ଶ୍ରୀନଗର: ଏବେ ଚାରିଆଡେ ଅନୁଭୂତ ହେଉଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରାରେ ବୃଦ୍ଧି ଯୋଗୁଁ ବଢୁଛି ତାତି ହେଲେ ଜାମ୍ମୁ କାଶ୍ମୀରର ପର୍ଯ୍ୟଟନସ୍ଥଳୀ ପହଲଗାମରେ କିନ୍ତୁ ଏବେ ହେଉିଛି ପ୍ରବଳ ବରଫପାତ। ରାଜ୍ୟର ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଲଗାତର ଦୁଇ ଦିନ ଧରି ପ୍ରବଳ ପରିମାଣରେ ତୁଷାରପାତ ଦେଖିବାକୁ ମିଳୁଛି। ବରଫପାତ ଯୋଗୁଁ ଅନନ୍ତନାଗ ଜିଲ୍ଲାରେ ଥିବା ଏ ଅଞ୍ଚଳକୁ ବହୁ ସଂଖ୍ୟା ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଗଲା ଦୁଇ ଦିନ ଧରି ଏ ଅଞ୍ଚଳରେ ତାପମାତ୍ରା ହ୍ରାସ […]
ଓଡ଼ିଶା: ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ ୩୦ ଫ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗତକାଲି କମିଶନରେଟ୍ ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଥିଲା କାରକେଡ ରିହରସଲ। ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ କଟକ ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ତେଣୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି […]
କଟକ: କଟକ ସୁଭଦ୍ରାପୁର ବିଜୟ ପାଲ ଉପରେ ଗୁଳିମାଡ଼ ଘଟଣାରେ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ନିଲମ୍ବିତ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଭଏସ୍ ଟେଷ୍ଟ ପାଇଁ ମନା କରିଛନ୍ତି। ଭଏସ୍ ଟେଷ୍ଟ ପାଇଁ ଅନୁମତି ଦେଇଥିଲେ କଟକ ଜେଏମଏଫସି (ରୁରାଲ) କୋର୍ଟ। ସୁଶାନ୍ତ ଓ ରଞ୍ଜିତାଙ୍କ ମଧ୍ୟରେ ଜେଲ ଭିତରର ବାର୍ତ୍ତାଳାପ ଏବଂ ଜେରା ବେଳେ ହୋଇଥିବା ଭଏସକୁ ମ୍ୟାଚ କରାଯିବା ନେଇ କଟକ ସଦର ଥାନା ପୋଲିସ କୋର୍ଟରେ ମଧ୍ୟ ଆବେଦନ କରିଥିଲା। ଗତକାଲି […]
ନୂଆଦିଲ୍ଲୀ: ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ମହା ଅଧିବେଶନ। ଏଥିପାଇଁ ରାଜ୍ୟର ଅନେକ କଂଗ୍ରେସ ନେତା ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏଥର ଅଧିବେଶନରେ ଦେଶବ୍ୟାପି କଂଗ୍ରେସକୁ କିଭଳି ଆଗକୁ ନିଆଯିବ, ସେ ସଂକ୍ରାନ୍ତରେ ଆଲୋଚନା ହେବ। ଓଡ଼ିଶା ଦୃଷ୍ଟିକୋଣରୁ ପ୍ରଦେଶ କଂଗ୍ରେସ କମିଟିରେ ଥିବା ଅସନ୍ତୋଷ ଏହି ଅଧିବେଶନରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି। ୧୮ ତାରିଖ ଅଧିବେଶନ ଶେଷ ହେବା ପରେ ୧୯ ତାରିଖରେ ରାଜ୍ୟର ଦଳୀୟ […]
