Advertisment

ଜଜ୍‌ଙ୍କ ଘରୁ କୁକୁର ଗାଏବ; ୨୪ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା

ଚୋରି ହେଲା ଜଜ୍‌ଙ୍କ କୁକୁର । ୨୪ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା । ଉତ୍ତର ପ୍ରଦେଶର ଜଣେ ଜଜ୍‌ଙ୍କ ଘରୁ ତାଙ୍କ ପୋଷା କୁକୁରକୁ ଚୋରି ହୋଇଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
dog stolen

dog stolen

ଅଜବ ମାମଲା । ଚୋରି ହେଲା ଜଜ୍‌ଙ୍କ କୁକୁର । ୨୪ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା । ଆଶ୍ଚର୍ଯ୍ୟ ହେଲେ ବି ସତ ! ଉତ୍ତର ପ୍ରଦେଶର ଜଣେ ଜଜ୍‌ଙ୍କ ଘରୁ ତାଙ୍କ ପୋଷା କୁକୁରକୁ ଚୋରି ହୋଇଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହି ବିଚାରପତି ଜଣଙ୍କ ହରଦୋଈ ସ୍ଥିତ ଏକ କୋର୍ଟରେ କାର୍ଯ୍ୟ କରୁଛନ୍ତି। ତେବେ ତାଙ୍କ ପରିବାର ଲୋକେ ବରେଲୀର ସନସିଟି କଲୋନୀରେ ରହୁଛନ୍ତି। ଆଉ ଘଟଣାଟି ବରେଲୀରେ ଘଟିଛି।

Advertisment

ବିଚାରପତିଙ୍କ ପରିବାର ଲୋକେ ସେମାନଙ୍କ ପଡ଼ୋଶୀ ଡମ୍ପି ଅହମଦ କୁକୁର ଚୋରି କରିଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ପୋଲିସ ୨୪ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି । ଏହା ସହିତ କୁକୁରଟିକୁ ଖୋଜିବାକୁ ପ୍ରୟାସ କରୁଛି । ଅଭିଯୁକ୍ତ ଡମ୍ପି ଅହମଦଙ୍କ ପୁଅ କାଦିର ଖାନ ବିଚାରପତିଙ୍କ ପରିବାର ଲୋକଙ୍କୁ ମାରି ଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ମେ’ ୧୬ ତାରିଖ ରାତି ପ୍ରାୟ ୯ଟା ୪୫ ବେଳେ ଡମ୍ପି ଅହମଦଙ୍କ ପତ୍ନୀ ବିଚାରପତିଙ୍କ ଘରେ ପହଞ୍ଚିଥିଲେ ଓ ତାଙ୍କ ପରିବାର ଲୋକଙ୍କ ସହିତ କଥା ହେବାକୁ ଚାହିଁଥିଲେ। ଡମ୍ପି ଅହମଦଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ ସେମାନଙ୍କ (ବିଚାରପତି ଓ ତାଙ୍କ ପରିବାରର) ପୋଷା କୁକୁର ତାଙ୍କୁ ଓ ତାଙ୍କ ଝିଅଙ୍କୁ ଆକ୍ରମଣ କରିଥିଲା। ଏହା କହି ସେ ପାଟିତୁଣ୍ଡ କରିବା ସହିତ ବହୁ ସମୟ ଧରି ଯୁକ୍ତିତର୍କ କରିଥିଲେ। ଏହି ଘଟଣା ପରେ ବିଚାରପତିଙ୍କ ଘରୁ କୁକୁର ନିଖୋଜ ହୋଇଯାଇଥିଲା।

Advertisment

ବିଚାରପତି ଏହି ଘଟଣା ସମ୍ପର୍କରେ ପୋଲିସକୁ ଫୋନ୍ କରି ଜଣାଇବା ସହିତ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି କୁକୁରକୁ ଖୋଜିବା ପାଇଁ ପ୍ରୟାସ କରୁଛି।

Dogs Judges
Advertisment
Advertisment