ନୂଆଦିଲ୍ଲୀ: ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ପଦରେ ଏମ୍. ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ନେଇ ଆଗତ ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି ସୁପ୍ରିମକୋର୍ଟର ଆଉ ଜଣେ ବିଚାରପତି। ସିବିଆଇ ନିର୍ଦ୍ଦେଶକ ପଦର ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଜଷ୍ଟିସ୍ ଏନ୍.ଭି.ରମଣା ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଏମ୍. ନାଗେଶ୍ୱର ରାଓଙ୍କ ଝିଅର ବିବାହ ଉତ୍ସବରେ ସେ ଯୋଗ ଦେଇଥିବାରୁ ଶୁଣାଣିରୁ ଓହରି ଯାଇଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ […]
ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍.ଡବ୍ଲ୍ୟୁ. ବୁଶ୍ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଗତକାଲି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଶ୍ଙ୍କ ମୃତ୍ୟୁ ଖବରକୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସେ ଆମେରିକାର ୪୧ତମ ରାଷ୍ଟ୍ରପତି ଭାବେ ୧୯୮୯ ମସିହାରୁ ୧୯୯୩ ମସିହା ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳି ଥିଲେ। ସେହିଭଳି ୪୩ତମ ଉପ […]
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଆରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଏହାର ଉପାଦେୟତା ଲୋକେ ଗ୍ରହଣ କରିବାକୁ କହିଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ସମାଜର ସବୁ ବର୍ଗର ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କାମ କରୁଛି। ମହିଳା, ଦିବ୍ୟାଙ୍ଗ, ଯୁବକ, ବେକାରୀ, ଗରିବ, ବାସହୀନ ସମସ୍ତଙ୍କ ପାଇଁ କିଛି […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବୁଡ୍ଗାମ୍ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗୁଳି ବିନିମୟ ବେଳେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଆତଙ୍କବାଦୀ ସଂଗଠନର ଟପ୍ କମାଣ୍ଡର ନଭିଦ୍ ଜଟ୍ଟ ରହିଛି। ଶ୍ରୀନଗରରୁ ପ୍ରକାଶିତ ‘ରାଇଜିଂ କାଶ୍ମୀର’ ଦୈନିକ ଖବରକାଗଜର ସମ୍ପାଦକ ସୁଜାତ୍ ବୁଖାରୀ ହତ୍ୟା ମାମଲାରେ ନଭିଦ ଜଟ୍ଟ ସାମିଲ ଥିଲା। ଏହି ହତ୍ୟାକାଣ୍ଡ […]
ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଆଜି ସେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଦଳରେ ଯୋଗ ଦେବା ପରେ ଆସନ୍ତାକାଲି ଅପରାଜିତା ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବାର […]
ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଅସୁସ୍ଥଥିବା ଥିବା ଗୋଆ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମନୋହର ପାରିକରଙ୍କୁ ଭେଟିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଆଜି ସେ ମନୋହର ପାରିକରଙ୍କ ଅଫିସକୁ ଯାଇ ତାଙ୍କୁ ଦେଖା କରିବା ସହିତ ସ୍ୱାସ୍ଥ୍ୟ କଥା ପଚାରି ବୁଝିଛନ୍ତି। ଏଥିସହିତ ଶୀଘ୍ର ସୁସ୍ଥ ହେବାର କାମନା ମଧ୍ୟ କରିଛନ୍ତି। ଏହି ସାକ୍ଷାତ୍କାର ବିଷୟରେ ନିଜେ ରାହୁଲ୍ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହାକୁ ଏକ ବ୍ୟକ୍ତିଗତ ସାକ୍ଷାତ ବୋଲି କହିଛନ୍ତି ରାହୁଲ। ରାହୁଲ […]
ଡେରାଡୁନ: ବରଫମୟ ପରିବେଶରେ ଉତ୍ତରାଖଣ୍ଡ ଚମୋଲିରେ ITBP କମାଣ୍ଡୋଙ୍କ ଟ୍ରେନିଂ ଚାଲିଛି। ସମୁଦ୍ର ପତ୍ତନରୁ ସାଢ଼େ ୯ ହଜାର ଫୁଟ୍ ଉଚ୍ଚରେ ସେମାନେ ଟ୍ରେନିଂ ନେଉଛନ୍ତି। ମାଇନସ୍ ୧୫ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ ଖୋଲା ଦେହରେ ପ୍ରଶିକ୍ଷଣ ନେଉଛନ୍ତି ଏହି କମାଣ୍ଡୋମାନେ। ପ୍ରତିକୂଳ ପରିସ୍ଥିତିରେ ଶତ୍ରୁ ସହ କିଭଳି ମୁକାବିଲା କରାଯିବ ସେ ନେଇ ଏହି ପ୍ରଶିକ୍ଷଣ ଦିଆଯାଇଛି। ତୁଷାରପାତ ସମୟରେ କିଭଳି ଶତ୍ରୁ ସହ ମୁକାବିଲା କରାଯିବ, ତାହା ହେଉଛି ଏହି ଟ୍ରେନିଂ ମଡ୍ୟୁଲ୍ର ଫୋକସ୍। […]
ଟିକା ଉପରେ ଭରସା ନାହିଁ । କରୋନା ଟିକା ଉପରେ ଅଧାରୁ ଅଧିକ ଲୋକଙ୍କର ବିଶ୍ୱାସ ନାହିଁ । କିଛି ଲୋକେ ଏବେ ବି କରୋନା ଟିକା ନେବା ପାଇଁ ମଙ୍ଗୁନଥିବା ବେଳେ ଆଉ କିଛି ଲୋକ ବାଧ୍ୟବାଧକତାରେ ଟିକା ନେଉଛନ୍ତି
ନୂଆଦିଲ୍ଲୀ: ନୂଆ କରି ଖୋଲା ଯାଇଥିବା ଦିଲ୍ଲୀର ସିଗ୍ନେଚର୍ ବ୍ରିଜ୍ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଗୋଟିଏ ଦିନ ପୂର୍ବରୁ ଏହି ବ୍ରିଜ୍ରେ ୨ଜଣ ମେଡିକାଲ୍ ଛାତ୍ରଙ୍କ ମୃତ୍ୟୁ ଘଟିବାର ୨୪ ଘଣ୍ଟା ନପୂରୂଣୁ ପୁଣି ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଗାଜିଆବାଦର ୨୪ ବର୍ଷୀୟ ଶଙ୍କର ତାଙ୍କ ସମ୍ପର୍କୀୟ ଭାଇ ଦୀପକ (୧୭)ଙ୍କ ସହ ବାଇକ୍ରେ ଉତ୍ତର ଦିଲ୍ଲୀର ନଙ୍ଗଲୋଇଠାରୁ ଉତ୍ତର-ପୂର୍ବ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ସେମାନଙ୍କ ବାଇକ୍ ବ୍ରିଜ୍ରେ ସ୍ଲିପ୍ […]
ଭୁବନେଶ୍ୱର: ଆଉ ନାହାନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜନେତା ବୈଷ୍ଣବ ଚରଣ ପରିଡ଼ା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ ଜଣେ ଦକ୍ଷ ରାଜନେତା, ସ୍ତମ୍ଭକାର ଓ ସାମାଜିକ କର୍ମୀ ଭାବେ ବେଶ୍ ଜଣାଶୁଣା ଥିଲେ। ସେ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ […]
ଲକ୍ଷ୍ନୌ: ସୁପ୍ରିମକୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣିର ଦୁଇଦିନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁପ୍ରିମକୋର୍ଟଙ୍କୁ ଚ୍ୟାଲେଞ୍ଜ କଲାଭଳି ମନ୍ତବ୍ୟ ରଖିଛନ୍ତି। ଯଦି କୋର୍ଟ ଏ ମାମଲାର ଶୁଣାଣି, ଶୀଘ୍ର ସାରି ପାରୁନାହାନ୍ତି, ତା ହେଲେ ତାଙ୍କୁ ୨୪ ଘଣ୍ଟା ସମୟ ଦିଅନ୍ତୁ ସେ ମାମଲାର ସମାଧାନ କରିଦେବେ ବୋଲି ଆଦିତ୍ୟନାଥ କହିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗଦେଇ ଆଦିତ୍ୟନାଥ କହିଛନ୍ତି, ନ୍ୟାୟିକ ପ୍ରକ୍ରିୟାରେ ରାମ ମନ୍ଦିର ନିର୍ମାଣ ବିଳମ୍ବ ହେଉଥିବାରୁ […]