• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

maha laxmi
ଶ୍ରୀମନ୍ଦିର ମା’ ଲକ୍ଷ୍ମୀଙ୍କ ମଥାରେ ଲାଗିଲା ସୁବର୍ଣ୍ଣ କିରୀଟ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମଥାରେ ଲାଗିଲା ସୁବର୍ଣ୍ଣ କିରୀଟ। ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମା’ ଲକ୍ଷ୍ମୀଙ୍କ ମଥାରେ ସୁବର୍ଣ୍ଣ କିରୀଟ ଲଗାଯାଇଛି। ୭୫୫ ଗ୍ରାମ ଓଜନର ସୁବର୍ଣ୍ଣ କିରୀଟ ମା’ଙ୍କ ମଥାରେ ଶୋଭା ପାଉଛି।  କିରୀଟ ସ୍ଥାପନ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସମେତ ମା’ ଲକ୍ଷ୍ମୀଙ୍କ ମନ୍ଦିରର ସେବାୟତ ମାନେ ଉପସ୍ଥିତ ଥିଲେ। ବହୁଦିନ ହେବ ମହାଲକ୍ଷ୍ମୀଙ୍କ କିରୀଟ ବଦଳାଇବାକୁ ଦାବି ହୋଇ ଆସୁଥିଲା।  ଦୀର୍ଘ ୬ମାସ […]

jagannath temple
୩ଦିନ ପରେ ଆଜି ବାହାରିପାରେ ମହାପ୍ରଭୁଙ୍କ ମହାପ୍ରସାଦ

ପୁରୀ: ଲଗାତାର ୩ଦିନ ଧରି ନିରାଶ ପରେ  ଆଜି ବାହାରିପାରେ ମହାପ୍ରଭୁଙ୍କ ମହାପ୍ରସାଦ। ଶ୍ରୀମନ୍ଦିରରେ ଲାଗି ରହିଥିବା ନୀତି ବିଭ୍ରାଟରେ ସୁଧାର ଆସିଥିଲେ ବି ମହାପ୍ରସାଦ ସମସ୍ୟା କିନ୍ତୁ ଦୂର ହୋଇପାରିନାହିଁ। ମହାପ୍ରଭୁଙ୍କୁ କେବଳ ଦର୍ଶନ କରି ଆନନ୍ଦ ବଜାରରୁ ଖାଲି ହାତରେ ଫେରିଆସିଥିଲେ ଭକ୍ତ। ଗତକାଲି ସକାଳ ଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାନ୍ନ ଧୂପ ପାଇଁ ସେବାୟତମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ। ତେବେ କିଭଳି ଭାବେ ସୁଆର ମହାସୁଆରମାନେ ଶ୍ରୀଜୀଉଙ୍କ […]

elephant
ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ : ୪ ବନ କର୍ମଚାରୀ ନିଲମ୍ବିତ

ଝାରସୁଗୁଡା  : ଝାରସୁଗୁଡା ବାଗଡିହି ରେଞ୍ଜରେ ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ। ଘଟଣାରେ ୪ ବନ କର୍ମଚାରୀ ନିଲମ୍ବିତ। କାର୍ଯ୍ୟରେ ଅବହେଳା ଯୋଗୁଁ ଝାରସୁଗୁଡା ଡିଏଫଓ ସୁଶାନ୍ତ କୁମାର ଜଣେ ଫରେଷ୍ଟର ଓ ୩ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଫରେଷ୍ଟର ବସନ୍ତ ପ୍ରଧାନ ଓ  ଫରେଷ୍ଟ ଗାର୍ଡ ବିଶ୍ୱନାଥ ପ୍ରଧାନ, ସୁନିଲ ଭୋଇ ଓ ରୋହିତ ମାଝୀ।  ସୋମବାର ଦିନ ବାଗଡିହି ରେଞ୍ଜର ତେଲଡିହି ଫାଟକ ନିକଟରେ ରେଳ […]

