• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

କଟକ ବୟାଳିଶ ମୌଜାରୁ ବେଆଇନ ବନ୍ଧୁକ କାରଖାନା ଠାବ ଘଟଣା । ମାଷ୍ଟରମାଇଣ୍ଡ୍ ଚଗଲା ଖୁଣ୍ଟିଆକୁ ଗିରଫ କଲା STF । କଟକ ଶଙ୍କରପୁର ଅଞ୍ଚଳରୁ କୁଖ୍ୟାତ ଅପରାଧି ଚଗଲା ଧରାପଡ଼ିଛି । ପୂର୍ବରୁ ସେ ଏକ ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲା । ଜେଲ୍‌ରୁ ଆସି ବୟାଳିଶ ମୌଜା ବନ୍ଧୁକ କାରଖାନା ସହ ଯୋଡି ହୋଇଥିଲା । ତାକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ।

ଅଧିକ ପଢ଼ନ୍ତୁ:ଗୁହାଳ ପାଖରେ ବନ୍ଧୁକ କାରଖାନା; ଚେର ଖୋଜୁଛି କ୍ରାଇମବ୍ରାଞ୍ଚ STF

ଚଗଲା ଖୁଣ୍ଟିଆ ଏଠାରେ ତିଆରି ହେଉଥିବା ବନ୍ଧୁକକୁ ନେଇ ବାହାରେ ବିକ୍ରି କରୁଥିଲା । ଏନେଇ ପ୍ରମାଣ ପାଇବା ପରେ ଏସ୍‌ଟିଏଫ୍ ତାକୁ ଶଙ୍କରପୁରରୁ ଗିରଫ କରି କୋର୍ଟଚାଲାଣ କରିଛି । ଗତ ୧୩ ତାରିଖରେ କଟକ ବୟାଳିଶ ମୌଜା ଅଞ୍ଚଳରେ ଚାଲୁଥିବା ଏକ ବେଆଇନ ବନ୍ଧୁକ କାରଖାନା ଉପରେ ରେଡ୍ ସହ ୪ ଜଣଙ୍କୁ ଗିରଫ କରିଥିଲା STF । ସେଠୁ ୩୦ରୁ ଅଧିକ ବନ୍ଧୁକ ଜବତ କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଚାଲିଥିବା କ୍ରାଇମବ୍ରାଞ୍ଚ STF କୌଣସି ସୂତ୍ରରୁ ଖବର ପାଇଥିଲା । ଏହାପରେ ୧୩ ତାରିଖ ଭୋରରୁ କ୍ରାଇମବ୍ରାଞ୍ଚ STF ଏହି କାରଖାନା ଉପରେ ଚଢ଼ାଉ କରିଥିଲା । ଏକ ଚାଳ ଘର ଭିତରେ ଚାଲିଥିଲା ବନ୍ଧୁକ ତିଆରି । ଘଟଣାସ୍ଥଳରୁ ବନ୍ଧୁକ ତିଆରି ମେସିନ, ସରଞ୍ଜାମ ଓ ପୁଳା ପୁଳା ବନ୍ଧୁକ ଜବତ ହୋଇଥିଲା । 

ଥାନା ଠାରୁ ମାତ୍ର ୨ କିଲୋମିଟର ଦୂର ଗାଁର ଶେଷ ମୁଣ୍ଡରେ ଏକ ଗୁହାଳ ପାଖରେ ଥିଲା ଏହି ବନ୍ଧୁକ ତିଆରି କାରଖାନା । ରେଡ୍‌ ସମୟରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ଆଉ ଜଣେ ଅଭିଯୁକ୍ତ ଚଗଲା ଖୁଣ୍ଟିଆକୁ ଗିରଫ କରିଛି ଏସିଟିଏଫ୍‌ । ଏବେ ବି ଏହି ବନ୍ଧୁକ କାରବାରର ଚେର୍ ଖୋଜା ଚାଲିଛି । 

ଅଧିକ ପଢ଼ନ୍ତୁ: ମଦ ବ୍ୟବସାୟୀ ବିକ୍ରମଙ୍କ ଘରେ ମାରାଥନ ରେଡ୍; ଗୋଟିଏ ସ୍ଥାନରୁ ୭ କୋଟିର ନଗଦ ଟଙ୍କା ଜବତ

 

  • Reported by:
  • CHANDAN PAIKRAY