ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୧୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୬୬ ମଧ୍ୟରୁ କ୍ୱାରେଣ୍ଟିନରୁ ୯୮, ଲୋକାଲ କଣ୍ଟାକ୍ଟ କେସ୍ ୬୮ ରହିଛି। ଏନେଇ ଟ୍ୱିଟ୍ ୟୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ସାଲିଆସାହିରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ୟୁନିଟ୍-୯ରୁ ୫ ଓ ଆଇଆର୍ସି ଭିଲେଜରୁ ୪, ଗଙ୍ଗନଗର ଓ ରିଜର୍ଭ ପୋଲିସ କଲୋନୀରୁ […]
ଭୋପାଳ: ମଧ୍ୟପ୍ରଦେଶର ଛତ୍ରପୁରରେ ଏକ ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି। ସେଠାରେ କ୍ଷୀର ପିଉଥିବା ଏକ ମାସର ଶିଶୁ କରୋନା ବିରୋଧରେ ଲଢ଼ି ଯୁଦ୍ଧରେ ଜିତିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଶିଶୁ କେବଳ ମା’ର କ୍ଷୀର ପିଇ କୋଭିଡ -୧୯ କୁ ପରାସ୍ତ କରିଛି। ଡାକ୍ତରମାନେ ମା’କ୍ଷୀରକୁ କରୋନା ବିରୁଦ୍ଧରେ ଅସ୍ତ୍ର କରିଥିଲେ। ଖବର ଅନୁଯାୟୀ, ପର୍ଯ୍ୟଟନ ସହର ଖଜୁରାହୋର କୋଭିଡ ସେଣ୍ଟରରେ କିଛି ଦିନ ପୂର୍ବରୁ ଏକ ମାସର ଶିଶୁ କରୋନାରେ ଆକ୍ରାନ୍ତ […]
ଭୁବନେଶ୍ୱର: ଓଡ଼ିଶାରେ ଆଉ ଏକ ଲଘୁଚାପ। ୫ ଦିନ ପ୍ରବଳ ବର୍ଷିବ। ୧୧ ଜିଲ୍ଲାକୁ ଆଲର୍ଟ କଲା ପାଣିପାଗ ବିଭାଗ। ଉତ୍ତର-ପଶ୍ଚିମ-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହୋଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ଧରି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି, କଳାହାଣ୍ଡି, ଅନୁଗୁଳ, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗିର, ବରଗଡ଼ […]
ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୫୪୩ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୩୧,୭୮୪କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ୪୦୨ ଓ ଖୋର୍ଦ୍ଧାରୁ ୨୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକରୁ ୧୩୧ ଓ କୋରାପୁଟରୁ ୧୨୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଜପତିରୁ ୧୧୧ ଓ ବାଲେଶ୍ୱରରୁ ୮୩, ଯାଜପୁର- ୫୮, ସମ୍ବଲପୁର-୪୯, ମାଲକାନଗିରିରୁ ୪୭, […]
କଟକ: ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ୧୨୨ ପଜିଟିଭ ଚିହ୍ନଟ। କଣ୍ଟେନମେଣ୍ଟ ଜୋନରୁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ।ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟିନରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟିନରୁ ୪୮, ଲୋକାଲ କଣ୍ଟାକ୍ଟ କେସ୍ ୩୧ ରହିଛି। କେଉଁ ଅଞ୍ଚଳରୁ କେତେ:- ମାଲଗୋଦାମ ଜଳୁଆ ସାହିରୁ ୨୪, ବେହେରାସାହିରୁ ୮ ଚିହ୍ନଟ ହୋଇଛନ୍ତି। OSAP ଷଷ୍ଠ ବାଟାଲିଅନରୁ ୧୬ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଛୁଆ ବଜାରରୁ ୭, ତେଲେଙ୍ଗା ବଜାରରୁ ୧୦ ଆକ୍ରାନ୍ତ […]
