ନୂଆଦିଲ୍ଲୀ: ଗୋବିନ୍ଦାଙ୍କ ଷ୍ଟାଇଲ୍ରେ ନାଚି ସୋସିଆଲ ମିଡିଆରେ ରାତାରାତି ଷ୍ଟାର ବନିଯାଇଥିବା ଡ୍ୟାନ୍ସିଂ ଅଙ୍କଲ ଓରଫ୍ ପ୍ରଫେସର ସଂଜୀବ ଶ୍ରୀବାସ୍ତବକଙ୍କ ସ୍ୱପ୍ନ ପୂରଣ ହୋଇଛି । ସେ ଯାହାକୁ ନିଜର ଆଦର୍ଶ ବୋଲି ମାନୁଥିଲେ ତାଙ୍କ ସହ ଷ୍ଟେଜ୍ ସେୟାର କରିଛନ୍ତି ଏକ ଟିଭି ଶୋରେ। ନିକଟରେ ଡ୍ୟାନ୍ସିଂ କି ଦିୱାନେ ନାମକ ଟିଭି ଶୋରେ ସେ ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରିଥିଲେ। ଗୋବିନ୍ଦାଙ୍କ ସହ ଡ୍ୟାନ୍ସ କରି ପ୍ରଫେସର ଶ୍ରୀବାସ୍ତବ ଏତେ ଖୁସି ହୋଇଯାଇଥିଲେ ଯେ […]
ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ମିଳିବା ଘଟଣାରେ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଆଇନ ମନ୍ତ୍ରୀ କହିଛନ୍ତି, ଚାବି ଥିବା ଯେଉଁ ଲଫାପା ମିଳିଛି ସେଥିରେ ୮୫ ମସିହାରେ ବ୍ୟବହୃତ ଚାବି ବୋଲି ଲେଖାଯାଇଛି। ତେବେ ସେ ଚାବି ମିଳିବା ପରେ ଅନେକ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହୋଇଛି। କେଉଁଠି ସେ ଚାବି ଥିଲା ଓ ପ୍ରକୃତ କଥା କଣ କମିଶନ ତଦନ୍ତ […]
ପୁରୀ : ଧୀର ମନ୍ଥର ଗତିରେ ଚାଲିଛି ସେତୁ ନିର୍ମାଣ କାମ। ୫ ବର୍ଷ ପୂର୍ବରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ବାଲିକେରା ଓ ତିନିକୁଦା ମଧ୍ୟରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ କାମ କେବଳ ୨ଟି ପିଲାରରେ ସିମିତ ରହିଛି । ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ବିଜୁ ସେତୁ ଯୋଜନାରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ୪ କୋଟି ୮୨ ଲକ୍ଷ ବ୍ୟୟ ଅଟକଳ କରାଯାଇ ଟେଣ୍ଡର […]
ନୂଆଦିଲ୍ଲୀ: ଆଜି ସୁନା ଓ ରୂପାର ଦର ବୃଦ୍ଧି ପାଇଛି। ଆଜି ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମର ଦର ୩୫,୯୭୦ ଟଙ୍କା ରହିଛି। ସେହିପରି ରୂପା ଦର କେଜି ପିଛା ୨୬୦ ଟଙ୍କା ବୃଦ୍ଧି ପାଇ ୪୧,୯୬୦ ଟଙ୍କାରେ ପହଞ୍ଚିଛି। ସର୍ବଭାରତୀୟ ସରଫା ମହାସଂଘର ଉପ ସଭାପତି ସୁରେନ୍ଦ୍ର ଜୈନ କହିଛନ୍ତି, “ସୁନା ଦର ଆଜି ପୁଣି ୧୦୦ ଟଙ୍କା ବଢ଼ିଛି। ଫଳରେ ଏବେ ୧୦ ଗ୍ରାମ ସୁନା ଦର ୩୫,୯୭୦ ଟଙ୍କାରେ ପହଞ୍ଚିଛି। ୯୯.୯% ସୁନା […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି। ୧୩ ମୃତକଙ୍କ ମଧ୍ୟରୁ ୬ ଜଣ ସୀତାପୁରର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଆହତଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାକୁ ସହାୟତା ପ୍ରଦାନ କରିବା ଲାଗି ମଧ୍ୟ ସେ […]
ଭୁବନେଶ୍ୱର: ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାର ନା। ପୂର୍ବରୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ଗ୍ରହଣ କରିବନାହିଁ। କାରଣ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ୭୦ଲକ୍ଷ ପରିବାରକୁ ସାମିଲ ପାଇଁ ଦାବି କରିଥିବା ବେଳେ, ୬୧ଲକ୍ଷ ପରିବାରକୁ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସିଙ୍ଗଲା ଥାନା ଅଧିନସ୍ଥ ନାହଞ୍ଜରା ଗାଁରେ ଦେହ ବ୍ୟବସାୟ ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ନାହଞ୍ଜରା ଗାଁରେ ରହୁଥିବା ମନୋରଞ୍ଜନ ପ୍ରଧାନଙ୍କ ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ କୌଣସି ସୂତ୍ରରୁ ସ୍ଥାନୀୟ ଲୋକେ ଜାଣିପାରିଥିଲେ। ଏନେଇ ଗ୍ରାମବାସୀ ମିଳିତ ହୋଇ ଘର ଚାରି ପାଖ ଘେରାଉ କରି ପୋଲିସକୁ ଖବର ଦେଇଥିଲେ। ବିଳିମ୍ବିତ ରାତିରେ ପୋଲିସ ପହଞ୍ଚି ମନୋରଞ୍ଜନଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା। […]
