ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ୧୦ ଜିଲ୍ଲାକୁ ଆଲର୍ଟ। କାଲିଠୁ ୫ ଦିନ ଯାଏ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ କାଲିଠୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କାଲି ପାଇଁ ୧୦ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ମୟୂରଭଂଜ, କଳାହାଣ୍ଡି, […]
ନୂଆଦିଲ୍ଲୀ: କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ବର୍ତ୍ତମାନ ତୃତୀୟ ସ୍ତାନରେ ରହିଛି। କିନ୍ତୁ ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାକୁ ଦେଖିଲେ ଲାଗୁଛି ଭାରତ ଏହି ଘଟଣାରେ ଖୁବ୍ଶୀଘ୍ର ଶୀର୍ଷ ସ୍ତାନରେ ପହଞ୍ଚିବ। ତେବେ ଏସବୁରେ ପ୍ରଶ୍ନ ଉଠୁଛି, କେନ୍ଦ୍ରର ମୋଦି ସରକାର କରୋନା ମୁକାବିଲାରେ ସଫଳ ହୋଇଛନ୍ତି ତ ? ଏମିତିକ ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆଟୁଡେ ମୁଡ୍ ଅଫ୍ ଦି ନେସନ୍ ନାଁରେ ଏକ ସର୍ଭେ […]
ମୁମ୍ବାଇ: ଦୁର୍ଘଟଣାରୁ ଦ୍ୱିତୀୟ ଥର ପାଇଁ ରକ୍ଷା ପାଇଗଲା ଏୟାର ଏସିଆର ଫ୍ଲାଇଟ୍। ଶନିବାର ସକାଳେ ଏହି ଫ୍ଲାଇଟ୍ ମୁମ୍ବାଇ ଅଭିମୁଖେ ଆସୁଥିବା ବେଳେ ଟେକ୍ଅଫ୍ କରୁଥିବା ସମୟରେ ଏକ ପକ୍ଷୀ ପିଟି ହୋଇଯିବାରୁ ଫ୍ଲାଇଟ୍ଟି ରାଞ୍ଚି ବିମାନ ବନ୍ଦରରେ ଅଟକି ରହିଯାଇଥିଲା। ଏହାର କିଛି ଘଣ୍ଟା ପରେ ବିମାନଟି ପୁଣିଥରେ ଟେକ୍ଅଫ୍ କରିବାକୁ ବାହାରିଥିବା ବେଳେ ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା। ଏୟାର ଏସିଆର i5-632 ବିମାନଟି ଆଜି ସକାଳେ ୧୭୬ ଜଣ ଯାତ୍ରୀଙ୍କୁ ଧରି […]
ଭୁବନେଶ୍ୱର: ଆଜି ରାଜ୍ୟର ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୦,୨୪୧କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଗଞ୍ଜାମରୁ ୫୬୦, ଖୋର୍ଦ୍ଧାରୁ ୨୦୩, କୋରାପୁଟରୁ ୧୪୩, ଗଜପତିରୁ ୭୫, ନୟାଗଡ଼ରୁ ୬୨, ସୁନ୍ଦରଗଡ଼ରୁ ୫୯ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳ-୪୧, କଟକ-୩୭, କଳାହାଣ୍ଡି ଓ ରାୟଗଡ଼ାରୁ ୩୬, ଯାଜପୁରରୁ ୩୪, ବାଲେଶ୍ୱରରୁ ୩୩, ପୁରୀରୁ ୩୨, ସମ୍ବଲପୁରରୁ ୩୧ ସୁସ୍ଥ […]
ନୂଆଦିଲ୍ଲୀ: କରୋନାରେ ସାରା ଦେଶରେ ୧୯୬ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ଅଧିଂକାଶ ସାଧରଣ ବିଭାଗ ଓ ଡାକ୍ତରି ଅଭ୍ୟାସ କରୁଥିବା ଡାକ୍ତର ଅଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ୍(IMA) ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ଏହି ଘଟଣାରେ IMA ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। IMAର ତଥ୍ୟ ଅନୁସାରେ ଅଧିକାଂଶ ରୋଗୀ ଜ୍ୱର ଓ ତତ୍ ସମ୍ଭନ୍ଧୀୟ ଲକ୍ଷଣ ଦେଖାଦେଲେ ଆଗ ସାଧାରଣ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି। ଏଥିପାଇଁ ଏହି ଡାକ୍ତରମାନେ ରୋଗୀ […]
