ଭୁବନେଶ୍ୱର: ସୁସ୍ଥ ହେଲେ ୧୩୦୫ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୯,୨୦୫କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିପରି ଓଡ଼ିଶାରେ ୧,୯୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: କାହାରି ନିର୍ଦ୍ଦେଶ ନାହିଁ, ହେଲେ ହାତରେ ଜିଲ୍ଲାପାଳ କ୍ଷମତା ଥିବାରୁ ଭାଙ୍ଗି ଦେଲେ ଛଅ ଛଅଟି ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ। ବୁଲଡୋଜର ଲଗାଇ ମାଟିରେ ମିଶାଇ ଦେଲେ ୬ ଅସହାୟ ନିରାଶ୍ରୟ ପରିବାରର ସବୁ ଆଶା, ସବୁ ସ୍ୱପ୍ନ। ଏ ଦୃଶ୍ୟ କୌଣସି କୋଟିପତି କି ବଡ଼ବଡ଼ିଆଙ୍କ ଜମି ଜବରଖଲ ଉଚ୍ଛେଦର ନୁହେଁ, ବରଂ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଥିବା କିଛି ଭୂମିହୀନ ପରିବାର ଉପରେ ସରପଞ୍ଚଙ୍କ ହୁକୁମାତି ଓ ପାଓ୍ୱାର ପ୍ଲେର ସୋ। କୋଭିଡ୍ […]
ଭୁବନେଶ୍ୱର: ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଡୁମୁଡୁମା ଅଞ୍ଚଳରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୫ ବର୍ଷର ପୁଅ, ତାଙ୍କ ମାଆ ଏବଂ ଖୁଡ଼ି ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଖୁଣ୍ଟରୁ ବିଦ୍ୟୁତ ତାର ଘରର ଲୁହା ରେଲିଂରେ ଗୁଡ଼ା ହୋଇ ଭିତରକୁ ଆସିଥିଲା। ତେବେ ରେଲିଂ ପାଖରେ ତାର ଲିକ୍ ହୋଇ […]
ନୂଆଦିଲ୍ଲୀ: କୋଭିଡ୍ କଟକଣା ମଧ୍ୟରେ ଆଜି ସାରା ଦେଶ ପାଳନ କରୁଛି ୭୪ତମ ସ୍ୱାଧୀନତା ଦିବସ । ଦିଲ୍ଲୀର ଐତିହାସିକ ଲାଲ୍କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ ଅନୁଯାୟୀ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ସେପଟେ ସ୍ୱାଧୀନତା ଦିବସ ଉପଲକ୍ଷେ କଡା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ ଦିଲ୍ଲୀ । ସବୁଠି କଡା ପ୍ରହରା ଦେଉଛନ୍ତି ସଶସ୍ତ୍ର […]
ଭୁବନେଶ୍ୱର: ରାଜଧାନୀର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଜି ପାଳିତ ହୋଇଯାଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ କୋଭିଡ ଯୋଦ୍ଧାଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲେ। ସାହସର ସହ କରୋନା ମୁକାବିଲା ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ କହିଥିଲେ, କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ […]
ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲାଲ୍କିଲ୍ଲାରେ ସପ୍ତମ ଥର ପାଇଁ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥର କରୋନା କଟକଣା ଭିତରେ ସାରା ଦେଶରେ ପାଳିତ ହେଉଛି ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଥମେ ବୀର ସହିଦଙ୍କୁ ସମ୍ମାନ ଜଣାଇଥିଲେ ।କରୋନା ପାଇଁ ଉତ୍ସବକୁ ଛୋଟ ଛୋଟ ପିଲା ଆସିପାରି ନ ଥିବାରୁ ଅନୁଶୋଚନା ପ୍ରକାଶ […]
