Advertisment

ESIC Recruitment 2024: ESICରେ ପୂରଣ ହେବ ଅନେକ ପଦବୀ; ଦରମା ୨ ଲକ୍ଷ

ESICରେ ଚାକିରି କରିବାକୁ ଅନେକ ପ୍ରାର୍ଥୀ ଇଛା କରିଥାନ୍ତି। ଆପଣ ଯଦି ଏହି ସଂସ୍ଥାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ESIC ଏନେଇ ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଚୟନ୍ ହେଲେ ଦରମା ୨ ଲକ୍ଷ ଟଙ୍କା।

author-image
Pramod Behera
ଅଦ୍ୟତନ ହୋଇଛି
ESIC Recruitment 2024

Want professor job with 200000 salary apply at esic

ଭାରତ ସରକାର ଅଧିନରେ ଥିବା ESIC ଏକ ଅଗ୍ରଣୀ ସଂସ୍ଥା। ଏଥିରେ ଚାକିରି କରିବାକୁ ଅନେକ ପ୍ରାର୍ଥୀ ଇଛା କରିଥାନ୍ତି। ଆପଣ ଯଦି ଏହି ସଂସ୍ଥାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ESIC ଏନେଇ ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ESIC ରେ ପ୍ରଫେସର୍, ସୁପର ସ୍ପେସାଲିଷ୍ଟ୍, ସିନିୟର୍ ରେସିଣ୍ଡେଟ୍ସ ପଦବୀ ପୂରଣ ହେବ। ୱାକ୍-ଇନ୍-ଇଣ୍ଟରଭିୟୁ ମାଧ୍ୟମରେ ଏହି ନିଯୁକ୍ତି କରାଯିବ। ଏନେଇ ଉଭୟ ପୁରୁଷ ଓ ମହିଳା ସାକ୍ଷାତ ଦେଇପାରିବେ। ପିଜି/ଡିପ୍ଲୋମା ପାଶ କରିଥିବା ପ୍ରାର୍ଥୀ ଏହି ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: Indian Air Force Recruitment: ଭାରତୀୟ ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି; ଆପଣଙ୍କ ପାଇଁ ସୁଯୋଗ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ESICର ଅଫିସିଆଲ୍ ୱେବ୍‌ସାଇଟ୍‌ esic.gov.in କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ESIC Recruitment 2024 apply for 106 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ୱାକ୍-ଇନ୍-ଇଣ୍ଟରଭିୟୁ – ୦୪ ଜୁନ୍ ୨୦୨୪

ଖାଲି ପଦବୀ:

  • ପ୍ରଫେସର – ୦୯ଟି ପୋଷ୍ଟ
  • ସହଯୋଗୀ ପ୍ରଫେସର – ୨୧ଟି ପୋଷ୍ଟ
  • ସହକାରୀ ପ୍ରଫେସର – ୩୦ଟି ପୋଷ୍ଟ
  • ସୁପର ସ୍ପେଶାଲିଷ୍ଟ – ୩୪ଟି ପୋଷ୍ଟ
  • ସିନିୟର୍ ରେସିଣ୍ଡେଟ୍ସ – ୧୨ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ
  • ବିଶେଷ କରି MBBS/PG/Diploma ଡିଗ୍ରୀ ଆବଶ୍ୟବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: BSF Recruitment 2024: ଭାରତୀୟ ସେନାରେ ପୂରଣ ହେବ ଅନେକ ପଦବୀ

ବୟସ ସୀମା:

  • ପ୍ରଫେସର୍ – ୬୭ ବର୍ଷ
  • ସୁପର ସ୍ପେଶାଲିଷ୍ଟ – ୬୭ ବର୍ଷ
  • ସିନିୟର୍ ରେସିଣ୍ଡେଟ୍ସ – ୪୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ପ୍ରଫେସର – ୨,୦୧,୨୧୩ ଟଙ୍କା
  • ସହଯୋଗୀ ପ୍ରଫେସର – ୧,୩୩,୮୦୨ ଟଙ୍କା
  • ସହକାରୀ ପ୍ରଫେସର – ୧,୧୪,୯୫୫ ଟଙ୍କା
  • ସୁପର ସ୍ପେଶାଲିଷ୍ଟ (ଫୁଲ୍ ଟାଇମ୍) – ୨,୦୦୦୦୦ ଟଙ୍କା
  • ସୁପର ସ୍ପେଶାଲିଷ୍ଟ (ପାର୍ଟ ଟାଇମ୍) – ୧୦୦୦୦୦ ଟଙ୍କା
  • ସିନିୟର୍ ରେସିଣ୍ଡେଟ୍ସ – ୬୭, ୭୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • SC/ST/ESIC/EXM/Ph./ମହିଳା – ଦେୟମୁକ୍ତ
  • ଅନ୍ୟମାନେ – ୨୨୫ ଟଙ୍କା

ୱାକ୍-ଇନ୍-ଇଣ୍ଟରଭିୟୁ:

  • ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଏବଂ ଆଗ୍ରହୀ, ସେମାନେ ଏକାଡେମିକ୍ ବ୍ଲକ୍, ESIC MCH, ଡେସୁଲା ମିୟା, ଅଲୱାର୍, ରାଜସ୍ଥାନ – ୩୦୧୦୩୦ରେ ୦୪ ଜୁନ୍ ଦିନ ସକାଳ ୯ଟାରେ ଡକ୍ୟୁମେଣ୍ଟ୍ ଯାଞ୍ଚ ପାଇଁ ରିପୋର୍ଟ କରିବା ଆବଶ୍ୟକ
  • ଦିନ ୧୧ଟରେ ସାକ୍ଷାତକାର
Govt Jobs ESIC ESIC Recruitment ESIC Jobs
Advertisment
Advertisment