ଭୁବନେଶ୍ୱର: କୋଣାର୍କରେ ବୋମା ମାଡ଼। କୋଣାର୍କ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ବାସଗୃହ ଓ କାର୍ଯ୍ୟାଳୟ ଉପରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗୋପାଳଙ୍କର ଥିବା ହୋଣ୍ଡା ବାଇକ ସୋରୁମ୍ ଉପରେ ମଧ୍ୟ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ କିଛି ଗାଡ଼ି ପୋଡ଼ିଯାଇଥିବା ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ୧୨ଟା ପରେ ଏହି ବୋମାମାଡ଼ ହୋଇଥିବା କୁହାଯାଉଛି। ଠିକାଦାରୀ ଘଟଣାକୁ […]
ମାଲକାନଗିରି/ଢେଙ୍କାନାଳ /ନୂଆପଡ଼ା : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୭ ମହଲା ନୂଆ କୋଠା। ଖାଲି କୋଠା ବଢ଼ିନି, ଶଯ୍ୟା ସଂଖ୍ୟା ୧୨୫ରୁ ୩୦୦କୁ ବି ବଢ଼ିଛି। ଦେଖି ଲାଗୁଛି ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ହେବ। ହେଲେ ତାହା ପୂରଣ ହେବ କି ନା ସନ୍ଦେହ। କାରଣ ଏହି ସମାନ କୋଠାରେ ଚାଲିବ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା। ବ୍ୟୟଯୋଗ୍ୟ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଅଧୀନରେ, ଏହି ନୂଆ କୋଠାରେ ଥିବା ବଳକା ଘରକୁ ପିପିପି ମୋଡ୍ରେ […]
ବିହାର : ବିହାରର ଗୟାରେ ନକ୍ସଲଙ୍କ ବଡ଼ ଧରଣର ହମଲା। ପୂର୍ବତନ ଏମ୍ଏଲସି ଏବଂ ବିଜେପି ନେତା ଅନୁଜ କୁମାର ସିଂହଙ୍କ ଘରକୁ ଡିନାମାଇଟ ଦ୍ୱାରା ଉଡ଼ାଇ ଦେଇଛନ୍ତି। ଡୁମାରିଆରେ ଥିବା ଅନୁଜଙ୍କ ଘରେ ଗତ ରାତିରେ ନକ୍ସଲମାନେ ଏହି ହମଲା କରିଥିବା ଜଣାପଡ଼ିଛି। ଚଳିତ ନିର୍ବାଚନକୁ ବୟକଟ କରିବା ପାଇଁ ମଧ୍ୟ ନକ୍ସଲମାନେ ଏକ ପୋଷ୍ଟର ମଧ୍ୟ ଜାରି କରିଛନ୍ତି। ଏହି ମାମଲାରେ ପୁଲିସ୍ ତନାଘନା ଜାରି ରଖିଛି।
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ପାଇଁ କୋର୍ଟରେ ଆବେଦନ। ନିର୍ବାଚନୀ ସତ୍ୟପାଠ ଦାଖଲ ବେଳେ ବୈଜୟନ୍ତ ବହୁତ ତଥ୍ୟ ଲୁଚାଇଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା SDJM କୋର୍ଟରେ ଏହି ଆବେଦନ କରାଯାଇଛି। କଟକ ଜିଲ୍ଲା ହରିଅନ୍ତା ବାସିନ୍ଦା ଗୋପାଳ ଲେଙ୍କାଙ୍କ ପକ୍ଷରୁ ଓକିଲ ଅକ୍ଷୟ ନାୟକ ଏହି ଆବେଦନ କରିଛନ୍ତି। ଜନ ପ୍ରତିନିଧି ଆଇନର ଧାରା ୧୨୫ (ଏ) ଆଧାରରେ ମାମଲା ପାଇଁ ଆବେଦନ କରାଯାଇଛି। ବୈଜୟନ୍ତ ସତ୍ୟପାଠ ଦାଖଲ ବେଳେ […]
ଲକ୍ଷ୍ନୌ : ଏଥର ଲୋକସଭା ନିର୍ବାଚନ ଲଢ଼ିବେ ଭୋଜପୁରୀ ଅଭିନେତା ତଥା ବିଜେପି ନେତା ରବି କିଷାନ। ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ସେ ଏହାର ନିଷ୍ପତ୍ତି ଦଳ ଉପରେ ଛାଡିଦେଇଛନ୍ତି। ରବି କିଷାନ କହିଛନ୍ତି, ସେ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତ ରହିଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୨୦୧୪ ତୁଳନାରେ ଅଧିକ ରହିଛି। ବିଜେପି ପାତାଳରେ ନିର୍ବାଚନ ଲଢ଼ିଲେ ମଧ୍ୟ ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି […]
