• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

rahul-gandhi
'ସାମ୍ନାରେ ଛିଡ଼ା ହେବା ଭୁଲି ଯାଅ; ଚୀନ ନାଁ ଧରିବାର ବି ପ୍ରଧାନମନ୍ତ୍ରୀଙ୍କର ତାକତ ନାହିଁ'

ନୂଆଦିଲ୍ଲୀ: ଲଦାଖରେ ଚୀନ ସହିତ ଜାରି ରହିଥିବା ସୀମା ବିବାଦକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଦଳର ସଂସଦ ରାହୁଲ ଗାନ୍ଧି ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି କହିଛନ୍ତି “ଚୀନ ସାମ୍ନାରେ ଛିଡ଼ା ହେବା ଭୁଲି ଯାଅ। ପ୍ରଧାନମନ୍ତ୍ରୀ ମୋଦିଙ୍କର ଚୀନ ନାଁ ନେବାର ବି ତାକତ ନାହିଁ।” ଏକ ଜାତୀୟ ଗଣମାଧ୍ୟମର ଖବରକୁ ଶେୟାର କରିବା ସହିତ ଏପରି ଟ୍ୱିଟ୍ କରିଛନ୍ତି ରାହୁଲ […]

ipl
ଚାଇନିଜ୍ କମ୍ପାନୀ 'VIVO'କୁ ସସ୍‌ପେଣ୍ଡ କଲା ବିସିସିଆଇ

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦର ପ୍ରଭାବ ଆଇପିଏଲ୍‌ ଉପରେ ପଡ଼ିଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲର ପରବର୍ତ୍ତୀ ସିଜନ୍ ପାଇଁ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ସ୍ପନସର୍ ଥିବା ଚାଇନିଜ୍ ମୋବାଇଲ୍ କମ୍ପାନୀ ‘VIVO’କୁ ସସପେଣ୍ଡ କରିଛି। ମଙ୍ଗଳବାର ଚାଇନିଜ୍ ମୋବାଇଲ୍ କମ୍ପାନୀ VIVO’ ଆଇପିଏଲର ଟାଇଟଲ୍ ସ୍ପନସରଶିପରୁ ହଟିବା ନେଇ ନିଷ୍ପତ୍ତି ନେଇଥିଲା। ଯାହାର ଦିନକ ବ୍ୟବଧାନରେ ବିସିସିଆଇ ନିଜ ତରଫରୁ VIVO’କୁ ଏହି ଟୁର୍ଣ୍ଣାମେଣ୍ଟରୁ ସସପେଣ୍ଡ କରିଥିବା […]

pregent leady
ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ନବରଙ୍ଗପୁର: ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା। ଜଣେ ୮ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭଯୋଗ ହୋଇଛି। ଏଭଳି ଜଘନ୍ୟ ଘଟଣାଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଭୀମା ସାହିରେ ଘଟିଛି । ମୃତ ମହିଳାଙ୍କ ନାଁ ତନୁଶ୍ରୀ ନାୟକ। ଖବର ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୫ ତାରିଖରେ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଖୋଲିକୁଡ଼ା ଗାଁର ଅଲବର୍ଟ […]

ipl2020
ଆଇପିଏଲ୍: ଘନଉଛି ବୋର୍ଡ ଓ ଫ୍ରାଞ୍ଚାଇଜି ବିବାଦ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)କୁ ନେଇ ଏପର୍ଯ୍ୟନ୍ତ ବିସିସିଆଇ ଓ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ହୋଇପାରିନାହିଁ। ତେବେ ‘ଆର୍ଥିକ’ କାରଣରୁ ଫ୍ରାଞ୍ଚାଇଜି ଓ ବୋର୍ଡ ମଧ୍ୟରେ ଏହି ମତଭେଦ ହୋଇଥିବା କୁହାଯାଉଛି। ଗୋଟିଏ ପଟେ ଫ୍ରାଞ୍ଚାଇଜିମାନେ ସେମାନଙ୍କର କ୍ଷତିର ଭରଣ କରିବାକୁ ଚାହୁଁଛନ୍ତି, କିନ୍ତୁ ବୋର୍ଡ ପାଖରେ ଏହାର କୌଣସି ବିକଳ୍ପ ନାହିଁ। ତେବେ ଫ୍ରାଞ୍ଚାଇଜିର ଏହି ଦାବି ପାଇଁ ବୋର୍ଡ ପାଖରେ କେଉଁସବୁ ସମ୍ଭାବ୍ୟ ରାସ୍ତା ରହିଛି, ଆସନ୍ତୁ ଜାଣିବା। ଚଳିତ ଆଇପିଏଲ୍‌ […]

kulane
‘ଅଗଷ୍ଟ ମାସ ଆମ ପାଇଁ ଚ୍ୟାଲେଞ୍ଜ’

