Advertisment

କେମିତିକା ସ୍ୱାମୀ !! ସ୍ତ୍ରୀର ପେଟ ଚିରି ଦେଖୁଥିଲା ପିଲା; କୋର୍ଟ କହିଲେ, ଜୀବନ ସାରା ଜେଲ୍‌ରେ ରୁହ..

ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ୱାମୀ କଲା ମାରାଣାତ୍ମକ ଆକ୍ରମଣ। ସ୍ତ୍ରୀର ପେଟ ଚିରି କରୁଥିଲା ଲିଙ୍ଗ ନିରୂପଣ। କୋର୍ଟ ଦେଲେ ଆଜୀବନ କାରାଦଣ୍ତ ଦଣ୍ତାଦେଶ।

author-image
Manoranjan Behera
ଅଦ୍ୟତନ ହୋଇଛି
Pregnant Woman

Pregnant Woman

ସ୍ତ୍ରୀକୁ କୁରାଢ଼ୀରେ ହାଣିଲା ସ୍ୱାମୀ। ପେଟରେ ଶିଶୁ ସନ୍ତାନ ଥାଇ ବି ସ୍ତ୍ରୀକୁ କଲା ମାରାଣାତ୍ମକ ଆକ୍ରମଣ। ପେଟରେ ପୁଅ ଅଛି ନା ଝିଅ ସେଥିପାଇଁ ସ୍ତ୍ରୀର ପେଟ ଚିରି କଲା ଯାଞ୍ଚ। ଏମିତି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ବଦୌନ ସହରରେ ଘଟିଛି। ଯେଉଁଠି ଜଣେ ବ୍ୟକ୍ତି ସ୍ତ୍ରୀର ପେଟ ଚିରି ଶିଶୁର ଲିଙ୍ଗ ଯାଞ୍ଚ କରୁଥିଲା। ଅଭିଯୁକ୍ତକୁ କୋର୍ଟ ଆଜୀବନ କାରାଦଣ୍ତ ଦଣ୍ତାଦେଶ ଶୁଣାଇଛନ୍ତି।

Advertisment

ଉତ୍ତରପ୍ରଦେଶର ବଦୌନ ସହରର ପନ୍ନା ଲାଲ। ୨୨ ବର୍ଷ ବିବାହରେ ତାଙ୍କର ୫ଟି କନ୍ୟା ସନ୍ତାନ ଅଛନ୍ତି। ୫ଟି ଝିଅ ଜନ୍ମ ହେବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତିଦିନ ପାଟିଟୁଣ୍ତ ହେଉଥିଲା। ସ୍ତ୍ରୀ ଅନିତାଙ୍କୁ ମାଡ଼ ବି ମାରୁଥିଲେ ପନ୍ନା ଲାଲ। ଅନିତାଙ୍କ ପିତାମାତା ଏନେଇ ଅବଗତ ମଧ୍ୟ ଥିଲେ। ଅନିତାଙ୍କୁ ଛାଡ଼ପତ୍ର ଦେଇ ଆଉ ଏକ ଯୁବତୀଙ୍କୁ ବିବାହ କରିବା ନେଇ ଧମକ ଦେଉଥିଲେ ପନ୍ନା ଲାଲ।

ସୂଚନା ମୁତାବକ ଦିନେ ପନ୍ନା ଲାଲ ଓ ଅନିତାଙ୍କ ମଧ୍ୟରେ ପୁଅ ଜନ୍ମ ଦେଇ ପାଟିଟୁଣ୍ତ ଲାଗିତିଲା। ପନ୍ନା ଲାଲ ଅନିତାଙ୍କ ପେଟ ଚିରି ପୁଅ ନା ଝିଅ ଅଛି ଯାଞ୍ଚ କରିବେ ବୋଲି ଧମକ ଦେଲେ। ଏନେଇ ଅନିତା ବିରୋଧ କରିବାରରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲା ପନ୍ନା ଲାଲ। ଅନିତାଙ୍କୁ କୁରାଢ଼ୀ ଧରି ଆକ୍ରମଣ କରିଥିଲେ ସ୍ୱାମୀ। ଆକ୍ରମଣରୁ ବଞ୍ଚିବା ପାଇଁ ଅନିତା ଚେଷ୍ଟା ମଧ୍ୟ କରିଥିଲେ। ସେତେବେଳେ ଅନିତା ୮ମାସର ଗର୍ଭବତୀ ଥିଲେ। ପନ୍ନା ଲାଲଙ୍କ ଆକ୍ରମଣରେ ଅନିତାଙ୍କ ପେଟ ଭିତରୁ ଅନ୍ତ ନାଡ଼ା ବାହାରି ଅସିଲା। ସେ ଭୟରେ ରାସ୍ତା ଆଡ଼କୁ ଦୌଡ଼ିଲେ ଏବଂ ନିଜକୁ ବଞ୍ଚାଇବାକୁ ଚିତ୍କାର କଲେ। ଘର ନିକଟରେ ତାଙ୍କ ଭାଇ ଦୋକାନ କରିଥିବାରୁ ସେ ବଞ୍ଚାଇବାକୁ ଦୌଡ଼ି ଆସିଲେ। ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ।

Advertisment

ଦୁର୍ଭାଗ୍ୟବଶତଃ ଅନିତାଙ୍କ ପେଟରେ ଥିବା ପୁତ୍ର ସନ୍ତାନଟି ଜୀବନ ହରାଇଲା। କୋର୍ଟରେ ପନ୍ନା ଲାଲଙ୍କ ନାଁରେ ମାମଲା ରୁଜୁ ହେବା ପରେ ବିଚାରପତି ତାଙ୍କୁ ଆଜୀବନ କାରାଦଣ୍ତ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସମୟରେ ଲିଙ୍ଗ ନିରୂପଣ କରିବା ଏକ ବିରାଟକାୟ ଅପରାଧ ବୋଲି କୋର୍ଟ କହିଛନ୍ତି। ତେବେ ସ୍ତ୍ରୀର ପେଟ ଚିରି ସନ୍ତାନଙ୍କୁ ମାରିଥିବା ଅଭିଯୋଗରେ ସେ ଅପରାଧୀକୁ ଆଜୀବନ କାରାଦଣ୍ତ ଦଣ୍ତାଦେଶ ଶୁଣାଇଛନ୍ତି।

Uttar Pradesh Pregnant Woman New Born Baby Crime Against Women
Advertisment
Advertisment