ନୂଆଦିଲ୍ଲୀ: ସ୍ୱାଇନ୍ ଫ୍ଲୁ ପରି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏମ୍ସର ବରିଷ୍ଠ ଡାକ୍ତର ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ଏ ସମ୍ପର୍କରେ ଅମିତ ଶାହ ନିଜେ ଟ୍ୱିଟ୍ ଯୋଗେ ସମସ୍ତଙ୍କୁ ନିଜର ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ଅସୁସ୍ଥତା ଯୋଗୁ ଶାହଙ୍କର ଓଡ଼ିଶା ଗସ୍ତ ବାତିଲ ହୋଇଛି। ଏହି ସୂଚନା […]
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ପୁଲିସ୍ ଡିଜି ନିଯୁକ୍ତି ନେଇ ଥିବା ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି। ପଞ୍ଜାବ, ହରିୟାଣା, କେରଳ, ପଶ୍ଚିମବଙ୍ଗ ଓ ବିହାର ପକ୍ଷରୁ ଏହି ଆବେଦନ କରାଯାଇଥିଲା। ପୁଲିସ୍ ବିଭାଗ ରାଜ୍ୟମାନଙ୍କ ,ସ୍ୱତନ୍ତ୍ର କ୍ଷମତା ପରିସରରେ ଆସୁଥିବାରୁ ଡିଜିପି ନିଯୁକ୍ତ କରିବା ଲାଗି ଏମାନଙ୍କୁ ଅଧିକାର ଦେବାକୁ ଆବେଦନର ଦର୍ଶାଯାଇଥିଲା। ତେବେ କୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି। ୨୦୦୬ ମସିହାରେ ସୁପ୍ରିମକୋର୍ଟ କହିଥିଲେ, ରାଜ୍ୟ ସରକାର ଡିଜିପି ପଦ ଖାଲି […]
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୈତିକ ପାଣିପାଗରେ ହଠାତ୍ ପରିବର୍ତ୍ତନ ଦେଖା ଦେଇଛି। ବିଜେପିର ତଥାକଥିତ ‘ଅପରେସନ୍ ଲୋଟସ’କୁ ନେଇ ରାଜ୍ୟରେ ରାଜନୈତିକ ଝଡ଼ ବୋହିବା ଆରମ୍ଭ ହୋଇଯାଇଛି। କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛନ୍ତି ୨ ସ୍ୱାଧୀନ ବିଧାୟକ। ଏମିତିରେ କର୍ଣ୍ଣାଟକରେ ଟଳମଳ ଅବସ୍ଥାରେ ଆସିଯାଇଛି କଂଗ୍ରେସ ଓ ଜେଡିଏସ୍ ମେଣ୍ଟ ସରକାର। ବିଜେପି ତା’ର ୧୦୪ ଜଣ ବିଧାୟକଙ୍କୁ ନେଇ ଗୁରୁଗ୍ରାମରେ ରଖିଥିବା ବେଳେ କଂଗ୍ରେସର କିଛି ବିଧାୟକଙ୍କ ପତ୍ତା ମିଳୁନି। ଏମାନେ ବିଜେପି […]
କୋଲକାତା: ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର କନକ ସରକାରଙ୍କ ଫେସବୁକ୍ ପୋଷ୍ଟକୁ ନେଇ ବିବାଦ ତେଜିବାରେ ଲାଗିଛି। କିଛିଦିନ ପୂର୍ବେ କନକ ବିମାନରେ ଯାତ୍ରା କରୁଥିବା ଫଟୋ ସହ ଫେସବୁକ୍ ପୋଷ୍ଟ କରିଥିଲେ। ଏଥିରେ ସେ ଯୁବତୀଙ୍କ ଭର୍ଜିନିଟିକୁ ସିଲ୍ଡ ବୋଟଲ୍ ସହ ତୁଳନା କରିଥିଲେ। ଭର୍ଜିନ ବ୍ରାଇଡ୍-ହ୍ୱାଇ ନଟ୍ ବିଷୟ ବସ୍ତୁରେ ସରକାର ଏହି ପୋଷ୍ଟ ଲେଖିଥିଲେ। ଏପରିକି ଏହି ବିଷୟକୁ ଯଥାର୍ଥତା କରିବା ଲାଗି ସେ ଓଲଟି ପ୍ରଶ୍ନ ମଧ୍ୟ କରିଥିଲେ। ଦୋକାନରୁ କେହି […]
ଶ୍ରୀନଗର: କଶ୍ମୀର ଉପତ୍ୟାକାରୁ ଆତଙ୍କବାଦୀଙ୍କ ନିପାତ ପାଇଁ ଅପରେସନ ଅଲଆଉଟ ଜାରି ରହିଛି। ଗତକାଲି କୁଲଗାମରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ଅପରେସନ ଅଲ୍ଆଉଟର ଟିମ୍। ଏହି ଅପରେସନ୍ରେ ଟିମ୍ର ସେନା, ପୁଲିସ୍ ଓ ସିଆରପିଏଫ୍ର ବଛା ବଛା ଯବାନ ସାମିଲ ହୋଇଥିଲେ। ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ୟାରିପୁରା ନିକଟସ୍ଥ କାଟାପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ […]