dama
ବିଧାୟକଙ୍କୁ କାମ ଅନୁସାରେ ଭତ୍ତା ମିଳୁ : ଦାମ ରାଉତ

ଭୁବନେଶ୍ୱର : ବିଧାନସଭାରେ ଅଚଳାବସ୍ଥା ନେଇ ଦାମଙ୍କ ରୋକଠୋକ୍ ବାଣୀ। ବିଜେଡିର ଏହି ବରିଷ୍ଠ ବିଧାୟକ କହିଛନ୍ତି ଯଦି କାମ ନାହିଁ ତ ଦରମା ନାହିଁ। ବିଧାୟକମାନଙ୍କୁ କାମ ଅନୁସାରେ ଭତ୍ତା ମିଳୁ। ଅଧିବେଶନ ବେଳେ ଯେତିକି ସମୟ ଗୃହ ଚାଲୁଛି, ସଦସ୍ୟମାନଙ୍କୁ ସେହି ଅନୁପାତରେ ଭତ୍ତା ମିଳୁ। କମ୍ କାମ କରି ପୂରା ଭତ୍ତା ମିଳିବା ବ୍ୟବସ୍ଥା ବନ୍ଦ ହେଉ। ସେପଟେ ଦାମଙ୍କ କଥାକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ […]

  • Saturday, 17 July 2021
police
ହୋଟେଲରେ ପୋଲିସର ଚଢାଉ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଏକ ହୋଟେଲ ଉପରେ ପୋଲିସର ଅଚାନକ ଚଢାଉ। ଚଢାଉ ବେଳେ ପୋଲିସ ୩ ଜଣ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଛି। ନିଜର ପରିଚୟ ସଠିକ୍‌ ଭାବରେ ଦେଇନଥିବାରୁ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ସେମାନଙ୍କୁ ଅଟକ ରଖିଛି। ତେବେ ସମସ୍ତଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

arup patnaik
ବିଜେଡିରେ ଯୋଗଦେଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର

ଭୁବନେଶ୍ୱର : ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ପୋଲିସ ଅଧିକାରୀ ଅରୂପ ପଟ୍ଟନାୟକ। ମହାରାଷ୍ଟ୍ର କ୍ୟାଡରର ଏହି ପୂର୍ବତନ ଆଇପିଏସ୍ ଅଧିକାରୀ ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ଅରୂପ ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ଭାବେ କାମ କରିଥିଲେ। ବିଜେଡିରେ ଯୋଗଦାନକୁ ନେଇ ଅରୂପ କହିଛନ୍ତି, ରାଜନୈତିକ କ୍ଷେତ୍ରରେ ତାଙ୍କୁ ଏକ ବଡ ସୁଯୋଗ ମିଳିଛି। ଏହା ତାଙ୍କ ପାଇଁ ନୂଆ ଅଧ୍ୟାୟ, ନୂଆ ଜୀବନ ବୋଲି ଅରୂପ କହିଛନ୍ତି।

Tamil Nadu
ମହିଳା ସାମ୍ବାଦିକାଙ୍କ ଗାଲକୁ ଛୁଇଁ ଦେଲେ ରାଜ୍ୟପାଳ

ଚେନ୍ନାଇ: ସାମ୍ବାଦିକାଙ୍କ ଗାଲକୁ ଛୁଇଁ ଅଡୁଆରେ ତାମିଲନାଡୁ ରାଜ୍ୟପାଳ। ଗତକାଲି ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ୍‌ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ଜଣେ ମହିଳା ସାମ୍ବାଦିକଙ୍କ ଗାଲକୁ ଛୁଇଁ ଦେଇଥିଲେ। ସାମ୍ବାଦିକା ଜଣଙ୍କ ତାଙ୍କୁ ପ୍ରଶ୍ନ ପଚାରୁଥିବା ବେଳେ ରାଜ୍ୟପାଳ ପ୍ରଶ୍ନକୁ ଏଡାଇ ଯାଇ ତାଙ୍କ ଗାଲକୁ ଛୁଇଁଥିଲେ। ସେପଟେ ଏହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ମହିଳା ସାମ୍ବାଦିକ। ସେ ଟ୍ୱିଟ୍‌ କରି ରାଜ୍ୟପାଳଙ୍କ ବ୍ୟବହାର ଠିକ୍‌ ନୁହେଁ ବୋଲି ଦର୍ଶାଇଛନ୍ତି। ଏସବୁ ଘଟଣା ଘଟିଥିଲା […]

