ନୂଆଦିଲ୍ଲୀ : ଲୋକସଭାରେ ସ୍ଳୋଗାନ୍ ପ୍ରତିଦ୍ୱନ୍ଦ୍ୱିତା। ନିଜ ନିଜ ଈଶ୍ୱରଙ୍କ ନାଁକୁ ନେଇ ଜପ, ନାରାବାଜି। ସପ୍ତଦଶ ଲୋକସଭା ଆରମ୍ଭରେ ସଦସ୍ୟଙ୍କ ଶପଥପାଠ ବେଳେ ଏଥର ଗୃହରେ ଦେଖିବାକୁ ମିଳିଥିଲା ଏମିତି ବିଚିତ୍ର ଦୃଶ୍ୟ। ଏପରିକି ଶପଥ ପାଠ ଶେଷରେ କେହି କେହି ସଦସ୍ୟ ନିଜ ଦଳର ସୁପ୍ରିମୋଙ୍କ ଜୟଜୟକାର ବି କରିଥିଲେ। ଗଣତନ୍ତ୍ର ମନ୍ଦିରରେ ପ୍ରଥମଥର ପାଇଁ ସଦସ୍ୟଙ୍କ ଶପଥପାଠ ଉତ୍ସବ ବେଳର ଏଭଳି ସ୍ଲୋଗାନ୍ ପ୍ରତିଦ୍ୱନ୍ଦ୍ୱୀତାକୁ ନେଇ ଏବେ ଚର୍ଚ୍ଚା। ଜୟ ଶ୍ରୀରାମ…ଜୟ ମା’ […]
ହାଇଦ୍ରାବାଦ୍ : ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଶକ୍ତ ଝଟ୍କା ଲାଗିଛି। ଚନ୍ଦ୍ରବାବୁ ବର୍ତ୍ତମାନ ବିଦେଶ ଗସ୍ତରେ ଥିବାବେଳେ ଆଜି ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ଏହି ୪ ଜଣ ସାଂସଦ ହେଲେ ୱାଇଏସ୍ ଚୌଦରୀ, ସିଏମ୍ ରମେଶ, ଗାରିକାପୋଆଟି ମୋହନ ରାଓ ଏବଂ ଟିଜି ଭେଙ୍କଟେଶ। ଏହି ୪ ଜଣ ସାଂସଦ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ […]
କେନ୍ଦୁଝର: ନିଜକୁ ମାଓବାଦୀଙ୍କ ପରିଚୟ ଦେଇ ଦାଦାବଟି ମାଗୁଥିବା ଅଭିଯୋଗରେ ୩ ଜଣଙ୍କୁ ଧରିଛି କେନ୍ଦୁଝର ଜିଲ୍ଲା ନୟାକୋଟ ପୋଲିସ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। ସମସ୍ତଙ୍କ ଠାରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ ସହ ୨ଟି ଗୁଳି ଜବତ କରିଛି। ଗତ ମାସ ୨୧ ତାରିଖ ରାତିରେ ନୟାକୋଟ ଥାନା ଅଞ୍ଚଳର ଏକ ଷ୍ଟିଲ୍ କମ୍ପାନୀରେ କିଛି ଲୋକ ପଶି ନିଜକୁ ମାଓବାଦୀ କହି ସୁରକ୍ଷାକର୍ମୀଙ୍କୁ ଭୟଭୀତ କରିଥିଲେ। ତା’ସହ କମ୍ପାନୀ […]
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳକୁ ନେଇ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଚଳିତ ବର୍ଷ ୯୫,୦୯୬ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିବାବେଳେ ୭୩,୨୧୧ଜଣ ପାସ୍ ହୋଇଛନ୍ତି। ଚଳିତ ବର୍ଷ ପାସ୍ ହାର ୭୬.୯୮ ପ୍ରତିଶତ। ତେବେ ଜାଣନ୍ତୁ କେମିତି ପାଇବେ […]
କଟକ: ପିସିଆର୍ ଭ୍ୟାନ୍ ଉପରକୁ ବୋମାମାଡ଼। ଗତକାଲି ବିଳମ୍ବିତ ରାତ୍ରିରେ କଟକ ସଦର ଥାନା କୁରୁଣ୍ଟି ଗାଁକୁ ପୋଲିସ ଯାଇଥିବା ବେଳେ ପିସିଆର୍ ଭ୍ୟାନ୍ ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତମାନେ। ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ କୁରୁଣ୍ଟି ଗାଁର ଜଣେ ଠିକାଦାରଙ୍କୁ ସେ ଅଞ୍ଚଳର ଦୁଇ ଜଣ ଯୁବକ ଦାଦାବଟି ମାଗିଥିଲେ। ବଟି ନ ଦେବାରୁ ଗତ ରାତିରେ ଠିକାଦାରଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ ଓ ବନ୍ଧୁକ ଦେଖାଇ ଭୟଭୀତ […]
