ଲକ୍ଷ୍ନୌ: ବିଏସ୍ପି ମୁଖ୍ୟ ମାୟାବତୀଙ୍କ ବିରୋଧରେ ଉତ୍ତରପ୍ରଦେଶ ମୋଗଲସରାଇ ବିଧାୟିକା ସାଧନା ସିଂହଙ୍କ ମନ୍ତବ୍ୟକୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ଅରୁଚିକର ଟିପ୍ପଣୀକୁ ଗୁରୁତ୍ୱ ସହ ନେଇଛି ଜାତୀୟ ମହିଳା କମିଶନ। ଏନେଇ ତାଙ୍କୁ ଖୁବଶୀଘ୍ର ଜବାବ ତଲବ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ସାଧନାଙ୍କ ଟିପ୍ପଣୀକୁ ଘୋର ନିନ୍ଦା କରିଛି ବିଏସ୍ପି। ଏଥିପାଇଁ ବିଜେପିକୁ ଭର୍ତ୍ସନା କରିଛନ୍ତି ବହୁଜନ ସମାଜ ପାର୍ଟି ନେତା ସତୀଶ ମିଶ୍ର। ସେ କହିଛନ୍ତି ଯେ ସାଧନା ସିଂହ ମାନସିକ […]
କେ-୯ ବଜ୍ର ଟ୍ୟାଙ୍କରେ ବସି ଯାତ୍ରା କଲେ ମୋଦି
କୋଲକାତା: କୋଲକାତାରେ ମୋଦି ସରକାରଙ୍କ ବିରୋଧରେ ଖୁବ୍ ବର୍ଷିଛନ୍ତି ବିରୋଧୀ। ସାଧାରଣ ନିର୍ବାଚନ ପୂର୍ବରୁ କୋଲକାତାରେ ଏକାଠି ଶକ୍ତି ପ୍ରଦର୍ଶନ କରିଛନ୍ତି ସବୁ ବିରୋଧୀ ଦଳ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏହି ମହାମେଳିର ଆୟୋଜନ ହୋଇଥିଲା। ଏଥିରେ ଯୋଗ ଦେଇଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା, ଗୁଜରାଟର ଯୁବ ନେତା ହାର୍ଦ୍ଦିକ ପଟେଲ, ଦଳିତ ନେତା ଜିଗ୍ନେଶ ମେଓ୍ୱାନି, ଏନ୍ସିପିର ଶରଦ ପାଓ୍ୱାର, ଜେଏମ୍ଏମ୍ର ହେମନ୍ତ ସୋରେନ, ବିହାରର ପୂର୍ବତନ ସାଂସଦ ଶରଦ ଯାଦବ, […]
ଥିରୁବନନ୍ତପୁରମ: ସାବରିମାଲା ମନ୍ଦିରରେ ଏକ ନିର୍ଦ୍ଦିଷ୍ଟ ବୟସର ମହିଳାମାନଙ୍କ ପ୍ରବେଶ ସମ୍ପର୍କରେ ସୁପ୍ରିମକୋର୍ଟରେ ତଥ୍ୟ ରଖିଛନ୍ତି କେରଳ ସରକାର। ମନ୍ଦିରରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ବର୍ତ୍ତମାନ ସୁଦ୍ଧା ୫୧ଜଣ ୫୦ବର୍ଷରୁ କମ ମହିଳା ମନ୍ଦିରରେ ପ୍ରବେଶ କରିଛନ୍ତି। ଏଥିସହିତ ଦର୍ଶନ କରିବାକୁ ଚାହୁଁଥିବା ମହିଳାମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ସାବରିମାଲା ମନ୍ଦିରରେ ପ୍ରବେଶ କରିଥିବା ଦୁଇ ଜଣ ମହିଳା ବିନ୍ଦୁ ଅମିନୀ ଓ କନକ ଦୁର୍ଗା ସେମାନଙ୍କୁ […]
ଶ୍ରୀନଗର: ଜମ୍ମୁଓ କଶ୍ମୀରର ଲଦାଖ ଅଞ୍ଚଳରେ ହିମସ୍ଖଳନ ଯୋଗୁ ବରଫଖଣ୍ଡ ଖସି ୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫ଜଣ ଏବେ ବି ନିଖୋଜ ଅଛନ୍ତି। ଆଜି ସକାଳେ ଲଦାଖର ଖରଦୁଙ୍ଗ ଲା ପାସ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି। ଏଥିରେ କିଛି ଗାଡ଼ି ମଧ୍ୟ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଛି। ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଗୃହମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଅବଗତ କରାଯାଇଛି। ଗତକିଛି […]
