ଅମୃତସର ସହ ସଂଲଗ୍ନ ଭାରତ-ପାକ୍ ସୀମା ନିକଟରେ ଥିବା ଖୋଲା ସ୍ଥାନରେ ପ୍ରାୟ ୧୦ କ୍ୱିଣ୍ଟାଲ ହିରୋଇନ୍ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ପୋଡିଲା ଶତ୍ରୁ ଦେଶ । ଏତେ ପରିମାଣର ନିଶାଦ୍ରବ୍ୟ ପୋଡ଼ିବା ଦ୍ୱାରା ଆକାଶକୁ ଆଚ୍ଛାଦନ କରି ପକାଇଥିଲା ବିଷାକ୍ତ କଳାଧୂଆଁ ।
ରାଜସ୍ଥାନ : ନିର୍ବାଚନୀ ବିଗୁଲ୍ ବାଜିବା ପୂର୍ବରୁ ଜୋରଦାର ପ୍ରଚାର । ଅାଜି ରାଜସ୍ଥାନରେ ଶକ୍ତି ପ୍ରଦର୍ଶନ କରୁଛି ବିଜେପି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଗଡ଼ ଅଜମେର୍ ଯାଇ ସାଧାରଣ ରାଲିରେ ଯୋଗ ଦେଇଛନ୍ତି। ଅାଜି ଶେଷ ହେଉଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗୌରବ ଯାତ୍ରା। ଏହି ଅବସରରେ ଅାୟୋଜିତ ସମାବେଶରେ ଖୋଦ୍ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି। କଂଗ୍ରେସର ଯୁବ ଚେହେରା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ୍ ପାଇଲଟଙ୍କ ନିଜ ନିର୍ବାଚନ […]
ବେଙ୍ଗାଲୁରୁ: ସମସ୍ତେ ଜାଣନ୍ତି କି ମାଙ୍କଡ଼ ହେଉଛି ଅନୁକରଣ ପ୍ରିୟ। କାହିଁକି ନା ମନୁଷ୍ୟ ଯାହା କରେ ମାଙ୍କଡ ତାହାକୁ ଅନୁକରଣ କରିଥାଏ। ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି। ହେଲେ ମାଙ୍କଡ଼ ବସ୍ ଚଳାଇବା ଭଳି ଏକ ଆଶ୍ଚର୍ଯ୍ୟକର ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଙ୍କଡ଼ଟି ବସ୍ର ଷ୍ଟିୟରିଂ ଉପରେ ବସିଛି ଓ ଡ୍ରାଇଭର ଜଣକ ଗାଡ଼ି ଚଳାଉଛନ୍ତି। ଏହି ଘଟଣାକୁ ନେଇ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ […]
ନୂଆଦିଲ୍ଲୀ: ସରଗରମ ଆଲୋଚନା ପରେ ସଂଶୋଧିତ ତିନ୍ ତଲାକ୍ ବିଲ୍ ଲୋକସଭାରେ ପାସ୍ ହୋଇଛି। ତେବେ ପାସ୍ ହେବା ପୂର୍ବରୁ କକ୍ଷ୍ୟତ୍ୟାଗ କରିଥିଲେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ। ତିନ୍ ତଲାକର ଅପରାଧୀକରଣ ଦିଗକୁ ବିରୋଧୀ ଜୋରଦାର ବିରୋଧ କରିଥିଲେ। ତିନି ଥର ତଲାକ୍ କହି ପତ୍ନୀଙ୍କ ଛାଡ଼ପତ୍ର ଦେଉଥିବା ବ୍ୟକ୍ତିଙ୍କ ଲାଗି ବିଲ୍ରେ ୩ ବର୍ଷ ଜେଲ୍ ଯିବାର ବ୍ୟବସ୍ଥା ରହିଛି। ତେବେ ଅଧିକାଂଶ ବିରୋଧୀ ଦଳ ଏହି ବ୍ୟବସ୍ଥାକୁ ଜୋରଦାର ଢଙ୍ଗରେ ବିରୋଧ […]