ଶ୍ରୀନଗର: ଉତ୍ତର ଭାରତରେ ଶୀତର ରାଜୁତି ସହ ତୁଷାରପାତ ଚିନ୍ତା ବଢ଼ାଇଛି। ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରୁଥିଲେ ବି ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖାଦେଇଛି। ଗତ କିଛି ଦିନ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଅଞ୍ଚଳରେ ତୁଷାରପାତ ବଢ଼ିବା ସହ ପାରଦ ହ୍ରାସ ଘଟୁଛି। ରାସ୍ତାରେ ବରଫ ଜମା ହୋଇ ରହିଥିବାରୁ ଅଧାବାଟରେ ଶହ ଶହ ଟ୍ରକ ଅଟକି ରହିଛି। ମନାଲୀରେ ଚାରିଆଡ଼େ ବରଫର ଆସ୍ତରଣ। ରାସ୍ତା ଘାଟ ସହିତ କୋଠାବାଡ଼ି ବି […]
ନୂଆଦିଲ୍ଲୀ: ବିଜେପି ଜାତୀୟ ପରିଷଦର ଶେଷ ଦିନରେ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଧିବେଶନରେ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ବିଜେପି ହିଁ କେବଳ ଦେଶକୁ ଶିଖରରେ ପହଞ୍ଚାଇ ପାରିବ। ସମସ୍ତଙ୍କ ସହ ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ। ସେହିପରି ସଂରକ୍ଷଣକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି। ସଂରକ୍ଷଣ ଯୋଗୁ କାହାର ଅଧିକାରକୁ ବଞ୍ଚିତ କରାଯିବ ନାହିଁ ବୋଲି ମୋଦି କହିଛନ୍ତି। ବିଜେପି ଜାତୀୟ ପରିଷଦ ଅଧିବେଶନର ଶେଷ ଦିନରେ କଂଗ୍ରେସ ଉପରେ […]
ଅଧିବେଶନର ୨ୟ ଦିନରେ ଆଜି ପେଗାସସ୍ ପ୍ରସଙ୍ଗକୁ ନେଇ ହଙ୍ଗାମା ଜାରି ରହିଛି। ହଟ୍ଟଗୋଳକୁ ଦେଖି ଉଭୟ ରାଜ୍ୟ ସଭା ଓ ଲୋକ ସଭାକୁ ଆରମ୍ଭ ହେବାର ମାତ୍ର ୫ ମିନିଟ ପରେ ମୁଲତବି ରଖିବାକୁ ପଡ଼ିଥିଲା। ଲୋକସଭା ୨ଟା ପର୍ଯ୍ୟନ୍ତ ଏବଂ ରାଜ୍ୟ ସଭାକୁ ୧୧ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା।
ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୧୯ ଜିଲ୍ଲାର ୭୨ଟି ବିଧାନସଭା ଆସନ ଲାଗି ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୫ଟାରେ ମତଦାନ ଶେଷ ହେବ। ୧ କୋଟି ୫୩ ଲକ୍ଷ ୮୫ ହଜାରରୁ ଅଧିକ ଭୋଟର ମତ ସାବ୍ୟସ୍ତ କରିବେ। ମତଦାନ ପାଇଁ ୧୯ ହଜାର ୨୯୬ଟି ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ୧୦୭୯ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। […]
କୋଲକାତା: ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ସିବିଆଇକୁ ନା। ଏଣିକି ପଶ୍ଚିମବଙ୍ଗରେ ପ୍ରବେଶ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ। କାରଣ ଏଥିପାଇଁ ଦିଆଯାଇଥିବା ‘ଜେନେରାଲ୍ କନ୍ସେଣ୍ଟ୍’ ବା ‘ସାଧାରଣ ସହମତି’କୁ ପଶ୍ଚିମବଙ୍ଗ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି ସହମତି ବଳରେ ସିବିଆଇ ଅଧିକାରୀମାନେ ଅବାଧରେ ସମ୍ପୃକ୍ତ ରାଜ୍ୟରେ କୌଣସି ମାମଲାରେ ତଦନ୍ତ କରିପାରିବେ କିମ୍ବା ଚଢ଼ଉ କରିପାରିବେ। ଆନ୍ଧ୍ରପ୍ରଦେଶରେ ଟିଡିପିର ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ଥିବାବେଳେ ପଶ୍ଚିମବଙ୍ଗରେ ମମତା […]
