ ହେଲେ ବି ଛାତ୍ରଛାତ୍ରୀ ପାସ୍ କରି ନାହାନ୍ତି। ଶୂନ ରେଜଲ୍ଟ କରିଥିବା କଲେଜକୁ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯିବ। ଏହାସହ ସଂପୃକ୍ତ କଲେଜର ଅଧ୍ୟକ୍ଷମାନଙ୍କୁ କାରଣ ଦର୍ଶାଅ […]

ayya
୬ଦିନର ଶିଶୁକୁ ଚୁପ୍‌ କରିବା ପାଇଁ ଆୟା ଦେଲେ ଏମିତି ଦଣ୍ଡ, କାନ୍ଦିଲେ ବାପା-ମା’

ବେଜିଂ: ବ୍ୟସ୍ତ ବହୁଳ ଜୀବନରେ ବାପା-ମା’ଙ୍କ ପାଖରେ ସମୟର ଅଭାବ। ବିଶେଷ କରି ଛୋଟ ପିଲାଙ୍କ ଲାଳନପାଳନ ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ଏପରି କ୍ଷେତ୍ରରେ ଅଧିକାଂଶ ବାପା-ମା’ ଘରେ ଆୟା ରଖିଥାନ୍ତି। ତେବେ ଆୟା ଯେ ଛୋଟ ପିଲାମାନଙ୍କୁ କେତେ ସ୍ନେହ, ଆଦର ଦେଇ ପାଳନ୍ତି ତାହାର ଅନେକ ଉଦାହରଣ ଆମେ ଦେଖିଛୁ।  ଏଠି ଆମେ ଏମିତି ଜଣେ ଆୟାଙ୍କ କଥା କହିବୁ ଯିଏ ନିଷ୍ଠୁରତାର ସବୁ ସୀମା ଟପି ଯାଇଛନ୍ତି। ୫୦ ବର୍ଷ […]

admission 11
ଅଗଷ୍ଟ ୨୧ରୁ +୨ ଆଡ୍‌ମିଶନ୍ ଆବେଦନ, କମିଲା ଆଡ୍‌ମିଶନ୍ ଆବେଦନ ‌ଫି’

ଭୁବନେଶ୍ୱର: ଅଗଷ୍ଟ ୨୧ରୁ +୨ ଆଡ୍‌ମିଶନ୍‌ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଏ ନେଇ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଅନ୍‌ଲାଇନ୍‌ରେ ଆଡ୍‌ମିଶନ୍ ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ SAMS ସେଣ୍ଟର ଜରିଆରେ ‌ଆବେଦନ କରିପାରିବେ ଛାତ୍ରଛାତ୍ରୀ। କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଡମିଶନ୍‌ ଆବେଦନ ଫି’ କମାଇଛନ୍ତି। ସାଧାରଣ ବର୍ଗ ଓ SC/ST ପିଲାଙ୍କ ପାଇଁ ୧୦୦ ଟଙ୍କା ଫି’ ହ୍ରାସ କରାଯାଇଛି। ଚଳିତ ବର୍ଷ ସାଧାରଣ ବର୍ଗ ପିଲାଙ୍କ […]

maoist 11
ଏନ୍‌କାଉଣ୍ଟର୍‌ରେ ୪ ମାଓବାଦୀ ନିହତ

ରାଇପୁର: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ ସୁକ୍‌ମାର ଜାଗରମୁଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ସୁରକ୍ଷା କର୍ମୀଙ୍କୁ ଖବର ମିଳିଥିଲା। ଏହାପରେ କୋବ୍ରା ଓ DRG ଯବାନଙ୍କ ପକ୍ଷରୁ ମିଳିତ ଭାବରେ ଜାଗରମୁଣ୍ଡା ଜଙ୍ଗଲରେ ଚଢ଼ଉ କରାଯାଇଥିଲା। ଘଟଣାସ୍ଥଳରୁ ୪ଟି ବନ୍ଧୁକ ଜବତ କରାଯାଇଛି। ସର୍ଚ୍ଚ ଅପରେସନ ଏବେ ଜାରି ରହିଥିବା ସୂଚନା ମିଳିଛି।

ସ୍ୱତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଅଜୟ କୁମାର ଦାସଙ୍କ ଟଙ୍କପାଣି ରୋଡ ସ୍ଥିତ ଘର, ଭୁବନେଶ୍ୱର ରତ୍ନାକର ବାଗ ସ୍ଥିତ ଘର, ବାଲେଶ୍ୱର ସ୍ଥିତ ଘର, ଭୁବନେଶ୍ୱର ନୂଆଗାଁ ଆଉଟ୍‌ ହାଉସ୍ ଓ ପଟିଆ ଫ୍ଲାଟ୍‌ରେ‌ ଚଢ଼ାଉ କରାଯାଇଛି। ଏବେ ବି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି। ଭିଜିଲାନ୍ସ ରେଡ୍‌ରେ ଏବେ […]

susanta
ଭାଇ ଭଉଣୀଙ୍କ ସର୍ମ୍ପକକୁ ଭାଙ୍ଗିବାକୁ ଚାହୁଁଥିଲେ ରିୟା

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ତାଙ୍କ ପିତାଙ୍କ ଓକିଲ ବିକାଶ ସିଂ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସଙ୍ଗୀନ ଅଭିଯୋଗ କରିଥିଲେ। ଓକିଲ କହିଥିଲେ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ଅଲଗା ରଖିବାକୁ ଚାହୁଁଥିଲେ। ରିୟା ସୁଶାନ୍ତ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହ ପ୍ରଥମ ସାକ୍ଷାତ ହେବାର ମାତ୍ର ଗୋଟିଏ ସପ୍ତାହ ପରେ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥିଲେ। ଗତ ବର୍ଷ ଏପ୍ରିଲ ମାସରେ ରିୟା ଓ ସୁଶାନ୍ତଙ୍କର ପ୍ରଥମ ଦେଖା […]

corona
ଦେଶରେ ୪୬ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୬ ହଜାରକୁ ପାର କରିଛି ।  ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୯୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮୩୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ୍ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୯ରେ ପହଞ୍ଚିଛି। ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା ୪୬ ହଜାର ୯୧କୁ ବୃଦ୍ଧି ପାଇଛି। ଏବେ ଦେଶରେ ଆକ୍ଟିଭ୍ କେସ୍ ୬ […]

sushant
ସୁପ୍ରିମକୋର୍ଟରେ ଅଭିଯୋଗ ଆଣିଲେ ଓକିଲ-ସୁଶାନ୍ତଙ୍କୁ ହତ୍ୟା କରାଯାଇଛି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି। ସୁଶାନ୍ତଙ୍କ ବେକରେ ଥିବା ଚିହ୍ନ ଏ ଦିଗକୁ ଇସାରା କରିଛି। ସୁପ୍ରିମକୋର୍ଟରେ ଏନେଇ ଜଣାଇଛନ୍ତି ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ। ପ୍ରଥମ ଥର ପାଇଁ କୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ବଡ଼ ତଥ୍ୟ ରଖାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଭଉଣୀ ମିତୁ ପହଞ୍ଚିଥିଲେ। ହେଲେ ସେତେବେଳକୁ ମୃତଦେହ ତଳେ ରଖାଯାଇଥିଲା। ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହକୁ କିଏ ଦେଖିଛି ତାକୁ ନେଇ ପ୍ରଶ୍ନ […]