ଭୁବନେଶ୍ୱର: ତତଲା କଡ଼େଇରେ ସାରା ଓଡ଼ିଶା। ଖରା, ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାକୁ ନେଇ ଗୁରୁବାର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ପାଣିପାଗ ବିଭାଗ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦ […]
ଭୁବନେଶ୍ୱର: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର। ଜଷ୍ଟିସ୍ ଏମ୍.ଏମ୍ ଦାସ କମିଶନ ରାଜ୍ୟ ସରକାରଙ୍କୁ ଦେଇଥିବା ଅନ୍ତରୀଣ ରିପୋର୍ଟ ୧ ଓ ୨ ଅନୁସାରେ ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ ପ୍ରଥମେ ଟଙ୍କା ମିଳିବ, ଯେଉଁମାନେ ୧୦ ହଜାରରୁ କମ୍ ଟଙ୍କା ଜମା କରିଥିଲେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲାରେ ୧୨ଟି ବ୍ଲକରେ ୨୩୦୬ ଜଣ ଜମାକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ନେଇ ଚିହ୍ନଟ ହୋଇଛି। ଜିଲ୍ଲାସ୍ତରରେ ଭେରିଫିକେସନ୍ ଟିମ୍ […]
ଗୋରଖପୁର: ଉତ୍ତର ପ୍ରଦେଶ କୁଶି ନଗରରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଭ୍ୟାନ୍କୁ ଟ୍ରେନ୍ ଧକ୍କା ଦେବା ଫଳରେ ୧୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋରଖପୁର ଠାରୁ ୫୦ କି.ମି. ଦୂରରେ ଆଜି ସକାଳେ ଏହି ଘଟଣା ଘଟିଛି। ଜଗୁଆଳୀ ବିହୀନ ଲେବଲ୍ କ୍ରସିଂ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଭ୍ୟାନ୍ରେ ୨୦ ରୁ ୩୦ ଜଣ ଛାତ୍ରଛାତ୍ରୀ ଥିଲେ ବୋଲି କୁହାଯାଉଛି। ସେଥିମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ […]
ଭୁବନେଶ୍ୱର: ୨୦୧୭ ମସିହା ପାଇଁ ପ୍ରକାଶିତ ହେଲା ଶ୍ୱେତପତ୍ର। ଗୃହ ବିଭାଗ ପକ୍ଷରୁ ଏହି ଶ୍ୱେତପତ୍ର ପ୍ରକାଶ ପାଇଛି। ୨୦୧୭ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଏଥିରେ ଦର୍ଶାଯାଇଛି। ଏହି ବର୍ଷ ରାଜ୍ୟରେ ୧ ଲକ୍ଷ ୩ ହଜାର ୮୬୬ଟି ଅପରାଧ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୮୭ ହଜାର ୨୯୭ଟି ମାମଲା ଭାରତୀୟ ପିଙ୍ଗଳ କୋଡ଼୍ରେ ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ସେଥିରୁ ୭୦ ହଜାର ୪୫ଟିରେ […]
ନୂଆଦିଲ୍ଲୀ: ବିଦେଶ ମାଟିରେ ପାଳନ ହୋଇଛି ଉତ୍କଳ ଦିବସ। ଓଡ଼ିଶା ଆସୋସିଏସନ୍ ପକ୍ଷରୁ ଉଗାଣ୍ଡାର ରାଜଧାନୀ କାମ୍ପାଲାରେ ଉତ୍କଳ ଦିବସ ପାଳନ କରାଯାଇଛି। ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉଗାଣ୍ଡା ଉପରାଷ୍ଟ୍ରପତି ଏଡୱଡ୍ ସେଖଣ୍ଡୀ ଯୋଗ ଦେଇଥିଲେ। ଏହାସହ ଭାରତୀୟ ହାଇକମିଶନ୍ ରବିଶଙ୍କର ଏବଂ ବହୁ ପ୍ରବାସୀ ଓଡ଼ିଆ ଏଥିରେ ସାମିଲ ହୋଇଥିଲେ। ଏଠାରେ ଓଡ଼ିଶାର ସଂସ୍କୃତି, ପର୍ଯ୍ୟଟନ ଏବଂ କଳାକୁ ନେଇ ବିଭିନ୍ନ […]
ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଯେତିକି ଭୟଙ୍କର, ସେତିକି ସାଙ୍ଘାତିକ। ଧୀରେ ଧୀରେ ଅଡ଼ୁଆ ସୁତା ପରି ଜଟିଳ ହୋଇ ପଡ଼ିଥିବା ଏହି ଘଟଣାର ବୁଧବାର ରଫାଦଫା କରିଛି କ୍ରାଇମ୍ବ୍ରାଞ୍ଚ। ଭଇଁଷା କଲେଜର ପ୍ରିନ୍ସିପାଲ୍ ପଦବୀ ବିବାଦକୁ ନେଇ ପୁଞ୍ଜିଲାଲ୍ଙ୍କ ପୁଞ୍ଜିଭୂତ ଅସନ୍ତୋଷ ହିଁ ଅପରାଧର ମୁଖ୍ୟ କାରଣ ବୋଲି ସ୍ପଷ୍ଟ ହୋଇଛି। ଅଧ୍ୟାପକ ପୁଞ୍ଜିଲାଲ୍ ମେହେର କିଭଳି ଏକାକୀ ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ ତା’ର ପର୍ଦ୍ଦାଫାସ କରିଛି କ୍ରାଇମ୍ବ୍ରାଞ୍ଚ। ବିଭିନ୍ନ ସମୟରେ […]
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତାକୁ ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ବୁଧବାର ନିଜ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର। ଆଜି ସୁପ୍ରିମକୋର୍ଟର ଜବାବ ରଖି ସରକାର କହିଛନ୍ତି ଯେ, ନିର୍ବାଚନ କମିଶନଙ୍କୁ ଆଇନ ପ୍ରଣୟନ କରିବା ପାଇଁ କ୍ଷମତା ପ୍ରଦାନ କରିହେବ ନାହିଁ। ନିର୍ବାଚନରେ ସଂସ୍କାର ନେଇ ସମସ୍ତ କ୍ଷମତା କେବଳ ସଂସଦ ନିକଟରେ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂସଦ କିମ୍ବା ସୁପ୍ରିମକୋର୍ଟ ସହ ନିର୍ବାଚନ ଆୟୋଗକୁ ତୁଳନା କରାଯିବ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହୋଇଛି। କିନ୍ତୁ ଚଳିତ ନିର୍ବାଚନରେ କାହାକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଓପିନିୟନ ପୋଲରୁ ଜଣାପଡ଼ିଛି। ଯଦିଓ ଗତ ଥର ତୁଳନାରେ ଏଥିର ବିଜେପି ଅଧିକ ଆସନ ଅକ୍ତିଆର କରିବ। କିନ୍ତୁ ଦଳ ଏକାକୀ ଶାସନ କରିବାକୁ ଜନମତ ମିଳିବ ନାହିଁ। ସେହିପରି କଂଗ୍ରେସର ଆସନ ଅନେକ ପରିମାଣରେ କମିବ ବୋଲି ବିଭିନ୍ନ ଓପିନିୟନ ପୋଲରୁ ଜଣାପଡ଼ିଛି। ଭୋଟର ମାନଙ୍କୁ ମନେଇବା ପାଇଁ ବିଭିନ୍ନ ଦଳର ଟାଣୁଆ […]
ନୂଆଦିଲ୍ଲୀ: ନିସ୍ତାର ମିଳିଲାନି ଆତ୍ମଘୋଷିତ ଗଡ୍ ମ୍ୟାନ୍ ଆଶାରାମ ବାପୁଙ୍କୁ। ସାଥ୍ ଦେଲାନି ଭାଗ୍ୟ। ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଯୋଧପୁର ସ୍ୱତନ୍ତ୍ର କୋର୍ଟ। ବିଳାସମୟ ଆଶ୍ରମରେ ଜୀବନ କାଟୁଥିବା ବାପୁ ଏବେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ର ଚାରି କାନ୍ଥରେ ବନ୍ଦୀ ରହିବେ। ଧର୍ମ ନିକିତିରେ ପାପଭାର ତଉଲି ତାଙ୍କୁ ମିଳିଛି ସଜା। ଏହି ଆତ୍ମଘୋଷିତ ଗଡ୍ ମ୍ୟାନ୍ଙ୍କ ଆଶ୍ରମ ଦୁଇ ବଖରା ଘରୁ ଆରମ୍ଭ ହୋଇଥିଲା। ଆଜି ସେ […]
