• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

jia-khan
ମହେଶ ଭଟ୍ଟଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଜିଆ ଖାନଙ୍କ ମା'

ମୁମ୍ବାଇ: ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଦିବଙ୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା’ ରାବିଆ ଖାନ୍। ସେ କହିଛନ୍ତି, ଜିଆଙ୍କ ଅନ୍ତିମ କ୍ରିୟା ବେଳେ ମହେଶ ଭଟ୍ଟ ତାଙ୍କୁ ଚୁପ୍‌ ରହିବାକୁ ଧମକାଇ ଥିଲେ। କହିଥିଲେ, ଚୁପ୍ ନ ରହିଲେ ତୁମକୁ ବି ଏଇଭଳି ଶୁଆଇ ଦେବୁ। ଏହି ସାକ୍ଷାତ୍‌କାରରେ ରବିଆ ଖାନ ବଲିଉଡ୍‌ ମାଫିଆଙ୍କ କଥା ବି କହିଛନ୍ତି। ଜିଆଙ୍କ ହତ୍ୟା ଘଟଣାରେ […]

sushant
ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ ବଲିଉଡ୍ କଳାକାର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଏବେ ତୀବ୍ରତର ହେବାରେ ଲାଗିଛି। ବିଶେଷକରି କିଛି ବଲିଉଡ୍ ଅଭିନେତା ଓ ଅଭିନେତ୍ରୀ ସୁଶାନ୍ତଙ୍କ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ପରିଣିତି ଚୋପ୍ରା, ବରୁଣ ଧାୱନ, ସୁରଜ ପଞ୍ଚୋଲି ଏବଂ କୃତି ସାନୋନ୍‌ ସୁଶାନ୍ତଙ୍କ ପରିବାରକୁ ସମର୍ଥନ ଓ ନ୍ୟାୟ ପ୍ରଦାନ ପାଇଁ ଇନଷ୍ଟାଗ୍ରାମରେ ନିଜ ମତ ଦେଇଛନ୍ତି। ଅନ୍ୟପଟେ ସୁଶାନ୍ତଙ୍କ ଉଭଣୀ ଶ୍ୱେତା ସିଂ କ୍ରିତି ନ୍ୟାୟ ପାଇଁ ଅଗଷ୍ଟ […]

74i
ସ୍ୱାଧୀନତା ଦିବସ ପାଇଁ ଫୁଲଡ୍ରେସ ରିହରସଲ ଶେଷ

ଭୁବନେଶ୍ୱର: ଆସନ୍ତାକାଲି ସ୍ୱାଧୀନତା ଦିବସ। ସାରା ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରିବ। ତେବେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବେ ପାଳନ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଞ୍ଚିଛି। ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ରାଜଧାନୀର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ। ଏଥିପାଇଁ ଗତକାଲି ଫୁଲଡ୍ରେସ ରିହରସଲ ଶେଷ ହୋଇଛିl ପରେଡରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ […]

main-chora
ଗାଡ଼ି ଚୋରି ରାକେଟର ମାଷ୍ଟରମାଇଣ୍ଡ ଇଂଜିନିୟରିଂ ଛାତ୍ର ଗିରଫ

କେନ୍ଦ୍ରାପଡା: ଗାଡି ଚୋରି ରାକେଟ ଗ୍ୟାଙ୍ଗର ପର୍ଦ୍ଦାଫାସ। CCTV ସହାୟତାରେ କେନ୍ଦ୍ରାପଡା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ୨୫ଟି ବାଇକ୍ ଜବତ କରିବା ସହ ୫ ଜଣକୁ ଧରିଛି ପୋଲିସ।  ଏହି ଗାଡ଼ି ଚୋରି ରାକେଟର ମାଷ୍ଟରମାଇଣ୍ଡ ଜଣେ ଇଂଜିନିୟରିଂ ଛାତ୍ର। ସୂଚନା ଅନୁସାରେ କେନ୍ଦ୍ରାପଡା ଟାଉନ ଓ ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଏମାନେ ଗାଡ଼ି ଚୋରି କରିଥିବା କେନ୍ଦ୍ରାପଡା ଏସ୍‌ପି ସୂଚନା ଦେଇଛନ୍ତି। ମାଷ୍ଟର ଚାବି ମାଧ୍ୟମରେ B tech ଛାତ୍ର ଅଭିଜିତ […]