ଭୁବନେଶ୍ୱର : ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡି ୩ ଜଣ ରାଜ୍ୟସଭା ପ୍ରାର୍ଥୀ । ନାମାଙ୍କନ ପ୍ରତ୍ୟାହାର ଅବଧି ଆଜି ଶେଷ ପରେ ନିର୍ବାଚିତ ବୋଲି ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର। ୩ ବିଜେଡି ପ୍ରାର୍ଥୀ ହେଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ। ସେମାନଙ୍କ ମଧ୍ୟରୁ ପ୍ରଶାନ୍ତ ନନ୍ଦ ଓ ସୌମ୍ୟ ରଂଜନ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଅନୁପସ୍ଥିତ ଥିବାରୁ ସାର୍ଟିଫିକେଟ ନେଇନାହାନ୍ତି ଅଚ୍ୟୁତ ସାମନ୍ତ।
ବ୍ରହ୍ମପୁର : ଗଞ୍ଜାମ ଆସିକା ସବ୍ଜେଲରେ ଜିଲ୍ଲା ପ୍ରଶାସନର ଅତର୍କିତ ଚଢାଉ। ଚଢାଉରେ ୨୦ ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍, ୨ଟି ଚାର୍ଜର ଏବଂ ବହୁ ପରିମାଣର ମାଦକଦ୍ରବ୍ୟ ଜବତ ହୋଇଛି। ଆସିକା ସବ୍ଜେଲରେ ହୋଇଥିବା ଚଢାଉରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ଆସିକା ଉପଖଣ୍ଡ ପୋଲିସ୍ ଅଧିକାରୀ, ଆସିକା,ସୋରଡ଼ା,ଶେରଗଡ଼ ଓ ବଡ଼ଗଡ଼ ଥାନା ଅଧିକାରୀ ସାମିଲ୍ ହୋଇଥିଲେ।
କଟକ: ହାତରୁ ଲିଭିନି ମେହେନ୍ଦିର ରଙ୍ଗ ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଛନ୍ତି ରକ୍ତଦାନ ଶିବିରରେ। ସ୍ୱାମୀଙ୍କ ସହ ଆସି ରକ୍ତଦାନ କରି ଅଭିନବ ଢଙ୍ଗରେ ମନାଇଥିଲେ ନିଜ ବିବାହ ଉତ୍ସବ। କଟକର ଦୁଇ ଜଣ ନବଦମ୍ପତ୍ତି ନିଜ ବିବାହକୁ ପାଳିଛନ୍ତି ଏଭଳି ଏକ ଅଭିନବ ଢଙ୍ଗରେ। କଟକ ଦରଘାପାଟଣା ଅଞ୍ଚଳର ନବ ବିବାହିତ ଦମ୍ପତ୍ତି ସାଇ ପ୍ରକାଶ ଓ ପ୍ରଣତି ସେହିଭଳି ସାଇ ପ୍ରକାଶଙ୍କ ଭାଇ ସୁବାସ ଏବଂ ତାଙ୍କ ପତ୍ନୀ ମୀନାକ୍ଷି ମଧ୍ୟ […]
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ। ବରଗଡ ସୋହେଲା ବନାବିରା ଗୁଳିକାଣ୍ଡ ମାମଲାରେ ପୋଲିସ ଜୟନାରାୟଣଙ୍କୁ ଗିରଫ କରିଥିବା ଜଣାପଡିଛି। ସେହିପରି ଜୟନାରାୟଣଙ୍କ ସହଯୋଗୀ ଶିବ ଦିୱାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଆଜି ସକାଳେ ପଦମପୁର SDPO ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଜୟନାରାୟଣଙ୍କ ସମ୍ବଲପୁର ନନ୍ଦପଡାସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଥିଲା। ପରେ ତାଙ୍କୁ ଓ ତାଙ୍କ ସହଯୋଗୀ ଶିବୁ ଦିଓ୍ୱାନଙ୍କୁ ସୋହେଲା ଥାନାକୁ ନେଇଛି। ବିଜେପୁର ଉପନିର୍ବାଚନର ଠିକ୍ ପୂର୍ବରୁ […]