କଟକ: ଚଳିତବର୍ଷ କଟକ ସହରରେ ନିରାଡମ୍ବର ହେବ ଦୁର୍ଗା ପୂଜା। ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା। ନିଷ୍ପତ୍ତି ନେଇ ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂ। କଟକରେ ଗଣେଶ ପୂଜା ଓ ଦୁର୍ଗା ପୂଜା ପାଇଁ ଆଜି ପୂଜା କମିଟି ସହ ପ୍ରଶାସନର ବୈଠକ ବସିଥିଲା। ବୈଠକ ପରେ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ଯେ ମାଆଙ୍କ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ମାଟି ଆଣିବା ନିରାଡମ୍ବର ହେବ। ବିନା ଶୋଭାଯାତ୍ରାରେ ପ୍ରତି […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଦିଲ୍ଲି ଏମ୍ସରେ ଭର୍ତ୍ତି କରାଯାଇଛି। ସେ ମୋଦି ସରକାରରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ଦେଶର ଚତୁର୍ଥ ମନ୍ତ୍ରୀ ଭାବେ ମେଘୱାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ମେଘୱାଲ ନୁହଁନ୍ତି, କେନ୍ଦ୍ର କୃଷିମନ୍ତ୍ରୀ କୈଳାଶ ଚୌଧୁରି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବର୍ତ୍ତମାନ ଯୋଧପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ର ସରକାରରେ ଆଉ ଜଣେ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ସହର ସିନା ଛୋଟ, କିନ୍ତୁ ବଡ଼ ବଡ଼ ସ୍ୱପ୍ନ ସବୁ ଏଠି ବାସ୍ତବତାର ରୂପ ନିଏ। ହୁଏତ ଏହି ସହରକୁ କିଏ ଦାଦନ ଚାଲାଣର ପେଣ୍ଠସ୍ଥଳୀ କୁହନ୍ତି, ଆଉ କିଏ କୁହନ୍ତି ପଛୁଆ ଅଞ୍ଚଳ। ହେଲେ ଏସବୁକୁ ପଛରେ ପକାଇ ଏହି ପଛୁଆ ସହରର ଯୁବପିଢ଼ି ଏବେ ବେଶ୍ ଆଗରେ ଗଲା ୧୦ ବର୍ଷ ମଧ୍ୟରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ପାଞ୍ଚ ପାଞ୍ଚ ଜଣ ସଫଳତା ପାଇ ରାଜ୍ୟ ପାଇଁ ଗୌରବ […]
ନୂଆଦିଲ୍ଲୀ: ମା’ ଜନ୍ମଦିନରେ ଲୁଚି ଲୁଚି ଆସି ମାଆକୁ ହଠାତ୍ ଚମକାଇ ଦେବ, ଓ ସର୍ପ୍ରାଇଜ୍ ଦେଇ କହିବ ହ୍ୟାପି ବାର୍ଥ ଡେ ମା।’ ଏଥିପାଇଁ ମାଆକୁ ନ ଜଣାଇ ଲୁଚି ଲୁଚି ବିଦେଶରୁ ଫେରୁଥିଲା ପୁଅ। କିନ୍ତୁ ଦଇବ ଯେ ଏମିତି ଦାଉ ସାଧିବ ତାହା କିଏ ଜାଣିଥିଲା। ପୁଅ ସିନା ଦେଶକୁ ଫେରିଲା, ହେଲେ ମାଆକୁ ଦେଖିପାରିଲା ନାହିଁ। ଆମେ କହୁଛୁ କେରଳ କୋଝିକୋଡେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଇଲଟ କ୍ୟାପଟେନ୍ ଦୀପକ […]
ମୁମ୍ବାଇ: ବଲିଉଡ୍ର ଭେଟେରନା ଅଭିନେତା ତଥା ଦର୍ଶକଙ୍କ ସଞ୍ଜୁ ବାବା ସଞ୍ଜୟ ଦତ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ-ପ୍ରଶ୍ୱାସ ନେବାର କଷ୍ଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମୁମ୍ବାଇର ଲୀଳବାତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରଥମେ ନନ୍ କୋଭିଡ୍ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ କରୋନା ଟେଷ୍ଟ ନେଗେଟିଭ୍ ଆସିଥିଲା। ରାପିଡ୍ ଆଣ୍ଡିଜେନ୍ ଟେଷ୍ଟ ମଧ୍ୟ ନେଗେଟିବି ଆସିଛି। ତାଙ୍କର ସ୍ୱାବ ସଂଗ୍ରହ କରାଯାଇ RT-PCR ଟେଷ୍ଟ ପାଇଁ […]