ଭୁବନେଶ୍ୱର: ଗାଡ଼ିରୁ ଲକ୍ଷଲକ୍ଷ ନଗଦ ଟଙ୍କା ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍ ତହସିଲଦାର ବିଜୟ କୁମାର ବେହେରାଙ୍କୁ କଟକ ଭିଜିଲାନ୍ସ ସେଲ୍ ଗିରଫ କରିଛି। ଗତକାଲି ତହସିଲଦାର ଏକ କାର୍ରେ ତାଙ୍କ ଘର ଛତ୍ରପୁରକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ପାଲଲହଡ଼ା ଠାରେ ତାଙ୍କୁ ଅଟକାଇଥିଲେ । ସେଠାରେ ତାଙ୍କ ନିକଟରୁ ନଗଦ ୫ଲକ୍ଷ ୫୪ ହଜାର ଟଙ୍କା ଓ ତାଙ୍କ ସାଙ୍ଗରେ ଥିବା ଲାଠିକଟା ତହସିଲର ପୂର୍ବତନ ରାଜସ୍ୱ ସୁପରଭାଇଜର ପ୍ରମୋଦ ବେଉରାଙ୍କ ଠାରୁ […]
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ହିନ୍ଦୋଳ ରେଞ୍ଜ ତେନ୍ତୁଳିସିଂହା ଗାଁର ପ୍ରସନ୍ନ ବେହେରା ଆଜି ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଏହି ରେଞ୍ଜର କଳିଙ୍ଗା ଗାଁର ସୁରେଶ ଚନ୍ଦ୍ର ପାଲ୍ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ […]
କୋରାପୁଟ: କୋରାପୁଟ ଜିଲ୍ଲା ବୋରିପୁଟ ଷ୍ଟୋନ୍ ଟ୍ରାଜେଡିର ୧୪ ଦିନ ପରେ ଜଣେ ଜେସିବି ଅପରେଟରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ମୃତଦେହଟି ଜେସିବି ଅପରେଟର୍ ଦେବଗଡ଼ର ଘନଶ୍ୟାମ ଗୁରୁଙ୍କର। ତାଙ୍କ ଭାଇ ମୃତଦେହକୁ ଚିହ୍ନଟ କରିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ମୃତଦେହର ବ୍ୟବଛେଦ ପରେ ଦେବଗଡ଼କୁ ପଠାଯାଇଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେପଟେ […]
କେନ୍ଦ୍ରାପଡ଼ା: ଥମିବାର ନାଁ ନେଉନି ଲଜ୍ଜା। ରାଜ୍ୟରେ ପୁଣି ଆଉ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ତେବେ ଦୁଷ୍କର୍ମକାରୀ ଖୋଦ୍ ପରିବାର ସଦସ୍ୟ ହୋଇଥିବା ନେଇ ଜଘନ୍ୟ ଅଭିଯୋଗ ଆଣିଛନ୍ତି ପୀଡ଼ିତା। ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକାଙ୍କୁ ତାଙ୍କ ଦାଦା ଏବଂ ବଡ଼ବାପା ପୁଅ ଦୁଷ୍କର୍ମ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଗତ […]
ପୁରୀ: ପୁଣି ଘନେଇଲା ରତ୍ନଭଣ୍ଡାର ଚାବି ରହସ୍ୟ। ଜିଲ୍ଲା ରେକର୍ଡ ରୁମ୍ ଲକରରେ ଥିବା ଏକ ଲଫାପାରୁ ଭିତର ଭଣ୍ଡାରର ନକଲି ଚାବି ମିଳିଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ କହିବା ପରେ ଏନେଇ ରହସ୍ୟ ଆହୁରି ଘନେଇଛି। ଜିଲ୍ଲାପାଳଙ୍କ କହିବା ଅନୁସାରେ, ଭିତର ଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରିରେ ଅଛି ଏବଂ ସେଠାରୁ ଆଣିଦେବା ପାଇଁ ଅନୁରୋଧ କରି ଗତ ଏପ୍ରିଲ ୨ ତାରିଖରେ ଶ୍ରୀମନ୍ଦିର ପ୍ରଶାସକ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥିଲେ। ମାତ୍ର ସେଠାରୁ […]
ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… ରଜ ଉତ୍ସବର ଆଜି ହେଉଛି ପହିଲି ରଜ। ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର। ଗାଁଠୁ ସହର ସବୁଆଡ଼େ ରଜର ମହକ। ବିଶେଷ କରି ଝିଅମାନଙ୍କ ମଧ୍ୟରେ ଉତ୍ସାହ କାହିଁରେ କ’ଣ। ଗତକାଲି ଥିଲା ସଜବାଜ। ଝିଅମାନେ ଅଳତା, କୁଙ୍କୁମ, ମେହେନ୍ଦୀ ଲଗାଇ ସଜ ହୋଇଛନ୍ତି। ଆଜିଠୁ ରଜ ମଉଜ। ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ଦୋଳି ଖେଳିବାରେ ବ୍ୟସ୍ତ। ଏହା ସହିତ ସାଙ୍ଗସାଥୀଙ୍କ […]
ପୁରୀ: ମିଳିଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ। ଜିଲ୍ଲାର ରେକର୍ଡ ରୁମ୍ ଲକର ଥିବା ଏକ ଜଉମୁଦ ଲଫାପାରୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିଥିବା ସେ କହିଛନ୍ତି। ଏକ ୪ ଜଣିଆ ଟିମ୍ ୫ ଦିନ ହେଲା ଚାବି ଖୋଜୁଥିଲେ। ଶେଷରେ ଚାବି ଖୋଜିବାରେ ସଫଳତା ମିଳିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଯିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ନେଇ ମଧ୍ୟ ରାଜନୀତି […]