ଭୁବନେଶ୍ୱର: କରୋନା ମୃତ୍ୟୁହାର କ୍ଷେତ୍ରରେ ଆଗରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ। ବିଭିନ୍ନ ରାଜ୍ୟଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କରିଥିବା ଆଲୋଚନା ବେଳେ ଏହି ଉଦବେଗଜନକ ତଥ୍ୟ ସାମନାକୁ ଆସିଛି। ଦେଶର ୮ଟି ରାଜ୍ୟର ୧୩ଟି ଜିଲ୍ଲାରେ ମୃତ୍ୟୁହାର ଜାତୀୟ ହାରଠାରୁ ଅଧିକ ରହିଛି। ଏହିସବୁ ଜିଲ୍ଲା ଭିତରେ ରହିଛି ଗଞ୍ଜାମ। ଏପଟେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ସମେତ ଖୋର୍ଦ୍ଧା ଜିଲ୍ଲାରେ ଏବେ ହୁହୁ ହୋଇ ମାଡୁଛି କରୋନା। ଏମିତିକି ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମକୁ […]
ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ମହୌଷଧୀ ଦଶମୂଳ ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ସେବନ କରି ସୁସ୍ଥ ହେବେ ଶ୍ରୀଜିଉ ଆସନ୍ତାକାଲି ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ରାଜ ନଅରକୁ ଯିବେ ଦଇତାପତି ସେବାୟତ ପୁରୀ :…
ଭୁବନେଶ୍ୱର: କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ପଦାକୁ ଆସିଲା ସତ। ଅଡିଓରେ ବାର୍ତ୍ତାଳାପ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଉଠାଇନେବା ଅଭିଯୋଗ ହୋଇଛି। ଏସଟିଏଫ୍ କହି ଉଠାଇ ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ OTV ପାଖରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଓ ସାଙ୍ଗ ଅଭିଯୋଗ କରିଛନ୍ତି। ଅପରାହ୍ନରେ ଉଠାଇ ନେଇଥିଲେ ବି ଏପର୍ଯ୍ୟନ୍ତ ସୂଚନା ଦେଇନାହାନ୍ତି। ରାତି ବିଳମ୍ବ ହୋଇଥିଲେ ବି ପରିବାର, ସାଙ୍ଗସାଥୀଙ୍କ ପାଖରେ ସୂଚନା ମଧ୍ୟ ନାହିଁ। OTV […]
ଇଡୁକ୍କି: ଲଗାଣ ବର୍ଷା ଯୋଗୁ କେରଳର ଇଡୁକ୍କି ଜିଲ୍ଲା ରାଜମାଲାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛିି। ଗତକାଲି ୧୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ଅଛି। ପ୍ରତିକୂଳ ପାଗ ସତ୍ତ୍ୱେ NDRF , ଅଗ୍ନିଶମ ବାହିନୀ ଓ ଅନ୍ୟ ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେସ୍କ୍ୟୁ ଟିମ୍ଙ୍କ ସୂଚନା ଅନୁଯାୟୀ, ଭୂସ୍ଖଳନ ଘଟିଥିବା ସ୍ଥାନରେ ୨୦ଟି ଘର ଥିଲା। ଯେଉଁଥିରେ ପ୍ରାୟ […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନା ଅନ୍ତର୍ଗତ ତମସାପାଲ୍ଲୀ ଗାଁରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗାଁର ଉଘ ପଡିଆମୀ ନାମକ ଜଣେ ବୃଦ୍ଧା ଘରେ ଶୋଇଥିବା ବେଳେ ସେହି ଗାଁର ରାମ ସୋଡି ନାମକ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ଉଘ ପଡିଆମୀଙ୍କ ମୃତ୍ୟୁ ହୋଇଥିଲା। ୬ ମାସ ତଳେ ରାମ ସୋଡିଙ୍କ ପୁଅଙ୍କ ଅଜଣା ରୋଗରେ […]
ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ୍ରେ ଥାଇ ଫେସ୍ବୁକ୍ର ଜଣେ ଷ୍ଟାଫ୍ ୨୭ ବର୍ଷୀୟ ଭାରତୀୟଙ୍କ ଜୀବନ ବଞ୍ଚାଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଏହା ଜାଣିପାରି ଫେସ୍ବୁକ୍ର ଜଣେ ଷ୍ଟାଫ୍ ତାଙ୍କ ଜୀବନ ବଞ୍ଚାଇଥିଲେ। ଆୟରଲ୍ୟାଣ୍ଡ୍ରୁ ଦିଲ୍ଲୀ ଓ ଦିଲ୍ଲୀରୁ ମୁମ୍ବାଇ…ଗୋଟିଏପରେ ଗୋଟିଏ କଲ୍ କରି କିଛି ଘଣ୍ଟା ଭିତରେ ବ୍ୟକ୍ତି ଜଣକଙ୍କ ନିକଟରେ ପୋଲିସ୍ ପହଞ୍ଚିଥିଲା। ଏହାପରେ ତାଙ୍କୁ ଆତ୍ମହତ୍ୟା ଉଦ୍ୟମରୁ ନିବୃତ କରାଇଥିଲେ। ଉକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଦିଲ୍ଲୀ ଓ ମୁମ୍ବାଇ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କୁ ପୁଣି ସମନ୍। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ୍ କରିଛି। ଆଜି ମୁମ୍ବାଇ ଇଡି ଅଫିସ୍ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କୁ ୧୮ ଘଣ୍ଟାର ମାରାଥନ୍ ଜେରା କରିଥିଲା ଇଡି। ଶୁକ୍ରବାର ଇଡି ରିୟାଙ୍କୁ ୮ ଘଣ୍ଟା ଜେରା କରିଥିଲା ତେବେ ଜେରା ବେଳେ ରିୟେ ଇଡିଙ୍କୁ ତାଙ୍କର ଆଉ ଏକ ଫୋନ ନମ୍ବର ଲୁଚାଇଥିଲେ। ତେବେ […]
ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ପ୍ରମାଣିତ କରିବା ପାଇଁ ଲାଗି ପଡ଼ିଛି ମୁମ୍ବାଇ ପୋଲିସ । ଏପରିକି ସୁଶାନ୍ତ ମୃତ୍ୟୁର ତଦନ୍ତ ନ ହେବା ପାଇଁ ସବୁ ପ୍ରକାର କଳ ବଳ ଆଉ କୌଶଳ ଖଟାଇ ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ ବି କରିନାହିଁ। ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମୁମ୍ବାଇ ପୋଲିସକୁ ଶ୍ରେଷ୍ଠ ପୋଲିସ ଟିମ୍ ବୋଲି କହିଛନ୍ତି। […]
ଭୁବନେଶ୍ୱର: ଓଡ଼ିଶାରେ ୧,୫୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୫୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୯୪୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫୮୦ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଛି।
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଓ ନୟାଗଡ଼ରୁ ୩ ଜଣ ଲେଖାଏ, ସୁନ୍ଦରଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। Regret to inform the demise of fourteen #COVID19 positive patients while under […]