atm
ଏଟିଏମ୍‌ ସାମ୍ନାରେ ଝୁଲୁଛି ନୋ କ୍ୟାସ୍‌ ବୋର୍ଡ଼

ନୂଆଦିଲ୍ଲୀ: ଏଟିଏମ୍‌ରେ ଟଙ୍କା ଅଭାବ ସତ୍ତ୍ୱେ ସରକାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଲା କହିଛନ୍ତି, ଏଟିଏମ୍‌ରେ ଟଙ୍କାର ଅଭାବ ନାହିଁ। କେତେକ ସ୍ଥାନରେ କମ୍ ପରିମାଣର ଟଙ୍କା ମିଳୁଛି। କିନ୍ତୁ ଯାହା କୁହାଯାଉଛି, ଟଙ୍କା ଆଦୌ ମିଳୁନି, ତାହା ସତ ନୁହେଁ। କେତେକ ରାଜ୍ୟରେ ଫସଲ ଅମଳ ଓ ବାହାଘର ଋତୁ ଯୋଗୁଁ ଅଧିକ କ୍ୟାସ୍ ଦରକାର ହେଉଛି। କିନ୍ତୁ ସାମଗ୍ରିକ ଭାବେ ଦେଖିଲେ ସେମିତି କିଛି […]

  • Saturday, 17 July 2021
truck
ନଦୀକୁ ଖସି ପଡ଼ିଲା ଟ୍ରକ: ୨୧ ମୃତ

ଭୋପାଳ: ମଧ୍ୟପ୍ରଦେଶରେ ନଦୀକୁ ଟ୍ରକ୍ ଖସି ୨୧ଜଣଙ୍କ ମୃତ୍ୟୁ ହୋଇଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ମଧ୍ୟପ୍ରଦେଶର ସିଦ୍ଧି ନିକଟରେ ଟ୍ରକ୍‌ଟି ସୋନ୍‌ ନଦୀ ଭିତରକୁ ଖସିପଡିଥିଲା। ଘଟଣାସ୍ଥଳରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଆହତ ମାନଙ୍କୁ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।  ତେବେ ଡାକ୍ତରଖାନାରେ ଆଉ ୬ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରକ ତଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା […]

balasore
ଅମାନବୀୟ: ମହିଳାଙ୍କୁ ମାଡ଼ ମାରି ଭାଇରାଲ କଲେ ଭିଡ଼ିଓ

ବାଲେଶ୍ୱର: ପୁଣି ଏକ ଅମାନବୀୟ ଘଟଣା। ସାମୂହିକ ଭାବେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଏହାକୁ ନେଇ ସିମୁଳିଆ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ଏକ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିଲେ। ଗାଁ ଲୋକଙ୍କ ସହ କିଛି ବିବାଦକୁ ନେଇ […]

fire mishap
୩ ଭଉଣୀ ଜୀବନ୍ତ ଦଗ୍ଧ, ଆତ୍ମହତ୍ୟା ସନ୍ଦେହ

ମାଲକାନଗିରି: ମାଲକାନଗିରିରେ ଅଭାବନୀୟ ଘଟଣା। ଜଗନ୍ନାଥ ମନ୍ଦିର ପାଖରେ ଜଳୁଥିବା ଏକ ଘରୁ ୩ ଭଉଣୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ବେଳେ ଘର ଭିତର ପଟୁ ବନ୍ଦ ରହିଥିଲା।  ଘରେ ନିଆଁ ଲାଗିଥିବା ଜାଣିପାରି ସ୍ଥାନୀୟ ଲୋକେ ଦମକଳକୁ ଖବର ଦେଇଥିଲେ।  ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସ ସହାୟତାରେ ମୃତଦେହକୁ ଉଦ୍ଧାର କରିଥିଲେ। ଘର ଭିତର ପଟୁ ବନ୍ଦ ଥିବାରୁ ଏହା ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ […]

surat
ସୁରଟ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ମୃତ ନାବାଳିକା ଓଡ଼ିଶାର ନୁହଁନ୍ତି