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଛି। ତଥାପି ଅଗଷ୍ଟ ମାସ ଚ୍ୟାଲେଞ୍ଜିଂ ରହିପାରେ ବୋଲି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ କହିଛନ୍ତି। ସେ କହିଛନ୍ତି,‘ ଗଞ୍ଜାମରେ ଟେଷ୍ଟିଂ ବଢ଼ୁଥିବା ବେଳେ ପଜିଟିଭ ସଂଖ୍ୟା କମୁଛି। ହେଲେ ଅଧିକ ସତର୍କ ରହିବା ଆବଶ୍ୟକ। ତା’ସହିତ କୋଭିଡ କଟକଣାକୁ ମାନିବା ଉଚିତ୍। ଯେଉଁମାନେ କଟକଣାକୁ ନମାନିବେ, ସେମାନଙ୍କ ନାଁରେ ଏତଲା ଦିଆଯିବ। ଅଗଷ୍ଟ ମାସରେ ପ୍ରତିଦିନ ଅପରାହ୍ନ ୪ଟାରୁ ପରଦିନ ସକାଳ ୫ଟା ଯାଏ ସଟ୍‌ଡାଉନ ରହିବ। […]

lac
ଚାଇନା ଅନୁପ୍ରବେଶ ନେଇ ଦେଇଥିବା ତଥ୍ୟକୁ ୱେବ୍‌ସାଇଟ୍‌ରୁ ହଟାଇଲା ପ୍ରତିରକ୍ଷାମନ୍ତ୍ରାଳୟ

ନୂଆଦିଲ୍ଲୀ: ମେ ମାସରେ ଚାଇନା ଭାରତର ସୀମା ଭିତରେ ପ୍ରବେଶ କରିଥିଲା। ଏହାକୁ ସ୍ୱୀକାର କରିଛି ପ୍ରତିରକ୍ଷାମନ୍ତ୍ରାଳୟ। ଏନେଇ ମନ୍ତ୍ରାଳୟର ୱେବ୍‌ସାଇଟ୍‌ରେ ଏକ  ତଥ୍ୟ ମଧ୍ୟ ଅପ୍‌ଲୋଡ୍‌ ହୋଇଥିଲା। କିନ୍ତୁ ଏନେଇ ବିବାଦ ଉପୁଜିବା ପରେ ଆଜି ହଠାତ୍ ଏହି ତଥ୍ୟକୁ ପ୍ରତିରକ୍ଷା ମନ୍ତ୍ରାଳୟର ୱେବ୍‌ସାଇଟ୍‌ରୁ ହଠାଇ ନିଆଯାଇଛି। ଯାହାକୁ ନେଇ ଏବେ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ମେ’ ମାସରେ ପ୍ରଥମ ଭାଗରେ ପୂର୍ବ ଲଦାଖରେ ଚାଇନା ସେନା ଜୋରଜବରଦସ୍ତି ଭାରତୀୟ ସୀମାରେ ପ୍ରବେଶ କରି […]

ctc
କଟକ ଟାଉନ୍‌ରୁ ୬୪ ପଜିଟିଭ ଚିହ୍ନଟ, ବେହେରା ସାହିରୁ ଆଉ ୨୪

କଟକ: କଟକ ମାଲଗୋଦାମ ବେହେରା ସାହିରେ ଥମିବାର ନାଁ ନେଉନି କରୋନା। ଆଜି ମାଲଗୋଦାମ ବେହେରା ସାହିରୁ ଆଉ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଆକ୍ରାନ୍ତଙ୍କ ମଧ୍ୟରେ ୧୭ ପୁରୁଷ, ୭ ଜଣ ମହିଳା ଅଛନ୍ତି। ଗତକାଲି ବେହେରା ସାହିରୁ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ସିଏମ୍‌ସି ଟ୍ୱିଟ୍‌ କରିଛି। ଆଜି କଟକ ଟାଉନ୍‌ରୁ ମୋଟ୍‌ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୪ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୦ ଲୋକାଲ କେସ୍‌। […]

