ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ୱାଇଁଙ୍କୁ କରୋନା। ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ନେଇ ନିଜେ ଏସ୍ପି ସୂଚନା ଦେଇଛନ୍ତି। ଜିଲ୍ଲା ପୋଲିସ୍ ମୁଖ୍ୟାଳୟର ଜଣେ ଷ୍ଟାଫ୍ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ଅନ୍ୟମାନଙ୍କ ସ୍ୱାବ୍ ନିଆଯାଇଥିଲା। ସ୍ୱାବ୍ ଟେଷ୍ଟରେ ଖୋର୍ଦ୍ଧା ଏସ୍ପିଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଥିଲା। ତାଙ୍କର କୌଣସି କରୋନା ଲକ୍ଷଣ ନ ଥିଲା ବୋଲି ଏସ୍ପି ଅଜୟ ପ୍ରତାପ କହିଛନ୍ତି। ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧,୬୯୯ ନୂଆ କରୋନା ଆକ୍ରାନ୍ତ […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍କୁ ଏକ ପ୍ରକାର ସ୍ତବ୍ଧ କରି ଦେଇଥିବାବେଳେ ପୁଣି ଜଣେ ଅଭିନେତା ଆତ୍ମହତ୍ୟା କରିଥିବା ଖବର ଏବେ ସାମ୍ନାକୁ ଆସିଛି। ‘ୟେ ରିସ୍ତେ ହେଁ ପ୍ୟାର୍ କେ’ ସିରିଅଲ୍ରେ ଅଭିନୟ କରିଥିବା ସମୀର ଶର୍ମା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୁମ୍ବାଇ ସ୍ଥିତ ମାଲାଦ୍ ୱେଷ୍ଟ ସ୍ଥିତ ଆପାର୍ଟମେଣ୍ଟ୍ରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। […]
ନୂଆଦିଲ୍ଲୀ: ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଅନେକ ପ୍ରକାରର ପନ୍ଥା ଆପଣାଇଥାଏ। କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ପ୍ରେମିକ ବିଷୟରେ କହିବାକୁ ଯାଉଛି, ଯାହାକୁ ପଢ଼ି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯାହା ବିପଜ୍ଜନକ ପ୍ରମାଣିତ ହୋଇଛି। ବ୍ୟକ୍ତି ଜଣଙ୍କ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଘରକୁ ମହମବତୀରେ ସଜାଇ ଥିଲେ। କିନ୍ତୁ ପ୍ରେମିକାଟି ହଁ କହିବା ପୂର୍ବରୁ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ […]
ଭୁବନେଶ୍ୱର: ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ୧୦ କର୍ମଚାରୀଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସଂକ୍ରମିତ ସମସ୍ତ ୧୦ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉ କି, ବିଭାଗର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ଅନ୍ୟମାନଙ୍କର କରୋନା ଟେଷ୍ଟ ହୋଇଥିଲା। ଆଜି ରିପୋର୍ଟ ଆସିବା ପରେ ୧୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ। ହେଲେ ଏବେ ଶ୍ରୀଜିଉଙ୍କ ରଥରେ ନରବିରାଳ ଚିତ୍ରକୁ ନେଇ ଦେଖାଦେଇଛି ବିବାଦ। ରଥରେ ଏହି ଚିତ୍ରକୁ ନେଇ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ…
ଭୁବନେଶ୍ୱର: ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ହୋଇପାରେ ପଲିଗ୍ରାଫ୍ ଟେଷ୍ଟ। ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ୍ ଟିମ୍ର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆଦିତ୍ୟଙ୍କ ପତ୍ନୀ ଓ ସହକର୍ମୀ ପପୁ, ବିକାଶ ଓ ପ୍ରୀତମଙ୍କୁ କ୍ରାଇମ୍ବ୍ରାଞ୍ଚ ମୁଖ୍ୟାଳୟକୁ ଡକାଯାଇ ପୁଣି ଜେରା ହୋଇପାରେ। ଜୁଲାଇ ୭ ରେ ରେଲ୍ୱେ ଟ୍ରାକ୍ରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ହେଲେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି […]