ପୁଣେ: ଭୁଶୁଡ଼ି ପଡ଼ିଲା ଲୁହା ହୋର୍ଡିଂ। ପୁଣେର ସାହିର୍ ଅମର ଶେଖ୍ ଛକ ନିକଟ ଜୁନା ବଜାରରେ ଏହି ଅଘଟଣ ଘଟିଛି। ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଟ୍ରାଫିକ୍ ସିଗ୍ନାଲ୍ରେ ଲୋକମାନେ ଛିଡ଼ା ହୋଇଥିବା ବେଳେ ହଠାତ୍ ସେମାନଙ୍କ ଉପରେ ଏକ ବିଶାଳକାୟ ହୋର୍ଡିଂ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହି ହୋର୍ଡିଂ ଲଗାଯିବା ପାଇଁ ତିଆରି ହୋଇଥିବା ଲୁହା ଫ୍ରେମ୍ର […]
ମୁମ୍ବାଇ: ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା ବଲିଉଡ୍ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ର ଅଫିସିଆଲ୍ ଟ୍ରେଲର୍ ରିଲିଜ ହୋଇଛି। ଟ୍ରେଲରଟି ରିଲିଜ୍ ହେବା ପରେ ୩ଲକ୍ଷରୁ ଅଧିକ ଭିୟୁଜ୍ ହୋଇଥିବା ଜଣାପଡ଼ିଛି। ଫିଲ୍ମର କାହାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ସଂଜୟ ବାରୁଙ୍କ ଲିଖିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର’ ଉପରେ ପର୍ଯ୍ୟବେସିତ। ଫିଲ୍ମରେ ମୁଖ୍ୟ ଚରିତ୍ର ମନମୋହନ ସିଂହଙ୍କ ଭୂମିକାରେ ନଜର ଆସିଛନ୍ତି ବଲିଉଡ୍ର ଭର୍ସାଟାଇଲ୍ ଆକ୍ଟର୍ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ ସରକାରରେ ସମାଜବାଦୀ ପାର୍ଟି ବିଧାୟକଙ୍କୁ ମନ୍ତ୍ରୀ ନ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳ ଅଧ୍ୟକ୍ଷ ଅଖିଳେଶ ଯାଦବ। ମଧ୍ୟପ୍ରଦେଶରେ କଂଗ୍ରେସ ତାଙ୍କ ବିଧାୟକଙ୍କୁ ମନ୍ତ୍ରୀ ନ କରି ୨୦୧୯ ନିର୍ବାଚନ ପାଇଁ ରାସ୍ତା ସଫା କରିଦେଲା ବୋଲି ଅଖିଳେଶ କହିଛନ୍ତି। ଏହାଦ୍ୱାରା ଉତ୍ତରପ୍ରଦେଶରେ ଏସ୍ପି ଏକାକୀ ଲଢ଼ିବା ସ୍ପଷ୍ଟ ହୋଇଗଲା ବୋଲି ଅଖିଳେସ କହିଛନ୍ତି। ଏହାପରେ ରାଜ୍ୟ କଂଗ୍ରେସ ନେତା ରାଜ ବବର ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଅଖିଳେଶଙ୍କ […]
ଲକ୍ଷ୍ନୌ: ତିନି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଗୋଟିଏ ପରେ ଗୋଟିଏ ଦଳ ବିଜେପିକୁ ଚେତାବନୀ ଦେବାରେ ଲାଗିଛନ୍ତି। ଆଜି ଉତ୍ତରପ୍ରଦେଶରୁ ଏନ୍ଡିଏର ଅଂଶୀଦାର ଥିବା ‘ଅପନା ଦଲ’ର ସାଂସଦ ତଥା ମନ୍ତ୍ରୀ ଅନୁପ୍ରିୟା ପଟେଲ ବିଜେପିକୁ ଚେତାଇ ଦେଇଛନ୍ତି। ବିଜେପି ଏହାର ଛୋଟ ଛୋଟ ଅଂଶୀଦାର ଦଳକୁ ଅଣଦେଖା କରୁଥିବା ଅନୁପ୍ରିୟା କହିଛନ୍ତି। ଗତକାଲି ‘ଅପନା ଦଲ’ର ସଭାପତି ଆଶିଷ ପଟେଲ ମଧ୍ୟ ଏନେଇ ସୂଚେଇ ଦେଇଥିଲେ। ଏନ୍ଡିଏର ବଡ଼ ଦଳ ଛୋଟ […]
