ମହାରାଷ୍ଟ୍ର: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତ ଗତିରେ ଥିବା ଏକ ଟ୍ରକ୍ ବାରିକେଡ଼ରେ ଚଢ଼ିଯିବାରୁ ଘଟଣାସ୍ଥଳରେ ୧୭ଜଣ ନିର୍ମାଣଧୀନ ଶ୍ରମିକଙ୍କ ମୃତ୍ୟୁ ହେବାସହ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବାର ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶ୍ରମିକମାନେ କର୍ଣ୍ଣାଟକର ବିଜାପୁରରରୁ ପୁନେ ଅଭିମୁଖେ ଯାଉଥିଲେ। ଘଟଣାସ୍ଥଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ମୁମ୍ବାଇ-ବେଙ୍ଗାଲୁରୁ ହାଇୱେ ଓଭରଟର୍ଣ୍ଣିଂ କରିବା ପୂର୍ବରୁ ଖମ୍ବାଟ୍କି ଘାଟ ନିକଟରେ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା SP ଅଫିସ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମିନି ଟ୍ରକ ଓଲଟି ପଡିବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡ୍ରାଇଭର ରମେଶ ସ୍ୱାଇଁ ଓ ପବିତ୍ର ସୁତାର। ରମେଶଙ୍କ ଘର ବାଲିପଡାରେ ହୋଇଥିବା ବେଳେ ପବିତ୍ରଙ୍କ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଆଉ ଜଣକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଭୁବନେଶ୍ୱରରୁ ଏକ ମିନି ଟ୍ରକରେ ପିଆଜ ଲୋଡ କରି ପଟ୍ଟାମୁଣ୍ଡାଇ […]