ସୁରଟ: ସୁରଟ୍‌ର ପାଣ୍ଡେସରା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମିଳିଲା ସୁରାକ୍।  ନାବାଳିକା ଜଣକ ଓଡ଼ିଶାର ନୁହଁନ୍ତି ବରଂ ଆନ୍ଧ୍ରର ବୋଲି ଜଣାପଡ଼ିଛି। ଗତ ଅକ୍ଟୋବର ମାସରୁ ନାବାଳିକା ଜଣକ ନିଖୋଜ ଥିଲେ। ମୃତ ନାବାଳିକାର ବାପା-ମା ସୁରଟରେ ପହଞ୍ଚିଛନ୍ତି। ତେବେ ପରିଚୟ ସ୍ପଷ୍ଟ କରିବା ଲାଗି ସେମାନଙ୍କ ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି ସୁରଟ ପୋଲିସ କମିଶନର ସତୀଶ ଶର୍ମା କହିଛନ୍ତି। ଗତ ୬ତାରିଖରେ ସୁରଟର ଓଡ଼ିଆ ବହୁଳ ପାଣ୍ଡେସରା ଭେସ୍ତାନ ଅଞ୍ଚଳରୁ ୧୧ବର୍ଷୀୟ […]

chandan yatra
ଆଜି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ପୁରୀ: ଆଜି ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଏଥିପାଇଁ ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପନ୍ନ କରାଯାଇଛି। ରାତି ୧୦. ୫୦ ମିନିଟ୍‌ରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଗୋପାଳ ବଲ୍ଲଭ ନୀତି କରାଯାଇଥିଲା।  ରାତି ୧.୨୦ ମିନିଟ୍‌ରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ କରାଯାଇଥିଲା। ସେପଟେ ଆଜିଠୁ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥ ନିର୍ମାଣ ପାଇଁ […]

representational image
ପୋଖରୀରେ ବୁଡ଼ି ମା’ ସହ ୨ ଶିଶୁପୁତ୍ରଙ୍କ ମୃତ୍ୟୁ

ଗଜପତି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗାରାବନ୍ଧ ଗାଁରେ ଅଭାବନୀୟ ଘଟଣା। ଗାଁ ପୋଖରୀରେ ବୁଡ଼ି ମା’ ସହ ୨ ଶିଶୁପୁତ୍ରଙ୍କ ମୃତ୍ୟୁ। ମୃତକ ହେଲେ ମାବାଣିତ୍ରୀ ସାହୁକାର ଏବଂ ତାଙ୍କ ୧୨ ବର୍ଷ ବୟସର ଶିଶୁପୁତ୍ର ସୁବନ ଏବଂ ୧୦ ବର୍ଷର ଓମ୍।  ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଗୁଡିକୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ତେବେ କେଉଁ ପରିସ୍ଥିତିରେ ଏହି ୩ଜଣଙ୍କ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଖରୀ […]

jagannath temple
୨ ଦିନ ଉପବାସ ରହିବା ପରେ ଶ୍ରୀଜିଉଙ୍କ ନିକଟରେ ଲାଗି ହେଲା ଭୋଗ

ପୁରୀ: ୨ ଦିନ ଧରି ଉପବାସ ରହିବା ପରେ ଶେଷରେ ଶ୍ରୀଜିଉଙ୍କଙ୍କ ଠାରେ ଲାଗି ହେଲା ଭୋଗ। ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯାଇଛି।  ରାତି ୧୦. ୫୦ ମିନିଟ୍‌ରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଗୋପାଳ ବଲ୍ଲଭ ନୀତି କରାଯାଇଥିଲା। ରାତି ୧. ୨୦ ମିନିଟ୍‌ରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ କରାଯାଇଥିଲା।  ଗର୍ଭଗୃହକୁ କେବଳ ପାଳିଆ ସେବାୟତଙ୍କ ପ୍ରବେଶ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ […]