Advertisment

ପ୍ରକୃତିର ଭୟଙ୍କର ତାଣ୍ଡବ: ଭୂସ୍ଖଳନରେ ଚାଲିଗଲା ୧୦୦ରୁ ଅଧିକ ଜୀବନ, ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା

ପ୍ରକୃତିର ତାଣ୍ଡବ ଆଗରେ ଫିକା ପଡିଲା ସବୁକିଛି । ଭୂସ୍ଖଳନରେ ଅତି କମରେ ୧୦୦ରୁ ଅଧିକ ଗଲାଣି ଜୀବନ । ପପୁଆ ନ୍ୟୁ ଗିନିରେ ବଡ଼ ଭୂସ୍ଖଳନ । ତାସ୍‌‌ ଘର ଭଳି ଭୁଶୁଡୁଛି କୋଠା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Papua New Guinea Landslide news in odia

landslide strikes

ପ୍ରକୃତିର ତାଣ୍ଡବ ଆଗରେ ଫିକା ପଡିଲା ସବୁକିଛି । ଭୂସ୍ଖଳନରେ ଅତି କମରେ ୧୦୦ରୁ ଅଧିକ ଜୀବନ ଗଲାଣି । ପପୁଆ ନ୍ୟୁ ଗିନିରେ ବଡ଼ ଭୂସ୍ଖଳନ । ତାସ୍‌‌ ଘର ଭଳି ଭୁଶୁଡୁଛି କୋଠା । ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଏଙ୍ଗା ପ୍ରଦେଶର କାଓକାଲମ ଗ୍ରାମ ନିକଟରେ ଶୁକ୍ରବାର ଭୋର୍ ପ୍ରାୟ ୩ଟା ସମୟରେ ହଠାତ ଭୂସ୍ଖଳନ ହୋଇଛି । 

Advertisment

ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । କିନ୍ତୁ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ଦ୍ବାରା ମୃତକଙ୍କ ସଂଖ୍ୟା ସ୍ପଷ୍ଚ କରାଯାଇ ନାହିଁ । ରିଲିଫ କର୍ମୀ ଉଦ୍ଧାର କାର୍ଯ୍ୟ ଜାରି ରଖିବା ବେଳେ ଅନେକ ମୃତଦେହ ଚାପି ହୋଇ ରହିଥିବା ଆକଳନ କରାଯାଉଛି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇବାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ: ଘୁରି ଘୁରି ତଳେ ପଡ଼ିଲା ହେଲିକପ୍ଟର; ଭୟରେ ଦୌଡ଼ିଲେ ଲୋକେ, ଦେଖନ୍ତୁ ଭିଡ଼ିଓ...

Advertisment

ଭୂସ୍ଖଳନ ହେତୁ ଅନେକ ଗାଁର ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଉଦ୍ଧାରକାରୀ ଦଳ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରୁଛନ୍ତି । ଭୂସ୍ଖଳନରେ ପୋତି ହୋଇଯାଇଥିବା ବ୍ୟକ୍ତିଙ୍କୁ ବାହାର କରିବାରେ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଭୂସ୍ଖଳନ ପୂର୍ବରୁ ପପୁଆ ନ୍ୟୁ ଗିନିରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫିନ୍‌ସାଫେନ୍‌ର ୩୯ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଏହି ଭୂକମ୍ପ ଘଟିଥିଲା ​​ଏବଂ ରିକ୍ଟର ସ୍କେଲରେ ତୀବ୍ରତା ୫.୩ ରେକର୍ଡ କରାଯାଇଥିଲା । ଭାରତୀୟ ସମୟ ଅନୁଯାୟୀ, ଗୁରୁବାର ସକାଳ ୯.୪୯ ସମୟରେ ପପୁଆ ନ୍ୟୁଗିନିରେ ଏହି ଭୂକମ୍ପ ହୋଇଥିଲା । କିନ୍ତୁ ଭୂକମ୍ପରେ କୌଣସି କ୍ଷତି ହୋଇନଥିବା କୁହାଯାଇଥିଲା ।

ତେବେ ପପୁଆ ନ୍ୟୁଗିନିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ବିରାଟ ପଥର ଉପରକୁ ଚଢିବା ସହିତ ଅଳିଆ ଗଦା ଏବଂ ଗଛ ତଳୁ ମୃତଦେହକୁ ବାହାର କରୁଥିବା ଦେଖିବାକୁ ମିଳିଛି । ଦୃଶ୍ୟ ଗୁଡ଼ିକ ଦେଖିଲେ ଛାତି ଥରି ଉଠୁଚି। ଚାରିଆଡ଼େ କୁଢ଼ କୁଢ଼ ଶବ ଗଦା ହେବାରେ ଲାଗିଚି। ଏମିତି ଲାଗୁଚି ଯେମିତି ସମସ୍ତେ ନିରୁପାୟ। କାନ୍ଦ ବୋବାଳିରେ ଚାରିଆଡ଼େ ଏକ କରୁଣ ପରିବେଶ ଦେଖିବାକୁ ମିଳୁଛି। ମାଟି ଅତଡ଼ା ତଳେ ବହୁ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଥିବାରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଉଛି। 

ଅଧିକ ପଢ଼ନ୍ତୁ: ଜ୍ୟୋତିଷଙ୍କ ବଡ଼ ଭବିଷ୍ୟବାଣୀ; ଏହି ଦିନ ହେବ ତୃତୀୟ ବିଶ୍ୱଯୁଦ୍ଧ !

Landslides
Advertisment
Advertisment