• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

432343234
ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ରବୀନ୍ଦ୍ରଙ୍କ ସମର୍ଥକ

ବାଲେଶ୍ୱର: ରାଜ୍ୟରେ ଦୁଇଟି ସ୍ଥାନରେ ଉପ ନିର୍ବାଚନ ପାଇଁ  ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ିବେ। ସେହିପରି ବାଲେଶ୍ୱର ଆସନ ପାଇଁ ବିଜେପି ସ୍ୱର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ, ବିଜେଡି ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି। ସେହିପରି ତିର୍ତ୍ତୋଲ ଆସନ ପାଇଁ ବିଜେପି ରାଜକିଶୋର ବେହେରା ଓ ବିଜେଡି ବିଜୟ ଶଙ୍କର […]

tirtol
ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଶେଷ, ଏବେ ଅପେକ୍ଷା ଲଢ଼େଇକୁ...

ନୂଆଦିଲ୍ଲୀ: ଉପ ନିର୍ବାଚନ ପାଇଁ ଯୋଦ୍ଧା ତୟାର, ମଇଦାନ ପ୍ରସ୍ତୁତ । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ିବେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଉଭୟଙ୍କୁ ଦଳ ଟିକେଟ୍ ଦେଇଛି। ବାଲେଶ୍ୱର ଆସନ ପାଇଁ ବିଜେପି ସ୍ୱର୍ଗତ ମଦନମୋହନ […]

rain
ଗଭୀର ଅବପାତ ରୂପ ନେଲା ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସକାଳୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି ୫ଟି ଜିଲ୍ଲା ହେଉଛି- କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା। ଡିପ୍ ଡିପ୍ରେସନ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଗତକାଲିଠାରୁ ବର୍ଷା ଲାଗି ରହିଥିବା ବେଳେ ଆଜି […]

pythos
ସହର ଭିତରୁ ଅଜଗର ଉଦ୍ଧାର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଜନବସତି ଅଞ୍ଚଳରୁ ଉଦ୍ଧାର ହେଲା ଅଜଗର। ବଲାଙ୍ଗିର ସହର ଶିବମନ୍ଦିର ଛକ ପି.ଆର ହାଇସ୍କୁଲ ନିକଟରେ ଥିବା ଗଛରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ସାପଟିକୁ ଗଛରେ ଝୁଳୁଥିବା ଦେଖି ସ୍ଥାନୀୟ ଲୋକେ ସ୍ନେକ୍‌ ହେଲ୍ପ‌ ଲାଇନ୍‌କୁ ସୂଚନା ଦେଇଥିଲେ। ଖବର ପାଇ ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ସାନୁଜ ମିଶ୍ର ଏବଂ କାହ୍ନା ଶତପଥି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗଛରେ ଗୁଡେଇ ହୋଇ ରହିଥବା ସାପକୁ ସେଠାରୁ ବହୁ […]

om Prakash Chutala
ଜେଲରୁ ମୁକୁଳିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରୁ ମୁକୁଳିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା INLD ନେତା ଓମ୍ ପ୍ରକାଶ ଚୌତାଲା । କନିଷ୍ଠ ଶିକ୍ଷକ ନିଯୁକ୍ତି ସ୍କାମରେ ଦଣ୍ଡ ପାଇ ସେ ଜେଲରେ ଥିଲେ । ଦଣ୍ଡର ଅବଧି ଶେଷ ହେବା ପରେ…

arup pattanaik
କୋଭିଡ ନିୟମ ଭାଙ୍ଗିଲେ ବିଜେଡି ନେତା

ଖୋର୍ଦ୍ଧା: ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଥାନାରେ ଦିଆଯାଇଛି ଏତଲା। ସେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।  ଏ ନେଇ ଅରୂପ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି। ଇନ୍ଦ୍ରମଣି ବେଗୁନିଆ ଥାନାରେ ଏତଲା ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ,  ଅରୂପ ଗଡ଼ମାଣିତ୍ରୀ ଗାଁକୁ ଯାଇଥିବା ବେଳେ କୋଭିଡ୍ ନିୟମ ମାନିନଥିଲେ। ମାସ୍କ ପିନ୍ଧି ନଥିବା ଓ ସାମାଜିକ ଦୂରତା ନିୟମ ମାନିନଥିବା ଅଭିଯୋଗ […]

Jhonson
କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବନ୍ଦ କଲା ଜନ୍‌ସନ ଆଣ୍ଡ ଜନ୍‌ସନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। କରୋନା ଟିକା ପାଇଁ ବିଭିନ୍ନ ଦେଶରେ ପରୀକ୍ଷଣ ଚାଲିଛି। ଆମେରିକାରେ କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍‌ସନ ଆଣ୍ଡ ଜନ୍‌ସନକୁ ଲାଗିଛି ଧକ୍କା।  ପରିସ୍ଥିତିକୁ ଦେଖି ପରୀକ୍ଷଣକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ପ୍ରସ୍ତୁତ କରିଥିବା ଟିକାର ତୃତୀୟ ପଯର୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିଲା। ଏହି ପରୀକ୍ଷଣ ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ […]

