ଡେରାଡୁନ୍: ଉତ୍ତରାଖଣ୍ଡର ରାମନଗରରେ ରହୁଥିବା ୧୨ ବର୍ଷର ସନ୍ନି ଏବେ ଲୋକମାନଙ୍କ ପାଇଁ ଉଦାହରଣ ପାଲଟିଛି। ବାହାଦୂର ସନ୍ନି ପାଣିରେ ଭାସିଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରି ଚର୍ଚ୍ଚାରେ ଆସିଛନ୍ତି। ଖବର ଅନୁଯାୟୀ, ଘଟଣାଟି ଗତ ରବିବାର ଦିନ ଘଟିଥିଲା। ଯୁବକ ଜଣଙ୍କ ବେକାରୀ ଥିବାରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ। ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଏନେଇ ସେ ରାମନଗରର କୋସି ବାଇପାସ୍ ବ୍ରିଜ୍ ଉପରେ ଚଢ଼ି ନଦୀକୁ ଡେଇଁ […]
ଭୁବନେଶ୍ୱର/ନୂଆଦିଲ୍ଲୀ: ମଣିପୁରରେ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସମେତ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦୁଇ ଦିନତଳେ ମଣିପୁର ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଥିଲା ବିରେନ୍ ସିଂ ସରକାର । ଗତ ଜୁନ୍ ୧୭ରେ ବିଜେପିର ୩, NPPର ୪, TMCର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବାରୁ ବିରେନ୍ ସିଂ ସରକାର ସଙ୍କଟରେ […]
ନୀଳଗିରି: ୧୨ ଘଣ୍ଟାର କସରତ ପରେ ଗିରଫ ହେଲା ଅଭିଯୁକ୍ତ। ବାଲେଶ୍ୱର ନୀଳଗିରି ନିଛନ୍ଦପୁର ଗାଁରୁ ଅଭିଯୁକ୍ତ ରାଜା ଦଲେଇକୁ ନିଜ ହେପାଜତକୁ ନେଲା ପୋଲିସ୍। ଗ୍ରାମବାସୀଙ୍କୁ ବୁଝାସୁଝା ପରେ ପୋଲିସ ଅଭିଯୁକ୍ତ ଓ ତାଙ୍କ ମାଆଙ୍କୁ ହେପାଜତକୁ ନେଇଛି। ଅଭିଯୁକ୍ତକୁ ନେଇ ନିଛନ୍ଦପୁର ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ବାରମ୍ବାର ଗଣ୍ଡଗୋଳ କରୁଥିବା ଯୁବକକୁ ନେଇ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଥିଲେ। ଏନେଇ ଯୁବକଙ୍କୁ ପାନେ ଦେବାକୁ ଘର ଆଗରେ ଅଡ଼ି ବସିଥିଲେ ଗ୍ରାମବାସୀ। ତେବେ ଘଟଣା […]
ଭୁବନେଶ୍ୱର: ଲେବାନନ ବିସ୍ଫୋରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସବୁ କଳ କାରଖାନାକୁ ଚିଠି ଲେଖିଛନ୍ତି ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର୍ ନିର୍ଦ୍ଦେଶକ। ଫ୍ୟାକ୍ଟ୍ରିର ନିରାପତ୍ତା ଓ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ କହିଛନ୍ତି। ଏଥିପାଇଁ କଣ ପ୍ରସ୍ତୁତି ରହିଛି, ତାହା ମଧ୍ୟ ସେ ଜଣାଇବାକୁ କହିଛନ୍ତି। ଫ୍ୟାକ୍ଟ୍ରିରେ କେତେ ବିସ୍ଫୋରକ ସାମଗ୍ରୀ ଅଛି, ଇନ୍ଧନ ଜାତୀୟ ସାମଗ୍ରୀ କେତେ ରହିଛି, ତାର ରିପୋର୍ଟ ମଧ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଗତ ୪ ତାରିଖରେ […]
ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ଚିହ୍ନଟରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଏହି ସୂଚନା ଦେଇଛନ୍ତି ଆରଏମ୍ଆର୍ସି ନିର୍ଦ୍ଦେଶିକା ସଂଘମିତ୍ର ପତି। ରାଜ୍ୟରେ କରୋନା ଟେଷ୍ଟିଂ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଏବେ ପ୍ରତିଦିନ ୫୦ ହଜାର ଟେଷ୍ଟ କରାଯିବ। ଗଂଜାମରେ ସେରୋସର୍ଭେ ରିପୋର୍ଟ ସରକାରଙ୍କୁ ଦିଆଯାଇଛି। ଗଂଜାମରେ ସଂକ୍ରମଣ ନିୟନ୍ତ୍ରଣରେ ଅଛି। ରାଜ୍ୟରେ ଅଧିକ ଟେଷ୍ଟିଂ କରାଯାଉଥିବାବେଳେ କମ ପଜିଟିଭ ଆସୁଛି, ଯାହା ରାଜ୍ୟ ପାଇଁ ଭଲ ସୂଚନା ବୋଲି ସେ ସୂଚନା ଦେଇଛନ୍ତି। […]
ରାଉଲକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାର ତଦନ୍ତ କରିବା ପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍। ଏହି ଘଟଣାରେ ସମ୍ପୃକ୍ତ ବହିଷ୍କୃତ ଥାନା ଅଧିକାରୀ ଓ ଡାକ୍ତରଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ। ଘଟଣାରେ ଆଉ କାହାର ହାତ ଅଛି କି ନାହିଁ,ଏ ନେଇ ମଧ୍ୟ ଖୋଳତାଡ଼ କରିପାରେ କ୍ରାଇମବ୍ରାଞ୍ଚ । ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀଙ୍କୁ ପୂର୍ବରୁ ଗିରଫ କରିଥିଲା […]
କଟକ: କଟକର କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ। ଦୁଇ ଅଭିଯୁକ୍ତ ହେଲେ ଡାନି ଓ ରନିଆ। କଟକର ଲାଲବାଗ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି। ଦୁଇ ଅପରାଧୀଙ୍କଠାରୁ ୨ଟି ବନ୍ଧୁକ, ୬୯ଟି ଗୁଳି, ୩ଟି ମ୍ୟାଗଜିନ ଜବତ ହୋଇଛି। ଏହି ଦୁଇ ଜଣ ଗିରଫ ହେବା ପରେ ଡି ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଥିବା ଜଣାପଡୁଛି। କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତରାତିରେ ଲାଲବାଗ ଥାନାରେ ଜଣେ ବ୍ୟକ୍ତି […]
ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ୪ ଜିଲ୍ଲା ଓ ରାଉରକେଲା ସହରରେ ସଟ୍ଡାଉନ କଟକଣାକୁ କିଛି ଘଣ୍ଟା ପାଇଁ କୋହଳ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- ଗଂଜାମ, ଖୋର୍ଦ୍ଧା, ଗଜପତି ଓ କଟକ। ଏହି ସହର ଓ ସହରଗୁଡ଼ିକରେ ଅଗଷ୍ଟ ୧୫ ତାରିଖ ଦିନ କିଛି ଘଣ୍ଟା କୋହଳ ରହିବ ସପ୍ତାହାନ୍ତ ସଟ୍ଡାଉନ। ନିଜ ଅଞ୍ଚଳରେ ପତାକା ଉତ୍ତୋଳନ ପାଇଁ ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ସର୍ତ୍ତମୂଳକ ଭାବେ ପତାକା ଉତ୍ତୋଳନ […]
ନୂଆଦିଲ୍ଲୀ: ଆଇପିଏଲର ୧୩ଶ ସଂସ୍କରଣ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଶକ୍ତ ଝଟକା ଲାଗିଛି। ଟିମର ଫିଲ୍ଡିଂ କୋଚ୍ ଦିଶାନ୍ତ ୟାଗନିକଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଏ ନେଇ ରାଜସ୍ଥାନ ରୟାଲ୍ସ ଟ୍ୱିଟ୍ କରି ସୂଚନା ଦେଇଛି। ରୟାଲ୍ସ ପକ୍ଷରୁ କୁହାଯାଇଛି, ଟିମର ଫିଲ୍ଡିଂ କୋଚ୍ ଦିଶାନ୍ତଙ୍କର କରୋନା ଟେଷ୍ଟ ପଜିଟିଭ ଆସିଛି। ରାଜସ୍ଥାନ ପକ୍ଷରୁ ଆହୁରି କୁହାଯାଇଛି, ବିସିସିଆଇ ଦ୍ୱାରା କରାଯାଉଥିବା ଦୁଇଟି ଟେଷ୍ଟ ବ୍ୟତୀତ ଆମେ ୟୁଏଇ ଯାଉଥିବା ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍ […]
କୋଝିକୋଡ଼: କେରଳ କୋଝିକୋଡ଼େ ବିମାନ ଦୁର୍ଘଟଣାରେ ଆହତ ୮୫ ଯାତ୍ରୀ ମେଡିକାଲରୁ ଡିସ୍ଚାର୍ଜ ହୋଇଛନ୍ତି। ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ୮୫ ଜଣଙ୍କୁ ଡିସ୍ଚାର୍ଜ କରାଯାଇଛି। ସମସ୍ତେ ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଅଗଷ୍ଟ ୭ ତାରିଖରେ କେରଳ କୋଝିକୋଡ଼େ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ଇଣ୍ଡିଆର IX-1344 ବିମାନ ଦୁବାଇରୁ ବନ୍ଦେ ଭାରତ ମିଶନରେ ୧୮୪ […]