ମୁମ୍ବାଇ: ବାଧ୍ୟବାଧକତା କ୍ୱାରେଣ୍ଟିନ୍ ନୁହେଁ, ପାଟନା ଏସ୍ପି ବିନୟ ତିଓ୍ୱାରୀଙ୍କୁ ଗୃହବନ୍ଦୀ କରି ରଖିଛି ମୁମ୍ବାଇ ପୋଲିସ । ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ଯାଇଥିଲା ବିହାର ପୋଲିସର ଏକ ଟିମ୍। ଏନେଇ ଆଗୁଆ ସୂଚନା ଦିଆଯିବା ସହ ଅଧିକାରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରିବାକୁ କୁହାଯାଇଥିଲା । କିନ୍ତୁ ପାଟନା ଏସ୍ପିଙ୍କୁ ବିଏମ୍ସି ଅଧିକାରୀମାନେ କ୍ୱାରେଣ୍ଟିନ୍ରେ ରଖିଛନ୍ତି ଯାହା ଅଣପେସାଦାର ମନବୃତ୍ତିର ପରିଚୟ […]
ବଲାଙ୍ଗିର: ଅଗଷ୍ଟ ୮ରୁ ୧୧ ତାରିଖ ଯାଏ ବଲାଙ୍ଗିର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସଟ୍ଡାଉନ୍ ସମୟରେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ। ଦୋକାନ ବଜାର, ସରକାରୀ, ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ ମେଡିକାଲ୍, ଜଳ ଯୋଗାଣ, ପରିମଳ ଆଦି ଜରୁରୀ ସେବା ଚାଲୁ […]
ଉମରକୋଟ: ତେଲ ନଦୀରେ ବୁଡ଼ି ୩ ଶିଶୁଙ୍କ ସଳିଳ ସମାଧି। ନବରଙ୍ଗପୁର ଉମରକୋଟ ତୋହରା କୋଟଲ ଡିହି ଗାଁରୁ ଆସିଛି ଏହି ମର୍ମନ୍ତୁଦ ଖବର। ଗାଧୋଇବାକୁ ଯାଇ ନଦୀରେ ୩ ଶିଶୁ ବୁଡ଼ିଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଝିଅ ଏବଂ ଜଣେ ପୁଅ ରହିଛନ୍ତି। ମୃତ ୩ ଶିଶୁଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ହେବ। ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଉକ୍ତ ଗ୍ରାମର ଅମି ସାନ୍ତାଙ୍କ ୬ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ ମାମଲାର ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଏହି ଘଟଣାରେ ଏବେ ସମସ୍ତଙ୍କ ନଜର ରିୟା ଚକ୍ରବର୍ତ୍ତୀ ଉପରେ। ଏବେ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସ ସାମ୍ନାକୁ ଆସିଛି। ଏହି କଲ୍ ଡିଟେଲ୍ସରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରିୟା କେମିତି ସୁଶାନ୍ତଙ୍କୁ ବ୍ଲାକ୍ମେଲ କରୁଥିଲେ ତାହା ସ୍ପଷ୍ଟ ହୋଇଛି। ଏହି କଲ୍ ଡିଟେଲ୍ସରୁ ଜଣାପଡ଼ିଛି, ସୁଶାନ୍ତ ଯେତେବେଳେ ୨୦ରୁ ୨୪ ଜାନୁଆରୀ ୨୦୨୦ ମଧ୍ୟରେ ନିଜ ଭଉଣୀ […]
ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଉପରାଜ୍ୟପାଳ) ଭାବେ ନିଯୁକ୍ତ ହେବା ପରେ ମନୋଜ ସିହ୍ନାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମନୋଜ ସିହ୍ନା ଜଣେ ଭଦ୍ର, ବିଚକ୍ଷଣ, ଉଚ୍ଚ ଶିକ୍ଷିତ, ରାଜନୈତିକ ଓ ପ୍ରାଶାସନିକ ଭାବେ ବେଶ୍ ଅଭିଜ୍ଞ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା। ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ପାଇଁ ସେ ସଂପୂର୍ଣ୍ଣ ଭାବେ ଯୋଗ୍ୟ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି। କିଛି […]
ଭୁବନେଶ୍ୱର: ରାଜଧାନୀରେ ଲୁଟେରା ଆତଙ୍କ। ଧରାପଡିଲା ଲେଡି ଲୁଟେରା। ଆଇଆରସି ଭିଲେଜରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ମୋବାଇଲ ଚୋରି କରୁଥିବା ବେଳେ ଲେଡି ଲୁଟେରାଙ୍କୁ ଧରିଛନ୍ତି ସ୍ଥାନୀୟ ବାସିନ୍ଦା। ପରେ ତାକୁ ପୋଲିସରେ ଜିମା ଦେଇଛନ୍ତି। ଚୋରି କରୁଥିବା ବେଳେ ଧରାପଡିବା ପରେ ଲୋକଙ୍କୁ ଛାଡ଼ିଦେବା ଲାଗି ଲୁଟେରା ଗୁହାରୀ କରୁଥିଲା। ସେହି ଭିଜୁଆଲ ଏବେ ଭାଇରାଲ ହେଉଛି। ଗତ ଅଗଷ୍ଟ ୨ରେ ୟୁନିଟ-୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଥିଲା। ସାମ୍ବାଦିକଙ୍କ ମେନ୍ […]
ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ସମୟରେ ଦେଶର ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ପାଇଁ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସ୍ କନଫରେନ୍ସ କରି ବଡ଼ ଘୋଷଣା କରିଛନ୍ତି। ଶକ୍ତିକାନ୍ତ ଦାସ କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ନେଗେଟିଭ ରହିବ। ମୁଦ୍ରାନୀତି ଘୋଷଣା ଅବସରରେ ସେ କହିଛନ୍ତି, ଦେଶରୁ ଲକଡାଉନ୍ ହଟିବା ପରେ ଆର୍ଥିକ କାରବାର ବଢୁଥିଲା। କିନ୍ତୁ କରୋନା ସଂକ୍ରମଣ ଏହା ଉପରେ ଗଭୀର ପ୍ରଭାବ ପକାଇଛି। […]
ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁନର୍ବିଚାର ଆବେଦନ ଉପରେ ଶୁଣାଣି ଅଗଷ୍ଟ ୨୦ ପାଇଁ ଟଳି ଯାଇଛି। କୋର୍ଟଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କାରଣ ଶୁଣାଣି ବେଳେ ତାଙ୍କ ଫାଇଲ୍ରୁ ଏକ ଦସ୍ତାବିଜ ଉପଲବ୍ଧ ହୋଇ ନ ପାରିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି କୋର୍ଟ। ୨୦୧୭ରେ ସୁପ୍ରିମକୋର୍ଟର ଅବମାନନା କରିଥିବା ଅଭିଯୋଗରେ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ମାଲ୍ୟା ସୁପ୍ରିମ୍କୋର୍ଟ ବିରୋଧରେ ଯାଇ ତାଙ୍କର ସମ୍ପତ୍ତି ନିଜ ପରିବାର ଲୋକଙ୍କ ନାଁକୁ ଟ୍ରାନ୍ସଫର କରି […]
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା-ବାବୁପାଲି ରାସ୍ତା ମଝିରେ ଥିବା ପୋଲ ଉପରେ ବୋହୁଛି ଆଣ୍ଠୁଏ ଉଚ୍ଚର ପାଣି। ଫଳରେ ସେଠାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତ ଦୁଇଦିନ ହେଲା ତୁହାକୁ ତୁହା ବର୍ଷା ଲାଗି ରହିଛି I ଯେଉଁଥିପାଇଁ ଏହି ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ଠପ ହୋଇଯାଇଛି। ଏହି ରାସ୍ତାଦେଇ ଦୈନିକ ଶହଶହ ଲୋକ ଯିବାଆସିବା କରିଥାନ୍ତି। ପ୍ରତ୍ୟେକ ବର୍ଷ ଏହି ପୋଲ ଉପରେ ବର୍ଷାପାଣି ପ୍ରବାହିତ […]
ନୂଆଦିଲ୍ଲୀ: କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଦ୍ୱିତୀୟ କିସ୍ତିରେ ପ୍ରଦାନ କରିଛନ୍ତି ୮୯୦ କୋଟି ୩୨ ଲକ୍ଷ ଟଙ୍କା। ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଏହି ଟଙ୍କା ପ୍ରଦାନ କରାଯାଇଛି ବୋଲି ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଅଛନ୍ତି ଓଡ଼ିଶା, ଛତିଶଗଡ଼,ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ତେଲେଙ୍ଗାନା, ଅନ୍ଧ୍ରପ୍ରଦେଶ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ପଞ୍ଜାବ, ୱେଷ୍ଟବେଙ୍ଗଲ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ କ୍ୱାରେଣ୍ଟିନରେ ଥିବା ବେଳେ ୪୭ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଆଜି ଭୁବନେଶ୍ୱରରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ କେତେ:- ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ରିଜର୍ଭ ପୋଲିସ କଲୋନିରୁ ୭, ନୟାପଲ୍ଲୀ ନୂଆସାହିରୁ ୬ ଚିହ୍ନଟ […]