ଭୁବନେଶ୍ୱର: ସାରା ରାଜ୍ୟରେ ଗତକାଲିଠାରୁ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇଛି। ଲଘୁଚାପ ଯୋଗୁ ରାଜ୍ୟରେ ଆହୁରି ଦୁଇଦିନ ବର୍ଷା ଲାଗି ରହିବ ବୋଲି କହଛି ପାଣିପାଗ ବିଭାଗ। ଆଜି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ନୂଆପଡ଼ା ଓ ସୋନପୁର ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ। ଲଘୁଚାପ ଯୋଗୁ ଏବେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଟଙ୍କା ହଡ଼ପ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଛି ନୂଆ ତଥ୍ୟ । ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ରହୁଥିବା ସାଢ଼େ ୪ କୋଟି ଟଙ୍କାର ଫ୍ଲାଟ୍ ସୁଶାନ୍ତଙ୍କ ନାଁରେ ରହିଛି। ମୁମ୍ବାଇ ମଲାଡ୍ରେ ଥିବା ଏହି ଫ୍ଲାଟ୍ର ଇଏମ୍ଆଇ ଏବେ ବି ସୁଶାନ୍ତଙ୍କ ଆକାଉଣ୍ଟରୁ କଟୁଛି। ଇଡି ପକ୍ଷରୁ ଏହି ତଥ୍ୟକୁ ନେଇ ଖୁଲାସା ଏବେ ଯାଏ ହୋଇନଥିବା ବେଳେ ଜାତୀୟ ଗଣମାଧ୍ୟମରେ ଏନେଇ ଖବର […]
ଅନୁଗୋଳ: ଅନୁଗୋଳ ଏସବିଆଇ ଏଟିଏମରୁ ଲୁଟ୍ ସହ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ଟଙ୍କା ଲୁଟ ଘଟଣାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଲୁଟେରାମାନଙ୍କୁ ଛତିଶଗଡ଼ର ବଲଦା ବଜାର ଜ଼ିଲ୍ଲା ଅଞ୍ଚଳରୁ ଧରିବାରେ ସକ୍ଷମ ହୋଇଛି ଅନୁଗୋଳ ପୋଲିସ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଅଭିଯୁକ୍ତମାନେ ହରିୟାଣାରୁ ଆସି ଓଡ଼ିଶାର ଏଟିଏମରୁ ଲୁଟି ନେଇଛନ୍ତି ୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ଅଭଯୁକ୍ତମାନେ ଟ୍ରକରେ ଓଡିଶା ଅସିଥିବା ନେଇ ପୋଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ସର୍ବାଧିକ ୨, ୪୯୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଚିହ୍ନଟ ୨, ୪୯୬ଆକ୍ରାନ୍ତଙ୍କ ମଧ୍ୟରୁ ୧, ୫୯୧କ୍ୱାରେଣ୍ଟିନ କେସ ହୋଇଥିବାବେଳେ ୯୦୫ ଲୋକାଲ କେସ ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ଅଛନ୍ତି ସର୍ବାଧିକ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପଛକୁ ରହିଛି ଗଞ୍ଜାମ। ଶୁକ୍ରବାର ଏଠାରୁ […]
ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତରେ ଆଉ୯ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁରରେ ସର୍ବାଧିକ ୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। କଟକରୁ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଗଞ୍ଜାମ, କେନ୍ଦୁଝର, ନୟାଗଡରୁ ଜଣେ ଲେଖାଏ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। Regret to inform of the demise of nine Covid positive patients […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୫, ୦୦୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଶନିବାର ୨୫ ଲକ୍ଷ ପାର କରିଛି। ଏଥିସହିତ ଦେଶରେ ୨୪ ଘଣ୍ଟାରେ ୯୯୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୨ ଛୁଇଁଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪୯, ୦୩୬କୁ […]
