Advertisment

UP Student Suicide: 'ମୋତେ କ୍ଷମା କରିଦେବ, ଆଦୌ କାନ୍ଦିବ ନାହିଁ ମମି-ପାପା'.. ଏମିତି ଲେଖି ଝୁଲିପଡ଼ିଲେ ଛାତ୍ରୀ

ଛାତ୍ରୀ ଜଣକ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ରୁମ୍‌ରେ ବନ୍ଦ ହୋଇ ରହିଥିଲେ। ଯେତେବେଳେ ସେ ହଷ୍ଟେଲ ରୁମର କବାଟ ଖୋଲି ନଥିଲେ, ତାଙ୍କ ସାଙ୍ଗମାନେ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ଶେଷରେ, ପୋଲିସ ଆସି କବାଟ ଖୋଲିଥିଲା। ହେଲେ ସେତେବେଳକୁ ସେ ନିଜକୁ ଶେଷ କରିସାରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Class 12 student dies by suicide

Class 12 student dies by suicide

ଆଜିକାଲି ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦେଶର ଭବିଷ୍ୟତ ହେଉଛନ୍ତି ଯୁବପିଢ଼ି। କିନ୍ତୁ ବର୍ତ୍ତମାନର ଯୁବପିଢ଼ି ପାରିବାରିକ, ବ୍ୟକ୍ତିଗତ ସମସ୍ୟା, ପ୍ରେମ ସମ୍ପର୍କ, ମାନସିକ ଅସୁସ୍ଥତା, ପରୀକ୍ଷା ଚାପ ଓ ବେରୋଜଗାର ଭଳି ଅନେକ କାରଣରୁ ଆତ୍ମହତ୍ୟାକୁ ଶେଷ ବାଟ ବୋଲି ବାଛି ନେଉଛନ୍ତି। ଇଞ୍ଜିନିୟରିଂ ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମେନ୍‌ ରେଜଲ୍ଟ ବାହାରିବା ପରେ ପୁଣି ଏକ ଆତ୍ମହତ୍ୟା ଖବର ସାମନାକୁ ଆସିଛି। ବାପା-ମା’ଙ୍କ ସ୍ୱପ୍ନ ପୂରଣ କରିପାରିନଥିବା କହି ଜଣେ ଛାତ୍ରୀ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ପରୀକ୍ଷାରେ କମ୍ ନମ୍ୱର ଆସିବା ପରେ ସେ ନିରାଶ ହୋଇ ଝୁଲି ପଡ଼ିଥିବା ପୋଲିସ ସୂଚନା ଦେଇଛି।

Advertisment

ଅଧିକ ପଢନ୍ତୁ: ଇନଷ୍ଟା ଲାଇଭ୍‌ରେ ଆତ୍ମହତ୍ୟା ଉଦ୍ୟମ; Meta ଆଲର୍ଟ ପରେ ପହଞ୍ଚିଲା ପୋଲିସ, ବଞ୍ଚିଗଲା ଜୀବନ

ମୃତ ଛାତ୍ରୀ ଉତ୍ତର ପ୍ରଦେଶର ଗୋରଖପୁରର। ସେ ଦ୍ୱାଦଶ ଶ୍ରେଣୀରେ ପଢୁଥିଲେ। ଇଞ୍ଜିନିୟରିଂପାଇଁ ଥିବା JEE ମେନ୍ ପରୀକ୍ଷା ଦେବାକୁ ଏକ ଘରୋଇ କୋଚିଂ ପ୍ରତିଷ୍ଠାନରେ ରହି ପାଠ ପଢୁଥିଲେ। ଗତ ମଙ୍ଗଳବାର JEEମେନ୍ ରେଜଲ୍ଟ ଆସିଥିଲା। ହେଲେ ସେ ଏଥିରେ କୃତକାର୍ଯ୍ୟ ହୋଇପାରିନଥିଲେ। ଏହାକୁ ନେଇ ସେ ମାନସିକ ଚାପରେ ଥିଲେ। ଏହାପରେ ବୁଧବାର ଅପରାହ୍ନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ରୁମ୍‌ରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ।

Advertisment

ଛାତ୍ରୀ ଜଣକ ସୁଇସାଇଡ୍ ନୋଟରେ ନିଜ ମୃତ୍ୟୁର କାରଣ ଦର୍ଶାଇଛନ୍ତି। ଚିଠିରେ ବାପା-ମା’ଙ୍କୁ କ୍ଷମା ମାଗି ଲେଖିଛନ୍ତି, "ମୋତେ କ୍ଷମା କରିଦେବ ମମି ଏବଂ ପାପା। ମୁଁ ପାସ୍ କରିପାରିଲି ନାହିଁ। ମୋ ପାଇଁ ଆଦୌ କାନ୍ଦିବ ନାହିଁ। ତୁମେ ଦୁହିଁଙ୍କଠାରୁ ବହୁତ ଭଲ ପାଇବା ପାଇଲି। ହେଲେ ମୁଁ ତୁମର ସ୍ୱପ୍ନ ପୂରଣ କରିପାରିଲି ନାହିଁ।"

 

ଛାତ୍ରୀ ଜଣକ ମାତ୍ର ଦୁଇ ଦିନ ପୂର୍ବରୁ ଘରୁ ଫେରିଥିଲେ। ବୁଧବାର ସକାଳେ ସେ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ । ସେତେବେଳେ ତାଙ୍କ ବାପାଙ୍କୁ ପରୀକ୍ଷା ରେଜଲ୍ଟ ବିଷୟରେ କାହାକୁ ନ କହିବାକୁ ଅନୁରୋଧ କରିଥିଲେ। ତାଙ୍କ ବାପା କହିଛନ୍ତି ଯେ ସେ ତାଙ୍କୁ ଏନେଇ ବୁଝାଇ ଥିଲେ। ଆଉ ଥରେ ପରୀକ୍ଷା ଦେଲେ ପାସ୍ କରିବେ ବୋଲି ବି କହିଥିଲେ। ସେ କେବେ କଳ୍ପନା କରିନଥିଲେ ଯେ ତାଙ୍କ ଝିଅ ଏତେ ବଡ଼ ପଦକ୍ଷେପ ନେବ।

ବୁଧବାର ଦିନ, ଛାତ୍ରୀ ଜଣକ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ରୁମ୍‌ରେ ବନ୍ଦ ହୋଇ ରହିଥିଲେ। ଯେତେବେଳେ ସେ ହଷ୍ଟେଲ ରୁମର କବାଟ ଖୋଲି ନଥିଲେ, ତାଙ୍କ ସାଙ୍ଗମାନେ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ଶେଷରେ, ପୋଲିସ ଆସି କବାଟ ଖୋଲିଥିଲା। ହେଲେ ସେତେବେଳକୁ ସେ ନିଜକୁ ଶେଷ କରିସାରିଥିଲେ। ପୋଲିସ ଝୁଲନ୍ତା ମୃତଦେହ ଉଦ୍ଧାର କରିବା ସହ ସୁଇସାଇଡ ନୋଟ୍ ଜବତ କରିଥିଲା।

ଅଧିକ ପଢନ୍ତୁ: ଅବସାଦ ଓ ଆତ୍ମହତ୍ୟା: ମାନସିକ ସ୍ଥିତି ନେଇ ସଚେତନତା

JEE Main Student Suicide
Advertisment
Advertisment