Advertisment

Burla Vimsar Hospital: କଟିଗଲା ଲାଇଟ୍; ମୋବାଇଲ ଲାଇଟରେ ଦିଆଗଲା କେମୋ

ବିଦ୍ୟୁତ କାଟ ହେଲେ ବିକଳ୍ପ ବ୍ୟବସ୍ଥା ଭାବେ ଜେନେରେଟର ଥିଲେ ମଧ୍ୟ ତାହା ବ୍ୟବହାର କରାଯାଇ ନ ଥିଲା। ହସ୍ପିଟାଲର ବିଦ୍ୟୁତ ବ୍ୟବସ୍ଥା ପରିଚାଳନା ଓ ରକ୍ଷଣା ବେକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିଲେ ମଧ୍ୟ ଦାୟିତ୍ୱହୀନତାରୁ ଏଭଳି ଅଘଟଣ ଘଟିଛି ବୋଲି ଅଭିଯୋଗ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Burla VIMSAR Hospital

VIMSAR Hospital

ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲରେ ଅନ୍ଧାରୀ ଚିକିତ୍ସା। ବିଦ୍ୟୁଦ କାଟ୍ ହେବାରୁ ମୋବାଇଲ ଆଲୁଅରେ ରୋଗୀଙ୍କୁ ଦିଆଗଲା କେମୋ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭୀମସାରର କର୍କଟ ରୋଗ ବିଭାଗରେ।

Advertisment

ଗତ ୧୧ ତାରିଖ ମଧ୍ୟାହ୍ନରେ ମେଡିକାଲରେ ହଠାତ୍ ୩ ଘଣ୍ଟା ପାଇଁ ବିଦ୍ୟୁତ କାଟ ହୋଇଥିଲା। ଏହି ସମୟରେ ଭୀମସାରର କର୍କଟ ରୋଗ ବିଭାଗରେ ଥିବା ରୋଗୀଙ୍କର ଚାଲିଥିଲା କେମୋଥେରାପି। ହଠାତ୍‌ ଲାଇନ ପଳାଇଯିବାରୁ ମୋବାଇଲ ଆଲୁଅରେ ରୋଗୀଙ୍କୁ କେମୋ ଦିଆଯାଇଥିଲା। ୩ ଘଣ୍ଟା ଧରି ଚାଲିଥିଲା ଅନ୍ଧାରୀ ଚିକିତ୍ସା।

ଅଧିକ ପଢ଼ନ୍ତୁ: MKCG ମେଡିକାଲ କଲେଜରୁ ହଟିନି ରାଗିଂ ବ୍ୟାଧି; ଜୁନିୟରଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିୟର !

Advertisment

ବିଦ୍ୟୁତ କାଟ ହେଲେ ବିକଳ୍ପ ବ୍ୟବସ୍ଥା ଭାବେ ଜେନେରେଟର ଥିଲେ ମଧ୍ୟ ତାହା ବ୍ୟବହାର କରାଯାଇ ନ ଥିଲା। ହସ୍ପିଟାଲର ବିଦ୍ୟୁତ ବ୍ୟବସ୍ଥା ପରିଚାଳନା ଓ ରକ୍ଷଣା ବେକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିଲେ ମଧ୍ୟ ଦାୟିତ୍ୱହୀନତାରୁ ଏଭଳି ଅଘଟଣ ଘଟିଛି ବୋଲି ଅଭିଯୋଗ ହୋଇଛି। ବିଦ୍ୟୁତ ବିଭ୍ରାଟ ଯୋଗୁ କେମୋଥେରାପି ନେଉଥିବା କର୍କଟ ରୋଗୀମାନେ ଖୁବ କଷ୍ଟ ପାଇଥିଲେ। ତେବେ ଏଭଳି ଅବ୍ୟବସ୍ଥା ଥରେ ନୁହେଁ ବାରମ୍ବାର ହୋଇଥାଏ ବୋଲି ରୋଗୀଙ୍କ ସମ୍ପର୍କୀୟ ମାନେ କହିଛନ୍ତି।

ଅନ୍ୟପକ୍ଷରେ ସେଦିନ ହସ୍ପିଟାଲ ପରିସରରେ ମରାମତି କାମ ପାଇଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ସୂଚନା ମଳିଛି। ସେଥିପାଇଁ ବିଦ୍ୟୁତ ବିଭ୍ରାଟ ହୋଇଥିଲା ବୋଲି ଜଣାଯାଇଛି। ପୂର୍ବ ସୂଚନା ଥାଇ ମଧ୍ୟ କାହିଁକି ଜେନେରେଟର ବ୍ୟବସ୍ଥା ହୋଇନଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ଭୀମସାର ଅଧୀକ୍ଷକ ପ୍ରଫେସର ଲାଲମୋହନ ନାୟକ କହିଛନ୍ତି, ଅବହେଳା କରିଥିବା ଇଲେକ୍ଟ୍ରିସିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯୋଗାଯୋଗ ଓ ସମନ୍ୱୟ ଅଭାବରୁ ଏପରି ଅଘଟଣ ଘଟିଥିଲା।

ଅଧିକ ପଢ଼ନ୍ତୁ: ବୁର୍ଲା ଭୀମସାର ଡାକ୍ତରୀ ଛାତ୍ରଙ୍କୁ ରାଗିଂ, ଅଭିଯୋଗ ପରେ ତନାଘନା।

Sambalpur Burla VIMSAR
Advertisment
Advertisment