tapang
ତାପଙ୍ଗ ପରେ ବାଲେଶ୍ୱର, ନୀଳ ପାଣି ଦେଖିବାକୁ ଧାଉଁଛନ୍ତି ଲୋକ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଗତ କିଛି ଦିନ ତଳେ ଖୋର୍ଦ୍ଧାର ତାପଙ୍ଗରେ ପର୍ଯ୍ୟଟକଙ୍କ ବେଶ୍‌ ଭିଡ ଜମୁଥିଲା। ଏଠାରେ ଥିବା ନୀଳ ରଙ୍ଗର ପାଣି ଏବଂ ପାହାଡ ଖଣ୍ଡ ଲୋକଙ୍କୁ ଆକର୍ଷିତ କରୁଥିଲା। ସେଥିପାଇଁ ତ ପ୍ରତିଦିନ ସେଠାରେ ଶହସ୍ର ଲୋକ ଭିଡ ଜମାଉଥିଲେ। କିଏ ସେଲ୍‌ଫି ଉଠାଉଥିଲା ଆଉ କିଏ ସାଙ୍ଗ ସାଥୀଙ୍କ ସହ ମଜାମସ୍ତି ପାଇଁ ସେଠାରେ ପହଞ୍ଚିଯାଉଥିଲା। ନିକଟରେ ପାହାଡରେ ଖଞ୍ଜା ଯାଇଥିବା କିଛି ଡିନାମାଇଟ୍ ଅଫୁଟା ଅବସ୍ଥାରେ ରହିଥିବା ଆଶଙ୍କା କରି ଏହି […]

kohali
IPL 2020: ଆନ୍ଦ୍ରେ ରସେଲ ଆଉଟ୍‌ ହେବା ପରେ ଏମିତି ପ୍ରତିକ୍ରିୟା ରଖିଥିଲେ କୋହଲି

ଶାରଜା: ଆଇଇପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମିଳିଛି ଏକ ବଡ଼ ବିଜୟ । ଗତକାଲି ଖେଳାଯାଇଥିବା ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ  (କେକେଆର)କୁ ୮୨ ରନ୍‌ରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ । ବାଙ୍ଗାଲୋର ଦଳ ପକ୍ଷରୁ ଏବି ଡିଭିଲିୟର୍ସ ୩୩ ବଲ୍‌ରୁ  ବିସ୍ଫୋରକ ୭୩ ରନ୍ କରିଥିଲେ। ସେହିପରି କ୍ୟାପ୍ଟେନ କୋହଲି ୩୩ ରନ୍ କରିଥିଲେ। ଫଳରେ ବାଙ୍ଗାଲୋର ୨ ୱିକେଟ୍‌ରେ ୧୯୪ ରନ୍ କରିଥିଲା । ୧୯୫ ରନ୍ ଟାର୍ଗେଟରେ ବ୍ୟାଟିଂ କରିଥିବା କେକେଆର […]

biraja
୧୭ରୁ ବିରଜାଙ୍କ ରଥଯାତ୍ରା, ଲାଗୁହେବ ଏହିସବୁ କଟକଣା

ଯାଜପୁର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରାର ଆୟୋଜନ ହେବ। ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ୧୪୪ ଧାରା ଜାରି ହେବ ବୋଲି ସୂଚନା ମିଳିଛି। ଏଥିସହ ରଥଯାତ୍ରା ପୂର୍ବରୁ ବିରଜାଙ୍କ ସମସ୍ତ ସେବାୟତଙ୍କର କୋଭିଡ଼ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। […]

rain
ଟ୍ୱିନ ସିଟିକୁ ସତର୍କ ସୂଚନା; ପ୍ରବଳ ବର୍ଷିବ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା  ସମ୍ଭାବନା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସକାଳୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଲଘୁଚାପ ପ୍ରଭାବରେ ଟ୍ୱିନ୍‌ ସିଟିରେ ମଧ୍ୟ ବର୍ଷା ଲାଗି ରହିଛି। ଘଣ୍ଟାପ୍ରତି ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବ ବୋଲି କୁହାଯାଇଛି। ବିଶେଷ କରି […]

exam
ନିଜ ଜିଲ୍ଲାରେ ପରୀକ୍ଷା ଦେବେ ଡି.ଏଲ.ଇଡି ପରୀକ୍ଷାର୍ଥୀ

ଭୁବନେଶ୍ୱର: ନିଜ ଜିଲ୍ଲାରେ ପରୀକ୍ଷା ଦେବେ ଡି.ଏଲ.ଇଡି ପରୀକ୍ଷାର୍ଥୀ। ସେମାନେ ପାଠ ପଢୁଥିବା ଡି.ଆଇ.ଇ.ଟି ମାଧ୍ୟମରେ ଆବେଦନ କରି ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ।  ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ପରେ ଭିତ୍ତିଭୂମି ଅଭାବରୁ ନିଜ ଜିଲ୍ଲାରେ ଅଫଲାଇନ୍‌ରେରେ ପରୀକ୍ଷା  କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ତେବେ ପରୀକ୍ଷା କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ସହ ଅନୁଷ୍ଠିତ ହେବ। ରାଜ୍ୟରେ ମୋଟ୍  ୮୦ ଟି ସେଣ୍ଟର ମଧ୍ୟରୁ ଯେଉଁଠି ଛାତ୍ରଛାତ୍ରୀ  ପରୀକ୍ଷା ଦେବାକୁ ଚାହିଁବେ […]

