• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

court
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ପାଇଁ କୋର୍ଟରେ ଆବେଦନ

କେନ୍ଦ୍ରାପଡ଼ା  : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ପାଇଁ କୋର୍ଟରେ ଆବେଦନ।  ନିର୍ବାଚନୀ ସତ୍ୟପାଠ ଦାଖଲ ବେଳେ ବୈଜୟନ୍ତ ବହୁତ ତଥ୍ୟ ଲୁଚାଇଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା SDJM କୋର୍ଟରେ ଏହି ଆବେଦନ କରାଯାଇଛି। କଟକ ଜିଲ୍ଲା ହରିଅନ୍ତା ବାସିନ୍ଦା ଗୋପାଳ ଲେଙ୍କାଙ୍କ ପକ୍ଷରୁ ଓକିଲ ଅକ୍ଷୟ ନାୟକ ଏହି ଆବେଦନ କରିଛନ୍ତି। ଜନ ପ୍ରତିନିଧି ଆଇନର ଧାରା ୧୨୫ (ଏ) ଆଧାରରେ ମାମଲା ପାଇଁ ଆବେଦନ କରାଯାଇଛି। ବୈଜୟନ୍ତ ସତ୍ୟପାଠ ଦାଖଲ ବେଳେ […]

ravi kissan
ନିର୍ବାଚନ ଲଢ଼ିବେ ଭୋଜପୁରୀ ଅଭିନେତା ରବି କିଷାନ

ଲକ୍ଷ୍ନୌ : ଏଥର ଲୋକସଭା ନିର୍ବାଚନ ଲଢ଼ିବେ ଭୋଜପୁରୀ ଅଭିନେତା ତଥା ବିଜେପି ନେତା ରବି କିଷାନ। ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ସେ ଏହାର ନିଷ୍ପତ୍ତି ଦଳ ଉପରେ ଛାଡିଦେଇଛନ୍ତି। ରବି କିଷାନ  କହିଛନ୍ତି, ସେ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତ ରହିଛନ୍ତି।   ଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୨୦୧୪ ତୁଳନାରେ ଅଧିକ ରହିଛି।  ବିଜେପି ପାତାଳରେ ନିର୍ବାଚନ ଲଢ଼ିଲେ ମଧ୍ୟ ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି […]

  • Friday, 16 July 2021
rajya sabha
ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡିର ୩ ଜଣ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର : ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡି ୩ ଜଣ ରାଜ୍ୟସଭା ପ୍ରାର୍ଥୀ । ନାମାଙ୍କନ ପ୍ରତ୍ୟାହାର ଅବଧି ଆଜି ଶେଷ ପରେ  ନିର୍ବାଚିତ ବୋଲି ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର। ୩ ବିଜେଡି  ପ୍ରାର୍ଥୀ ହେଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ। ସେମାନଙ୍କ ମଧ୍ୟରୁ ପ୍ରଶାନ୍ତ ନନ୍ଦ ଓ ସୌମ୍ୟ ରଂଜନ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଅନୁପସ୍ଥିତ ଥିବାରୁ ସାର୍ଟିଫିକେଟ ନେଇନାହାନ୍ତି ଅଚ୍ୟୁତ ସାମନ୍ତ।

asika
ଆସିକା ସବ୍‌ଜେଲରୁ ମୋବାଇଲ୍ ଫୋନ୍ ଓ ବହୁ ପରିମାଣର ମାଦକଦ୍ରବ୍ୟ ଜବତ

ବ୍ରହ୍ମପୁର : ଗଞ୍ଜାମ ଆସିକା ସବ୍‌ଜେଲରେ ଜିଲ୍ଲା ପ୍ରଶାସନର ଅତର୍କିତ ଚଢାଉ। ଚଢାଉରେ ୨୦ ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍, ୨ଟି ଚାର୍ଜର ଏବଂ ବହୁ  ପରିମାଣର ମାଦକଦ୍ରବ୍ୟ ଜବତ ହୋଇଛି। ଆସିକା ସବ୍‌ଜେଲରେ ହୋଇଥିବା ଚଢାଉରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ଆସିକା ଉପଖଣ୍ଡ ପୋଲିସ୍‌ ଅଧିକାରୀ, ଆସିକା,ସୋରଡ଼ା,ଶେରଗଡ଼ ଓ ବଡ଼ଗଡ଼ ଥାନା ଅଧିକାରୀ ସାମିଲ୍‌ ହୋଇଥିଲେ।  