ମୁମ୍ବାଇ: କମିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୪ଟଙ୍କା ୩୭ ପଇସା କମି ଥିବାବେଳେ ଡିଜେଲ ୨ଟଙ୍କା ୬୫ ପଇସା କମିଛି। ଫଳରେ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପ୍ରତି ୮୬ଟଙ୍କା ୯୭ ପଇସାରେ ପହଞ୍ଚି ଥିବାବେଳେ ଡିଜେଲ ଲିଟର ପ୍ରତି ୭୭ଟଙ୍କା ୪୫ପଇସାରେ ପହଞ୍ଚିଛି। ସୂଚନାଥାଉ କି, ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ୨ଟଙ୍କା ୫୦ ପଇସା ହ୍ରାସ ନେଇ ଘୋଷଣା କରିଥିଲେ। କେନ୍ଦ୍ର […]
ନୂଆଦିଲ୍ଲୀ: ୨୦୧୯ରେ ପୁଣି କେନ୍ଦ୍ରରେ କ୍ଷମତା ବଜାୟ ରଖିବ ବିଜେପି ନେତୃତ୍ୱାଧୀନ ଏନ୍ଡିଏ। ଆଉ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ଏବିପି ନ୍ୟୁଜ୍ ଓ ସି-ଭୋଟର ଜନମତ ସର୍ଭେରେ ଏହି ଆକଳନ କରାଯାଇଛି। ଯଦି ବର୍ତ୍ତମାନ ନିର୍ବାଚନ ହୁଏ, ତେବେ ଏନ୍ଡିଏ ୨୭୬ ଆସନ ଜିତିବା ସମ୍ଭାବନା ଥିବାବେଳେ ୟୁପିଏ ୧୧୨ ଓ ଅନ୍ୟମାନେ ୧୫୫ ସିଟ୍ ଜିତିବେ ବୋଲି ସର୍ଭେରେ କୁହାଯାଇଛି। ଏନ୍ଡିଏକୁ ୩୮ ପ୍ରତିଶତ ଓ ୟୁପିଏକୁ ୨୫ ପ୍ରତିଶତ […]
ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ISIS ଲିଙ୍କ୍ରେ ୧୦ ଜଣ ସନ୍ଦିଗ୍ଧ ଗିରଫ ଘଟଣାର ଧୀରେ ଧୀରେ ଗୁମର ଫିଟୁଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ଇଞ୍ଜିନିୟର, ଉଚ୍ଚ ଶିକ୍ଷିତ ଯୁବକ ଏବଂ ବ୍ୟବସାୟୀ। ISISର ମଡ୍ୟୁଲ୍ ‘ହରକତ୍ ଉଲ୍ ହର୍ବ ଏ ଇସଲାମ୍’ ୪ରୁ ୫ ମାସ ହେଲା ସକ୍ରିୟ ଜଣେ ମୌଲବୀ ହିଁ ଏହି ମଡ୍ୟୁଲର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସେ ଉତ୍ତର ପ୍ରଦେଶ ଆମରୋହାର ମୂଳ ବାସିନ୍ଦା ଏବଂ ଦିଲ୍ଲୀର ଜାଫରବାଦରେ ବସବାସ କରୁଥିଲେ। ସେହିଭଳି […]
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏ ବିରୋଧୀ ମହାମେଣ୍ଟକୁ ଝଟ୍କା ଲାଗିଛି। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ଛାଡ଼ିଲା ବିଏସ୍ପି(ବହୁଜନ ସମାଜ ପାର୍ଟି)। ଆସନ୍ତା ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସ୍ପି ଏକାକୀ ଲଢ଼ିବ। ଆଜି ଏନେଇ ଦଳ ସୁପ୍ରିମୋ ମାୟାବତୀ ବିଧିବଦ୍ଧ ଭାବେ ଘୋଷଣା କରଛନ୍ତି । କଂଗ୍ରେସ ସହ ଅସନ୍ତୋଷ ବ୍ୟକ୍ତ କରି ଆଜି ସାମ୍ବାଦିକ ସମ୍ମିଳନୀରେ ମାୟାବତୀ କଂଗ୍ରେସକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। ଏଥିସହିତ କଂଗ୍ରେସକୁ ଜାତିବାଦ […]