rto
ଖୋଲିବ ଆରଟିଓ ଅଫିସ୍

ଭୁବନେଶ୍ୱର : ରାଜ୍ୟରେ RTOରେ ଚାଲିବ କାମ। ରାଜ୍ୟର ସମସ୍ତ RTO ଅଫିସ୍‌ରେ କାମ ଚାଲୁ ପାଇଁ ନିର୍ଦ୍ଦେଶ ହୋଇଛି। ଅନୁମତି ପ୍ରାପ୍ତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ନିର୍ଦ୍ଦେଶନାମା ଜାରି କଲେ ପରିବହନ କମିଶନର। ନିର୍ଦ୍ଦେଶ ସଂପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ଦେଇ କହିଛନ୍ତି  ଯେ ରେଜିଷ୍ଟ୍ରେସନ ନବୀକରଣ ଓ ମାଲିକାନା ପରିବର୍ତ୍ତନ କରାଯାଇପାରିବ। ଏହି ଦୁଇ କାର୍ଯ୍ୟ ପାଇଁ ଆସୁଥିବା ଉପଭୋକ୍ତାଙ୍କୁ ଅନୁମତି ମିଳିବ। ଡିଏଲ୍ କିମ୍ବା […]

AMIT-SHAH
କରୋନାରୁ ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି “ ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଏଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋର ସମସ୍ତ ହିତାକାଂକ୍ଷୀ, ଯେଉଁମାନେ ମୋ ଆରୋଗ୍ୟ କାମନା କରିଥିଲେ ସେମାନଙ୍କୁ ହୃଦୟରୁ ଧନ୍ୟାବାଦ ଜଣାଉଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଆଉ କିଛି ଦିନ […]

bapa
ଜୀବନ ନେଲା ଜନ୍ମଦାତା

ବାଲେଶ୍ୱର: ବାପା ନା ସୈତାନ୍! ନିଜ ଦେଢ଼ ମାସର ଶିଶୁ ପୁଅକୁ ବାପା କଚାଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର କସିମିଳାରେ ଘଟିଛି ଏଭଳି କିଛି ଲୋମହର୍ଷଣକାରୀ ଘଟଣା। ସ୍ଥାନୀୟ ଅଞ୍ଚଳର ପ୍ରଭାତ କୁମାର ବାଇ ନାମକ ବ୍ୟକ୍ତି ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ସହ କୌଣସି କାରଣରୁ ଝଗଡ଼ା ହୋଇଥିଲା। ତେବେ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ ପଠାକୁ ସ୍ତ୍ରୀକୁ ନେଇ ଶିଶୁପୁତ୍ରକୁ କଚାଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି […]

sp-subramanyam
ବିଗିଡ଼ିଲା ଏସ୍‌ପି ବାଲାସୁବ୍ରମଣ୍ୟମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା; ICUରେ ଭର୍ତ୍ତି

ଚେନ୍ନାଇ: ଗୋଟିଏ ପଟେ ଗୃହମନ୍ତ୍ରୀ କରୋନାରୁ ସୁସ୍ଥ ହୋଇଥିବା ବେଳେ ଅନ୍ୟପଟେ ଭେଟେରାନ୍‌ ସିଙ୍ଗର ଏସ୍‌ପି ବାଲାସୁବ୍ରମଣ୍ୟମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ଏହାପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୫ ତାରିଖରେ ସେ କରୋନା ପଜିଟିଭ୍ ହେବା ପରେ ତାଙ୍କୁ ଚେନ୍ନାଇର MGM ହେଲ୍‌ଥ କେୟାର୍‌ରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ନେଇ ହସ୍‌ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ […]

