ଦୀର୍ଘ ସମୟ ଧରି ଅମାନତୁଲାଙ୍କୁ ଇଡି କାର୍ଯ୍ୟାଳୟରୁ ନବାହାରିବା ଦେଖି ତାଙ୍କୁ ଗିରଫ କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ଆପ୍ ବିଧାୟକ ଓ ମନ୍ତ୍ରୀ।
ବୀରପ୍ରତାପପୁର ଓଡ଼ିଶା ସମବାୟ କତା ନିଗମ ଦ୍ୱାରା ପ୍ରସ୍ତୁତ ଦଉଡ଼ି । ପ୍ରାୟ ମାସେ ଧରି ଦଉଡ଼ି ତିଆରିରେ ଲାଗିଥିଲେ ୧୪ ଜଣ କାରିଗର ।
ମଧ୍ୟପ୍ରାଚ୍ୟରେ ଘନେଇଲା ଇରାନ-ଇସ୍ରାଏଲ ଯୁଦ୍ଧ । ଇରାନ ଉପରେ ମିଜାଇଲ ମାଡ଼ କଲା ଇସ୍ରାଏଲ୍ । ଇସ୍ଫାହନ ସିଟିରେ ଥିବା ବିମାନବନ୍ଦରକୁ ଟାର୍ଗେଟ୍ ।
ଖୁବଶୀଘ୍ର ବିଜେପିରେ ଯୋଗଦେବେ ବିଜେଡିର ଆଉ କିଛି ହେଭିୱେଟ୍। ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।
ବଡ଼ ଦୁର୍ଘଟଣା । ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ । ଏଭଳି ଅଘଟଣ ଘଟିଛି କଟକ ମାଲଗୋଦାମ ଅଞ୍ଚଳରେ ।
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କଲବଲ କରୁଛି ଅସହ୍ୟ ଖରା। ଆଜି ପାଇଁ ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ନେଇ ମଧ୍ୟ ଚେତାବନୀ ।
ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ।
୬ ଥର ଗ୍ୟାଲେଣ୍ଟ୍ରି ପଦକ ଜିତିଥିବା ଇନ୍ସପେକ୍ଟର ଲକ୍ଷ୍ମଣ କେୱଟ, କାଙ୍କେରରେ ମାଓବାଦୀଙ୍କ ବିରୁଦ୍ଧରେ ହୋଇଥିବା ବଡ଼ ଅପରେସନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲର ପ୍ରକ୍ରିୟା ।
ନବୀନଙ୍କ ୨୪ ବର୍ଷର ଶାସନ ପରେ ବି ଭୋକର ଭୂଗୋଳ ଭିତରେ ଦି’ମୁଠା ଦାନା ପାଇଁ ଦାଦନ ଯାଉଛି ଗରିବ ଖଟିଖିଆ ମଣିଷ । ସେ ଗଞ୍ଜାମ ହେଉ ଅବା ବଲାଙ୍ଗିର । ଆଜି ବି ଦାଦନ ଦହନରେ ଜଡ଼ସଡ଼ ।
ଗ୍ରୀଷ୍ମ ଓ ଅସହ୍ୟ ଗୁଳୁଗୁଳିରେ ଦହଗଞ୍ଜ ପୂରା ଓଡ଼ିଶା । ଆଉ ଏ ଦୁଃଖକୁ ବଢ଼ାଇ ଦେଇଛି ଟାଟା ପାୱାରର ଅଘୋଷିତ ପାୱାର କଟ୍ । ରାଜ୍ୟର ଯେଉଁ କୋଣକୁ ନଜର ପକାଇବେ, ସେଇ ସମାନ ଅବସ୍ଥା ।
ବିଦ୍ରୋହ ଏତେ ଯେ, ବିବାଦ ଥାଇ ବି ବିଧାୟକଙ୍କ ଟିକଟ୍ କାଟିପାରୁନି ବିଜେଡି । ଆଉ ଯେଉଁ କାଁ ଭାଁ କଟୁଛି ସେମାନଙ୍କୁ ବି ମ୍ୟାନେଜ୍ କରିବାରେ ଅସମର୍ଥ । ଯେମିତି ଗତକାଲି ଟିକେଟ କଟିବା ପରେ ତାତିଛନ୍ତି ସମୀର ଦାଶଙ୍କ ସମର୍ଥକ ।
