ନୂଆଦିଲ୍ଲୀ: ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍ରେ’ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ମନ୍ କି ବାତ୍’ର ୫୨ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି କର୍ଣ୍ଣାଟକର ସିଦ୍ଧଗଙ୍ଗା ମଠର ସନ୍ଥ ଶୀବକୁମାର ସ୍ୱାମୀଙ୍କ ସ୍ମୃତିଚାରଣ କରିଛନ୍ତି। ଏହାସହ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଯୁବା ଭୋଟରଙ୍କୁ ଉତ୍ସାହିତ କରି କହିଛନ୍ତି, ଏକବିଂଶ ଶତାଦ୍ଧୀରେ ଜନ୍ମଲାଭ କରିଥିବା ଶିଶୁ ୨୦୧୯ରେ ସାବାଳକ ଭାବେ ନିଜର ପ୍ରଥମ ମତାଧିକାର ସାବ୍ୟସ୍ତ କରିବେ। ଏଥିସହିତ ଭିନ୍ନ ଧରଣରେ […]
କଟକ/ନୂଆଦିଲ୍ଲୀ: ମହାନଦୀ ପୋଲ ଉପରୁ ବସ୍ ଖସି ପଡ଼ିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। Condolences to those who lost their loved ones due to the bus accident in Cuttack, Odisha. May the injured recover at the earliest: PM @narendramodi — […]
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶୋପିଆନ୍ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଆହତ ମଧ୍ୟ ହୋଇଛନ୍ତି। ଆଜି ସକାଳେ ଏହି ଘଟଣା ଘଟିଛି। ସେନା, ସ୍ଥାନୀୟ ପୁଲିସ୍ ଏବଂ ସିଆର୍ପିଏଫ୍ଙ୍କ ମିଳିତ ଉଦ୍ୟମରେ ଶ୍ରୀନଗରର ୬୦ କି.ମି. ଦୂର ନଦିଗାମ୍ରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଆତଙ୍କବାଦୀ ଲୁଚିଥିବା ଖବର ଗୁଇନ୍ଦା ବିଭାଗ ପକ୍ଷରୁ […]
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୦ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ଼ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ଭାରତୀୟ ସ୍ଥଳ, ବାୟୁ ଏବଂ ନୌସେନାର ସୌର୍ଯ୍ୟ, ବୀରତ୍ୱକୁ ଦେଖିଥିଲେ ସେଠାରେ ଉପସ୍ଥିତ ଥିବା ଅତିଥି। ସେହିପରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କ ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଛି। ରାଜପଥରେ ମୋଟ୍ ୨୨ଟି […]
ଶ୍ରୀନଗର: ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀଙ୍କ ଆକ୍ରମଣ ପଣ୍ଡ ହୋଇଛି। ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର୍ରେ ଜୈସ-ଏ-ମହମ୍ମଦର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ୨ଜଣ ପୁଲିସ୍ ମଧ୍ୟ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ଶ୍ରୀନଗରରେ ପାଳନ ହେଉଥିବା ସାଧାରଣତନ୍ତ୍ର ଦିବସରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍କର୍ମୀ, ଜମୁ-କଶ୍ମୀରର ଏସ୍ଓଜିଓ ସିଆର୍ପିଏଫ୍ ମିଳିତ ଭାବେ ଖୋନମୋହ ଅଞ୍ଚଳରେ ଅପରେଶନ ଆରମ୍ଭ କରିଥିଲେ। ଚାରିପଟୁ ସୁରକ୍ଷାକର୍ମୀ ଘେରିଯିବା ପରେ ଆତଙ୍କବାଦୀମାନେ ଆଗୁଆ […]
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗଦେବାକୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା। ନେଲ୍ସନ୍ ମାଣ୍ଡେଲାଙ୍କ ପରେ ରାମଫୋସା ଦ୍ୱିତୀୟ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଭାବେ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି। ରାମଫୋସାଙ୍କ ସହ ପତ୍ନୀ ସେପୋ ମୋସେପେ ମଧ୍ୟ ଭାରତ ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ରାମଫୋସାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ରାମଫୋସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ […]