  • Friday, 16 July 2021
blood donate
ହାତରୁ ଲିଭିନି ମେହେନ୍ଦି ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଲେ ରକ୍ତଦାନ ଶିବିରରେ

କଟକ: ହାତରୁ ଲିଭିନି ମେହେନ୍ଦିର ରଙ୍ଗ ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଛନ୍ତି ରକ୍ତଦାନ ଶିବିରରେ। ସ୍ୱାମୀଙ୍କ ସହ ଆସି ରକ୍ତଦାନ କରି ଅଭିନବ ଢଙ୍ଗରେ ମନାଇଥିଲେ ନିଜ ବିବାହ ଉତ୍ସବ। କଟକର ଦୁଇ ଜଣ ନବଦମ୍ପତ୍ତି ନିଜ ବିବାହକୁ ପାଳିଛନ୍ତି ଏଭଳି ଏକ ଅଭିନବ ଢଙ୍ଗରେ। କଟକ ଦରଘାପାଟଣା ଅଞ୍ଚଳର ନବ ବିବାହିତ ଦମ୍ପତ୍ତି ସାଇ ପ୍ରକାଶ ଓ ପ୍ରଣତି ସେହିଭଳି ସାଇ ପ୍ରକାଶଙ୍କ ଭାଇ ସୁବାସ ଏବଂ ତାଙ୍କ ପତ୍ନୀ ମୀନାକ୍ଷି ମଧ୍ୟ […]

jayanarayan
ମନ୍ତ୍ରୀଙ୍କ ଭାଇ ଉପରକୁ ଗୁଳିମାଡ଼ ଘଟଣା: ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ। ବରଗଡ ସୋହେଲା ବନାବିରା ଗୁଳିକାଣ୍ଡ ମାମଲାରେ ପୋଲିସ ଜୟନାରାୟଣଙ୍କୁ ଗିରଫ କରିଥିବା ଜଣାପଡିଛି। ସେହିପରି ଜୟନାରାୟଣଙ୍କ ସହଯୋଗୀ ଶିବ ଦିୱାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଆଜି ସକାଳେ ପଦମପୁର SDPO ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଜୟନାରାୟଣଙ୍କ ସମ୍ବଲପୁର ନନ୍ଦପଡାସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଥିଲା। ପରେ ତାଙ୍କୁ ଓ ତାଙ୍କ ସହଯୋଗୀ ଶିବୁ ଦିଓ୍ୱାନଙ୍କୁ ସୋହେଲା ଥାନାକୁ ନେଇଛି। ବିଜେପୁର ଉପନିର୍ବାଚନର ଠିକ୍ ପୂର୍ବରୁ […]

accident
୨ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ

ବାଲେଶ୍ୱର: ବାଲେଶ୍ୱର ବସ୍ତା ଥାନା ଭେଲୋରାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଟ୍ୟୁସନ ସାରି ଫେରୁଥିବାବେଳେ ୨ ଜଣ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ୨ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।  ବାଲେଶ୍ୱରରୁ ପଶ୍ଚିମବଂଗ ପଟକୁ ଯାଉଥିବା ଏକ ଟ୍ରକ ଦୁଇ ଛାତ୍ରୀଙ୍କ ଧକ୍କା ଦେବା ପୂର୍ବରୁ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ବାଇକକୁ ଧକ୍କା ଦେବା ପରେ ଯିବାକୁ ଚେଷ୍ଟା କରିବା ବେଳେ ୨ ଛାତ୍ରୀଙ୍କ ଉପରେ ମାଡିଯାଇଥିଲା […]

sikhya sahayak
ଶିକ୍ଷା ସହାୟକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ରାଜ୍ୟ ଶିକ୍ଷା ସହାୟକଙ୍କ ଆନ୍ଦୋଳନ ସ୍ଥଗିତ।  ଗୋଟିଏ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଶିକ୍ଷା ସହାୟକ ସଂଘ। ଏ ନେଇ ସୂଚନା ଦେଇଛନ୍ତି ଶିକ୍ଷା ସହାୟକ ସଂଘ। ସଭାପତି ମଳୟ ଜେନା ଓ ଉପଦେଷ୍ଟା ସୁନିଲ ପ୍ରଧାନଙ୍କ ସୂଚନା ଶିକ୍ଷାସହାୟକଙ୍କ ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ସରକାର ୪ଟି ଦାବି ମାନି […]

