ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ଗ୍ରାମରେ ଅଘଟଣ। ପୋଖରୀରେ ବୁଡି ୨ ନାବାଳକ ମୃତ। ମୃତକ ତୁଳଙ୍ଗ ଗ୍ରାମର ଆୟୁଷ ବିଶ୍ୱାଳ ଏବଂ ପ୍ରତ୍ୟୁଷ ବିଶ୍ୱାଳ। ସୂଚନା ଅନୁସାରେ ଉଭୟ ଆଜି ସକାଳେ ସାଇକେଲରେ କୋଚିଂ ସେଣ୍ଟର ଯାଇଥିଲେ। ତେବେ ମଧ୍ୟାହ୍ନ ସମୟରେ ନିକଟସ୍ଥ ଖୁନ୍ଦଳ ଗ୍ରାମର ପୋଖରୀରେ ଦୁଇ ନାବାଳକ ବୁଡି ଯାଇଥିବା ଖବର ପାଇ ପରିବାର ଓ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରି ପ୍ରଥମେ ଏରସମା […]
କାମାକ୍ଷାନଗର: କୋଭିଡ ମହାମାରୀ ସମୟରେ ସ୍କୁଲ, କଲେଜ ବନ୍ଦ ରହିଛି। ଏଭଳି ସମୟରେ ଘରେ ବସି ନରହି ଜଣେ ଯୁକ୍ତ ଦୁଇ ଛାତ୍ର ତିଆରି କରିପାରିଛନ୍ତି ଏକ ରୋବଟ୍, ଯାହାର ନାମ ସେ ରଖିଛନ୍ତି କୋଭିଡ ହେକ୍ସା ବିଟ୍ ରୋବଟ୍। ରୋବଟ୍କୁ ତିଆରି କରିଛନ୍ତି ଢେଙ୍କାନାଳ କାମାକ୍ଷାନଗର ମଢିସାହିର ବାସୁଦେବ ଓଝାଙ୍କ ପୁଅ ଦ୍ୱିତୀକୃଷ୍ଣ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଯାଏ। ନିଜର ଦୃଢ଼ ମନୋବଳ ସହ କିଛି ନୂଆ କରିବାର ଇଚ୍ଛା ମଣିଷକୁ ସଫଳତାର […]
ଢେଙ୍କାନାଳ: ପ୍ରାକୃତିକ ଉପାୟରେ ହେଉଁ କିମ୍ବା ମନୁଷ୍ୟକୃତ, ଧୀରେ ଧୀରେ ପ୍ରକୃତିର ଅନେକ ବିରଳ ପଶୁ,ପକ୍ଷୀ ଲୋପ ପାଇବାକୁ ବସିଲେଣି। ଏହି କ୍ରମରେ ଗତକାଲି ୫୦୦ରୁ ଅଧିକ ଗେଣ୍ଡାଳିଙ୍କ ମୃତ୍ୟୁ ହୋଇଛି। ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ଲଗାଣ ବର୍ଷାରେ ଗଛ ଉପୁଡ଼ିଯିବାରୁ ୫୦୦ରୁ ଅଧିକ ଗେଣ୍ଡାଳିଆଙ୍କ ମୃତ୍ୟୁ ହୋଇଛି। ବର୍ଷ ବର୍ଷ ଧରି ଏହି ଗଛରେ ହଜାର ହଜାର ଗେଣ୍ଡାଳିଆ ବସା କରିଥିଲେ। ଲଘୁଚାପ ପ୍ରଭାବରେ ଗତକାଲିଠୁ ଜିଲ୍ଲାରେ ହୋଇଥିବା ପ୍ରବଳ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୮୧, ଲୋକାଲ୍ କେସ୍ ୯୬ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ କେତେ:- IRC ଭିଲେଜ ଓ ସାମନ୍ତରାପୁରରୁ ୮ ଲେଖାଏଁ, ନୀଳାଦ୍ରି ବିହାର ଓ ଭିଏସ୍ଏସ୍ ନଗର ତାରିଣୀ ବସ୍ତିରୁ ୬ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଚାର୍ଯ୍ୟ ବିହାରର ଏକ ସରକାରୀ ଅଫିସର ୬ ଜଣ ଷ୍ଟାଫ୍ ଆକ୍ରାନ୍ତ […]
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ରରୁଆ ଠାରେ ଥିବା ଗୁଟଖା କମ୍ପାନୀ ଉପରେ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ୧ କୋଟି ୧୧ ହଜାର ଫାଇନ କରିଛି। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅଫିସ ଏବଂ ଗୋଦାମ ଉପରେ ରାଜ୍ୟ ଜିଏସ୍ ଟି ଏନ୍ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ଏହି ଫାଇନ ଲଗାଇଛି। ଲଗାତାର ଦୁଇ ଦିନ ଧରି ଏହି ଚଢ଼ାଉ କରାଯାଇଥିଲା। ଶ୍ରୀ ଉଦ୍ୟୋଗ, ଜଗନ୍ନାଥ ଟ୍ରେଡର,ଓମ୍ ଇଣ୍ଡଷ୍ଟ୍ରି ପରି ୪ଟି ସ୍ଥାନରେ ଜିଏସ୍ ଟି ଟିମ୍ […]