reha
ରିୟାଙ୍କ ସମେତ ଅନ୍ୟ ୫ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି ସିବିଆଇ। ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୫ ଜଣଙ୍କ ନାଁରେ ଆତ୍ମହତ୍ୟା ପାଇଁ ଉସ୍‌କାଇବା, ଅପରାଧିକ ଷଡ଼ଯନ୍ତ୍ର କରିବା, ଧୋକା ଦେବା ସହିତ ଅନ୍ୟ କିଛି ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ବିହାର ସରକାରଙ୍କ ସୁପାରିଶରେ କେନ୍ଦ୍ରର ନୋଟିସ ପରେ ୬ ଜଣଙ୍କ ନାଁରେ  ମାମଲା ରୁଜୁ ହୋଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏହା […]

blanka
ଦିନକରେ ସୁସ୍ଥ ହେଲେ ୧୧୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୫୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୬୮୮୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଲେ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ୨୯୦, ଖୋର୍ଦ୍ଧାରୁ ୧୯୭, ରାୟଗଡ଼ାରୁ ୧୨୧, ସୁନ୍ଦରଗଡ଼ରୁ ୭୬, ଯାଜପୁରରୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡ଼ରୁ ୩୫ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୩୩, […]

gupteswar
ପାଟନା ଏସ୍‌ପିଙ୍କୁ କ୍ୱାରେଣ୍ଟିନ୍‌ ରଖିବା ନେଇ ମୁମ୍ବାଇ ପୁଲିସ୍ ଉପରେ ବର୍ଷିଲେ ବିହାର ଡିଜିପି

ମୁମ୍ବାଇ: ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ମୁମ୍ବାଇ ଯାଇଥିବା ପାଟନା ଏସ୍‌ପିଙ୍କୁ କ୍ୱାରେଣ୍ଟିନ୍‌ ରଖିବା ଘଟଣାରେ ମୁମ୍ବାଇ ପୁଲିସ୍ ଉପରେ ବର୍ଷିଛନ୍ତି ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ବାଧ୍ୟବାଧକତା କ୍ୱାରେଣ୍ଟିନ୍ ନୁହଁ, ମୁମ୍ବାଇ ପୁଲିସ୍ ପାଟନା ଏସ୍‌ପିଙ୍କୁ ଗୃହବନ୍ଦୀ କରି ରଖିଛି  ବୋଲି କହିଛନ୍ତି ଗୁପ୍ତେଶ୍ୱର। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂଙ୍କ ଅଭିଯୋଗ ଆଧାରରେ ବିହାର ପୋଲିସର ଏକ ଟିମ୍ ମୁମ୍ବାଇ ଯାଇଥିଲା। ଏନେଇ ଆଗୁଆ ସୂଚନା ଦିଆଯିବା […]

china
ଚୀନକୁ ରୋକ୍‌ଠୋକ୍ ଶୁଣାଇଲା ଭାରତ; ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ଆଉ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ

ଲଦାଖ: ଲଦାଖ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରୁ ଆଉ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ ବୋଲି ଚୀନକୁ ସଫା ସଫା ଶୁଣାଇ ଦେଇଛି ଭାରତ। ଉଭୟ ଦେଶର ମଧ୍ୟରେ ପଞ୍ଚମ ସାମରିକସ୍ତରୀୟ ଆଲୋଚନା ବେଳେ ଭାରତ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।  ଫିଙ୍ଗର୍ ଥ୍ରିର ଧନ ସିଂହ ଥାପା ପୋଷ୍ଟକୁ ଭାରତ ଛାଡ଼ିବା ପରେ ହିଁ ପୂର୍ବ ସ୍ଥିତିକୁ ଫେରିବାକୁ ଚୀନ କହିଥିଲା। ଏପରିକି ଭାରତ ଏହି ପୋଷ୍ଟରୁ ହଟି ଯାଇଥିବା ବେଜିଂ ଏକତରଫା ଭାବେ କହିଥିଲା। […]

berut exploson ex[reinece
ଲେବାନନ୍‌ ବିସ୍ଫୋରଣର ଭୟଙ୍କର ଦୃଶ୍ୟ ବଖାଣିଲେ ପ୍ରବାସୀ ଓଡ଼ିଆ

ବେରୁଟ: ଲେବାନନ୍ ରାଜଧାନୀ ବେରୁଟ ସହରରେ କେମିତି ହୋଇଥିଲା ଭୟଙ୍କର ବିସ୍ଫୋରଣ ? କ’ଣ ଥିଲା ସେହି ସମୟର ଦୃଶ୍ୟ ? ତାହାର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଜଣେ ପ୍ରବାସୀ ଓଡ଼ିଆ। ତାଙ୍କ ନାଁ ପ୍ରଫେସର ଦିଗାମ୍ବର ପାତ୍ର। କଳାହାଣ୍ଡି ଜିଲ୍ଳା ଧର୍ମଗଡ଼ ସହରର ଦିଗାମ୍ବର ରୁହନ୍ତି ବେରୁଟରେ। ସେ ରହୁଥିବା ଆପାର୍ଟମେଣ୍ଟରୁ ମାତ୍ର ୫ କିଲୋମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିବା ସେ କହିଛନ୍ତି। ପରଦିନ ସଂଧ୍ୟା ୬ଟାରେ ହଠାତ୍ ବିସ୍ଫୋରଣ ହୋଇଥିଲା। କାଳେ ଭୂମିକମ୍ପ […]

covid
ଗୁଜରାଟ କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ପରେ ଚେତିଲା ଓଡ଼ିଶା

ଭୁବନେଶ୍ୱର: ଗୁଜରାଟରେ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଓଡ଼ିଶାର ସମସ୍ତ କୋଭିଡ୍ ହସ୍ପିଟାଲରେ ଅଗ୍ନିନିରାପତ୍ତା ସୁରକ୍ଷାର ଯାଞ୍ଚ କରାଯିବ ବୋଲି ଆଜି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ରାଜ୍ୟରେ କୋଭିଡ ହସ୍ପିଟାଲ ଥିବା ଅଞ୍ଚଳରେ ଅଗ୍ନିଶମ ଅଧିକାରୀଙ୍କୁ ୨୪ ଘଣ୍ଟା ଭିତରେ ଫାୟାର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। ସେମାନେ ଯାଞ୍ଚ କରି କିଛି ଅସୁବିଧା ଥିଲେ ଅବଗତ କରାଇବା ସହ ସ୍ଥାନୀୟ ଅଗ୍ନିଶମ ଅଫିସ […]

rain
୯ରେ ଆଉ ଏକ ଲଘୁଚାପ; ବର୍ଷାରେ ବେହାଲ୍ ଓଡ଼ିଶାର ଏହି ଅଞ୍ଚଳ

ଭୁବନେଶ୍ୱର: ଓଡ଼ିଶାରେ ସକ୍ରିୟ ଅଛି ଲଘୁଚାପ। ପ୍ରଭାବରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଜୀବନଯାତ୍ରା ବ୍ୟାହତ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତର ବର୍ଷା ଜାରି ରହିଥିବା ବେଳେ କେଉଁଠି ଜଳ ନିଷ୍କାସନ ହୋଇପାରୁ ନାହିଁ ତ ଆଉ କେଉଁଠି ଏଥିପାଇଁ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ମୁହାଁଣ ବନ୍ଦ ଯୋଗୁ ବର୍ଷାଜଳ ନିଷ୍କାସନ ହୋଇନପାରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା।ଫଳରେ ଏହି ପଞ୍ଚାୟତର ୫ଟି ଗାଁର […]

tsunami
ଓଡ଼ିଶାର ୨ ଗାଁକୁ ମିଳିଲା ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ୨ଟି ଗାଁକୁ ସୁନାମୀ ପ୍ରସ୍ତୁତି ନେଇ ଅନ୍ତର୍ଜାତୀୟ ସମ୍ମାନ। ଓଡ଼ିଶାକୁ ସମ୍ମାନ ନେଇ UNESCO-IOC ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୨ଟି ଗାଁକୁ ମିଳିଲା ସମ୍ମାନ। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାଇପୁର ଗାଁକୁ ଏଇ ସମ୍ମାନ ମିଳିଛି। ସେହିପରି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ନୋଳିଆସାହି ଗାଁକୁ ମଧ୍ୟ ସମ୍ମାନ ମିଳିଛି। ବିପର୍ଯ୍ୟୟ ମୁକାବିଲା ଦକ୍ଷତା ନେଇ ପ୍ରଶଂସାପତ୍ର ମିଳିଛି। ୧୯୯୯ ମହାବାତ୍ୟା ପରଠୁ ବିପର୍ଯ୍ୟୟ ମୁକାବିଲାରେ […]

girish-chndara-murmu
ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ CAG

  ନୂଆଦିଲ୍ଲୀ: ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ CAG ବା କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ। ରାଷ୍ଟ୍ରପତି ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ CAG ଭାବେ ନିଯୁକ୍ତି ଦେଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି କାଲି ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ଶ୍ରୀମୁର୍ମୁ। ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ମାନ୍ୟତା ହରାଇଥିଲା। ଏହା ପରେ ଏହାର ପୁନର୍ଗଠନ ହୋଇଥିଲା ଗତ […]