ବ୍ରହ୍ମଗିରି: କରୋନା ଆକ୍ରାନ୍ତଙ୍କୁ ଆଣିବାକୁ ଯାଇ ହଟହଟା ହେଲେ ତହସିଲଦାର ଓ ସ୍ୱାସ୍ଥ୍ୟକର୍ମୀ। ଏପରିକି ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କହଳପଦା ଗାଁରେ ଏହି ଘଟଣା ଘଟିଛି। କହଳପଦା ଗାଁର ଗୋଟିଏ ପରିବାରର ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କୁ କୋଭିଡ ହସ୍ପିଟାଲ୍ରେ ଭର୍ତ୍ତି କରିବା ପାଇଁ ଗାଁକୁ ତହସିଲଦାର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏକ ଟିମ୍ ଯାଇଥିଲେ। ହେଲେ ପରିବାର ଲୋକେ ସହଯୋଗ କରିବା […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୮୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୫୯୭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ଅଛି ୧,୨୦୬ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୪,୬୯୯କୁ ବୃଦ୍ଧି…
ନୂଆଦିଲ୍ଲୀ: ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଭାରତୀୟ ଲେଗ୍ ସ୍ପିନର୍ ୟୁଜ୍ଭେନ୍ଦ୍ର ଚହଲ୍। କୋରିଓଗ୍ରାଫର୍ ତଥା ଡାକ୍ତର ଧନଶ୍ରୀ ବର୍ମାଙ୍କ ସହ ତାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି। ଚହଲ୍, ଏନ୍ଗେଜ୍ମେଣ୍ଟ୍ ଫଟୋ ଇନ୍ଷ୍ଟାଗ୍ରାମରେ ଶେଆର୍ କରିଛନ୍ତି। ଇନ୍ଷ୍ଟାରେ ଫଟୋ ଶେଆର୍ କରି ଚହଲ୍ ଲେଖିଛନ୍ତି, ‘ଆମେ ପରସ୍ପରକୁ ହଁ କହିଲୁ, ଆମ ପରିବାର ମଧ୍ୟ ହଁ କହିଛନ୍ତି। ଚହଲ୍ ଇନ୍ଷ୍ଟାରେ ୩ଟି ଫଟୋ ଶେଆର୍ କରିଛନ୍ତି। ୨ଟି ଫଟୋରେ ଚହଲ ଓ ଧନଶ୍ରୀ ଥିବାବେଳେ […]
ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶ ବିଜୟଓ୍ୱାଡାର ଏକ ହୋଟେଲ୍ରେ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃୃତ୍ୟୁ ହୋଇଛି। ଆଜ ଭୋର ୫ଟାରେ ହୋଟେଲ୍ରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ପରେ ହୋଟେଲ୍ରୁ ୩୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ NDRF ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମିଳିଥିବା ସୂଚନା ଅନୁସାରେ, କରୋନା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଏକ ପ୍ରାଇଭେଟ୍ […]
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କ ମୃତ୍ୟୁ ଗଞ୍ଜାମ, କଳାହାଣ୍ଡି ଓ ପୁରୀରୁ ୫ ଲେଖାଏଁ ମୃତ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୨୪୮କୁ ବୃଦ୍ଧି ଭୁବନେଶ୍ୱର : ଭୟ ବଢ଼ାଉଛି ମୃତ୍ୟୁ ସଂଖ୍ୟା । ରାଜ୍ୟରେ ରେକର୍ଡ…