rajstan
ଆସ୍ଥା ଭୋଟ୍ ଜିତିଲେ ରାଜସ୍ଥାନ ସରକାର

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୀତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆସ୍ଥା ଭୋଟ୍ ଜିତିଛନ୍ତି। ଶୁକ୍ରବାର ସରକାରଙ୍କ ପକ୍ଷରୁ ବିଧାନସଭାରେ ଆସ୍ଥା ଭୋଟ୍ କରାଯାଇଥିଲା, ଯେଉଁଥିରେ ଗେହଲଟଙ୍କ ସରକାର ବାଜିମାତ୍ କରିଛନ୍ତି। ଆସ୍ଥା ଭୋଟ୍ ଜିତିବା ପରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ଏବେ ରାଜସ୍ଥାନରେ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ କରାଯାଇଛି। ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ ୧୨୩ ଖଣ୍ଡ ଭୋଟ୍ ଯାଇଥିବା ବେଳେ ବିରୋଧରେ ଖାତାକୁ […]

bridge
ଭୁବନେଶ୍ୱରରୁ ୨୪୭ କରୋନା ପଜିଟିଭ ଚିହ୍ନଟ, ୯୯ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪୭ ମଧ୍ୟରୁ ୧୪୮ କ୍ୱାରେଣ୍ଟିନ ଏବଂ ୯୯ ଲୋକାଲ କେସ୍ ରହିଛି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ କେତେ:- ୟୁନିଟ-୬ ଅଞ୍ଚଳରୁ ୧୧, ଶୁକ ବିହାର ଅଞ୍ଚଳରୁ ୧୧, ବମିଖାଲରୁ ୮, ନୟାପଲ୍ଲୀର ଏକ ହୋଟେଲର ୬ କର୍ମଚାରୀ ଚିହ୍ନଟ ହୋଇଛନ୍ତି। Update on newly detected & cured #COVID19 cases in […]

sushant-sing
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଆଉ ଏକ ଭିଡିଓ

ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଭଉଣୀ ପ୍ରିୟଙ୍କା ଏବଂ ଭିଣୋଇ ସିଦ୍ଧାର୍ଥ ତନୱାର୍‌ ସୁଶାନ୍ତଙ୍କର ଜଣେ ଷ୍ଟାଫ୍‌ଙ୍କୁ ଟଙ୍କା ଟ୍ରାନ୍ସଫର ନେଇ ଧମକାଉଥିବାର ଦେଖାଯାଉଛି। ଏହି ଷ୍ଟାଫ୍‌ ଜଣକ ହେଲେ ରଜତ ମେୱାତି। ସେ ସୁଶାନ୍ତଙ୍କର ବ୍ୟାଙ୍କ୍ ଆକାଉଣ୍ଟ ହ୍ୟାଣ୍ଡେଲ୍ କରୁଥିଲେ। ମନିଲଣ୍ଡରିଂ(ଆର୍ଥିକ ହେର୍‌ଫେର୍‌) ମାମଲାରେ ଇଡି ରିୟା ଚକ୍ରବର୍ତ୍ତି, ତାଙ୍କ ପରିବାର ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ପ୍ରମାଣ ଖୋଜୁଥିବା ବେଳେ ଏଭଳି […]

birds
ସୀମାରୁ ମିଳିଲା ୧୫ଲକ୍ଷ ଟଙ୍କାର ବିରଳ ପ୍ରଜାତିର ପକ୍ଷୀ!

ଢାକା: ବାଂଲାଦେଶ ସୀମାରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ସୀମାରେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ବିଏସଏଫ୍ କର୍ମଚାରୀ ଖବର ପାଇ ସେଠାରେ ପହଞ୍ଚିଥିଲେ। ଯାହା ପରେ ସେମାନେ ଦେଖିବାକୁ ପାଇଲେ ଯେ ସେଠାରେ ଉପସ୍ଥିତ ଥିବା ସନ୍ଦିଗ୍ଧ ଲୋକମାନେ ଏକ ପଞ୍ଜୁରୀକୁ ଫୋପାଡ଼ି ଦେଇ ପଳାଇ ଯାଇଛନ୍ତି। ସେହି ପଞ୍ଜୁରୀରେ ବିରଳ ଟୁକନ୍‌ ପକ୍ଷୀଙ୍କ ଯୋଡ଼ା ରହିଥିଲା। ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା କୁହାଯାଉଛି। ଏହା ଏକ ବିରଳ ପ୍ରଜାତିର ପକ୍ଷୀ। ଯାହା ମଧ୍ୟ […]

corona
କରୋନା ରୋଗୀଙ୍କ ଖର୍ଚ୍ଚ ଦିନକୁ ୧୮ ହଜାର !