coronali
ପତଞ୍ଜଳିକୁ ୧୦ ଲକ୍ଷ ଟଙ୍କା ଫାଇନ୍‌; 'କୋରୋନିଲ୍' ନାଁ ବ୍ୟବହାର ନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ: କରୋନିଲ ଟ୍ରେଡ୍‌ ମାର୍କକୁ ବ୍ୟବହାର କରିପାରିବନି ପତଞ୍ଜଳି। ଏନେଇ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ ଏବଂ ଦିବ୍ୟା ୟୋଗ ମନ୍ଦିର ଟ୍ରଷ୍ଟକୁ ବାରଣ କରିଛନ୍ତି ମାଡ୍ରାସ ହାଇକୋର୍ଟ। ତା ସହିତ ୧୦ ଲକ୍ଷ ଟଙ୍କା ଫାଇନ୍‌ ମଧ୍ୟ କରିଛନ୍ତି କୋର୍ଟ। ଅଗଷ୍ଟ ୨୧ ତାରିଖ ସୁଦ୍ଧା ଫାଇନ୍ ପୈଠ କରିବାକୁ କୁହାଯାଇଛି। ଲାଭ ପଛରେ ଗୋଡ଼ାଇ କରୋନିଲ ଔଷଧରେ କରୋନା ସୁସ୍ଥ ହୋଇଯିବ କହି ଲୋକଙ୍କୁ ଭୂଆଁ ବୁଲାଇବା ଅଭିଯୋଗରେ କମ୍ପାନୀଙ୍କୁ ଫାଇନ୍ କରିଛନ୍ତି କୋର୍ଟ। କିନ୍ତୁ […]

accident
ଟ୍ରକ୍ ପଛରେ ପିଟିହେଲା କାର୍‌, ଚାଲିଗଲା ୩ ଜୀବନ

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ ଯାଜପୁର ଜିଲ୍ଲା ରଥିଆ ଛକ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ ପଛରେ କାର୍‌ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତକ ୩ଜଣ ପୁରୁଷ ଓ ସେମାନଙ୍କର ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏକ କାର୍‌ରେ ୫ଜଣ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ […]

odias
ଟପ୍‌ ପୋଷ୍ଟରେ ୫ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଶାରେ ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂଆ CAG(Comptroller and Auditor General) ଭାବେ ନିଯୁକ୍ତ ହୋଇଛନ୍ତି। ଯାହାକି ଓଡ଼ିଶା ପାଇଁ ଏକ ଗର୍ବର କଥା। କେବଳ ଗିରୀଶ ଚନ୍ଦ୍ର ନୁହଁନ୍ତି, ତାଙ୍କ ଭଳି ଅନେକ ଓଡ଼ିଆ ଦେଶର ବିଭିନ୍ନ ଉଚ୍ଚ ପଦବୀରେ ଅଛନ୍ତି। ମୋଦି ସରକାର କ୍ଷମତାକୁ ଆସିବା ପରେ ଅନେକ ଓଡ଼ିଆ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ସ୍ଥାନ ପାଇଛନ୍ତି। ଓଡ଼ିଆ ପୁଅ ପି.କେ ମିଶ୍ର ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର […]

ଡାକ୍ତରଙ୍କୁ ଠକିଦେଲେ ସୁନ୍ଦରୀ ଯୁବତୀ, ନେଇଗଲେ ଲକ୍ଷାଧିକ ଟଙ୍କା

ଅନୁଗୁଳ: ଜଣେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ତାଳଚେର ପୋଲିସ୍‌ ଜଣେ ଯୁବତୀଙ୍କୁ ଗିରଫ କରିଛି। ଢେଙ୍କାନାଳ ପର୍ଜଙ୍ଗ ଥାନା ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ବିଜୟ ପ୍ରଧାନଙ୍କ ଅଜାଣତରେ ଗତ ୧୧ ଡିସେମ୍ବରରେ ତାଙ୍କ ତାଳଚେର SBI ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ୪ ଲକ୍ଷ ୫୭ ହଜାର ଟଙ୍କା ଉଠାଣ ହୋଇଥିଲା। ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ମେ’ ମାସରେ ସେ ତାଳଚେର ଆଇଟିଆଇ ଛକରେ ଥିବା ଏକ ସୁନା […]