ସମ୍ବଲପୁର: କ୍ୱାରେଣ୍ଟିନରେ ଯିବେ ବୁର୍ଲା ଭୀମସାରର ବିଭିନ୍ନ ବର୍ଗର ୭୦ ଡାକ୍ତର। ମେଡିସିନ୍ ବିଭାଗର ୩୮ ଜଣ ଡାକ୍ତରଙ୍କ ସହ ୭୦ ଜଣ କ୍ୱାରେଣ୍ଟିନରେ ରହିବେ। ଫଳରେ ଗୁରୁବାର ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମେଡିସିନ୍ ବିଭାଗ ଓପିଡି ବନ୍ଦ ରହିବ। ମେଡିସିନ୍ OPDକୁ ଆସୁଥିବା ରୋଗୀ ଜେନେରାଲ OPDରେ ଦେଖାଇବା ଲାଗି ବ୍ୟବସ୍ଥା ହୋଇଛି। ୭୬୫୫୦-୫୧୫୯୮ ଏବଂ ୭୬୫୫୦-୫୧୬୦୧ ନମ୍ବରରେ ଟେଲି ମେଡିସିନ ସୁବିଧା ପାଇପାରିବେ। ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର ଏହି ସୂଚନା […]
କଟକ: ଏଣିକି ପ୍ରତ୍ୟେକ ବୁଧବାର କଟକ ମାଲଗୋଦାମ ବନ୍ଦ ରହିବ। ମାଲଗୋଦାମ ନିକଟରେ ଥିବା ବେହେରାସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକ ମହାନଗର ନିଗମ(CMC) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୩ଟି ପର୍ଯ୍ୟାୟରେ ମାଲଗୋଦାମ ଖୋଲିବାକୁ CMC ନିଷ୍ପତ୍ତି ନେଇଛି। ଅଣ-ଅତ୍ୟାବଶ୍ୟକ ଦୋକାନ ଗୁଡିକ ସକାଳ ୭ରୁ ୧୦ଟା ଯାଏ ଖୋଲିବ। କିନ୍ତୁ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ହୋଲ୍ସେଲର୍ ସକାଳ ୧୦ରୁ ୨ଟା ଯାଏ ଖୋଲିବ। ତେବେ ଅତ୍ୟାବଶ୍ୟକ ଜିନିଷ ବିକ୍ରି କରୁଥିବା ଖୁଚୁରା […]
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସିହ୍ନାଙ୍କୁ ଜାମ୍ମୁ-କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଗତକାଲି ଗିରୀଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ। ଏବେ ଶ୍ରୀ ମୁର୍ମୁଙ୍କ ସ୍ଥାନରେ ମନୋଜ ସିହ୍ନା ଉପ-ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିବେ। ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ହେବା […]
ଅହମଦାବାଦ: ଗୁଜରାଟର ଅହମଦାବାଦ ସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଅହମଦାବାର ନାଭ୍ରଙ୍ଗପୁରା ଅଞ୍ଚଳରେ ଥିବା ଶ୍ରେୟ ହସ୍ପିଟାଲ୍ରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପାଖାପାଖି ୪୦ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ସର୍ଟ ସର୍କିଟରୁ ହସ୍ପିଟାଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି […]
ବେଙ୍ଗାଲୁରୁ : ପଞ୍ଜାବ ଓ ରାଜସ୍ଥାନ ପରେ କର୍ଣ୍ଣାଟକ କଂଗ୍ରେସରେ କନ୍ଦଳ ଘନେଇବାରେ ଲାଗିଛି । ଗୋଟିଏ ପଟେ ଦିଲ୍ଲୀରେ କିଛି ଟାଣୁଆ କଂଗ୍ରେସ ନେତା ଗାନ୍ଧୀ ପରିବାର ବିରୋଧରେ ମେଳି କରୁଛନ୍ତି । ଅନ୍ୟପଟେ ରାଜସ୍ଥାନ ଏବଂ ପଞ୍ଜାବ ପରେ…