ଜଗତସିଂହପୁର: ଘରକୁ ଫେରୁଥିଲା ବେଳେ ପିଟିଦେଲା ପିକ୍ଅପ୍। ଚାଲିଗଲା ୨ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାରଦିଆ ନିକଟରେ। ଉଭୟ ଏକ ବାଇକରେ ବାଲିକୁଦାରୁ ଘରକୁ ଫେରୁଥିବା ବେଳେ ନାରଦିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭ୍ୟାନରେ ପିଟି ହୋଇ ଯାଇଥିଲେ। ଖବର ପାଇ ବାଲିକୁଦା ଅଗ୍ନିଶମ ସେବା କର୍ମଚାରୀ ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ବାଲିକୁଦା ମେଡିକାଲ ନେଇଥିଲେ। ସେଠାରେ […]
ଭୁବନେଶ୍ୱର: ରାଜ୍ୟରେ ୨ଟି ନୂଆ ଶାଖା ସହିତ ୨୮ଟି ଡିଷ୍ଟ୍ରିକ୍ଟ ସେଲସ୍ ହବ୍ ଓ ୫୧ଟି ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଗ୍ରାମାଞ୍ଚଳ ଓ ସେମି ଅର୍ବାନ ଏରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ କ୍ଷୁଦ୍ର ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେବାଲାଗି ଏସ୍ବିଆଇ ଏହା ଖୋଲିଛି। ରାଜ୍ୟର ଅପହଞ୍ଚ ଅଂଚଳରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ୪ ହଜାର ୪୩୫ଟି ଗ୍ରାହକ ସେବା କେନ୍ଦ୍ର ରହିଛି। ୫୧ଟି ନୂଆ ଗ୍ରାହକ […]
ଫୁଲବାଣୀ: ନଦୀ ପାର ହୋଇ ପତାକା ଉତ୍ତୋଳନ କଲେ ପ୍ରଧାନଶିକ୍ଷକ। ଭରା ନଦୀରେ ପଶି, ଜୀବନକୁ ବାଜି ଲଗାଇ ସ୍କୁଲରେ ପହଞ୍ଚିଥିଲେ। ଆଜି ଏପରି କିଛି ଘଟଣା ଘଟିଛି କନ୍ଧମାଳ ଗୁଞ୍ଜିବାଡ଼ି ପଞ୍ଚାୟତ ବଗାଡ଼ି ଗାଁରେ। ଗାଁ ପ୍ରଧାନଶିକ୍ଷକ ଲାଲୁ କୁମାର ମଲ୍ଲିକ ବଗାଡ଼ି ନଦୀ ପାର କରି ସ୍କୁଲକୁ ପହଞ୍ଚିଥିଲେ। ନଦୀର ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ପାଇଁ ଦଉଡ଼ିର ସାହାଯ୍ୟ ନେଇଥିଲେ। ଆଜି ନୁହେଁ ଗଲା ୧୦ ବର୍ଷ ଧରି ଏପରି ନଦୀ […]
ନୂଆଦିଲ୍ଲୀ: ନାନା କଳ୍ପନା ଜଳ୍ପନାରୁ ଶେଷରେ ପରଦା ଉଠିଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ। ଇନ୍ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଲେ ଟିମ୍ ଇଣ୍ଡିଆର କ୍ୟାପଟେନ୍ କୁଲ। ଆଜି ସ୍ୱାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲ୍ବିଦା କହିଲେ ମାହି। ଇନ୍ଷ୍ଟା ପୋଷ୍ଟରେ ସେ ଲେଖିଛନ୍ତି ” ଆପଣଙ୍କ ସମର୍ଥନ ଓ ଭଲପାଇବା ପାଇଁ ବହୁତ ବହୁତ ଧନ୍ୟବାଦ।” ତେବେ ସେ କେଉଁ ଫର୍ମାଟ୍ରୁ ଅବସର […]
ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ପରେ କ୍ରିକେଟର୍ ସୁରେଶ ରାଇନା ମଧ୍ୟ ଅନ୍ତର୍ଜାତୀ କ୍ରିକେଟ୍ରୁ ସନ୍ୟାସ ଘୋଷଣା କରିଛନ୍ତି। ଆଜି ସ୍ୱାଧିନତା ଦିବସରେ ଦୁଇ ଦୁଇ ଜଣ ମହାନ କ୍ରିକେଟ୍ ଖେଳାଳି ଅନ୍ତର୍ଜାତୀୟ କ୍ରିକଟେରୁ ଅବସର ନେଇଛନ୍ତି। ରାଇନା ଅବସର ନେଲାବେଳେ ତାଙ୍କର ଅଗଣିତ ଫ୍ୟାନ୍ ଓ କ୍ରିକେଟ୍ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୧ ବିଶ୍ୱକପ୍ ବିଜୟୀ ଟିମ୍ ଇଣ୍ଡିଆରେ ରାଇନା ଧୋନିଙ୍କ ନେତୃତ୍ୱରେ ଖେଳିଥିଲେ। ସେ ମୋଟ ୧୮ଟି ଟେଷ୍ଟ, ୨୨୬ଟି ଦିନିକିଆ ଓ ୭୮ […]