ରାଉରକେଲା: ପଞ୍ଜାବ ମେଗାରେ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଧରାପଡ଼ିଛି। ରାଉରକେଲା ପ୍ଲାଣ୍ଟସାଇଟ୍ ପୁଲିସ୍ ଅଭିଯୁକ୍ତ ରାଜା ରିଜିଆନୀକୁ ଗିରଫ କରିଛି। ପାର୍ସଲ୍ ପଠାଇଥିବା ରାଜା ବାସନ୍ତୀ କଲୋନୀରେ ରହେ। ଜମି ବିବାଦକୁ ନେଇ ପଞ୍ଜାବରେ ରହୁଥିବା ତାଙ୍କ ଭାଇ ସହ ଗଣ୍ଡଗୋଳ ଲାଗି ରହିଥିଲା। ତେଣୁ ଭାଇକୁ ମାରିବାକୁ ରାଜା ଏକ କୋରିଅର୍ରେ ପାର୍ସଲ୍ ବୋମା ପଞ୍ଜାବ ପଠାଇଥିଲା। ହେଲେ ପାର୍ସଲ୍ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାହା ଫାଟି ଯାଇଥିଲା। ଏଥିରେ ଦୁଇ ଜଣ […]
ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର ନ ହେବା ଯାଏ ମାମଲାଗୁଡ଼ିକର ଜରୁରୀ ଶୁଣାଣି ହେବ ନାହିଁ। ଦାୟିତ୍ୱ ନେବା ପରେ ଏହା କହିଛନ୍ତି ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ। ତେବେ ଅଧିକାଂଶ ଜନସ୍ୱାର୍ଥ ମାମଲାର ଶୁଣାଣି ଲାଗି ସେ ନିଜ ପାଖରେ ରଖିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ଆଜି ଜଷ୍ଟିସ୍ ଗୋଗୋଇଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ସଂଶୋଧିତ ଟ୍ରିପଲ୍ ତଲାକ ବିଲ୍। କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ବିଲକୁ ଆଗତ କରିବା ପରେ ଆଲୋଚନା ଆରମ୍ଭ ହୋଇଛି। ବିଲ୍କୁ ନେଇ ଆଜି ଭୋଟିଂ ମଧ୍ୟ ହୋଇପାରେ। ଏନେଇ ବିଜେପି ନିଜ ଦଳୀୟ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି। ଗୃହରେ ଉପସ୍ଥିତ ରହିବା ପାଇଁ ଦଳୀୟ ସାଂସଦଙ୍କୁ ହ୍ୱିପ୍ ଜାରି ହୋଇଛି। କଂଗ୍ରେସ ମଧ୍ୟ ହ୍ୱିପ୍ ଜାରି କରିଛି। ତେବେ ଅଧିକ ଅଧ୍ୟୟନ ପାଇଁ ଏହି […]
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନର ମାନେ ଧାଡ଼ି ଦର୍ଶନ କି ? ତା’ ସହ ପ୍ରଶ୍ନ ଉଠିଛି ଅକ୍ଟୋବର ୧ରୁ ଲାଗୁ ହୋଇଥିବା ଏ ବ୍ୟବସ୍ଥା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପୂର୍ବରୁ ପ୍ରସ୍ତୁତି କରିଥିଲେ ନା ତରବରିଅା କାର୍ଯ୍ୟକାରୀ କରିଥିଲେ ଯାହାର ଫଳ ଅାଜି ଭୋଗିବାକୁ ପଡ଼ିଲା। ଜିଲ୍ଲାପାଳ କହିଛନ୍ତି ପୁରୀ ଲୋକଙ୍କୁ ଅନ୍ୟ ୩ ଦ୍ୱାରରେ କେମିତି ପ୍ରବେଶ କରାଇ ହେବ ସେ ଦିଗରେ ଗୁରୁତ୍ୱର ସହ ବିଚାର ଚାଲିଛି। ସେପଟେ ବହୁ […]
ଦାମ ଆହୁରି କହିଛନ୍ତି, ପ୍ରଫୁଲ୍ଲ ଘଡ଼େଇଙ୍କୁ କିଛି ଲୋକ ଯୋଗାଯୋଗ କରିବା ପରେ ପ୍ରଥମେ ସେ ନୂଅା ଦଳ ପାଇଁ ରାଜି ହୋଇଥିଲେ ବି ପରେ ପାଣ୍ଡିଅାନଙ୍କ ଟେଲିଫୋନ ପାଇ ଭୟଭୀତ ହୋଇ ମନା କରିଥିଲେ। ତେବେ ଏ ନେଇ ଘଡ଼େଇଙ୍କ ପ୍ରତିକ୍ରିୟା ମିଳିପାରିନି।