କୋଣାର୍କ: ସଂଯୋଗକାରୀ ଟ୍ରେନ ନ ଆସିବା ଯୋଗୁ ଆସନ୍ତାକାଲି ଭୁବନେଶ୍ୱରରୁ ଛାଡିବାକୁ ଥିବା ୦୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍କୁ ବାତିଲ୍ କରାଯାଇଛି। ସେହିପରି ମୁମ୍ବାଇର ରେଲ୍ୱେ ଟ୍ରାକ୍ରେ ପାଣି ଜମିରହିଥିବା ଯୋଗୁ ଗତକାଲି ମୁମ୍ବାଇରୁ ଛାଡିବାକୁ ଥିବା ୦୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର ଟ୍ରେନ୍କୁ ବାତିଲ୍ କରାଯାଇଛିI ଲଗାଣ ବର୍ଷା ଯୋଗୁ ମୁମ୍ବାଇର ଅନେକ ଅଞ୍ଚଳରେ ଅଣ୍ଟେ ଉଚ୍ଚର ପାଣି ଜମି ରହିଛି। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଲୋକେ ଫସି ରହିଥିବା ଦେଖିବାକୁ ମିଳିଛି।
ବେଜିଂ: କରୋନା ଭାଇରସର ଆତଙ୍କରୁ ଏ ପର୍ଯ୍ୟନ୍ତ ବିଶ୍ୱ ମୁକ୍ତି ପାଇନି। ଏବେ ଚୀନରୁ ମାଡ଼ି ଆସୁଛି ଆଉ ଏକ ଆତଙ୍କ। ଚୀନରେ ଦେଖା ଦେଇଛି ଆଉ ଏକ ନୂଆ ତଥା ଭୟଙ୍କର ଭାଇରସ। ଏହି ନୂଆ ସଂକ୍ରାମକ ଭାଇରସରେ ଚୀନ୍ର ୭ ଜଣଙ୍କର ମୃତ୍ୟୁ ଘଟିଲାଣି। ୬୦ରୁ ଅଧିକ ଆକ୍ରାନ୍ତ ହେଲେଣି। ଚୀନ ସରକାରୀ ମିଡିଆ ବୁଧବାର ଏ ନେଇ ଲୋକଙ୍କୁ ସତର୍କ କରାଇବା ସହ ଏହା ସଂକ୍ରାମକ ହୋଇପାରେ ବୋଲି ଚେତାବନୀ ଦେଇଛି। ଚୀନ […]
ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧,୬୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୨୬ ରହିଛି। ଗଞ୍ଜାମରୁ ସର୍ବାଧିକ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ରେ ପହଞ୍ଚିଛି।
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଚୈତନପୁର ଶାସନ ନନ୍ଦିକେଶ୍ୱର ମନ୍ଦିର ପରିସରରୁ ଏକ ୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ମନ୍ଦିର ପୂଜକ ସନ୍ଧ୍ୟା ଆଳତି ସାରି ଫେରୁଥିବା ସମୟରେ ହଠାତ୍ ମନ୍ଦିର ହୁଣ୍ଡି ତଳେ ଏହି ବିରାଟ ସାପଟିକୁ ଦେଖିଥିଲେ। ଏସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବରପାଇ ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ ଓ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅହିରାଜକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପଟିକୁ ସଂରକ୍ଷିତ […]
ଶ୍ରୀନଗର: ଜମ୍ମୁ-କାଶ୍ମୀର କୁଲ୍ଗାମ୍ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ବିଜେପି ନେତା ତଥା ସରପଞ୍ଚ ସଜାଦ୍ ଅହମ୍ମଦ ପ୍ରାଣ ହରାଇଛନ୍ତି। ଆଜି ସକାଳେ ଆତଙ୍କବାଦୀମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସଜାଦ୍ ଅହମ୍ମଦଙ୍କୁ ମିଶାଇ ଗତ କିଛି ସପ୍ତାହ ଭିତରେ ଆତଙ୍କବାଦୀମାନେ ୪ଜଣ ବିଜେପି ନେତାଙ୍କ ଉପରେ ଆକ୍ରମଣ କରି ସାରିଲେଣି। ସଜାଦ୍ କୁଲ୍ଗାମ୍ ଜିଲ୍ଲା ବିଜେପି ଉପାଧ୍ୟକ୍ଷ ଥିଲେ।
ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ମହାରାଷ୍ଟ୍ର। ଉବୁଟୁବୁ ମାୟାନଗରୀ ମୁମ୍ବାଇ। ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ଅନେକ ଅଞ୍ଚଳରେ ଅଣ୍ଟେ ଉଚ୍ଚର ପାଣି ଜମି ରହିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଲୋକେ ଫସି ରହିଥିବା ଦେଖିବାକୁ ମିଳିଛି । ଚର୍ଚ୍ଚଗେଟ୍, ୱର୍ଲି, ଚୌପାଟୀ, ହିନ୍ଦ୍ମାତା, ମଦନପୁରା ଆଦି ଅଞ୍ଚଳ ବେଶୀ ପ୍ରଭାବିତ ହୋଇଛି । ବୁଧବାର ପରିସ୍ଥିତି ଆହୁରି ସଙ୍ଗୀନ ଥିଲା । ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ମାତ୍ର ୬ […]
ନୟାଗଡ଼: ଘଞ୍ଚ ଜଙ୍ଗଲ ଭିତରେ ଠାବ ହୋଇଛି ଏକ ଅଲୌକିକ ଗୁମ୍ଫା। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ବଧିପାଟଣା ଗାଁ ନିକଟ ଜଙ୍ଗଲ ଭିତରେ ରହିଛି ଏହି ଗୁମ୍ଫା। ଏହି ପ୍ରାଚୀନ ଗୁମ୍ଫା ଭିତରେ ୪ ବଖରା ଘର ସହ ଏକ କୂପ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ଖବର ପ୍ରଚାରିତ ହେବା ପରେ ଏହି ଗୁମ୍ଫା ନିକଟରେ ଲୋକଙ୍କ ଭିଡ଼ ଜମି ଥିଲା। ସବୁଠୁ ଆଶ୍ଚର୍ଯ୍ୟକର କଥା, ରାତି ହେଲେ ଏହି […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩, ସୁନ୍ଦରଗଡ଼ରୁ ୨, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of ten Covid positive patients while under treatment in hospitals. 1. A […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ନିଦ ହଜାଇ ଦେଇଛି। ଗତ ୨୪ ଘଣ୍ଟା ସର୍ବାଧିକ ୯୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪୦ ହଜାର ପାର୍ କରିଛି । ଆଜି ଦେଶରେ ମୃତ୍ୟୁ ସଂଖ୍ୟା ୪୦ ହଜାର ୬୯୯କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ରୋଗୀ ସଂଖ୍ୟା ମଧ୍ୟ ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୬ ହଜାର ୨୮୨ ଆକ୍ରାନ୍ତ। […]
କୋଣାର୍କ: କରୋନା ଭାଇରସ ଭୟ ମଣିଷକୁ ଯେତିକି ସନ୍ତ୍ରସ୍ତ କରି ଦେଇଛି ତାଠାରୁ ବେଶି ବିପର୍ଯ୍ୟସ୍ତ କରିଦେଇଛି କରୋନା ସନ୍ଦେହ । କରୋନାର ସନ୍ଦେହ ମଣିଷ ଜୀବନକୁ ଭାରାକ୍ରାନ୍ତ କରିଦେଲାଣି। ଏଥିପାଇଁ ଦୂରେଇ ଯାଉଛନ୍ତି ଆପଣାର ଲୋକ। ନିଜର ଲୋକ ସବୁ ହୋଇ ଯାଉଛନ୍ତି ସାତ ପର। କେଉଁଠି ମୃତ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବୃଦ୍ଧ ମଣିଷକୁ ମିଳୁନି ଟିକିଏ ଆଶ୍ୱସନାର ହାତ ତ କେଉଁଠି ମୃତ ଯୁବକଙ୍କ ଶବକୁ ମିଳୁନି କାନ୍ଧ। ଏମିତି ଏକ ଅଭାବନୀୟ […]