ଜଳେଶ୍ୱର: ଧଳା ଜହରର କଳା କାରବାର ପଛରେ ଖାକି ଲିଙ୍କର ଖବର ପ୍ରସାରଣ ପରେ ଜଳେଶ୍ୱର IIC ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। କିଛି ଦିନ ତଳେ ଏ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭାଇରାଲ ଅଡିଓରେ ଶେଖ ଜମୁରୁଦ୍ଦିନ୍ ନାମକ ଜଣେ ବ୍ରାଉନସୁଗାର୍ ମାଫିଆଙ୍କ ଭାଇ ସହ ଜଣେ ଆଇନଜୀବୀଙ୍କ ଜରିଆରେ ଆଇଆଇସି କଥା ହୋଇଥିବା ଶୁଣିବାକୁ ମିଳିଥିଲା। ଅଡିଓ ଭାଇରାଲ ପରେ […]
ନୂଆଦିଲ୍ଲୀ: ବଦଳିଯିବ କି ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସ ସୀମା ? ଆଜି ୭୪ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିଲ୍ଲୀର ଲାଲ୍ କିଲାରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଏନେଇ ମୋଦି କହିଛନ୍ତି, “ ଆମ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ସୀମା କେତେ ହେବା ଦରକାର ତା ଉପରେ ବିଚାର ବିମର୍ଶ କରିବା ପାଇଁ ଏକ କମିଟି ଗଠନ ହୋଇଛି। ଏହି କମିଟି […]
ମାଲକାନଗିରି: ଭରା ନଦୀରେ ପୋଲ ତଳକୁ ଖସିପଡ଼ିଲା ଟ୍ରକ। ଟ୍ରକଟି ମାଲକାନଗିରି ଆସୁଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି। ଟ୍ରକଟି କାଙ୍କରକୋଣ୍ଡା ନଦୀ ବ୍ରିଜ ଅତିକ୍ରମ କରୁଥିବାବେଳେ ତଳୁ ଖସି ପଡ଼ିଥିବା ଜଣାଯାଇଛି। ଆନ୍ଧ୍ରପ୍ରଦେଶରୁ ଏକ ମାଲ ବୋଝେଇ ଟ୍ରକ ମାଲକାନଗିରି ଅଭିମୁଖେ ଆସୁଥିଲା। କାଙ୍କରକୋଣ୍ଡା ପୋଲ ଉପରେ ପାଣି ଚାଲୁ ଥିବାରୁ ଯାତାୟାତ ବନ୍ଦ ରହିଥିଲା। ଟ୍ରକଟି ସେହି ବାଟ ଦେଇ ଯାଉଥିବାବେଳେ ସ୍ଥାନୀୟ ଲୋକେ ବାରଣ କରିଥିଲେ। ହେଲେ ଡ୍ରାଇଭର ଶୁଣି ନ ଥିଲେ। ଟ୍ରକଟି […]
ନୂଆଦିଲ୍ଲୀ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବା ବେଳେ ଭ୍ୟାକ୍ସିନ୍ର ଅପେକ୍ଷା ସମସ୍ତଙ୍କୁ ରହିଛି। ଋଷ ଭ୍ୟାକ୍ସିନ୍ ପ୍ରସ୍ତୁତ କରିସାରିଥିବା ବେଳେ ଭାରତ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ି ନାହିଁ। ଭାରତରେ ମଧ୍ୟ ୩ଟି ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇ ରହିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଦିଲ୍ଲୀର ଲାଲ୍କିଲ୍ଲାରେ ୭୪ ତମ ସ୍ୱାଧିନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି “ ଯେତେବେଳେ ବି […]
ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ ବାଲାସାହେବ ପାଟିଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ସପ୍ତମ ମନ୍ତ୍ରୀ ଭାବେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶ୍ରୀ ପାଟିଲ୍ ଉଦ୍ଧବ ସରକାରରେ ସମବାୟ ଓ ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି। କରୋନା ଲକ୍ଷଣ ଦେବାରୁ ସେ କରୋନା ଟେଷ୍ଟ କରାଇଥିଲା। ଶୁକ୍ରବାର ରାତିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କରାଦର ଏକ ପ୍ରାଇଭେଟ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗରୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟ୍ରେ ସେ ଲେଖିଛନ୍ତି “ ଆପଣମାନେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଆଉ ଗାଇଡ୍ଲାଇନ୍ ଅନୁସାରେ ପ୍ରାଥମିକ ପଦକ୍ଷେପ ନେଇ ହୋଇମ୍ ଆଇସୋଲେସନ୍ରେ ରହିଛି। ମୋର ସମସ୍ତ ବନ୍ଧୁ ଓ ସହକର୍ମୀଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି। […]
ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବା ସମ୍ଭାବନା ଦେଖାଦେଇଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଜୁନ ୧ରୁ ଅଗଷ୍ଟ ୧୫ ମଧ୍ୟରେ ରାଜ୍ୟର ୨୨ ଜିଲ୍ଲାରେ ସ୍ୱାଭାବିକ […]
ନଆଦିଲ୍ଲୀ: ଆଧାର କାର୍ଡ ଭଳି ଏକ ସ୍ୱାସ୍ଥ୍ୟ କାର୍ଡ ରହିବ। ଯେଉଁଥିରେ ଆପଣଙ୍କର ପ୍ରେସ୍କ୍ରିପ୍ସନ୍ ଠାରୁ ଆରମ୍ଭ କରି ମେଡିକାଲ୍ ଟେଷ୍ଟ ରିପୋର୍ଟ ଆଦି ସମସ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ରହିବ। ସ୍ୱାଧିନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରୁଥିବା ବେଳେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। NDHM(ନ୍ୟାସ୍ନାଲ୍ ଡିଜିଟାଲ୍ ହେଲ୍ଥ ମିଶନ) ମଧ୍ୟମର ଏହି ସ୍ୱାସ୍ଥ୍ୟ କାର୍ଡ ଜାରି କରାଯିବ। ଏହି ଅଭିଯାନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି […]
ଢେଙ୍କାନାଳ: ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ଜଳମଗ୍ନ ହୋଇ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି। ଲୋକଙ୍କ ଘରେ ପାଣି ପଶିଯାଇଛି। ତୁହାକୁ ତୁହା ବର୍ଷା ଯୋଗୁଁ ବହୁ କଚ୍ଚା ଘର ଭୁଶୁଡ଼ି ପଡ଼ିଛି। କାମାକ୍ଷାନଗରରୁ ଭୁବନ ଯାଇଥିବା ରାସ୍ତାର ଡମଶାଳ ପୋଲ ବୁଡ଼ିଯାଇଛି। ଡମଶାଳ ପୋଲ ଉପରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବାରୁ ଭୁବନ-କାମାକ୍ଷାନଗର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଭୁବନ ବ୍ଲକ କୁନିନ୍ଦା ପଞ୍ଚାୟତର ଧନେଇ ପୋଲ ଉପରେ […]
ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ ଜିଲ୍ଲା। ଧାମନଗର ବ୍ଲକ ବେଶି ପ୍ରଭାବିତ ହୋଇଛି। ଏହି ବ୍ଲକ୍ ଓ ଏନ୍ଏସି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣି ଜମି ରହିଥିବାରୁ ଏନ୍ଏସି କାର୍ଯ୍ୟାଳୟରେ ପାଣି ପଶି ଯାଇ ବହୁ କାଗଜପତ୍ର ନଷ୍ଟ ହୋଇଛି। ବିଇଓଙ୍କ କାର୍ଯ୍ୟାଳୟ ମଧ୍ୟ ଜଳାର୍ଣ୍ଣବ ହୋଇଛି। ଧାମନଗର-ବିରୁହାଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ୪ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଛି। ସେହିପରି ବ୍ଲକ କାର୍ଯ୍ୟାଳୟରୁ […]
ଭୁବନେଶ୍ୱର: ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ। ଏ ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଯାଜପୁର ଜିଲ୍ଲା ପ୍ୟାରେଡ୍ ଅବସରରେ ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ। ଏ ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ କହିଛନ୍ତି। ନୂଆ ଯୋଜନାର ନାଁ ରହିବ ଶିକ୍ଷା ସଂପର୍କ ଯୋଜନା ରହିବ। ରାଜ୍ୟର ୬୦ ଲକ୍ଷ […]