Air India
ଏୟାର ଇଣ୍ଡିଆ ଟ୍ୱିଟର ଆକାଉଣ୍ଟ ହ୍ୟାକ ପରେ ଏହାକୁ ପୁନଃସ୍ଥାପିତ, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ହ୍ୟାକ ହେବାପରେ ଏହାକୁ ପୁନଃସ୍ଥାପିତ କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ହ୍ୟାକର୍ସମାନେ ଏୟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରି ତୁର୍କୀ ଭାଷାରେ କିଛି ମେସେଜ୍ ପୋଷ୍ଟ କରିଥିଲେ। କେବଳ ଏତିକି ନୁହେଁ ହ୍ୟାକର୍ସମାନେ ଟ୍ୱିଟରରେ ବିମାନ ବାତିଲ୍ ମଧ୍ୟ ଘୋଷଣା କରିଥିଲେ। ଅଫିସିଆଲ ଟ୍ୱିଟର ଆକାଉଣ୍ଟ @airindiain to @airindiaTR କୁ ପରିବର୍ତ୍ତନ କରାଯାଇଥିଲା। ତୁର୍କୀଶ ସାଇବର ଆର୍ମି […]

  • Friday, 16 July 2021
india post
ଭାରତୀୟ ଡାକ ବିଭାଗରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଖାଲି ପଡ଼ିଥିବା ୧୦୦୦ରୁ ଅଧିକ ଗ୍ରାମୀଣ ଡାକ ସେବକ ପଦବୀ ପୂରଣ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ବୟସ ସୀମା: ମାର୍ଚ୍ଚ ୯, ୨୦୧୮ ଅନୁଯାୟୀ, ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, ପିଏଚ୍ ଆବେଦନକାରୀଙ୍କ ବୟସ ସୀମା ୧୦ ବର୍ଷ ଓ ଓବିସି […]

BJP
2019 ପୂର୍ବରୁ ବିଜେପିକୁ ବଡ଼ ଝଟକା: ୟୁପିର ୨ ଓ ବିହାରରେ ଗୋଟିଏ ଲୋକସଭା ଆସନରେ ହାରିଲା ଦଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ସାମ୍ନା କରିଛି ବିଜେପି। ଉତ୍ତର ପ୍ରଦେଶର ନିଜ ଗଡ଼ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ୫ ଥର ଜିତି ଆସିଥିବା ଗୋରଖପୁରରେ ବିଜେପିକୁ ସବୁଠୁ ବଡ଼ ଝଟକା ଲାଗିଛି। ସେହିଭଳି ଫୁଲପୁର ଆସନରେ ମଧ୍ୟ ହାରିଛି ବିଜେପି। ଏହି ଉଭୟ ଆସନକୁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିଭଳି ବିହାରରେ ଆରାରିଆ ଲୋକସଭା […]

koraput central university
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଇନ୍ ଡାଏ ଘୋଷଣା

ଜୟପୁର: ଛାତ୍ର ଅଶାନ୍ତି ପାଇଁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ସାଇନ୍ ଡାଏ ଘୋଷଣା କରାଯାଇଛି। ଆଜି ଦିନ ୧୦ଟା ସୁଦ୍ଧା କ୍ୟାମ୍ପସ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ଧରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ପ୍ରତିବାଦ କରିଛନ୍ତି ୧୦୦ରୁ ଅଧିକ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ, ହଷ୍ଟେଲରେ ମୌଳିକ ସୁବିଧା ସୁଯୋଗ ନଥିବା, ୟୁନିଭରସିଟିର କ୍ୟାମ୍ପସରେ ସମସ୍ତ ବିଭାଗ ଖୋଲିବା ଓ ମେଡିକାଲ ଖୋଲିବା ଆଦି  ୫୨ଟି ଦାବି ନେଇ […]

abhinandan
ସିକ୍ ଲିଭ୍ ବାୟୁସେନା ସହ ବିତାଇବେ ଅଭିନନ୍ଦନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଏବେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ୪ ସପ୍ତାହ ପାଇଁ ଛୁଟିରେ ଅଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟଗତ କାରଣରୁ ଛୁଟି ନେବାକୁ କୁହାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁୟାୟୀ ସେ ଛୁଟି ନେଇଛନ୍ତି। ତେବେ ଛୁଟି ସମୟ ସେ ଚେନ୍ନାଇରେ ନିଜ ପରିବାର ସହ ନରହି ଶ୍ରୀନଗରରେ ଥିବା ବାୟୁସେନା ସ୍କ୍ୱାଡ୍ରନରେ ରହିବାକୁ ନିଷ୍ପତ୍ତି କରିଛନ୍ତି। ଯେଉଁଠାରେ ସେ ନିୟୋଜିତ ଥିଲେ ସେହି ସ୍ଥାନରେ ହିଁ […]

  • Friday, 16 July 2021
accident
ଦୁର୍ଘଟଣାରେ ଡାକ୍ତରଙ୍କ ସମେତ ୩ ମୃତ

ଯାଜପୁର: ଯାଜପୁର ବଡ଼ଚଣା ଥାନା ବନ୍ଦାଳ ନିକଟରେ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ  ମଧ୍ୟରେ ଅଛନ୍ତି ଜଣେ ଡାକ୍ତର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ। ମୃତ  ଡାକ୍ତର ନାଁ ପରେଶ ମହାପାତ୍ର। ସେ କଟକ ସିଟି ହସ୍ପିଟାଲରେ  କାର୍ଯ୍ୟରତ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଡାକ୍ତର ପରେଶ ଓ  ଫାର୍ମାସିଷ୍ଟ ଏକ ଭୋଜି ଖାଇ ଭୋଗରାଇରୁ କଟକ ଫେରୁଥିବା ବେଳେ ଏହି  ଦୁର୍ଘଟଣା ଘଟିଛି। ତେବେ ସେମାନଙ୍କ କାର କେଉଁ […]

Odia
ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଏଣିକି ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ପ୍ରତି ଦୋକାନ ସହ ପ୍ରତିଷ୍ଠାନଗୁଡ଼ିକର ନାମ ଫଳକ ଓଡ଼ିଆରେ ଲେଖାଯିବ। ନଚେତ୍ ତଣ୍ଡ ଗଣିବେ ଦୋକାନୀ। ଗତକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଥର ଧରାପଡ଼ିଲେ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ବାର ଧରାପଡ଼ିଲେ ୨ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିପରି ଓଡ଼ିଆ ସରକାରୀ ଭାଷା ଆଇନରେ […]

summer
ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ହୋଇପାରେ କାଳବୈଶାଖୀ ବର୍ଷା।  ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। ବିଶେଷ କରି ଉତ୍ତର ଏବଂ ଉପକୂଳ ଓଡିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସକାଳ ସମୟରେ ଖରା ହେବା ସାଙ୍ଗକୁ ଅପରାହ୍ନରେ କାଳବୈଶାଖୀ ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟ କମ୍ ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। […]

teacher
ଖାତା ଦେଖିବେନି ସାରେ

ଭୁବନେଶ୍ୱର: ପରୀକ୍ଷା ଖାତା ଦେଖିବେନି ଶିକ୍ଷକ। ମାଟ୍ରିକ ଓ ଯୁକ୍ତ ୨ ଖାତା ନଦେଖିବାକୁ ନିଷ୍ପତ୍ତି ନେଇଛି ଶିକ୍ଷକ ସଂଘ। ସରକାରୀ ବିଜ୍ଞପ୍ତି ପ୍ରକାଶରେ ବିଳମ୍ବ ପ୍ରତିବାଦରେ ଖାତାଦେଖା ବର୍ଜନ ପାଇଁ ସଂଘ ନିଷ୍ପତ୍ତି ନେଇଛି। ଗ୍ରାଣ୍ଟ ଇନ୍ ଏଡ୍ ପାଇଁ ସତ୍ୟପାଠ ଦାଖଲକୁ ବିରୋଧ କରିବା ସହ ସତ୍ୟପାଠ ଉଚ୍ଛେଦ ନେଇ ଗତ ୮ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ପ୍ରତିଶ୍ରୁତି ମିଳିଥିଲା। ତେବେ ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇନଥିବାରୁ ଏହାର ପ୍ରତିବାଦରେ ମୂଲ୍ୟାୟନ […]

  • Friday, 16 July 2021