ବାଲେଶ୍ୱର: ବାଲେଶ୍ୱର ବସ୍ତା ଥାନା ଭେଲୋରାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଟ୍ୟୁସନ ସାରି ଫେରୁଥିବାବେଳେ ୨ ଜଣ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ୨ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରରୁ ପଶ୍ଚିମବଂଗ ପଟକୁ ଯାଉଥିବା ଏକ ଟ୍ରକ ଦୁଇ ଛାତ୍ରୀଙ୍କ ଧକ୍କା ଦେବା ପୂର୍ବରୁ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ବାଇକକୁ ଧକ୍କା ଦେବା ପରେ ଯିବାକୁ ଚେଷ୍ଟା କରିବା ବେଳେ ୨ ଛାତ୍ରୀଙ୍କ ଉପରେ ମାଡିଯାଇଥିଲା […]
ଭୁବନେଶ୍ୱର: ରାଜ୍ୟ ଶିକ୍ଷା ସହାୟକଙ୍କ ଆନ୍ଦୋଳନ ସ୍ଥଗିତ। ଗୋଟିଏ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଶିକ୍ଷା ସହାୟକ ସଂଘ। ଏ ନେଇ ସୂଚନା ଦେଇଛନ୍ତି ଶିକ୍ଷା ସହାୟକ ସଂଘ। ସଭାପତି ମଳୟ ଜେନା ଓ ଉପଦେଷ୍ଟା ସୁନିଲ ପ୍ରଧାନଙ୍କ ସୂଚନା ଶିକ୍ଷାସହାୟକଙ୍କ ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ସରକାର ୪ଟି ଦାବି ମାନି […]
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ହ୍ୟାକ ହେବାପରେ ଏହାକୁ ପୁନଃସ୍ଥାପିତ କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ହ୍ୟାକର୍ସମାନେ ଏୟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରି ତୁର୍କୀ ଭାଷାରେ କିଛି ମେସେଜ୍ ପୋଷ୍ଟ କରିଥିଲେ। କେବଳ ଏତିକି ନୁହେଁ ହ୍ୟାକର୍ସମାନେ ଟ୍ୱିଟରରେ ବିମାନ ବାତିଲ୍ ମଧ୍ୟ ଘୋଷଣା କରିଥିଲେ। ଅଫିସିଆଲ ଟ୍ୱିଟର ଆକାଉଣ୍ଟ @airindiain to @airindiaTR କୁ ପରିବର୍ତ୍ତନ କରାଯାଇଥିଲା। ତୁର୍କୀଶ ସାଇବର ଆର୍ମି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଖାଲି ପଡ଼ିଥିବା ୧୦୦୦ରୁ ଅଧିକ ଗ୍ରାମୀଣ ଡାକ ସେବକ ପଦବୀ ପୂରଣ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ବୟସ ସୀମା: ମାର୍ଚ୍ଚ ୯, ୨୦୧୮ ଅନୁଯାୟୀ, ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, ପିଏଚ୍ ଆବେଦନକାରୀଙ୍କ ବୟସ ସୀମା ୧୦ ବର୍ଷ ଓ ଓବିସି […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ସାମ୍ନା କରିଛି ବିଜେପି। ଉତ୍ତର ପ୍ରଦେଶର ନିଜ ଗଡ଼ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ୫ ଥର ଜିତି ଆସିଥିବା ଗୋରଖପୁରରେ ବିଜେପିକୁ ସବୁଠୁ ବଡ଼ ଝଟକା ଲାଗିଛି। ସେହିଭଳି ଫୁଲପୁର ଆସନରେ ମଧ୍ୟ ହାରିଛି ବିଜେପି। ଏହି ଉଭୟ ଆସନକୁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିଭଳି ବିହାରରେ ଆରାରିଆ ଲୋକସଭା […]