ବେଙ୍ଗାଲୁରୁ: ମହାକାଶ ବିଜ୍ଞାନ ପ୍ରତି ଯୁବପିଢ଼ିମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଏବେ ଯୁବ ବୈଜ୍ଞାନିକମାନଙ୍କୁ ତାଲିମ ଦେବ ଇସ୍ରୋ। ଏଥିପାଇଁ ପ୍ରତ୍ୟେକ ରାଜ୍ୟର ୩ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ, ଓ ଏମାନଙ୍କୁ ଶିକ୍ଷା ଦିଆଯିବ। ଏହାଦ୍ୱାରା ଇସ୍ରୋ ପକ୍ଷରୁ ପରୀକ୍ଷାଗାରରେ ହେଉଥିବା ଗବେଷଣା ସମ୍ପର୍କରେ ଛାତ୍ରଛାତ୍ରୀମାନେ ତଥ୍ୟ ହାସଲ କରିପାରିବେ। ଏଥିସହ ସାଟେଲାଇଟ ନିର୍ମାଣ ସମ୍ପର୍କରେ ସିଧାସଳଖ ଜ୍ଞାନ ଆହରଣ କରିପାରିବେ […]
ନୂଆଦିଲ୍ଲୀ: ସ୍ୱାଇନ୍ ଫ୍ଲୁ ପରି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏମ୍ସର ବରିଷ୍ଠ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ଏ ସମ୍ପର୍କରେ ଅମିତ ଶାହ ନିଜେ ଟ୍ୱିଟ୍ ଯୋଗେ ସମସ୍ତଙ୍କୁ ନିଜର ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଅସୁସ୍ଥତା ଯୋଗୁ ଶାହଙ୍କର ଓଡ଼ିଶା ଗସ୍ତ ବାତିଲ ହୋଇଛି। ଏହି ସୂଚନା […]
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ପୁଲିସ୍ ଡିଜି ନିଯୁକ୍ତି ନେଇ ଥିବା ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ପଞ୍ଜାବ, ହରିୟାଣା, କେରଳ, ପଶ୍ଚିମବଙ୍ଗ ଓ ବିହାର ପକ୍ଷରୁ ଏହି ଆବେଦନ କରାଯାଇଥିଲା। ପୁଲିସ୍ ବିଭାଗ ରାଜ୍ୟମାନଙ୍କ ,ସ୍ୱତନ୍ତ୍ର କ୍ଷମତା ପରିସରରେ ଆସୁଥିବାରୁ ଡିଜିପି ନିଯୁକ୍ତ କରିବା ଲାଗି ଏମାନଙ୍କୁ ଅଧିକାର ଦେବାକୁ ଆବେଦନର ଦର୍ଶାଯାଇଥିଲା। ତେବେ କୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି। ୨୦୦୬ ମସିହାରେ ସୁପ୍ରିମକୋର୍ଟ କହିଥିଲେ, ରାଜ୍ୟ ସରକାର ଡିଜିପି ପଦ ଖାଲି […]
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୈତିକ ପାଣିପାଗରେ ହଠାତ୍ ପରିବର୍ତ୍ତନ ଦେଖା ଦେଇଛି। ବିଜେପିର ତଥାକଥିତ ‘ଅପରେସନ୍ ଲୋଟସ’କୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ ବୋହିବା ଆରମ୍ଭ ହୋଇଯାଇଛି। କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛନ୍ତି ୨ ସ୍ୱାଧୀନ ବିଧାୟକ। ଏମିତିରେ କର୍ଣ୍ଣାଟକରେ ଟଳମଳ ଅବସ୍ଥାରେ ଆସିଯାଇଛି କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାର। ବିଜେପି ତା’ର ୧୦୪ ଜଣ ବିଧାୟକଙ୍କୁ ନେଇ ଗୁରୁଗ୍ରାମରେ ରଖିଥିବା ବେଳେ କଂଗ୍ରେସର କିଛି ବିଧାୟକଙ୍କ ପତ୍ତା ମିଳୁନି। ଏମାନେ ବିଜେପି […]
କୋଲକାତା: ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର କନକ ସରକାରଙ୍କ ଫେସବୁକ୍ ପୋଷ୍ଟକୁ ନେଇ ବିବାଦ ତେଜିବାରେ ଲାଗିଛି। କିଛିଦିନ ପୂର୍ବେ କନକ ବିମାନରେ ଯାତ୍ରା କରୁଥିବା ଫଟୋ ସହ ଫେସବୁକ୍ ପୋଷ୍ଟ କରିଥିଲେ। ଏଥିରେ ସେ ଯୁବତୀଙ୍କ ଭର୍ଜିନିଟିକୁ ସିଲ୍ଡ ବୋଟଲ୍ ସହ ତୁଳନା କରିଥିଲେ। ଭର୍ଜିନ ବ୍ରାଇଡ୍-ହ୍ୱାଇ ନଟ୍ ବିଷୟ ବସ୍ତୁରେ ସରକାର ଏହି ପୋଷ୍ଟ ଲେଖିଥିଲେ। ଏପରିକି ଏହି ବିଷୟକୁ ଯଥାର୍ଥତା କରିବା ଲାଗି ସେ ଓଲଟି ପ୍ରଶ୍ନ ମଧ୍ୟ କରିଥିଲେ। ଦୋକାନରୁ କେହି […]
