• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ନୂଆ ରାଜ୍ୟ ଜଳ ନୀତି ଆଣିବେ ମୋହନ ସରକାର । ଜଳ ସମ୍ପଦ ବିଭାଗ ଖର୍ଚ୍ଚ ଦାବି ବେଳେ ବିଧାନସଭାରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରରେ ଜଳ ସମ୍ପଦ ବିଭାଗ ଦୁର୍ନୀତିର ଗନ୍ତାଘର ପାଲଟିଥିଲା । ମୁଁ ନିଜେ ଦେଖିଛି ଓ ଅନୁଭବ ବି କରିଛି । ପିଏସି କମିଟି ଅଧ୍ୟକ୍ଷ ଥିବାବେଳେ ସିଏଜି ରିପୋର୍ଟକୁ ନେଇ ମୁଁ ତର୍ଜମା କରିଥିଲି । ପୂର୍ବ ସରକାର ପାଇଁ ଆଜି ଆମେ ଜଳସେଚନ ଲକ୍ଷ୍ୟରୁ ଲକ୍ଷ୍ୟଚ୍ୟୁତ ହୋଇଛୁ । ୨୪ ବର୍ଷ ପରେ ୬୦ରୁ ଅଧିକ ବ୍ଲକରେ ୩୫ ପ୍ରତିଶତରୁ କମ୍  ଜଳସେଚନ ହୋଇଛି । 

ଅଧିକ ପଢ଼ନ୍ତୁ: ସରକାରୀ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା; ଖାଲି ପଡିଛି ୫୬ଟି ଡାକ୍ତର ପଦବୀ...

ପୂର୍ବ ସରକାରରେ ଜଳସେଚନ ପାଇଁ ଲକ୍ଷେ ୨ ହଜାର କୋଟି ଖର୍ଚ୍ଚ ହୋଇଛି । ତଥାପି କାହିଁକି ଗ୍ରାଉଣ୍ଡରେ ଜଳସେଚନ ପହଞ୍ଚି ପାରିନାହିଁ ? ଦାୟୀ କିଏ ? ଲକ୍ଷେ କୋଟି ଟଙ୍କା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ସିଏମ୍ । ୫୦ ପ୍ରତିଶତ ଜଳସେଚନ ହୋଇପାରିଥାନ୍ତା, ୩୪%ରେ କାହିଁକି ରହିଗଲା ବୋଲି ପଚାରିବା ସହ ନିମ୍ନମାନର କାମ କରାଗଲା ଏବଂ ପରିଚାଳନା ଠିକ୍ ହେଲା ନାହିଁ । ସେଥିପାଇଁ ଯେତିକି ଜଳସେଚନ ହେବା କଥା ହୋଇପାରିଲା ନାହିଁ ବୋଲି କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ନୂତନ ଜଳ ନୀତି ଆଣିବାକୁ ଯାଉଛନ୍ତି । ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମି ସେଚନ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛୁ । ଚଳିତ ବର୍ଷ ୨ ଲକ୍ଷ ୭୭ ହଜାର ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । 


ଏଥିସହ ମହାନଦୀ ଜଳ ବିବାଦ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ମହାନଦୀକୁ ଖଣି ଓ କମ୍ପାନୀଙ୍କ ଗୋଲାମୀ କରିବାକୁ ଦିଆଯିବ ନାହିଁ କି କୌଣସି ଅଣଓଡ଼ିଆଙ୍କ ତୁଷ୍ଟୀକରଣ କରିବାକୁ ଦିଆଯିବ ନାହିଁ । ମହାନଦୀକୁ ମାଆ ନଦୀ ଭାବେ ପରିଣତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ପାଇଁ ଉଚିତ ପଦକ୍ଷେପ ନିଆଯିବ । 

ରାଜସ୍ଥାନରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଓ ସଚିବଙ୍କ ସହ ଏବଂ ଛତିଶଗଡ଼ର ଜଳସମ୍ପଦ ମନ୍ତ୍ରୀଙ୍କ ସହ ୨-୩ଟି ପର୍ଯ୍ୟାୟରେ ଆଲୋଚନା ହୋଇଛି । ବନ୍ୟା ନିୟନ୍ତ୍ରଣ ପାଇଁ କଂପ୍ରିହେନସିଭ୍ ଫ୍ଲଡ୍ ମ୍ୟାନେଜମେଣ୍ଟ ପ୍ଲାନ୍ ଆମ ସରକାର ଆଣିବାକୁ ଯାଉଛନ୍ତି । ପୂର୍ବ ସରକାରରେ ବିନା ପ୍ଲାନିଂରେ ଯୋଜନା କରୁଥିଲେ । କାମ ହେଲା କେତେ ନହେଲା କେତେ, ତଥାପି ବିଲ୍ ହେଉଥିଲା । ଆମ ସରକାର ସ୍ଲୋଗାନ କାମ କର ନହେଲେ ପରିଣାମ ଭୋଗ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଉଛି ରାଜନୀତି, ଭକ୍ତଙ୍କ ଚକାଭଉଁରୀରେ ଘୂରୁଛି ବିଜେଡି !