କଟକ: ବିଲ ମଝିରେ ଅସୁସ୍ଥ ଏକ ଦନ୍ତାହାତୀକୁ ଠାବ କରାଯାଇଛି। କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ହଳଦୀବସନ୍ତ ଗାଁ ବିଲରେ ଦନ୍ତା ହାତୀଟି ଅସୁସ୍ଥ ହୋଇ ପଡି ରହିଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ହାତୀଟି ଅସୁସ୍ଥ ଥିବାରୁ ଉଠି ନ ପାରି ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ ମଧ୍ୟ ଏଯାଏ ଡାକ୍ତରୀ ଟିମ୍ ପହଞ୍ଚି ନାହାନ୍ତି। ଗତକାଲି ହାତୀଟି ବିଲ ମଝିରେ […]
ହାଇଦ୍ରାବାଦ: ସିବିଆଇକୁ ଆନ୍ଧ୍ର ପ୍ରଦେଶ ମନା। ଏଣିକି ସରକାରୀ କାମରେ ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ। କାରଣ ଏଥିପାଇଁ ଦିଆଯାଇଥିବା ‘ଜେନେରାଲ୍ କନ୍ସେଣ୍ଟ୍’ ବା ‘ସାଧାରଣ ସହମତି’କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି ସହମତି ବଳରେ ସିବିଆଇ ଅଧିକାରୀମାନେ ସରକାରଙ୍କ ଅନୁମତି ବିନା ଯେକୌଣସି ସମୟରେ ରାଜ୍ୟକୁ ଆସି ଖୋଜାଖୋଜି ଓ ଅପରେସନ୍ କରିଥାଆନ୍ତି। ଏନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି […]
ଚେନ୍ନାଇ: ଘୂର୍ଣ୍ଣିଝଡ଼ ‘ଗଜ’ ଆଜି ଭୋର ସମୟରେ ତାମିଲନାଡୁର ନାଗାପାଟ୍ଟିନମ୍ରେ ଉପକୂଳ ଛୁଇଁଛି। ଉପକୂଳ ଛୁଇଁବା ସମୟରେ ଘଣ୍ଟାପ୍ରତି ପବନର ବେଗ ୧୨୦ କି.ମି ଥିଲା। ଗଜକୁ ଦୃଷ୍ଟିରେ ରଖି ତାମିଲନାଡୁ ଉପକୂଳର ୭୬ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥିସହ ତାମିଲନାଡୁର ୬ଟି ଜିଲ୍ଲାରେ ୩୦୦ରୁ ଅଧିକ ରିଲିଫ୍ କେନ୍ଦ୍ର ଖୋଲା ଯାଇଛି। ଗଜ ଉପକୂଳ ଛୁଇଁବା ସମୟରେ ତାମିଲନାଡୁର ନାଗାପାଟ୍ଟିନମ୍, ଥାଞ୍ଜଭୁର୍ ଓ ତିରୁଭାରୁର୍ ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା […]
ଅନୁଗୁଳ: ଅନୁଗୁଳ ସାତକୋଶିଆରେ ମହାବଳ ବାଘର ମୃତ୍ୟୁ। ମଧ୍ୟପ୍ରଦେଶ କାହ୍ନାରୁ ଆସିଥିବା ମହାବଳ ବାଘର ମୃତଦେହ ସାତକୋଶିଆର କୋର୍ ଅଞ୍ଚଳରୁ ଉଦ୍ଧାର ହୋଇଛି। ଏ ନେଇ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୪ ତାରିଖ ଦିନ ଗୋଟାଏ ବେଳେ ଏହି ମହାବଳ ବାଘର ମୃତ୍ୟୁ ସଂପର୍କରେ ଜଣା ପଡ଼ିଥିଲା। ରାଇଗୋଡ଼ାରୁ ନୂଆଗଡ଼ା ରାସ୍ତାର ୫ ଶହ ମିଟର ଦୂରରେ ବାଘର ମୃତଦେହ ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ […]
ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ଗଜ ଆଜି ରାତିରେ ଦକ୍ଷିଣ ତାମିଲନାଡୁ ନିକଟ ନାଗାପାଟ୍ଟିନମ୍ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ପୁଡୁଚେରୀରେ ୫ଟି ଜିଲ୍ଲାର ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ନୌସେନାକୁ ହାଇ ଆଲର୍ଟ କରାଯାଇଛି। ସେହିପରି ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା […]
