ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ସହ ଶୁକ୍ରବାର ଅନୌପଚାରିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ହୁବେଇ ସ୍ଥିତ ମ୍ୟୁଜିୟମରେ ଉଭୟ ନେତାଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ମଧ୍ୟରେ ଇଷ୍ଟଲେକ ଗେଷ୍ଟ ହାଉସରେ ଆଲୋଚନା ହୋଇଛି। ଏଥିରେ ଦୁଇଦେଶର ୬ଜଣ ଲେଖାଏଁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ବୈଠକରେ କେଉଁସବୁ ପ୍ରସଙ୍ଗ ଆଲୋଚନା ହେବ ସେ ନେଇ […]
ଭୁବନେଶ୍ୱର: ବିଜେଡି ଛାଡିଲେ ପୂର୍ବତନ ସାଂସଦ ହେମା ଗମାଙ୍ଗ। ରାୟଗଡ଼ା ଜିଲ୍ଲା ଅନ୍ତଝୋଲିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ଏକଥା ସ୍ପଷ୍ଟ କରିଛନ୍ତି ହେମା। ଦଳ ଛାଡ଼ିବାକୁ ହେମା ୭ଟି କାରଣ ଦର୍ଶାଇଛନ୍ତି। ସେଥିରୁ କିଛି ପ୍ରମୁଖ ହେଲା, ତାଙ୍କୁ ଦଳରେ ଅଣଦେଖା କରାଯାଉଛି, ସରକାରୀ ଯୋଜନାରେ ବାଟମାରଣା ହେଉଛି, ପିସି କାରବାର ବହୁତ ହେଉଛି, ଆଦିବାସୀଙ୍କ ଜୀବନଶୈଳୀ ଓ ସଂପ୍ରଦାୟକୁ ନେଇ ଦଳର ସାଂସଦଙ୍କ ମନ୍ତବ୍ୟ ଇତ୍ୟାଦି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ […]
ଭୁବନେଶ୍ୱର: ଆମ ସମାଜରୁ ଏବେବି ହଟିନି କୁସଂସ୍କାର। ଖେଳ ବୁଲ ଓ ପାଠପଢ଼ା ବୟସରେ କିଛି ବାପ ମା’ ସେମାନଙ୍କ ଝିଅକୁ ବାହା କରି ଦେଉଛନ୍ତି। ଏହା ଏକ କୁତ୍ସିତ ପରମ୍ପରା ଓ ବେଆଇନ କାର୍ଯ୍ୟ ହୋଇଥିଲେ ମଧ୍ୟ ଏଭଳି ଘଟଣା ସମାଜରେ ଘଟି ଚାଲିଛି। ଏହାର ୨ଟି ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲାରେ। ଅଭିଯୋଗ ମୁତାବକ, ଗୁରୁବାର ଅପରାହ୍ନରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗାଁରେ ଏକ […]
ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଇନଜୀବୀ ଭାବେ ଇନ୍ଦୁ ମଲହୋତ୍ରା, ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୬୧ବର୍ଷୀୟା ବରିଷ୍ଠ ଆଇନଜୀବୀ ଇନ୍ଦୁ ମଲହୋତ୍ରା ସିଧାସଳଖ ସୁପ୍ରିମକୋର୍ଟ ବାର୍ କାଉନ୍ସିଲରୁ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କ ନାଁକୁ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଥିଲେ। ଯାହାକୁ ଗତ ୨୫ ତାରିଖରୁ ଅନୁମୋଦନ କରିଥିଲା […]
ଭୁବନେଶ୍ୱର: ପୁଣି ଦନ୍ତା ହାତୀ ଆତଙ୍କ। ହାତୀ ଆକ୍ରମଣରେ ରାଜଗାଙ୍ଗପୁର ବନଖଣ୍ଡର ଲୋଧାବସା ଗାଁର ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଟଙ୍କ କେର୍କେଟା। ଭୋରରୁ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କୁ ହାତୀ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ରାଜଗାଙ୍ଗପୁର ହସ୍ପିଟାଲକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାପାଇଁ ଉଦ୍ୟମ କରାଯାଉଛି। ଦନ୍ତା ହାତୀଟି ଦଳରୁ ଅଲଗା ହୋଇଯାଇଥିବାରୁ ହିଂସ୍ର ହୋଇ ଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। […]
