ଜୟପୁର(ଟି ଗୌରିଶଙ୍କର): ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ କର୍ମଚାରୀ ଓ ବିଟେକ୍ ଛାତ୍ର ଧରାପଡ଼ିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୋଲିସ୍ ଏହି ତଥ୍ୟ ଦେଇଛି। ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ଜଳାପୁଟରୁ ଭାୟା ଜୟପୁର ଦେଇ କାର୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ନେଇ ଖବର ପାଇବା ପରେ ଜୟପୁର ସଦର ଥାନା ପୋଲିସ୍ ଚଢ଼ାଉ କରି ୨ କ୍ୱିଣ୍ଟାଲ୍ ୬୯ କେଜିର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ୍ ୬ ଜଣଙ୍କୁ ଗିରଫ […]
ଦେବଗଡ଼: ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦେବଗଡ଼ ଥାନା ଅନ୍ତର୍ଗତ NH-୪୯ର କୁରଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏ ନେଇ ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସମ୍ବଲପୁରରୁ ଦେବଗଡ଼ ଫେରୁଥିବା ବେଳେ କୁରଡ଼ ନିକଟରେ ସାଂସଦଙ୍କ କାର୍କୁ ପଛପଟରୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଏହି ସମୟରେ ଗାଡ଼ି ଭିତରେ ସାଂସଦ ନୀତେଶ ଗଙ୍ଗଦେବ, ତାଙ୍କ ପିଏସ୍ଓ ଓ ଡ୍ରାଇଭର ଥିଲେ ବୋଲି […]
ସିଡ୍ନୀ: ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆରେ ପହଞ୍ଚିଛି ଭାରତୀୟ କ୍ରିକେଟ ଟିମ୍। ଅଧିନାୟକ ବିରାଟ କୋହଲିଙ୍କ ସହ ୨୫ ଜଣିଆ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିଛି। ନଭେମ୍ବର ୨୭ରୁ ଜାନୁଆରୀ ୧୯ ମଧ୍ୟରେ ଅଷ୍ଟ୍ରେଲିଆ ସହ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ଏବଂ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ପ୍ରଥମ ୩ଟି ଦିନିକିଆ ନଭେମ୍ବର ୨୭, ୨୯ ଓ ଡିସେମ୍ବର ୨ ତାରିଖରେ ଖେଳାଯିବ। ସେହିପରି ଟି-୨୦ ଗୁଡ଼ିକ ଡିସେମ୍ବର ୪, ୬ […]
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଜଣେ ଶିଶୁକନ୍ୟାକୁ ଇଟାଲୀୟ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଆଇନ୍ ଅନୁଯାୟୀ ସମସ୍ତ ଯାଞ୍ଚ ପରେ ଶିଶୁକନ୍ୟାକୁ ଗତକାଲି ଏହି ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଥିଲା। ସୂଚନାଥାଉ କି, ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ସମୟରେ ଜିଲ୍ଲାରେ ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଭାବେ ପଡ଼ିଥିବା ଶିଶୁ ମାନଙ୍କୁ ଅଣାଯାଇ ଜିଲ୍ଲା ପ୍ରଶାସନ ପୋଷ୍ୟ ଗ୍ରହଣ କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିଥିଲା। ତେବେ ଆଇନ୍ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ କିଛି ଦମ୍ପତି […]
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଗୁରୁବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରୋଫାଇଲ ଫଟୋକୁ ହଟାଇ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ କିଛି ସମୟ ପରେ ପୁଣିଥରେ ଟ୍ୱିଟର ପକ୍ଷରୁ ଶାହଙ୍କ ଫଟୋ ଲଗା ଯାଇଥିଲା। କେହି ଜଣେ କପି ରାଇଟ୍ କ୍ଲେମ୍ କରିବା ପରେ ଟ୍ୱିଟର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା ବୋଲି ଜଣାପଡ଼ିଛି। ଟ୍ୱିଟରରେ ଶାହଙ୍କ ପ୍ରୋଫାଇଲ ଫଟୋ ହଟାଯିବା ପରେ ବ୍ଲାଙ୍କ୍ ପେଜ୍ ସହ “Media not displayed” ଲେଖା ଯାଇଥିବା […]
ଲଣ୍ଡନ: କରୋନାକୁ ନେଇ ପୁଣି ଏକ ଚକିତ କରିଦେବା ପରି ଖବର ସାମ୍ନାକୁ ଆସିଛି। ଜଣେ ୭୨ ବର୍ଷୀୟ ବୃଦ୍ଧ କରୋନା ପଜିଟିଭ ବାହାରିଛନ୍ତି। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଦୀର୍ଘ ୧୦ ମାସ ହେଲା ସେ ପଜିଟିଭ…
ଭୁବନେଶ୍ୱର: ଓଡ଼ିଶାରେ ଦିନକରେ ୧,୦୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୮୫ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୪୩୩ ଲୋକାଲ କେସ୍ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସୁନ୍ଦରଗଡ଼ରୁ ସର୍ବାଧିକ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୦୦୪ରେ ପହଞ୍ଚିଛି। Covid-19 Report For 12th November New Positive Cases : 1018 In quarantine: […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଭାଇ ଅକ୍ସଦ୍ଙ୍କ ବିବାହ ହୋଇଛି। ନିକଟରେ ସୋଶାଲ୍ ମିଡିଆରେ ଭାଇଙ୍କ ବିବାହର ଫଟୋ ଶେଆର କରି କଙ୍ଗନା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସେ ବିବାହରେ ପିନ୍ଧିଥିବା ଡ୍ରେସ୍ର ଫଟୋ ଶେଆର କରିଥିଲେ। କଙ୍ଗନା ପାରମ୍ପରିକ ଗୁଜୁରାଟୀ ବାନ୍ଧିନୀ ଲେହେଙ୍ଗା ସହ ସବ୍ୟସାଚ୍ଚୀ ଡିଜାଇନର୍ ଅଳଙ୍କାର ପିନ୍ଧିଥିଲେ। ତେବେ କଙ୍ଗନାଙ୍କର ଏହି ରାଜପୁତ ଲୁକ୍ ଡିଜାଇନ୍ କରିବା ପାଇଁ କେତେ ସମୟ ଲାଗିଥିଲା ଜାଣନ୍ତି? ଏହି ଲେହେଙ୍ଗା ତିଆରି କରିବାକୁ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୯୫ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧତ୍କ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରୁ ୨ଜଣ ଲେଖାଏ, ଅନୁଗୁଳ, ପୁରୀ,କୋରାପୁଟ, କନ୍ଧମାଳ, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise […]
ରାଉରକେଲା: ପାକିସ୍ତାନ ଜେଲ୍ରେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଓଡ଼ିଶା ଫେରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ବିର୍ଜୁ କୁଲୁ। ଆଜି ସକାଳେ ସେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅଫିସରେ ପହଞ୍ଚିଛନ୍ତି। କୁତ୍ରା ବ୍ଲକ ଅଫିସରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ବିର୍ଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ କର୍ମଚାରୀଙ୍କ ସହ କୁତ୍ରାରୁ ନିଜ ଗାଁ କଟଙ୍ଗ ଅଭିମୁଖେ ଯାଇଥିଲେ ବିର୍ଜୁ। ଓଡ଼ିଶା ଫେରିବା ପରେ ଭଲ ଲାଗୁଛି ବୋଲି ସେ କହିଛନ୍ତି। ୨୫ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବାତ୍ୟା ‘ଅମ୍ପନ୍’ ପାଇଁ ଓଡ଼ିଶାକୁ କେନ୍ଦ୍ର ସହାୟତା ଘୋଷଣା କରିଛି। ୧୨୮ କୋଟି ୨୩ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟିରେ ଏହି ସହାୟତା ରାଶିକୁ ଅନୁମୋଦନ ମିଳିଛି। ଓଡ଼ିଶା ସମେତ ୬ଟି ରାଜ୍ୟକୁ ଦୁର୍ବିପାକ ସହାୟତା ଘୋଷଣା କରାଯାଇଛି। ଏହି ୬ ରାଜ୍ୟ ହେଲା ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମ୍। ମୋଟ ୪ ହଜାର […]
ପୁରୀ : ଏବର୍ଷ ପୁରୀ ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି। ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏଭଳି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ପୂର୍ବଭଳି ପୟାଶ୍ରାଦ୍ଧ ପାଳନ କରିପାରିବେ, ହେଲେ କାଉଁରିଆ କାଠି ଲୋକେ ଜାଳିପାରିବେନି। ଏ ସମସ୍ତ କଟକଣା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ। ଶ୍ରଦ୍ଧାଳୁ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ପ୍ରଶାସନ ଅନୁରୋଧ କରିଛି। ପ୍ରତିବର୍ଷ ଦୀପାବଳି ସନ୍ଧ୍ୟାରେ ଶ୍ରୀମନ୍ଦିର ଚାରିପଟେ […]
ଭୁବନେଶ୍ୱର: ମାଧ୍ୟମିକ ସ୍ତରରେ ସ୍କୁଲ୍ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବନ୍ଦେ ଉତ୍କଳ ଜନନୀ ଗୀତକୁ ସରକାର ପୂର୍ବରୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଗତ ମେ ୩୦ ତାରିଖରେ ସାରା ରାଜ୍ୟ ତଥା ବିଶ୍ୱରେ ଓଡ଼ିଆମାନେ ବନ୍ଦେ […]
ଖୋର୍ଦ୍ଧା: ନୟାଗଡ଼ ଚାନ୍ଦପୁର ଅଞ୍ଚଳରୁ ନକଲି ଅତିରିକ୍ତ ହୋମ୍ ସେକ୍ରେଟାରୀ ଗିରଫ ହୋଇଛନ୍ତି। ନିଜକୁ ସଚିବ କହି ଲୋକମାନଙ୍କୁ ଠକୁଥିବା ଅଭିଯୋଗରେ ତାଙ୍କୁ ପୋଲିସ୍ ଗିରଫ କରିଛି। ଲୋକଙ୍କୁ ଚାକିରୀ ଦେବ କହି ଅନେକ ସମୟରେ ଅର୍ଥ ଲୁଟ କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳର କାହ୍ନୁ ପ୍ରଧାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ନିଜକୁ ଅତିରିକ୍ତ ହୋମ୍ ସେକ୍ରେଟାରୀ, ଅତିରିକ୍ତ ବିଏମ୍ସି କମିଶନର କହି ଲୋକଙ୍କୁ ଚାକିରୀ ଦେବା […]
ସାରା ବିଶ୍ୱରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ସହ ସାନିଟାଇଜେସନ୍ ଉପରେ ପ୍ରାଧାନ୍ୟ ଦିଆଯାଉଛି। ହେଳେ କିଛି ଲୋକ ଏହାକୁ ପାଳନ କରୁଥିବା ଥିବାବେଳେ ଆଉ କିଛି ଲୋକ କରୋନା କଟକଣାକୁ ଫୁ କରି ଖୁଲମ୍ଖୁଲା ଏହାକୁ ଉଲ୍ଲଂଘନ କରୁଥିବା ନଜର ଆସିଛି। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ନିଜର ମାସ୍କକୁ ସାଙ୍ଗର […]
ନୂଆଦିଲ୍ଲୀ: ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ ଏବେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀର ନୂଆ ତାଲିକା ଜାରି କରିଛି। ପାକିସ୍ତାନ ଜାରି କରିଥିବା “ ବୁକ୍ ଅନ୍ ମୋଷ୍ଟ ୱାଣ୍ଟେଡ୍/ ହାଇ ପ୍ରୋଫାଇଲ୍ ଟେରୋରିଷ୍ଟ” ତାଲିକାରେ ୨୬/୧୧ ମୁମ୍ବାଇ ଆକ୍ରମଣ ସାମିଲ୍ ଥିବା ଅନେକ ଆତଙ୍କବାଦୀଙ୍କ ନାଁ ରହିଛି। ଯାହାକୁ ନେଇ ଏବେ ପାକିସ୍ତାନକୁ ପ୍ରଶ୍ନ କରିଛି ଭାରତ। ମୁମ୍ବାଇ ଆକ୍ରମଣକୁ ୧୨ ବର୍ଷ ପୂରିବା ପୂର୍ବରୁ ପାକିସ୍ତାନ ଏହି ତାଲିକା ପ୍ରସ୍ତୁତ କରିଥିବାରୁ ପାକିସ୍ତାନ ନ୍ୟାୟ କରୁ ବୋଲି […]
ନୂଆଦିଲ୍ଲୀ: ଦେଶବାସୀ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏସବୁ ଭିତରେ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଦାଉ ସାଧୁଛି ମହଙ୍ଗା ମାଡ଼। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଜୁଲାଇ…
ନୂଆଦିଲ୍ଲୀ: ଭାରତ ଠାରୁ ମାଛ ଆମଦାନୀ ଉପରେ ରୋକ ଲଗାଇଲା ଚାଇନା। ଭାରତୀୟ ମାଛରେ କରୋନା ଭାଇରସ ଥିବା ଦର୍ଶାଇ ଚାଇନା ମାଛ ଆମଦାନୀ ଉପରେ ରୋକ ଲଗାଇଛି। ଚାଇନା କଷ୍ଟମ ଅଫିସରଙ୍କ କହିବା ଅନୁଯାୟୀ ୩ଟି ସାମ୍ପଲରେ କରୋନା ଭାଇରସ ଜଣାପଡ଼ିଥିଲା। ଏହାପରେ ମାଛ ଆମଦାନୀ ଉପରେ ଅସ୍ଥାୟୀ ବ୍ୟାନ ଲଗାଯାଇଛି। ସୂଚନା ଅନୁସାରେ, ନଭେମ୍ବର ୧୧ ବା ଗତକାଲି ଭାରତର ବାସୁ ଇଣ୍ଟର୍ନ୍ୟାସ୍ନାଲ୍ ମାଛର ସାମ୍ପଲ ଟେଷ୍ଟ କରିବା ପରେ କରୋନା ପଜିଟିଭ୍ ଚିହ୍ନଟ […]