ରାତି ପାହିଲେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବ ସାରା ଦେଶ । ଭୋଟିଂ ପୂର୍ବରୁ ପ୍ରସ୍ତୁତି ଜୋର, ସୁରକ୍ଷା ବ୍ୟବସ୍ଥା ବ୍ୟାପକ ଓ କଡାକଡି । ଅରୁଣାଚଳ ପ୍ରଦେଶରେ ପୋଲିଂ ଟିମ୍ ପାହାଡ ଚଢି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି ।
ସ୍ୱାମୀ ପରେ ସ୍ତ୍ରୀ ହେବେ ନେତ୍ରୀ । ସ୍ୱାମୀଙ୍କୁ କାଟି ସ୍ତ୍ରୀକୁ ଟିକେଟ୍ । ବିଜେଡି ଘୋଷଣା କରିଥିବା ୨୮ ମହିଳା ପ୍ରାର୍ଥୀଙ୍କ ଭିତରେ ୧୦ ଜଣ ହେଭିୱେଟ ନେତାଙ୍କ ପତ୍ନୀ ।
ଅପମାନରୁ ଶିଖେଲେ, ଲଢ଼ିଲେ ଆଉ ସଫଳ ହେଲେ । ଏ ଘଟଣା ଆପଣଙ୍କୁ କାହାଣୀ ଭଳି ଲାଗିପାରେ, ଫିଲ୍ମ ସ୍କ୍ରିଫ୍ଟ ଭଳି ଏସବୁକୁ ଭାବି ପାରନ୍ତି । କିନ୍ତୁ ଯାହା ଘଟିଛି ସେ ସବୁ ବିଲକୁଲ୍ ସତ ।
ବନ୍ଦୀ ଥିବା ଅବଶିଷ୍ଟ ୧୬ ଜଣଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଇରାନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।
ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରୁ ସରକାର ଚଳାଇବାକୁ ଅନୁମତି ଦେବାକୁ ଦାବି କରାଯାଇଛି ।
ରଣବୀର ସିଂହଙ୍କର ଏକ ଡିପଫେକ୍ ଭିଡିଓ ଭାଇରାଲ ହେଉଛି । ଆମୀର ଖାନଙ୍କ ପରେ ରଣବୀର ସିଂଙ୍କର ଏକ ରାଜନୈତିକ ଦଳକୁ ସମର୍ଥନ କରିବାର ଭିଡିଓ ଭାଇରାଲ ହୋଇଛି ।
ଜେଲରେ ଥିବା ନିଜର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଙ୍କ ପରାମର୍ଶ ଚାହୁଁଥିବା ଦାବି କରି ଗୋଟିଏ ଆବେଦନ କୋର୍ଟରେ କରିଛନ୍ତି। ଏହାର ଶୁଶାଣି କୋର୍ଟ କରୁଥିବା ବେଳେ ଇଡି ଏପରି ଦାବି କରିଛି।
ପୁଣି ରାଜଧାନୀରେ ୪୩ ଟପିଲା ପାରଦ । ଆଜି ଦିନ ସାଢ଼େ ୨ଟାରେ ଭୁବନେଶ୍ୱରରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ା ୪୨.୬ ଏବଂ ବାଲେଶ୍ୱର ୪୨.୨ ଡିଗ୍ରୀ ତାପମାତ୍ରା ରହିଛି ।
ଟେଲିଗ୍ରାମ ଜରିଆରେ ସାଧାରଣ ଲୋକଙ୍କୁ ଚୁନା ମାରୁଥିଲେ ଏହି ଗ୍ୟାଙ୍ଗ । ଭୁବନେଶ୍ୱରରେ ବସି ସାରା ବିଶ୍ୱର ଲୋକଙ୍କୁ କରୁଥିଲେ ଠକେଇ ।
ରାଜଧାନୀରେ ମହିଳାଙ୍କୁ ହଇରାଣ, ହାରସମେଣ୍ଟ, କମେଣ୍ଟ କଲେ ଏହି ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପା ସେଟ୍ଟୀଙ୍କ ନାଁ ମଧ୍ୟ କିଛି ସ୍ଥାନରେ ଉଠୁଛି ।
ବିଜେପିରେ ଅନୁଭବ, ବିଜେଡିରେ ବର୍ଷା । ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିଛନ୍ତି ଅଭିନେତ୍ରୀ ତଥା ଅନୁଭବ ମହାନ୍ତିଙ୍କ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।