କ୍ୟୁବା: କ୍ୟୁବାରେ ବୋଇଂ ବିମାନ ୭୩୭ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ କ୍ର୍ୟୁ ମେମ୍ବରଙ୍କ ସହ ଶହେରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତେବେ ବିମାନରେ କେତେ ଜଣ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହାବାନାର ଜୋସ୍ ମାର୍ଟି ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ଉଡାଣର କିଛି ସମୟ ପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯିବା ସହ ସ୍ଥାନୀୟ ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା। ଶହେରୁ ଅଧିକ ଲୋକଙ୍କ […]
ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭାରେ ହେବ ଆସ୍ଥା ଭୋଟ୍। ଅପରାହ୍ନ ୪ଟାରେ ୟେଦ୍ୟୁରପ୍ପାଙ୍କ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରାଇବାକୁ ପଡ଼ିବ। ଆଜି ସୁଦ୍ଧା ବିଧାନସଭାରେ ବହୁମତ ପ୍ରମାଣ ଦେବାକୁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ଏବେ ହାତରେ ବାକି ଅଛି ମାତ୍ର ଆଉ କିଛି ଘଣ୍ଟା। ଯଦିଓ ଫ୍ଲୋର ଟେଷ୍ଟରେ ପାସ୍ ହେବେ ବୋଲି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି, ତେବେ ସଂଖ୍ୟା ଖେଳରେ ପଛରେ ରହିଛି ବିଜେପି। କର୍ଣ୍ଣାଟକରେ ଏଥର ୨୨୨ […]
ଢ଼େଙ୍କାନାଳ: ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୭୦ରୁ ଅଧିକ ଯାତ୍ରୀ। ଏକ ବଡ଼ ଧରଣର ବସ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ଢେଙ୍କାନାଳ କାମାକ୍ଷାନଗର ପରଜଙ୍ଗ ଥାନା କଟୁମୁଣ୍ଡା ଛକରେ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟା ବେଳକୁ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ବସ୍କୁ ଆଉ ଏକ ବସ୍ ପଛରୁ ପିଟିବା ଫଳରେ ଗୋଟିଏ ବସ୍ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇଥିବା ସୂଚନା ମିଳିନାହିଁ। ତେବେ କିଛି […]
ରାୟଗଡ଼ା: ରାୟଗଡ଼ା ନିକଟ କେଉଟଗୁଡ଼ା ଷ୍ଟେସନରେ ଲାଇନଚ୍ୟୁତ ହୋଇଥିବା ସମଲେଶ୍ୱରୀ ଏକ୍ସପ୍ରେସର ମରାମତି ପରେ ଜଗଦଲପୁର ଅଭିମୁଖେ ଯାତ୍ରା କରିଥିଲା। ଗତକାଲି ସମଲେଶ୍ୱରୀ ଟ୍ରେନଟି ହାୱଡ଼ାରୁ ଜଗଦଲପୁର ଯାଉଥିବାବେଳେ ଇଞ୍ଜିନ ସହ କିଛି ବଗି କେଉଟଗୁଡ଼ା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଗତକାଲି ରାୟଗଡା ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନର୍ ଥିବା ଯାତ୍ରୀଙ୍କ ଲାଗି ମାଗଣାରେ ରହଣୀ ଓ ଖାଇବା ପିଇବା ବ୍ୟବସ୍ଥା କରାଯାଇଥିଲା। ଦୁର୍ଘଟଣା ପରେ ରାୟଗଡାରୁ […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସକାଳ ୧୧ ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ଘୋଷଣା କରିବେ। ଏହାପରେ ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ୯୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ଗତବର୍ଷ ଯୁକ୍ତ […]