ଝାରସୁଗୁଡ଼ା: ଝାରସୁଗୁଡ଼ା ରୋଡ୍ ଷ୍ଟେସନ୍ରେ ଏକ୍ସପ୍ରେସ୍ରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଆଲ୍ଲେପି – ଧାନ୍ବାଦ ଏକ୍ସପ୍ରେସ୍ ଝାରସୁଗୁଡା ରୋଡ ଷ୍ଟେସନରେ ଅଟକି ଥିବା ବେଳେ ଏକ ପ୍ଲାଷ୍ଟିକ ବ୍ୟାଗରୁ ଧୂଆଁ ବାହାରିଥିଲା। ଏହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇ ପଡିଥିଲେ। ବିସ୍ଫୋରକ ସାମଗ୍ରୀ ଥିବା ସନ୍ଦେହକରି ଯାତ୍ରୀମାନେ ଭୟରେ ପାଟି କରିବାରୁ ଜିଆରପି ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରକକୁ ବାହାରକୁ ଫୋପାଡିଥିଲେ। ଜିଆରପି ପକ୍ଷରୁ ଯାଞ୍ଚ କରାଯିବାପରେ ଟ୍ରେନ୍ଟି ରାଉରକେଲା ଯାଇଥିଲା। ତେବେ କିଏ ଓ କେଉଁ […]
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଉପକୂଳ ଓଡ଼ିଶାରେ ସ୍ଥିତି ଟିକେ ନିୟନ୍ତ୍ରଣାଧୀନ ଥିବାବେଳେ ପଶ୍ଚିମ ଓଡ଼ିଶାରେ ଏହା ଅସମ୍ଭାଳ। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ଠାରୁ ଟିକେ ଆଶ୍ୱସ୍ତ ମିଳିବ। ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ କାଲିଠାରୁ ତିନିରୁ ଚାରି ଦିନ ପର୍ଯ୍ୟନ୍ତ କମ୍ ତାତି ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ […]
ଭୁବନେଶ୍ୱର: ନିଆଁରେ ପୋଡ଼ି ହୋଇ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲା ୭ ମାସର କଅଁଳ ଶିଶୁ କନ୍ୟା। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲ୍ରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ତା’ ଶରୀରର ୭୦ ଭାଗ ପୋଡ଼ି ଯାଇଥିଲା। ଶିଶୁ କନ୍ୟାକୁ ନିଆଁକୁ ଫିଙ୍ଗିଥିବା ନିର୍ଦ୍ଦୟୀ ମା’କୁ ପୋଲିସ୍ ଗିରଫ କରିଛି। ପାରିବାରିକ କଳହକୁ ନେଇ ଗତକାଲି ଭୁବନେଶ୍ୱର ସାଲିଆ ସାହିରେ ଘଟିଥିଲା ଏହି ଅଭାବନୀୟ […]
ପାରାଦୀପ: ବନ୍ଦର ନଗରୀ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ। ଏନେଇ ନୂଆଦିଲ୍ଲୀରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ସାଗରମାଳା ପ୍ରୋଜେକ୍ଟରେ ପାରାଦୀପ ବନ୍ଦର ଉନ୍ନତି ନେଇ ଏହି ବୈଠକରେ ଆଲୋଚନା ହୋଇଛି। ସେହିଭଳି ସହରରେ ଏକ ୪ଶହ ଶଯ୍ୟା ବିଶିଷ୍ଟ ଉନ୍ନତ ହସ୍ପିଟାଲ ନିର୍ମାଣ ପାଇଁ ବି ନେଇ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀ ଟ୍ରାନ୍ସପୋର୍ଟ ଭବନରେ ବସିଥିବା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ଜାହାଜ ଚଳାଚଳ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। […]
ନୂଆଦିଲ୍ଲୀ : ୨୦୧୯ ଜନାଦେଶର ଶେଷ ପର୍ଯ୍ୟାୟ ମତଦାନ। ଆସନ୍ତାକାଲି ହେବ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏଁ ଆସନ ପାଇଁ ଭୋଟ୍ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ହେଉଛି। ୫୯ ଲୋକସଭା ଆସନର ୯୧୮ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାନିସାହି ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ବୌଦ୍ଧ ଅଞ୍ଚଳର। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବୌଦ୍ଧ ଜିଲ୍ଲା ଚରଚରା ଅଞ୍ଚଳର ୭ ଜଣ ଯୁବକ ଖୋର୍ଦ୍ଧାରେ ଏକ ବାହାଘର ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ […]
ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଛି ଥେରୁବାଲି ଇମ୍ଫା କାରଖାନା ଆଗରେ ଆନ୍ଦୋଳନ ନାଁରେ ଆତଙ୍କ ପ୍ରସଙ୍ଗ। ବିଧାନସଭାରେ ଆଜି ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏ ପ୍ରସଙ୍ଗ ଉଠାଇ ଓଡ଼ିଆ ଉଦ୍ୟୋଗୀଙ୍କ କାରଖାନାକୁ ସରକାର ସୁରକ୍ଷା ଦେଉନଥିବା ଅଭିଯୋଗ କରିଛନ୍ତି। ପୋଲିସ ସାମ୍ନାରେ ଇମ୍ଫା ଆଗରେ ଗଣ୍ଡଗୋଳ କାହିଁକି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଏ ପ୍ରସଙ୍ଗରେ ଟ୍ୱିଟ୍ କରି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି, […]
କଟକ : ସାଲେପୁର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ। SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି। ୧୩ ଜଣିଆ ଡାକ୍ତରୀ ଦଳ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁନି ଏବଂ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଗତ ୨୧ ତାରିଖ ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ଜଣେ ୬ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର […]
ପୁରୀ : ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ରହିଛି ୧୨୮ କେଜି ୩୧୦ ଗ୍ରାମର ସୁନା ଅଳଙ୍କାର ସହ ମୂଲ୍ୟବାନ ପଥର। ସେହିପରି ୨୨ହଜାର ୧୫୩ ଭରି ରୁପା ବାସନ ସହ ପୂଜା ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ୧୪ଟି ସୁନା, ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ ହୋଇପାରିନି। ଆଜି ବିଧାନସଭାରେ ବିଜେପି ବିଧାୟକ ଦିଲୀପ ରାୟଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏଭଳି ଲିଖିତ ଉତ୍ତର ଦେଇଛନ୍ତି। ଶ୍ରୀମନ୍ଦିରର ରତ୍ନଭଣ୍ଡାର କେବେ ଖୋଲାଯାଇଥିଲା ଓ […]
ନୂଆଦିଲ୍ଲୀ : ଆଜି ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ସହ ଅଣ-ଆନୁଷ୍ଠାନିକ ଆଲୋଚନା କରିବେ। ଡୋକଲାମ ବିବାଦ ପରଠାରୁ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ତେଣୁ ଏହାର ସମାଧାନ ପାଇଁ ଆଲୋଚନା ବେଳେ ଉଦ୍ୟମ ହେବ। ଦୁଇ ଦିନିଆ ଗସ୍ତ ବେଳେ କୌଣସି ଚୁକ୍ତି ସ୍ୱାକ୍ଷରିତ କିମ୍ବା ମିଳିତ ପ୍ରେସ୍ କନଫରେନସ କରାଯିବ ନାହିଁ ବୋଲି ଚୀନର […]
ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା। ସାଲିଆସାହିରେ ଏକ ୭ ମାସର ଶିଶୁ କନ୍ୟାକୁ ତାର ମା’ ନିଆଁରେ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ପିଲାଟିକୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି। ଏକ କପଡାରେ କିରୋସିନ ଢାଳି ସେଥିରେ ନିଆଁ ଲଗାଇ ଶିଶୁ କନ୍ୟାକୁ ପୋଡିଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମା’ ମାନସିକ […]
ଜଗତସିଂହପୁର: ରାଜ୍ୟରେ ପୁଣି ଏକ ଲଜ୍ଜା ଜନକ ଘଟଣା। ଜଗତସିଂହପୁରରେ ଜଣେ ୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ୨ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ମା’। ଅଭିଯୋଗ ପରେ ଦୁଇ ନାବାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଦ୍ୱୟଙ୍କ ବୟସ ୧୩ ଏବଂ ୧୧ ବର୍ଷ ହୋଇଥିବା ସୂଚନା ମିଳିଛି। ଏପଟେ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ଜଗତସିଂହପୁର ମେଡିକାଲ ପଠାଯାଇଛି। ସେପଟେ ସିଡ଼ବ୍ଲ୍ୟୁସିର […]