ପଶ୍ଚିମବଙ୍ଗ : କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅପ୍ରତ୍ୟାଶିତ, ଅଗଣତାନ୍ତ୍ରିକ ବୋଲି କହି ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି, ବିଜେପି ପୂର୍ବ ପ୍ରସ୍ତୁତି ଅନୁସାରେ ଷଡ଼ଯନ୍ତ୍ର କରି ଏଭଳି ନିଷ୍ପତ୍ତି ନେବା ସହ ଏଥିପାଇଁ ନିର୍ବାଚନ ଆୟୋଗଙ୍କୁ ବ୍ୟବହାର କରିଛି। ଆଜି ପଶ୍ଚିମବଙ୍ଗରେ ମୋଦିଙ୍କ ରାଲି ଶେଷ ହେଉଥିବାରୁ ଏହାସହ ପ୍ରଚାର ବନ୍ଦ କରିବାକୁ ମୋଦି ଓ ଅମିତ ଶାହାଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ଏ ନିଷ୍ପତ୍ତି ନେଇଥିବା ମମତା ଅଭିଯୋଗ କରିଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଘଟି ଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ପୋଲିସ ଡିଜି ଆର୍ ପି ଶର୍ମା ଉଦ୍ବେଗ ପ୍ରକାଶ କରିଛନ୍ତି। ବୁଧବାର କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଏକ ପ୍ରେସ୍ ମିଟ୍ କରି ଶର୍ମା କହିଛନ୍ତି ଯେ, ଗତ ଏପ୍ରିଲ୍ ମାସରେ ରାଜ୍ୟରେ ଅନେକ ଗୁଡ଼ିଏ ଦୁଷ୍କର୍ମ ଘଟଣା ଘଟିଛି। ବିଶେଷ କରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ବଢ଼ିଛି। ଏହା ଚିନ୍ତାଜନକ ବିଷୟ ବୋଲି ଡିଜି କହିଛନ୍ତି। ଗତ କିଛିଦିନ ହେଲାଣି ରାଜ୍ୟରେ ଏମିତି ଘୃଣ୍ୟ ଘଟଣା […]
ପଶ୍ଚିମବଙ୍ଗ : କୋଲକାତାରେ ମଙ୍ଗଳବାର ଘଟିଥିବା ରାଜନୈତିକ ହିଂସାକାଣ୍ଡ ଓ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତୀ ଭଙ୍ଗାଯିବା ଘଟଣାକୁ ଗୁରତର ସହ ନେଇଛନ୍ତି ନିର୍ବାଚନ କମିଶନ୍। ପ୍ରଥମ ଥର ପାଇଁ ରାଜ୍ୟରେ ଧାରା ୩୨୪କୁ ଲାଗୁ କରାଯାଇଛି। ଏହା ବଳରେ ନିର୍ବାଚନ କମିଶନ ନିର୍ବାଚନ ତଦାରଖ, ପରିଚାଳନା ଓ ନିୟନ୍ତ୍ରଣ ନେଇ ନିଜ କ୍ଷମତାର ଉପଯୋଗ କରିଛନ୍ତି। ଫଳରେ ନିର୍ଦ୍ଧାରିତ ସମୟର ଦିନକ ଆଗରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୯ରେ ଶେଷ ପର୍ଯ୍ୟାୟ ମତଦାନ […]
ଯୋଧପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଯୋଧପୁର ସ୍ୱତନ୍ତ୍ର କୋର୍ଟ। ମୃତ୍ୟୁ ପର୍ଯ୍ୟନ୍ତ ସେ ଜେଲ୍ରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ତାଙ୍କ ୨ ଜଣ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଦାଲତ। ଉତ୍ତର ପ୍ରଦେଶ ଶାହଜାହାଁପୁରର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆଜି ଆଶାରାମ ଦୋଷୀ ସାବ୍ୟସ୍ତ ହୋଇଥିଲେ। […]
ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ। ଏ ନେଇ ଦଳ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ ହେବ। ରାଜ୍ୟ କଂଗ୍ରେସର ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଛତିଶଗଡ଼ର ମନମୁଖୀ ପାଇଁ ଓଡ଼ିଶାରେ ମହାନଦୀ ଜଳ କମ୍ ପ୍ରବାହିତ ହେଉଛି। ତେଣୁ ଜଳ ସମସ୍ୟା ନେଇ ପ୍ରତି ବ୍ଲକ ଓ ପଞ୍ଚାୟତକୁ ଯାଇ କଂଗ୍ରେସ ଆନ୍ଦୋଳନ କରିବ। ଏହି ସମୟରେ […]
ଭୁବନେଶ୍ୱର : ଅନୁଗୁଳ କଣିହାଁରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବବ୍ୟହାର ଘଟଣାରେ ଏଯାଏ ଗିରଫ ହୋଇନାହାନ୍ତି ଅଭିଯୁକ୍ତ। ଏନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସ୍ମିଟରେ ଉଷସୀ ପ୍ରଶ୍ନ ଉଠାଇବା ସହ ଘଟଣା ନେଇ ବିସ୍ତୃତ ବିବରଣୀ ରଖିଛନ୍ତି। ଘଟଣା ପ୍ରକାଶ କରିବା ବେଳେ ଉଷସୀ କୋହ ସମ୍ବରଣ କରିପାରି ନଥିବା ଦେଖିବାକୁ ମିଳିଥିଲା। ଉଷସୀଙ୍କ କହିବାନୁଯାୟୀ, ସେଦିନ ଯାତ୍ରାରେ ଅଭିନୟ କରିବା ପାଇଁ ଯିବା ବେଳେ ରାସ୍ତା ଜାମ ଥିଲା, ଫଳରେ କାର ଭିଡରେ ଫସିଯାଇଥିଲା। […]
ମୟୂରଭଞ୍ଜ : ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନ ପିଠାବଟା ରେଞ୍ଜ୍ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଆହାରି ଗାଁର ବୃଦ୍ଧା ନିର୍ମଳା ମହାନ୍ତ। ସୂଚନା ଅନୁଯାୟୀ, ନିର୍ମଳା କାଠ ଆଣିବା ପାଇଁ ଗତକାଲି ଜଙ୍ଗଲକୁ ଯାଇଥିଲେ, ହେଲେ ସେ ଆଉ ଜଙ୍ଗଲରୁ ନଫେରିବାରୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ହେଲେ ଆଜି ସକାଳୁ ଜଙ୍ଗଲରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ପାରିପାର୍ଶିକ […]
ଭୁବନେଶ୍ୱର : ରାଜଧାନୀରେ ଚଳନ୍ତା ବସ୍ରେ ଜଣେ ଯୁବତୀଙ୍କୁ ଅସଦାଚରଣ ଭିଡିଓ ଭାଇରାଲ। ଖଣ୍ଡଗିରି ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ବସ୍ରେ ଯାଉଥିବା ବେଳେ ଅସଦାଚରଣ ଶିକାର ହୋଇଛନ୍ତି ଯୁବତୀ। ପାଖ ସିଟ୍ରେ ବସିଥିବା ବ୍ୟକ୍ତି ଜଣକ ଅସଦାଚରଣ କରିବାରୁ ଜୋତାରେ ପିଟିଥିଲେ ଯୁବତୀ। ଯୁବତୀଙ୍କ ସମସ୍ତ ଅଭିଯୋଗକୁ ସଂପୃକ୍ତ ଯୁବକ ଅସ୍ୱୀକାର କରିଥିଲେ ଏବଂ ବସ୍ରୁ ଓହ୍ଲାଇବା ପାଇଁ ରାଜି ହୋଇ ନ ଥିଲେ। ଏହି ଘଟଣାକୁ ନେଇ ବସ୍ ମଧ୍ୟରେ ଉତ୍ତେଜନା […]