corona
ଖୋର୍ଦ୍ଧାରେ କମୁଛି କରୋନା ପ୍ରଭାବ, ଚିହ୍ନଟ ହେଲେ ୩୬୪ ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨, ୨୭୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୧,୩୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୯୫୭ । ଖୋର୍ଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର କମୁଥିବା ଦେଖିବାକୁ ମିଳିଛି। ତେବେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏହି ଜିଲ୍ଲାରୁ। ଖୋର୍ଦ୍ଧାରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା  ୩୬୪ ରହିଛି । ଏ ନେଇ  ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। […]

corona test
ଆଖି ବୁଜିଲେ ୧୭ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା  ୧୦୫୭ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୟୂରଭଞ୍ଜରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱରରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ପୁରୀ, ସୁନ୍ଦରଗଡରୁ ୨ ଜଣ ଲେଖାଏ କରୋନ ରୋଗୀ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ ବାଲେଶ୍ୱର, ବଲାଙ୍ଗୀର, ଜଗତସିଂହପୁର, […]

devgan-2
ଅଜୟଙ୍କୁ ଘେରି ଯାଇଥିଲେ ଲୋକେ, ୨୫୦ ସୁରକ୍ଷାକର୍ମୀ ଧରି ପହଞ୍ଚିଥିଲେ ବାପା

ମୁମ୍ବାଇ: ବଲିଉଡ୍‌ରେ ଲୋକପ୍ରିୟ ବାପା-ପୁଅ ଯୋଡି ମଧ୍ୟରେ ସାମିଲ୍‌ ଅଛନ୍ତି ଅଭିନେତା ଅଜୟ ଦେବଗନ୍‌ ଏବଂ ତାଙ୍କ ବାପା ତଥା ନିର୍ଦ୍ଦେଶକ ବିରୁ ଦେବଗନ୍‌। ଅଜୟଙ୍କ ବାପା ଜଣେ ଲୋକପ୍ରିୟ ଆକ୍ସନ ଡିରେକ୍ଟର। ଷ୍ଟଣ୍ଟ ଏବଂ ଆକ୍ସନ୍ ସିନ୍‌ର ନିର୍ଦ୍ଦେଶନା‌ ଦେବାରେ ସେ ଏକଦମ୍‌ ମାହିର୍‌। ତେବେ ବିରୁ ଦେବଗନ୍‌ ପୁଅ ଅଜୟକୁ ଖୁବ୍‌ ଭଲ ପାଆନ୍ତି। ଅଜୟଙ୍କ ସହ ଥରେ ଲୋକଙ୍କର ଗଣ୍ଡଗୋଳ ହେଉଥିଲା। ତାଙ୍କୁ ସୁରକ୍ଷା ଦେବା ପାଇଁ ସେ ୨୫୦ ସୁରକ୍ଷାକର୍ମୀ ଧରି […]

car
ପେଟ୍ରୋଲ ଢାଳି କାର୍‌ ଜାଳିଦେଲେ କୋଇଲା ମାଫିଆ

ଭଦ୍ରକ: ପୋଲିସ ଇନଫର୍ମର ସନ୍ଦେହରେ  କାର ଜାଳି ଦେଇଛନ୍ତି କୋଇଲା ମାଫିଆ । କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏପରି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ।  ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ମାରପୁର ଗାଁରେ ଘଟିଛି ଏପରି ଘଟଣା। ଭଦ୍ରକ-ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବାବେଳେ ଚଳନ୍ତା ଟ୍ରେନରୁ ମାଫିଆମାନେ କୋଇଲା ଚୋରି କରି ନେଉଥିଲେ। ଏପରି ଘଟଣା ଏଠାରେ ନିୟମିତ ଘଟୁଥିବାବେଳେ  କୋଇଲା ଚୋରି କରି ମାଫିଆମାନେ ମାଲାମାଲ ହେଉଥିଲେ। ଏ ନେଇ ଗତକାଲି […]

lightining
ବଜ୍ରପାତରେ ଚାଲିଗଲା ୨ ଜୀବନ

ବାଙ୍କୀ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି।  ଟ୍ୱିନ୍‌ ସିଟିରେ ମଧ୍ୟ ବର୍ଷା ଲାଗି ରହିଛି। ବାଙ୍କୀରେ ବର୍ଷା ସାଙ୍ଗକୁ ବଜ୍ରପାତ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଅଛନ୍ତି। ଆଜି ସକାଳେ ବାଙ୍କୀ ଥାନା ଅନ୍ତର୍ଗତ ଦୋଳଣାପୁର ନିକଟରେ ୫ ଜଣ ବିଲକୁ କାମ କରିବାକୁ ଯାଉଥିଲେ। ବର୍ଷା ସାଙ୍ଗକୁ ବଜ୍ରପାତ […]