ପୁରୀ: ଶ୍ରୀମନ୍ଦିର ଭିତରେ ଖସିଲା ଚୂନ ଖଣ୍ଡ। ମନ୍ଦିର ଭିତରେ ଥିବା ଗରୁଡ଼ ଖମ୍ବ ଉପର ଅଂଶରୁ ଶୁକ୍ରବାର ଏକ ଚୂନ ପଥର ଖଣ୍ଡ ଖସି ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି। ତାଙ୍କ ନାଁ ବାସନ୍ତୀ ରାଉତ, ଘର ବାଙ୍କୀ ଡମପଡ଼ାରେ। ସୂଚନା ଅନୁସାରେ ମହିଳା ଜଣଙ୍କ ଶ୍ରୀଜୀଉଙ୍କୁ ଦର୍ଶନ ସାରି ନାଟ ମଣ୍ଡପ ଦେଇ ଫେରୁଥିବା ବେଳେ ହଠାତ ଏକ ଚୂନ ପଥର ଖଣ୍ଡ ତାଙ୍କ ମୁଣ୍ଡରେ ପଡ଼ିଥିଲା। ଘଟଣା ପରେ ତୁରନ୍ତ ତାଙ୍କୁ […]
ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ କର୍ଣ୍ଣାଟକ ଭଳି ସ୍ଥିତି ହେଲେ କଣ ହେବ? ଯଦି ଝୁଲା ବିଧାନସଭା ହୁଏ କେଉଁ ଦଳ କାହା ସହିତ ହାତ ମିଳାଇବ? ଏକ ଜାତୀୟ ଗଣମାଧ୍ୟମକୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସଙ୍କ ସାକ୍ଷାତକାର ଓ ମେଣ୍ଟ ଗଣିତ ନେଇ ଡାକ୍ତର ଦାମୋଦର ରାଉତଙ୍କ ଗୁଗ୍ଲି ରାଜନୈତିକ ମହଲକୁ ବେଶ୍ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । ଏକ ଜାତୀୟ ଗଣମଧ୍ୟମକୁ ସାକ୍ଷାତକାର ଦେଇ ଭକ୍ତ କହିଛନ୍ତି କଂଗ୍ରେସ ଓ ବିଜେଡି […]
ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସକାଳ ୧୧ ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ଘୋଷଣା କରିବେ। ଏହାପରେ ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ୯୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ଗତ ବର୍ଷ […]
କଟକ: ସେନା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଛାତ୍ରଙ୍କ କୃତୀତ୍ୱ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ଗାଁର ଦେବାଶିଷ ଷଡ଼ଙ୍ଗୀ ସାରା ଦେଶରେ ସିଡିଏସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଏୟାରଫୋର୍ସ ପରୀକ୍ଷାରେ ରାଂକ ୱାନ୍ , ନୌବାହିନୀ ପରୀକ୍ଷାରେ ରାଂକ ୱାନ୍ ଏବଂ ଆର୍ମି ୱିଙ୍ଗ୍ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ରାଜ୍ୟ ପାଇଁ ଗର୍ବ ହାସଲ କରିଛନ୍ତି ଦେବାଶିଷ ଷଡ଼ଙ୍ଗୀ। ଦେବାଶିଷଙ୍କ ସଫଳତାରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
ନୂଆଦିଲ୍ଲୀ: ଗୋଆରେ ସରକାର ଗଢ଼ିବା ଦାବି ନେଇ କଂଗ୍ରେସ ବିଧାୟକମାନେ ଆଜି ଗୋଆ ରାଜ୍ୟପାଳ ମୃଦୁଲା ସିହ୍ନାଙ୍କୁ ଭେଟିଛନ୍ତି। ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପି ଯେପରି କର୍ଣ୍ଣାଟକରେ ସରକାର ଗଢ଼ିବାକୁ ସୁଯୋଗ ପାଇଲା, ସେହି ଆଧାରରେ ଗୋଆରେ କଂଗ୍ରେସକୁ ସରକାର ଗଢ଼ିବାକୁ ସୁଯୋଗ ଦିଆଯାଉ ବୋଲି ବିଧାୟକମାନେ ଦାବି ଉପସ୍ଥାପନ କରିଛନ୍ତି। ୨୦୧୭ ନିର୍ବାଚନରେ କଂଗ୍ରେସ ଗୋଆରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ତେଣୁ ଗୋଆରେ ସରକାର ଗଢ଼ିବାକୁ ବରିଷ୍ଠ କଂଗ୍ରେସ ନେତାମାନେ ଏପରି […]