ନୁଆଦିଲ୍ଲୀ: କରୋନାରୁ ଆରୋଗ୍ୟ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଦିଲ୍ଲୀ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଗଷ୍ଟ ୨ ତାରିଖରେ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହରିୟାଣା ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେ ଅସୁରକ୍ଷିତ ଶ୍ରେଣୀରେ ଥିଲେ। କିନ୍ତୁ ଆଜି ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ଟ୍ୱିଟ୍ କରି ସୂଚନ ଆଦେଇଛନ୍ତି ମନୋଜ ତିୱାରୀ। ଶାହ କରୋନା […]
ଭୁବନେଶ୍ୱର: ଓଟିଭି ବିରୋଧରେ ବିଏମ୍ସିର ଅଭିଯୋଗ ଏବଂ କଣ୍ଠରୋଧ ଲାଗି କମିଶନରେଟ୍ ପୋଲିସ୍ର ପଦକ୍ଷେପକୁ ତୀବ୍ର ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସତ କହିବା ପାଇଁ, ସତ ଶୁଣିବା ପାଇଁ ଅଦମ୍ୟ ସାହସ ଦରକାର। ହେଲେ ରାଜ୍ୟ ସରକାରଙ୍କ ପାଖରେ ସେହି ସାହସ ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଗଣମାଧ୍ୟମକୁ ଡରାଇ ସତ ଉପରେ ଘଣ୍ଟ ଘୋଡ଼ାଇବା ଉଚିତ୍ ନୁହେଁ। ଗଣମାଧ୍ୟମ ଯଦି କିଛି ସାମ୍ନାକୁ ଆଣୁଛି ତାହା ସ୍ୱାଗତଯୋଗ୍ୟ। […]
ଯୋଧପୁର: ରାଜସ୍ତାନ ଟେଚୁର ଲୋଡ଼ତା ଅଚଲାବତା ଗାଁରେ ୧୧ ଜଣ ପାକିସ୍ତାନ ଶରଣାର୍ଥୀଙ୍କ ମୃତଦେହ ମିଳିଛି। ଗାଁ ନିକଟସ୍ଥ ଚାଷଜମିରୁ ୧୧ ଜଣଙ୍କର ମୃତଦେହ ମିଳିବା ପରେ ଗାଁର କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ୧୧ ଜଣ ଗୋଟିଏ ପରିବାରର ଥିଲେ ଓ ସେମାନେ ଅଚଲାବତା ଗାଁରେ ଚାଷ କରି ପେଟ ପୋଷୁଥିଲେ। କେହି ଦୃର୍ବୃତ୍ତ ଏମାନଙ୍କୁ ହତ୍ୟା କରି ଏମିତି ବିଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇଁ ପୁଲିସ ସେଠାରେ ପହଞ୍ଚି […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏନେଇ କେଉଁଠି ଲକ୍ଡାଉନ୍ ତ କେଉଁଠି ସଟ୍ଡାଉନ୍ ଜାରି କରାଯାଇଛି। କିନ୍ତୁ କିଛି ଅମାନିଆ ଅଛନ୍ତି, ଯେଉଁମାନେ କି ନିୟମକୁ ମାନୁନାହାନ୍ତି। ବର୍ତ୍ତମାନ ଯଦି କୌଣସି ବ୍ୟକ୍ତି ବିନା ମାସ୍କରେ କାର୍ ଚଲାଉଛନ୍ତି, ତେବେ ତାଙ୍କୁ ଜରିମାନା ସହିତ ଗିରଫ ମଧ୍ୟ କରାଯିବ। ଏନେଇ ଦିଲ୍ଲୀ ପୋଲିସ ଏକ ଗାଇଡଲାଇନ୍ ଜାରି କରିଛି। ପୋଲିସର କହିବା ଅନୁଯାୟୀ, ଯଦି କାର୍ରେ ଦୁଇ ଜଣ ବ୍ୟକ୍ତି […]
ଭୁବନେଶ୍ୱର: ଅଯୋଗ୍ୟ ହିତାଧିକାରୀଙ୍କଠୁ ‘କାଳିଆ’ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି। ଏ ନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ଏ ନେଇ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ମଧ୍ୟ କରାଯାଇଛି। ରାଜ୍ୟରେ କୋଭିଡ ସ୍ଥିତି ଓ ଖରିଫ ଚାଷ ପାଇଁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନ ଦେବାକୁ ନିଷ୍ପତ୍ତି […]
ଜୁନ୍ ଯାଇ ଜୁଲାଇ ହେଲାଣି ଉପଯୁକ୍ତ ପରିମାଣର ବର୍ଷା ନ ହେବାରୁ ଚାଷ କାମ ବାଧାପ୍ରାପ୍ତ ପାଣି ଅଭାବରୁ ସମ୍ବଲପୁର ଓ ରାୟଗଡ଼ା ଜିଲ୍ଲାରେ ଗଜା ମରୁଡ଼ି ଭଳି ସ୍ଥିତି ଚିନ୍ତାରେ ଶହ ଶହ ଚାଷୀ ତଳି ବଞ୍ଚାଇବାକୁ ପାଇପ୍ ଯୋଗେ…
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣିଥରେ ସମନ୍ ଜାରି କରିଛି। ଆସନ୍ତାକାଲି ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ରିୟାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କୁ ୧୮ ଘଣ୍ଟାର ମାରାଥନ୍ ଜେରା କରିଥିଲା ଇଡି। ତେବେ ସୁଶାନ୍ତଙ୍କ ଆକାଉଣ୍ଟ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ସାମ୍ନାକୁ ଆସିଛି। Times Nowର ଏକ ରିପୋର୍ଟ ଅନୁସାରେ, ସୁଶାନ୍ତ ତାଙ୍କ […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ନେଇ ବିଜେପି ନେତା ମନୋଜ ତିୱାରୀ ଟ୍ୱିଟ୍ କରି ଜଣାଇବା ପରେ ଶାହ ସୁସ୍ଥ ହୋଇଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ଗୃହମନ୍ତ୍ରାଳୟ ଏହାକୁ ଖଣ୍ଡନ କରିବା ପରେ ମନୋଜ ତାଙ୍କ ଟ୍ୱିଟ୍କୁ ଡିଲିଟ୍ କରିଦେଇଛନ୍ତି। ଶାହ ଏବେ ବି କରୋନା ପଜିଟିବ୍ ଥିବା ଗୃହମନ୍ତ୍ରାଳୟ କହିଛି। ଖବର ସରବରାହ ସଂସ୍ଥା ଏନ୍ଆଇ ଅନୁସାରେ, ଗୃହମନ୍ତ୍ରାଳୟ କହିଛି, ଏପର୍ଯ୍ୟନ୍ତ ଶାହଙ୍କର ଦ୍ୱିତୀୟ ଥର […]
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ପରିଚାଳନାରେ ଦୁର୍ନୀତି ନେଇ ବଡ଼ ଗନ୍ଧ ବାରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ୍ ଦୁର୍ନୀତିରେ ତାମିଲନାଡୁ ଲିଙ୍କ୍ ରହିଛି ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅପରାଜିତା। ଚେନ୍ନାଇର ଏକ ଚଷମା ଦୋକାନରୁ ପିପିଇ କିଟ୍ କିଣାଯାଇଛି। କୋଭିଡ୍ ପରିଚାଳନା ଦୁର୍ନୀତି ଓ ଅର୍ଥ ଉପାର୍ଜନ ପାଇଁ ସୁବିଧା ସାଜିଛି। ସେହିପରି ପଞ୍ଜାବ ଓ ହରିୟାଣାର ବିଭିନ୍ନ ଫାର୍ମରୁ ଚଢ଼ା ଦରରେ ମାସ୍କ କିଣା ହୋଇଛି ବୋଲି ଅପରାଜିତା କହିଛନ୍ତି। ରାଜ୍ୟ […]
ନୂଆଦିଲ୍ଲୀ: ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଏବେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ବ୍ୟକ୍ତି ଜଣଙ୍କ ପିପିଇ କିଟ୍ ପିନ୍ଧି ଭୂମିରେ ଶୋଇଥିବାର ଦେଖା ଯାଉଛନ୍ତି। ଖବର ଅନୁଯାୟୀ, ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଏକ ମହିଳାଙ୍କୁ ପୋତିବା ପାଇଁ ନେଇଥିଲେ। କିନ୍ତୁ ମହିଳାଙ୍କୁ ପୋତିବା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ନିଜର ଥକାକୁ ମେଣ୍ଟାଇବା ପାଇଁ ଭୂମିରେ ଶୋଇଛନ୍ତି। ଏହି ଫଟୋକୁ ଅଦନନ୍ ଅବିଦି ନାମକ ଜଣେ […]
ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡରେ ମାଓକ୍ୟାମ୍ପ ଠାବ ହୋଇଛି। ମାଓବାଦୀଙ୍କ ଏହି କ୍ୟାମ୍ପରୁ ଗୁଳି ସହ ସେମାନଙ୍କ ବ୍ୟବହୃତ ସାମଗ୍ରୀକୁ ସୁରକ୍ଷାକର୍ମୀ ଜବତ କରିଛନ୍ତି। ଏହି ଅଞ୍ଚଳରେ ବରଗଡ଼ ଓ ବଲାଙ୍ଗିର ଏସଓଜି ମିଳିତ କମ୍ବିଂ କରିବା ବେଳେ ଏକ ମାଓ କ୍ୟାମ୍ପ ଥିବା ସୂଚନା ପାଇଥିଲେ। ସୁରକ୍ଷାକର୍ମୀ ଆସିବା ଦେଖି ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। କିଛି ସମୟ ଧରି ସୁରକ୍ଷାକର୍ମୀ ଓ ମଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ […]
କଟକଣା ସତ୍ତ୍ୱେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାହିଁକି ଖସୁନି ସଂକ୍ରମଣ? ଚିନ୍ତାରେ ସରକାର, ଆଜି ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା ହେବ ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡ଼ିକ ଉପରେ ଫୋକସ୍…
ବଲାଙ୍ଗିର: ବଲାଙ୍ଗିର କୋଭିଡ ଆଇସୋଲେସନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ୍ ଥାନା ପୋଲିସ। ସେପଟେ ଆଇସୋଲେସନ୍ ଓ୍ୱାର୍ଡରେ ଡାକ୍ତରଙ୍କୁ ମାଡ଼ ନେଇ ପ୍ରତିବାଦ କରିଛନ୍ତି କୋଭିଡ୍ ଯୋଦ୍ଧା। ପ୍ରତିବାଦ ସ୍ୱାରୂପ କଳାବ୍ୟାଜ୍ ପିନ୍ଧି ଡାକ୍ତରମାନେ ମେଡିକାଲରେ ଡ୍ୟୁଟି କରୁଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ କରିବା ସହିତ ହସପିଟାଲରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ […]
ଭୁବନେଶ୍ୱର: ସମ୍ମାନିତ ହେଲେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ। କ୍ରାନ୍ତି ଦିବସ ଅବସରରେ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି। କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କରିଥାନ୍ତି। କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ନିଜ ବାସଭବନରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଭଗବାନ ସିଣ୍ଢୋଳ ଗାଁର ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କୁ କ୍ରାନ୍ତି ଦିବସ ଅବସରରେ ସମ୍ମାନିତ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ବାସଭବନକୁ […]
ଡେରାଡୁନ୍: ଉତ୍ତରାଖଣ୍ଡର ନୈନିତାଲରେ ଏକ ଘରୁ ଏକ ବିରଳ ପ୍ରଜାତିର ସାପକୁ ଉଦ୍ଧାର କରାଯାଇଛି। ଏହି ସାପକୁ କୋରାଲ କୁକ୍ରି ବୋଲି କୁହାଯାଇଥାଏ। ସବୁଠାରୁ ଖାସ୍ କଥା ହେଉଛି ଏହି ସାପର ରଙ୍ଗ ସଂପୂର୍ଣ୍ଣ ଭାବେ ଲାଲ୍। ଏହି ସାପଟି ନୈନିତାଲର ଏକ ଘରେ ଲୁଚି ରହିଥିଲା। ଯାହାକୁ ବନ ବିଭାଗ ଟିମ୍ ଉଦ୍ଧାର କରିଛି। ବନ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିରଳ ପ୍ରଜାତର ସାପକୁ ପ୍ରଥମେ ୧୯୩୬ ମସିହାରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ […]
କଟକ: କଟକ ସହରରେ କରୋନା ସଂକ୍ରମିତ ଅଧିକ, ଗ୍ରାମାଞ୍ଚଳରେ କମ୍। ବଡ଼ମ୍ବା ନରସିଂହପୁର ଓ ଆଠଗଡ଼, ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି। ଜିଲ୍ଲାରେ ଆଉ ଏକ କୋଭିଡ ହସ୍ପିଟାଲ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। କଟକ ଜିଲ୍ଲାରେ କରୋନା ସ୍ଥିତି ନେଇ ପ୍ରେସମିଟ୍ରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ ଜିଲ୍ଲାରେ ଏଯାବତ ୩୦୧ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ କୋଭିଡ […]