ଶ୍ରୀନଗର: କଶ୍ମୀର ଉପତ୍ୟାକାରୁ ଆତଙ୍କବାଦୀଙ୍କ ନିପାତ ପାଇଁ ଅପରେସନ ଅଲଆଉଟ ଜାରି ରହିଛି। ଗତକାଲି କୁଲଗାମରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ଅପରେସନ ଅଲ୍ଆଉଟର ଟିମ୍। ଏହି ଅପରେସନ୍ରେ ଟିମ୍ର ସେନା, ପୁଲିସ୍ ଓ ସିଆରପିଏଫ୍ର ବଛା ବଛା ଯବାନ ସାମିଲ ହୋଇଥିଲେ। ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ୟାରିପୁରା ନିକଟସ୍ଥ କାଟାପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ […]
ଶ୍ରୀନଗର: ଉତ୍ତର ଭାରତରେ ଶୀତର ରାଜୁତି ସହ ତୁଷାରପାତ ଚିନ୍ତା ବଢ଼ାଇଛି। ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରୁଥିଲେ ବି ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖାଦେଇଛି। ଗତ କିଛି ଦିନ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଅଞ୍ଚଳରେ ତୁଷାରପାତ ବଢ଼ିବା ସହ ପାରଦ ହ୍ରାସ ଘଟୁଛି। ରାସ୍ତାରେ ବରଫ ଜମା ହୋଇ ରହିଥିବାରୁ ଅଧାବାଟରେ ଶହ ଶହ ଟ୍ରକ ଅଟକି ରହିଛି। ମନାଲୀରେ ଚାରିଆଡ଼େ ବରଫର ଆସ୍ତରଣ। ରାସ୍ତା ଘାଟ ସହିତ କୋଠାବାଡ଼ି ବି […]
ନୂଆଦିଲ୍ଲୀ: ବିଜେପି ଜାତୀୟ ପରିଷଦର ଶେଷ ଦିନରେ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଧିବେଶନରେ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ବିଜେପି ହିଁ କେବଳ ଦେଶକୁ ଶିଖରରେ ପହଞ୍ଚାଇ ପାରିବ। ସମସ୍ତଙ୍କ ସହ ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ। ସେହିପରି ସଂରକ୍ଷଣକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି। ସଂରକ୍ଷଣ ଯୋଗୁ କାହାର ଅଧିକାରକୁ ବଞ୍ଚିତ କରାଯିବ ନାହିଁ ବୋଲି ମୋଦି କହିଛନ୍ତି। ବିଜେପି ଜାତୀୟ ପରିଷଦ ଅଧିବେଶନର ଶେଷ ଦିନରେ କଂଗ୍ରେସ ଉପରେ […]
ଅଧିବେଶନର ୨ୟ ଦିନରେ ଆଜି ପେଗାସସ୍ ପ୍ରସଙ୍ଗକୁ ନେଇ ହଙ୍ଗାମା ଜାରି ରହିଛି। ହଟ୍ଟଗୋଳକୁ ଦେଖି ଉଭୟ ରାଜ୍ୟ ସଭା ଓ ଲୋକ ସଭାକୁ ଆରମ୍ଭ ହେବାର ମାତ୍ର ୫ ମିନିଟ ପରେ ମୁଲତବି ରଖିବାକୁ ପଡ଼ିଥିଲା। ଲୋକସଭା ୨ଟା ପର୍ଯ୍ୟନ୍ତ ଏବଂ ରାଜ୍ୟ ସଭାକୁ ୧୧ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା।
ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୧୯ ଜିଲ୍ଲାର ୭୨ଟି ବିଧାନସଭା ଆସନ ଲାଗି ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୫ଟାରେ ମତଦାନ ଶେଷ ହେବ। ୧ କୋଟି ୫୩ ଲକ୍ଷ ୮୫ ହଜାରରୁ ଅଧିକ ଭୋଟର ମତ ସାବ୍ୟସ୍ତ କରିବେ। ମତଦାନ ପାଇଁ ୧୯ ହଜାର ୨୯୬ଟି ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ୧୦୭୯ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। […]