/odishatv-khabar/media/post_attachments/uploadimage/library/16_9/16_9_0/KKR_Vs_SRH_1716574085.jpg)
KKR Vs SRH
ଆଇପିଏଲ୍ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ। ଆସନ୍ତା ୨୬ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ସହ ହାଇଦ୍ରାବାଦର ହେବ ଫାଇନାଲ ଫାଇଟ୍। ଆଜି ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାଇଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ମାତ୍ ଦେଇଛି ହାଇଦ୍ରାବାଦ।
ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ରାଜସ୍ଥାନ ଆଗରେ ୧୭୬ ରନ୍ ର ବିଜୟ ଲକ୍ଷ୍ୟ ରଖିଥିଲା। ହାଇଦ୍ରାବାଦ୍ ପାଇଁ ହେନ୍ରିକ୍ କ୍ଲାସେନ୍ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୪ଟି ବଲ୍ ଖେଳି ୪ଟି ଛକା ବଳରେ ଅର୍ଦ୍ଧଶତକ (୫୦ରନ୍) ହାସଲ କରିଥିଲେ। ଯୁବ ବ୍ୟାଟର ରାହୁଲ ତ୍ରିପାଠୀଙ୍କ ୩୭ ରନ୍ କରିଥିଲେ। ସେହିପରି ବିସ୍ଫୋରକ ବ୍ୟାଟର ଟ୍ରାଭିସ ହେଡ୍ ୨୮ଟି ବଲ୍ ଖେଳି ୩୪ ରନ୍ ସଂଗ୍ରହ କରିଥିଲେ। ହାଇଦ୍ରବାଦ୍ ପାଇଁ ଟ୍ରେଣ୍ଟ ବୋଲ୍ଟ ଓ ଆବେସ୍ ଖାନ ସର୍ବାଧିକ ୩-୩ ୱିକେଟ୍ ନେଇଥିଲେ। ସନ୍ଦୀପ ଶର୍ମାଙ୍କୁ ୨ଟି ୱିକେଟ୍ ମିଳିଥିଲା।
ଚଳିତ ଆଇପିଏଲର ଫାଇନାଲ ଟିକେଟ ପ୍ରଥମେ ହାତେଇଛି କୋଲକାତା ନାଇଟ ରାଇଡର୍ସ ବା କେକେଆର। ଦଳ କ୍ୱାଲିଫାୟାର ୧ରେ ସନ ରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ୮ ୱିକେଟରେ ହରାଇ ବିଜୟ ହାସଲ କରିଛି। ପ୍ରଥମେ ବୋଲର କମାଲ କରିଥିବା ବେଳେ ବ୍ୟାଟିଂରେ ଦୁଇ ଆୟର ନିଜର ଦମ ଦେଖାଇଥିଲେ। ଶ୍ରେୟସ ଆୟର ଓ ଭେଙ୍କଟେଶ ଆୟର ଅର୍ଦ୍ଧଶତକ ହାସଲ କରିଥିଲେ। ୨୦୨୧ ପରେ କେକେଆର ପୁଣି ଥରେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ୨୦୨୧ରେ ଦଳ ଫାଇନାଲ ଯାଇଥିଲେ ମଧ୍ୟ ଚେନ୍ନାଇ ଠାରୁ ହାରି ଯାଇଥିଲା। ଏଥର ଦଳ ଟ୍ରଫି ହାତେଇବା ମୁଡରେ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)