ନୂଆଦିଲ୍ଲୀ: ଋଣ ଠକେଇ ଅଭିଯୋଗରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍ଡି ଓ ସିଇଓ ଚନ୍ଦା କୋଚର, ସ୍ୱାମୀ ଦୀପକ କୋଚର, ଭିଡିଓକନ ଗ୍ରୁପର ଏମ୍ଡି ଭେନୁଗୋପାଲ ଧୂତ୍ ଏବଂ ଅନ୍ୟ କିଛି ଲୋକଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଏହି ମାମଲାକୁ ନେଇ ମୁମ୍ବାଇର ୪ଟି ଭିନ୍ନ ଭିନ୍ନ ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ମୁମ୍ବାଇରେ ଭିଡିଓକନର ମୁଖ୍ୟାଳୟରେ ରେଡ୍ ହୋଇଛି। ଭିଡିଓକନ କର୍ତ୍ତୃପକ୍ଷଙ୍କ ସହ ସାମିଲ ହୋଇ ଏହି ଋଣ ଠକେଇ ହୋଇଥିବା ସିବିଆଇ […]
ଗଜପତି: ସଡ଼କ ସୁରକ୍ଷା ସମ୍ବନ୍ଧରେ ସରକାର ଅନେକ ସଚେତନାମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ଲୋକେ କେମିତି ଦୁର୍ଘଟଣାରୁ ବର୍ତ୍ତିପାରିବେ ସେଇ ଲକ୍ଷ୍ୟ ନେଇ ସରକାରଙ୍କର ଏତେସବୁ କାର୍ଯ୍ୟକ୍ରମ ହେଉଛି। ହେଲେ ସରକାରଙ୍କ ସତ ଚେଷ୍ଟା ଫେଲ୍ ମାରୁଛି। ଦୁର୍ଘଟଣାପ୍ରବଣ ଅଞ୍ଚଳରେ ସତର୍କତା ବୋର୍ଡ ସହ ପାଚେରୀ ନିର୍ମାଣ ନ କରିବାରୁ ଅନେକ ଲୋକଙ୍କ ପ୍ରାଣହାନୀ ହେଉଥିବାର ଗଜପତି ଜିଲ୍ଲାବାସୀ ଅଭିଯୋଗ କରିଛନ୍ତି। ତେଣୁ ଆଗାମୀ ଦିନରେ ଏନେଇ ସରକାର କିଛି ପଦକ୍ଷେପ ନ ନେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ […]
ନୂଆଦିଲ୍ଲୀ: ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ. କେ. ସିକ୍ରି। ସେ ନିଜ ଆଡୁ ଏହି ମାମଲାରୁ ଓହରି ଯାଇଛନ୍ତି। ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି କମନ କଜ୍ ଏନ୍ଜିଓ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏଥିରେ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଛି। ଏହା ପୂର୍ବରୁ ହୋଇଥିବା ଶୁଣାଣିରେ ପ୍ରଧାନ […]
ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍-ଇଭିଏମ୍ ଓ ଭିଭିପ୍ୟାଟ୍ର ହିଁ ବ୍ୟବହାର କରାଯିବ। ଆଜି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା। ସେ କହିଛନ୍ତି, ଭୋଟ୍ ଗ୍ରହଣ ପାଇଁ ପୁରୁଣା କାଳିଆ ଢାଞ୍ଚାରେ ବାଲାଟ ପେପର ଗ୍ରହଣ କରିହେବନି। ଇଭିଏମ୍କୁ ନେଇ ବିଭିନ୍ନ ହ୍ୟାକର୍ ଏବଂ ରାଜନୈତିକ ଦଳ ଉଠାଉଥିବା ସବୁ ପ୍ରକାର ଚାଲେଂଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ। କିନ୍ତୁ ଇଭିଏମ୍ ଓ […]
ଗୁରୁଗ୍ରାମ: ହରିଆଣା ଗୁରୁଗ୍ରାମସ୍ଥିତ ଉଲାୱାସରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଆହୁରି ୨ରୁ ୩ ଜଣ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଏନ୍ଡିଆର୍ଏଫ୍ ଟିମ୍, ଅଗ୍ନିଶମ ବିଭାଗ, ପୁଲିସ୍ ପ୍ରଶାସନ, ଏସଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ବଡି ଭୋର୍ ସମୟରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। କୋଠାର ଚତୁର୍ଥ ମହଲା ନିର୍ମାଣାଧୀନ ଥିବାବେଳେ ଏହା ଭୁଶୁଡ଼ି […]