ଯାଜପୁର: ଜମିବାଡ଼ି ବିବାଦରୁ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣା ସ୍ଥଳକୁ ଯାଇଥିବା ପୋଲିସ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଆକ୍ରାଣକାରୀ। ଟେକାପଥର ମାଡ଼ରେ ପୋଲିସ ପିସିଆର ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଥିବା ୨ଟି ବାଇକ୍ ମଧ୍ୟ ଜାଳି ଦେଇଛନ୍ତି। ପାଣିକୋଇଲି ଥାନା ଅମୃତିଆ ଗାଁରେ ଏଭଳି ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୪ଜଣଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ମଧ୍ୟ ଘଟଣାସ୍ଥଳରୁ ପଳାଇ ଆସିଥିବା ସୂଚନା ମିଳିଛି। ଅନ୍ୟପଟେ ଯାଜପୁର […]
ମୁମ୍ବାଇ: ଭାରତୀୟ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ମୁମ୍ବାଇର ଜଣେ କ୍ଲବ୍ କ୍ରିକେଟର୍ କରନ୍ ତିୱାରୀ ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ମଲାଡସ୍ଥିତ ନିଜ ଘରେ କରନଙ୍କ ମୃତଦେହ ମିଳିଛି। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ସିଲେକ୍ଟ ନହେବା କାରଣରୁ କରନ୍ ବହୁତ ଚିନ୍ତିତ ଥିଲେ। ଏହି କାରଣରୁ ହୁଏତ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ଉଠାଇଥିବା ତାଙ୍କ ବନ୍ଧୁ କହିଛନ୍ତି। କରନଙ୍କୁ ମୁମ୍ବାଇର ଜୁନିୟର୍ ଡେଲ୍ ଷ୍ଟେନ୍ (ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସ୍ ବୋଲର୍) […]
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ଆଜିର ନିଷ୍ପତ୍ତିରେ ମୋଟ ୨୦ଟି ପ୍ରସ୍ତାବ ମଂଜୁରୀ ପାଇଥିବା ମୁଖ୍ୟ ଶାସନ ସଚିବ ଆସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ୨୦୦୭ ଓ ୨୦୧୫ ଶିଳ୍ପନୀତି ଓ ଫ୍ୟାକ୍ଟ୍ରି ଆକ୍ଟ ୧୯୫୮ରେ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁସାରେ, କାରଖାନାରେ ଓଭର ଟାଇମ ବୃଦ୍ଧିକୁ କ୍ୟାବିନେଟ ମଂଜୁରୀ ମିଳିଛି। ୩ ମାସରେ […]
ଭୁବନେଶ୍ୱର: କୋଭିଡ୍ ମୁକାବିଲା କ୍ଷେତ୍ରରେ ପ୍ରକୃତରେ କେତେ ଖର୍ଚ୍ଚ ହୋଇଛି ? କେଉଁଠୁ କେତେ ଟଙ୍କା ଆସୁଛି ଏବଂ କେଉଁ କେଉଁ କ୍ଷେତ୍ରରେ ବିନିଯୋଗ ହୋଇଛି ? ତାହାର ତଥ୍ୟ ମାଗିଲେ ନା ତ ଗଣମାଧ୍ୟମକୁ ମିଳୁଛି ନା ସୂଚନା ଅଧିକାର କର୍ମୀଙ୍କୁ ସୂଚନା ଦିଆଯାଉଛି। ତେଣୁ ସନ୍ଦେହ ହେଉଛି, କରୋନା ମହାମାରୀକୁ ଏକ ଜରୁରୀକାଳୀନ ପରିସ୍ଥିତି ବୋଲି ଆଳ କରି ତଥ୍ୟକୁ ଲୁଚାଇ ରଖୁଛନ୍ତି କି ରାଜ୍ୟ ସରକାର ? ଫଳରେ ଗଣମାଧ୍ୟମ କି RTI […]
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଜି ଆଉ ୧୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮୭ ଜଣଙ୍କ ମଧ୍ୟରୁ ୧୦୪ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୩ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍ସି। ସେହିଭଳି ଜୟଦେବ ବିହାରର ଏକ ହୋଟେଲର ୧୮ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ଟି ଘରୋଇ ହସ୍ପିଟାଲରୁ ୬ ଜଣ ଲେଖାଏଁ ମୋଟ ୧୨ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। […]