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ସଂପର୍କରେ ସୂଚନା ଦେଲେ ସରକାର। ରୋଗୀ ପିଛା ଦୈନିକ କେତେ ଖର୍ଚ୍ଚ ହେଉଛି ସେନେଇ ସୂଚନା ଦେଇଛନ୍ତି। ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ କେତେ ଟଙ୍କା ଦିଆଯିବ ତାର ସୂଚନା ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ, କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS ଚିଠି କରିଛନ୍ତି। DCHC/DCHରେ ବେଡ୍ ଖର୍ଚ୍ଚ ଦିନକୁ ୧୨ଶହରୁ ୩ ହଜାର ଟଙ୍କା। DCHC/DCHରେ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଦୈନିକ ୧୭୫୦ ଟଙ୍କା। DCHରେ ICU ପାଇଁ […]

granny
'ଆଁଖ ମାରେ' ଗୀତରେ ଧମାଲ୍ କଲେ ୯୩ ବର୍ଷୀୟା ଜେଜେମା

କୋଲକାତା: ବୟସ ୯୩, ତଥାପି ମନ କି ଶରୀର ଥକି ନାହିଁ। ଏହି ବୟସରେ ଯେଉଁଠି ଛିଡ଼ା ହେବା ତ ଦୂରର କଥା, ସେଇଠି ଡାନ୍ସ କରିବା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଅଦ୍ଭୁତ କଥା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହଁ, ଏହା ସତ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତାରେ। ୯୩ ବର୍ଷୀୟା ଜେଜେମା ନିଜର ଜନ୍ମଦିନରେ ଜବରଦସ୍ତ ଡାନ୍ସ କରିଛନ୍ତି, ଯାହାର ଭିଡିଓକୁ ଫେସବୁକରେ ପୋଷ୍ଟ କରିଛନ୍ତି ତାଙ୍କ ପରିବାର। ଭିଡିଓରେ ଦେଖିବାକୁ […]

ramnath-kovind
'ଏବର୍ଷ ଧୁମ୍‌ଧାମ୍‌ରେ ହେବନି ସ୍ୱାଧୀନତା ଦିବସ'

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶବାସୀଙ୍କୁ ବାର୍ତ୍ତା ଦେଇ ରାଷ୍ଟ୍ରପତି କହିଛନ୍ତି, କରୋନା ପାଇଁ ଆମ ସମସ୍ତଙ୍କର ଜୀବନଧାରା ବଦଳିଯାଇଛି। ତେଣୁ ଏବର୍ଷ ସ୍ୱାଧୀନତା ଦିବସ ଧୁମଧାମରେ ପାଳନ ହେବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ପାଇଁ କିଛି କଡ଼ା ପଦକ୍ଷେପ ନେଇଛନ୍ତି, ଯେଉଁଥି ପାଇଁ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିଛି। ଭାରତର […]

corona-go
ଗଞ୍ଜାମରେ କମୁଛି କରୋନା ସଂକ୍ରମଣ, ଏବେ ଖୋର୍ଦ୍ଧା ଚିନ୍ତାର କାରଣ

ଭୁବନେଶ୍ୱର: ଓଡ଼ିଶାରେ କରୋନାରେ କେନ୍ଦ୍ରସ୍ଥଳ ପାଲଟିଥିବା ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି କରୋନା ସ୍ଥିତି। ରାଜ୍ୟ ସରକାରଙ୍କ ଫୋକସ ଗଞ୍ଜାମ ଥିଓରୀ, ଜିଲ୍ଲା ପ୍ରଶାସନର ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଏବଂ ଜିଲ୍ଲାବାସୀଙ୍କ ସଚେତନତା ପାଇଁ ସଂକ୍ରମଣରେ ହାର କମିବାରେ ଲାଗିଛି। ତଥ୍ୟ ଅନୁସାରେ ଗତ ଜୁଲାଇ ଶେଷ ସପ୍ତାହରୁ କୋଭିଡ୍ ମହାମାରୀ ଜିଲ୍ଲାରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବାରୁ ଏହା ସାରା ରାଜ୍ୟ ପାଇଁ ଆଶ୍ୱାସନା ଆଣିଛି। ଏପଟେ ଗଞ୍ଜାମରେ କମୁଥିଲା ବେଳେ ଖୋର୍ଦ୍ଧାରେ ସଂକ୍ରମଣର ହାର ବଢ଼ିବା ସହ […]