ଲସ୍ଏଞ୍ଜେଲ୍ସ: ମନୋରଞ୍ଜନର ଖୋରାକ୍ ଯୋଗାଇବା ପାଇଁ ବିଭିନ୍ନ ସୁପରହିରୋ ଓ କମିକ୍ ଚରିତ୍ରଙ୍କୁ ତିଆରି କରିଥିବା ଷ୍ଟାନ୍ ଲିଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସେ ମାର୍ଭଲ କମିକ୍ସ୍ର ବର୍ଷୀୟାନ ଲେଖକ, ସମ୍ପାଦକ ଓ ପ୍ରକାଶକ ଥିଲେ। ସ୍ପାଇଡର୍ ମ୍ୟାନ୍, ଆଇରନ୍ ମ୍ୟାନ୍, ଏକ୍ସ-ମେନ୍, ଦ ଫାଣ୍ଟାଷ୍ଟିକ୍ ଫୋର୍, ଦ ଏଭେଞ୍ଜର୍ସ, ଦ ହଲ୍କ ଓ ଅନ୍ୟାନ୍ୟ ସୁପରହିରୋ ଫିଲ୍ମର ପରିକଳ୍ପନା କରି କଳ୍ପିତ ଚରିତ୍ରକୁ ସେ ଲୋକଙ୍କ ସମ୍ମୁଖକୁ ଆଣିଥିଲେ। ତାଙ୍କ କଳ୍ପନାରୁ […]
ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ଗାଜା’ ନଭେମ୍ବର ୧୫ରେ ତାମିଲନାଡୁ ଉପକୂଳର କଡ୍ଡାଲୋର୍ ଓ ପାମ୍ବନ ମଝିରେ ଛୁଇଁବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍ରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପରିସ୍ଥିତିର ମୁକାବିଲା ପାଇଁ ତାମିଲନାଡୁ ସରକାରଙ୍କ ପକ୍ଷରୁ ୩୦ ହଜାର ୫୦୦ ଉଦ୍ଧାରକାରୀ ଦଳକୁ ସଜାଗ ରଖା ଯାଇଛି। ପୁଡୁଚେରୀରେ ବାତ୍ୟା ଗାଜାକୁ ନେଇ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ଗାଜା ଗତକାଲି ଉତ୍ତରପୂର୍ବ […]
ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ନକ୍ସଲମାନେ ହିଂସାକାଣ୍ଡ ଘଟାଇବାକୁ ଚେଷ୍ଟା କରିଛନ୍ତି। ଛତିଶଗଡ଼ ଦାନ୍ତେୱାଡ଼ାରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣରେ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନକ୍ସଲମାନେ ସିରିଜ୍ ଲ୍ୟାଣ୍ଡମାଇନ୍ ବିଛାଇଥିବା ଜଣାପଡ଼ିଛି। ହେଲେ ଏହାକୁ ଏବେ ନିଷ୍କ୍ରିୟ କରିବା ପାଇଁ ଯବାନମାନେ ଲାଗି ପଡ଼ିଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।
ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୋଟ୍ରମାନେ ବୁଥ୍ ଆଗରେ ଧାଡ଼ି ଲଗାଇଛନ୍ତି। ୯୦ଟି ଆସନରୁ ୧୮ଟି ଆସନରେ ଆଜି ଭୋଟ୍ ଗ୍ରହଣ କରାଯାଉଛି। ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନ ଲାଗି ପ୍ରାୟ ୧ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏଥିସହ ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲା ଗୁଡ଼ିକରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯାଇଛି। ସମ୍ବେଦନଶୀଳ […]
ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ପରଲୋକ। ବେଶ୍ କିଛି ଦିନ ଧରି ଅସୁସ୍ଥ ଥିବା ଅନନ୍ତ କୁମାରଙ୍କ ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହସ୍ପିଟାଲ୍ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ କ୍ୟାନ୍ସର୍ରେ ପୀଡ଼ିତ ଥିଲେ। ଗତ ମାସରେ ନ୍ୟୁୟର୍କ ସ୍ଥିତ ଏକ କ୍ୟାନ୍ସର୍ ଇନ୍ଷ୍ଟିଚ୍ୟୁଟ୍ରେ ଚିକିତ୍ସା ସାରି ଭାରତ ଫେରିଥିଲେ। ଅନନ୍ତ କୁମାରଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]