ଯୋଧପୁର: ରାଜସ୍ଥାନ ଟେଚୁର ଲୋଡ଼ତା ଅଚଲାବତା ଗାଁ ନିକଟସ୍ଥ ଚାଷଜମିରୁ ୧୧ ଜଣଙ୍କର ମୃତଦେହ ମିଳିବା ଘଟଣାର ରହସ୍ୟ ଧୀରେ ଧୀରେ ଖୋଲୁଛି। ଆଜ ତକ୍ ଚ୍ୟାନେଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜଣେ ମହିଳା ସମସ୍ତଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମାରି ଦେଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ମୃତବ୍ୟକ୍ତିମାନେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀ। ପୋଲିସ ଶବ ପାଖରେ ପଡିଥିବା ବିଷ ଶିଶି ଏବଂ ଇଞ୍ଜେକ୍ସନକୁ ଜବତ କରିଛି। ଅଭିଯୁକ୍ତ ମହିଳାଙ୍କ ନାଁ ଲକ୍ଷ୍ମୀ ଓ […]
ଭୁବନେଶ୍ୱର: କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଅଡିଓ ଘଟଣାରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ- ବିଶ୍ୱଜିତ୍ ମହାନ୍ତି ଏବଂ ଲକ୍ଷ୍ମୀକାନ୍ତ ବେହେରା। ଉଭୟଙ୍କର କ୍ୟାପିଟାଲ୍ ହସ୍ପିଟାଲ୍ରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ପୋଲିସ୍ ତାଙ୍କୁ ଗିରଫ କରିଛି। ଭାଇରାଲ୍ ଅଡିଓରେ ଏହି ଦୁଇ ଜଣ କଥାବାର୍ତ୍ତା କରିଥିଲେ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଲକ୍ଷ୍ଣୀକାନ୍ତ ବେହେରା ଅରଟେଲ୍ କମ୍ୟୁନିକେସନ୍ର କର୍ମଚାରୀ ଏବଂ ଅନ୍ୟ ଜଣେ ତାଙ୍କ ବନ୍ଧୁ। […]
ଆଜିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଲାଗି ଫର୍ମ ଫିଲପ୍ ୧୦ଦିନ ଭିତରେ ଶେଷ ହେବ ଫର୍ମ ଫିଲ୍ ଅପ୍ ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ଜୁଲାଇ ମାସରେ ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା ଭୁବନେଶ୍ୱର : ଟ୍ରିକ ପରୀକ୍ଷାଫଳ…
ରେଢ଼ାଖୋଲ: ବାଜିରେ ଲାଗିଛି ଜୀବନ। ଉଛୁଳା ପାଣିରେ ପହଁରି ପହଁରି ନଦୀ ପାର୍ ହେଉଛନ୍ତି ଲୋକେ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କଣ୍ଡଳ ଗାଁ ନିକଟ ଟିକିରା ନଦୀରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ବର୍ଷ ତମାମ ପାଣିରେ ପହଁରି ପହଁରି ନଦୀ ପାର୍ ହୋଇଥାନ୍ତି ଲୋକେ। ଛାତିଏ ପାଣିରେ ପଶି ସାଇକେଲ୍ କାନ୍ଧେଇ ଛୋଟଠୁ ବଡ଼ ସମସ୍ତେ ଏହି ନଦୀରେ ପାର୍ ହୁଅନ୍ତି। ସମସ୍ତ ଦୈନନ୍ଦିନ କାର୍ଯ୍ୟ ପାଇଁ ବଜାରକୁ ଯିବାକୁ ହେଲେ […]
ଝାଡ଼ଖଣ୍ଡ: କଥାରେ ଅଛି ରଖେ ହରି ତ ମାରେ କିଏ? ବେଳେବେଳେ ଏହି ପ୍ରବାଦ ବାସ୍ତବ ଜୀବନରେ ମଧ୍ୟ ଦେଖିବାକୁ ମିଳିଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଲୋହର୍ଡାଗା ଜିଲ୍ଲାରେ । ଯେଉଁଠାରେ ଏକ ନବଜାତ ଶିଶୁକୁ ମାଟିତଳେ ଜୀବନ୍ତ ପୋତି ଦିଆଯାଇଥିଲା। ଖବର ଅନୁଯାୟୀ, ସମ୍ପୂର୍ଣ୍ଣ ଘଟଣାଟି ଲୋହରଡାଗାର କୁଡୁ ପୋଲିସ୍ ଷ୍ଟେସନ୍ ଅଞ୍ଚଳର। ଗତ ଶନିବାର ଦିନ ସନ୍ଧ୍ୟା ପ୍ରାୟ ସାତଟା ବେଳେ ସେହି ବାଟ ଦେଇ ଜଣେ ବ୍ୟକ୍ତି ଯାଉଥିଲେ। […]