ghara
ଘର ତିଆରି ଲାଗି ସାରା ରାଜ୍ୟରେ ଗୋଟିଏ ନିୟମ

ଭୁବନେଶ୍ୱର: ଘର ତିଆରି ଲାଗି ଏବେ ସାରା ରାଜ୍ୟ ପାଇଁ ଗୋଟିଏ ନିୟମ ଯେ, କୌଣସି ଜିଲ୍ଲା ବା ସହର ହେଉ, ଏକକ ନିୟମ ଅନୁସାରେ ଘର ନିର୍ମାଣ କରାଯିବ। ତାସହିତ ୨୦୧୫ ଆଇନରେ ଥିବା ନିୟମକୁ ଅନେକାଂଶରେ କୋହଳ କରିଛନ୍ତି ରାଜ୍ୟ ସରକାର। ଯାହାକି ବହୁତଳ ଅଟ୍ଟାଳିକା ନିର୍ମାଣକୁ ପ୍ରୋତ୍ସାହିତ କରିବ। ଆଗରୁ ୪ ମହଲା ବିଲଡିଂକୁ ଆପାର୍ଟମେଣ୍ଟ କୁହାଯାଉଥିଲା। ଏଥିପାଇଁ ପ୍ଲାଟ ସାଇଜ୍ ଅତି କମ୍‌ରେ ୫ଶହ ବର୍ଗ ମିଟର ହେବା ଆବଶ୍ୟକ ଥିଲା […]

pari-sharma
ଧୋନିଙ୍କୁ ଟକ୍କର ଦେଲେ ୭ ବର୍ଷୀୟା କୁନି ଝିଅ! ମାରିଲେ ଜବରଦସ୍ତ ହେଲିକପ୍ଟର ଶଟ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ନିଜର ହେଲିକପ୍ଟର ଶଟ୍ ପାଇଁ ଖୁବ୍ ପରିଚିତ। ଧୋନିଙ୍କର ଏହି ଚିରାଚରିତ ଶଟ୍ ମାରିବାକୁ ଅନେକ କ୍ରିକେଟର ପ୍ରୟାସ କରୁଛନ୍ତି। ତେଣିକି ସେ ହାର୍ଦ୍ଦିକ ପାଣ୍ଡ୍ୟା ହୁଅନ୍ତୁ କି ରାଶିଦ୍ ଖାନ୍, ସମସ୍ତେ ହେଲିକପ୍ଟର ଶଟ୍ ମାରିବା ପାଇଁ ପ୍ରାକ୍ଟିସ୍ କରିସାରିଛନ୍ତି। କିନ୍ତୁ ଏବେ ଧୋନିଙ୍କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଣେ ୭ ବର୍ଷୀୟା କୁନି ଝିଅ। Thursday Thunderbolt…our very own […]

satish
ସତୀଶ ଗଜଭିୟେ ହେଲେ ଟ୍ରାଫିକ ଟ୍ରେନିଂ ଇନଷ୍ଟିଚ୍ୟୁଟ ଅଧ୍ୟକ୍ଷ

ଭୁବନେଶ୍ୱର:IPS ସ୍ତରରେ ଛୋଟ ଅଦଳବଦଳ। IPS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, କ୍ରାଇମବ୍ରାଞ୍ଚ ଆଇଜି ତଥା ୧୯୯୯ ବ୍ୟାଚ୍ ଆଇପିଏସ୍ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି। ସେହିପରି କମ୍ପ୍ୟୁଟର ଏସପି ୨୦୦୨ ବ୍ୟାଚ୍ ଗଜଭିୟେ ଏସକେ ଈଶ୍ୱରଦାସଙ୍କୁ ଅର୍ବାନ ପୁଲିସ୍ ଆଣ୍ଡ ଟ୍ରାଫିକ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର ପ୍ରିନ୍ସିପାଲ, କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଏସପି ତଥା ଓପିଏସ୍ ମନୋଜ କୁମାର ମହାନ୍ତଙ୍କୁ […]