ବଲାଙ୍ଗିର: କ୍ଷମତା ଅପବ୍ୟବହାର ଅଭିଯୋଗରେ ସରପଞ୍ଚ ଗିରଫ। ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡା ଗିରଫ। ଉଭୟଙ୍କୁ ଲୋଇସିଂହା ଥାନା ପୋଲିସ ଗିରଫ କରିଛି। ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରିଥିଲେ ସରପଞ୍ଚ। କାହାରି ନିର୍ଦ୍ଦେଶ ନାହିଁ, ହେଲେ ହାତରେ ଜିଲ୍ଲାପାଳ କ୍ଷମତା ଥିବାରୁ ଗତ ୧୧ରେ ଭାଙ୍ଗି ଦେଇଥିଲେ ଛଅ ଛଅଟି ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ। ବୁଲଡୋଜର ଲଗାଇ ମାଟିରେ ମିଶାଇ ଦେଲେ ୬ ଅସହାୟ ନିରାଶ୍ରୟ ପରିବାରର ସବୁ ଆଶା, ସବୁ […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର୍ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ୍ର(DDCA) ଉପ-ସଭାପତି ଚେତନ ଚୌହାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି। ସେ ଜୁଲାଇ ମାସରେ କରୋନା ଆକ୍ରାନ୍ତ ହୋଇଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ବେଳେ ତାଙ୍କ ବୃକକରେ ସଂକ୍ରମଣ ହୋଇଥିଲା। ତା ସହିତ ରକ୍ତଚାପ ଜନିତ ସମସ୍ୟା ଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଛି। ଚେତନ କରୋନା ପଜିଟିଭ୍ ହେବା ପରେ ତାଙ୍କୁ […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟର୍ ସବୁଠୁ ସଫଳ ଅଧିନାୟକ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି। ଆଜି ଏନେଇ ନିଜ ଇନଷ୍ଟାଗ୍ରାମ ପେଜ୍ରେ ବିଧିବଦ୍ଧ ଭାବେ ଘୋଷଣା କଲେ ଧୋନି। ଆଜି ସଂଧ୍ୟା ୭ଟା ୨୯ରେ ସେ ନିଜ ପ୍ରଶଂସକ, ବନ୍ଧୁ ପରିଜନଙ୍କୁ ଧନ୍ୟବାଦ୍ ଜଣାଇବା ସହ ଅବସର ନେବା ନେଇ ଘୋଷଣା କରିଛନ୍ତି। ୨୦୧୯ ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ ପରଠୁ କୌଣସି ମ୍ୟାଚ୍ ଖେଳିନଥିଲେ ଧୋନି। ଗତ କିଛି ଦିନ […]
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୧୫୨୧ କରୋନା ଆକ୍ରାନ୍ତ। ରାଜ୍ୟରେ ଏବେସୁଦ୍ଧା କରୋନାରୁ ୪୦,୭୨୬ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୩୧, କଟକରୁ ୧୬୬, ରାୟଗଡ଼ାରୁ ୯୩, ସୁନ୍ଦରଗଡ଼ରୁ ୮୯, ପୁରୀରୁ ୮୦, କଳାହାଣ୍ଡିରୁ ୭୭, ବାଲେଶ୍ୱର- ୬୧, ନୟାଗଡ଼ରୁ ୫୬, ଗଜପତି ଓ ସମ୍ବଲପୁରରୁ ୫୪ […]
ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗତକାଲି ସ୍ୱାଧୀନତା ଦିବସ ଅବସରରେ କୋର୍ଟ ପରିସରରେ ଆୟୋଜିତ ଉତ୍ସବରେ ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି(୫୯) ଯୋଗ ଦେଇଥିଲେ। ଏହି ଉତ୍ସବରେ ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ବିଚାରପତି, ଜୁଡିସିଆଲ୍ ଅଫିସର ଓ ପାଖାପାଖି ୧୦୦ଜଣ ଆଇନଜୀବୀ ଏହି ଉତ୍ସବରେ ଉପସ୍ଥିତ ଥିଲେ। […]
ଭୁବନେଶ୍ୱର: ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ନୂଆପଡା, ବରଗଡ଼, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ ଓ ସମ୍ବଲପୁର। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୭ ତାରିଖ ଆଡ଼କୁ ବର୍ଷା କମିବା ନେଇ ଆଞ୍ଚଳିକ […]
ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ପାଙ୍ଗମ, ପୋଟେରୁ, କୋଙ୍କରକୋଣ୍ଡା, MV-୩୭ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଅନ୍ୟାନ୍ୟ ପୋଲ ଓ ରାସ୍ତା ଉପରେ ମଧ୍ୟ ୪ରୁ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରିରୁ ଜୟପୁର, ବାଲିମେଳା ଓ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତକାଲି କାଙ୍କରକୋଣ୍ଡା ନଦୀ ଉପରେ ବ୍ରିଜ୍ ଅତିକ୍ରମ କରିବା ବେଳେ ବନ୍ୟା […]
ନୀଳଗିରି: ଭୋଜି ଖାଇ ୩୫ରୁ ଅଧିକ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ତୋଟାପଡ଼ା ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ତୋଟାପଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା। ଏହି ଭୋଜି ଖାଇ ୩୫ରୁ ଅଧିକ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା ଓ ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁ ଅଛନ୍ତି। ଭୋଜି ଖାଇ ଅସୁସ୍ଥ ହୋଇଥିବା କିଛି ଲୋକଙ୍କୁ ନୀଳଗିରି ମେଡିକାଲରେ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇନଥିବା ଅଭିଯୋଗ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି- ସୁଶାନ୍ତଙ୍କ ମୃତ୍ୟୁ ସମୟ ଅର୍ଥାତ୍ କେଉଁ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା, ତାହା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ନାହିଁ। ଏହି କଥା ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ ଶନିବାର କହିଛନ୍ତି। ଏହି ଘଟଣା ଏବେ ସାମ୍ନାକୁ ଆସିବା […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ତଥା ଆମେରିକାର ପ୍ରତିଷ୍ଠିତ ବ୍ୟବସାୟୀ ରୋବର୍ଟ ଟ୍ରମ୍ପଙ୍କ ଦେହାନ୍ତ ହୋଇଛି। ନ୍ୟୁୟର୍କର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରୋବର୍ଟ। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ରୋବର୍ଟଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ନେଇ ହ୍ୱାଇଟ୍ ହାଉସ୍ ସୂଚନା ଦେବା ପରେ ଭାଇକୁ ଭେଟିବାକୁ ଶୁକ୍ରାବର ନ୍ୟୁୟର୍କ ସିଟି ହସ୍ପିଟାଲ୍କୁ ଯାଇଥିଲେ […]
ଭୁବନେଶ୍ୱର: ଓଡ଼ିଶାରେ ୨,୯୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ୨,୯୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୧୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୧୦୯ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୪୮୮ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ଓ ଗଞ୍ଜାମରୁ ୨ଜଣ ଲେଖାଏ, ଭଦ୍ରକ, ବଲାଙ୍ଗିର, କଟକ,ଯାଜପୁର, କନ୍ଧମାଳ ଓ ସୋନପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of Ten #COVID19 positive patients while under treatment in hospitals. 1. […]