ଭୁବନେଶ୍ୱର: ନିଜକୁ ନାବାର୍ଡ ଅଧିକାରୀ କହି ଅର୍ଥ ହଡପ ଯୋଜନା କରିଥିଲେ, ହେଲେ ସବୁ ଫସର ଫାଟିଗଲା ଓ ଧରାପଡ଼ିଗଲେ। ଏହି ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱର ଉପକଣ୍ଠ ବାଳକାଟି ଫାଣ୍ଡି ପୋଲିସ୍ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁ ସ୍ମିଥ୍ ସେଠୀ। ସୂଚନା ଅନୁସାରେ, ସ୍ମିଥ୍ ବାଳକାଟି ଅଞ୍ଚଳର ଜଣେ ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକଙ୍କ ଘରକୁ ଯାଇ ଯାଞ୍ଚ କରିଥିଲେ। ସେଠାରେ ସେ ନିଜକୁ ନାବାର୍ଡ ଅଧିକାରୀ କହି ଯାଞ୍ଚ କରିଥିଲେ। ହେଲେ […]
ନୂଆଦିଲ୍ଲୀ: ଆଇଏଫ୍ଏସ୍ ଅଫିସର ସୁଶାନ୍ତ ନନ୍ଦ ଅନେକ ସମୟରେ ପଶୁ ପକ୍ଷୀମାନଙ୍କ ଅଜବ ଅଜବ କାର୍ନାମାକୁ ସୋସିଆଲ୍ ମିଡିଆ ଶେୟାର କରନ୍ତି। ଯାହା ଖୁବ୍ ଭାଇରାଲ୍ ମଧ୍ୟ ହୋଇଥାଏ। ଜଙ୍ଗଲରେ ପଶୁପକ୍ଷୀମାନଙ୍କର ଅଜବ କାର୍ନାମା ଦେଖିଲେ ଯେତିକି ଖୁସୀ ଲାଗେ ସେତିକି ଆଶ୍ଚର୍ଯ୍ୟ ବି ଲାଗେ। ଏବେ ସୁଶାନ୍ତ ଟ୍ୱିଟର୍ରେ ଆଉ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓରେ ଏକ ଶୁଆକୁ ଶୋଷ ଲାଗିବାରୁ ସେ ନଡ଼ିଆ […]
ନୂଆଦିଲ୍ଲୀ: ଏବେ ଆଉ ୫୦ ହଜାର ନୁହେଁ ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିଭଳି ଦିନକୁ ୮ ଶହରୁ ଅଧିକ କରୋନା ରୋଗୀଙ୍କର ମୃତ୍ୟୁ ହେଉଛି। ଆଜି ଗୋଟିଏ ଦିନରେ ୬୪,୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୬୧ ଜଣଙ୍କ ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୪୩ ହଜାର ୩୭୯କୁ ବୃଦ୍ଧି ପାଇଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୬ ଜଣ, କୋରାପୁଟରୁ ୨ଜଣ, ବାଲେଶ୍ୱର, ଭୁବନେଶ୍ୱର, ଖୋର୍ଦ୍ଧା, ବରଗଡ଼ ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of thirteen Covid positive patients while under treatment in hospitals. 1. A […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୭୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୭୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୭୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୫୯ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ରେ […]
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବାକୁ ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ହେଉଥିବା ୧୦୧ ଉପକରଣ ଉପରେ ବ୍ୟାନ୍ ଲଗାଇଛନ୍ତି ସରକାର। ଏବେ ଏହିସବୁ ଉପକରଣ ଦେଶରେ ହିଁ ଉତ୍ପାଦନ କରାଯିବ ବୋଲି ରାଜନାଥ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜନାଥ ତାଙ୍କ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡେଲ୍ରେ ଘୋଷଣା କରିଛନ୍ତି। ଏନେଇ ରାଜନାଥ ଲେଖିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟ ବ୍ୟାନ୍ […]