ନୂଆଦିଲ୍ଲୀ: ଋଣ ଠକେଇ ଅଭିଯୋଗରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍ଡି ଓ ସିଇଓ ଚନ୍ଦା କୋଚର, ସ୍ୱାମୀ ଦୀପକ କୋଚର, ଭିଡିଓକନ ଗ୍ରୁପର ଏମ୍ଡି ଭେନୁଗୋପାଲ ଧୂତ୍ ଏବଂ ଅନ୍ୟ କିଛି ଲୋକଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଏହି ମାମଲାକୁ ନେଇ ମୁମ୍ବାଇର ୪ଟି ଭିନ୍ନ ଭିନ୍ନ ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ମୁମ୍ବାଇରେ ଭିଡିଓକନର ମୁଖ୍ୟାଳୟରେ ରେଡ୍ ହୋଇଛି। ଭିଡିଓକନ କର୍ତ୍ତୃପକ୍ଷଙ୍କ ସହ ସାମିଲ ହୋଇ ଏହି ଋଣ ଠକେଇ ହୋଇଥିବା ସିବିଆଇ […]
ଗଜପତି: ସଡ଼କ ସୁରକ୍ଷା ସମ୍ବନ୍ଧରେ ସରକାର ଅନେକ ସଚେତନାମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ଲୋକେ କେମିତି ଦୁର୍ଘଟଣାରୁ ବର୍ତ୍ତିପାରିବେ ସେଇ ଲକ୍ଷ୍ୟ ନେଇ ସରକାରଙ୍କର ଏତେସବୁ କାର୍ଯ୍ୟକ୍ରମ ହେଉଛି। ହେଲେ ସରକାରଙ୍କ ସତ ଚେଷ୍ଟା ଫେଲ୍ ମାରୁଛି। ଦୁର୍ଘଟଣାପ୍ରବଣ ଅଞ୍ଚଳରେ ସତର୍କତା ବୋର୍ଡ ସହ ପାଚେରୀ ନିର୍ମାଣ ନ କରିବାରୁ ଅନେକ ଲୋକଙ୍କ ପ୍ରାଣହାନୀ ହେଉଥିବାର ଗଜପତି ଜିଲ୍ଲାବାସୀ ଅଭିଯୋଗ କରିଛନ୍ତି। ତେଣୁ ଆଗାମୀ ଦିନରେ ଏନେଇ ସରକାର କିଛି ପଦକ୍ଷେପ ନ ନେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ […]
ନୂଆଦିଲ୍ଲୀ: ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ. କେ. ସିକ୍ରି। ସେ ନିଜ ଆଡୁ ଏହି ମାମଲାରୁ ଓହରି ଯାଇଛନ୍ତି। ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି କମନ କଜ୍ ଏନ୍ଜିଓ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏଥିରେ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଛି। ଏହା ପୂର୍ବରୁ ହୋଇଥିବା ଶୁଣାଣିରେ ପ୍ରଧାନ […]
ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍-ଇଭିଏମ୍ ଓ ଭିଭିପ୍ୟାଟ୍ର ହିଁ ବ୍ୟବହାର କରାଯିବ। ଆଜି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା। ସେ କହିଛନ୍ତି, ଭୋଟ୍ ଗ୍ରହଣ ପାଇଁ ପୁରୁଣା କାଳିଆ ଢାଞ୍ଚାରେ ବାଲାଟ ପେପର ଗ୍ରହଣ କରିହେବନି। ଇଭିଏମ୍କୁ ନେଇ ବିଭିନ୍ନ ହ୍ୟାକର୍ ଏବଂ ରାଜନୈତିକ ଦଳ ଉଠାଉଥିବା ସବୁ ପ୍ରକାର ଚାଲେଂଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ। କିନ୍ତୁ ଇଭିଏମ୍ ଓ […]
ଗୁରୁଗ୍ରାମ: ହରିଆଣା ଗୁରୁଗ୍ରାମସ୍ଥିତ ଉଲାୱାସରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଆହୁରି ୨ରୁ ୩ ଜଣ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଏନ୍ଡିଆର୍ଏଫ୍ ଟିମ୍, ଅଗ୍ନିଶମ ବିଭାଗ, ପୁଲିସ୍ ପ୍ରଶାସନ, ଏସଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ବଡି ଭୋର୍ ସମୟରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। କୋଠାର ଚତୁର୍ଥ ମହଲା ନିର୍ମାଣାଧୀନ ଥିବାବେଳେ ଏହା ଭୁଶୁଡ଼ି […]
ରାଞ୍ଚି: କାଳ ହେଲା କୋଇଲା ଚୋରି। କୋଇଲା ଚୋରି କରିବା ପାଇଁ ଖଣିକୁ ଯାଇଥିବା ବେଳେ ହଠାତ୍ କୋଇଲା ଖଣ୍ଡ ଧସିଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଝାଡ଼ଖଣ୍ଡର ଧାନବାଦ ନିକଟ ନିରସା ଥାନା କାପାସରାରେ ଥିବା ଇସିଏଲ୍ କୋଇଲା ଖଣିରେ ଘଟିଛି ଏହି ଅଘଟଣ ଘଟିଛି। ଏହି ଘଟଣାରେ ଅନେକ ବ୍ୟକ୍ତି ମଧ୍ୟ କୋଇଲା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଆଜି ସକାଳେ ନିକଟବର୍ତ୍ତୀ […]
ମୋସ୍କୋ: ଋଷିଆ ଉପକୂଳରେ ଦୁଇଟି ଜାହାଜରେ ନିଆଁ ଲାଗି ୧୧ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କିଛି ଭାରତୀୟ ଥିବା ସୂଚନା ମିଳିଛି। ଗୋଟିଏ ଜାହାଜରେ ଏଲ୍ଏନ୍ଜି ଗ୍ୟାସ୍ ଥିବା ବେଳେ ଅନ୍ୟଟିରେ ଟ୍ୟାଙ୍କର ଥିଲା। ଜାହାଜ ଦୁଇଟି ମଧ୍ୟରେ ଇନ୍ଧନ ଅଦଳବଦଳ ବେଳେ ହଠାତ୍ କୌଣସି କାରଣରୁ ଜାହାଜରେ ନିଆଁ ଲାଗି ଯାଇଥିଲା। ଜାହାଜ ଦୁଇଟିରେ ତୁର୍କୀ, ଲିବିୟା ସହ ଭାରତୀୟ କର୍ମଚାରୀ ଥିଲେ। ନିଆଁ ଲାଗିବା ପରେ କିଛି କର୍ମଚାରୀ ସମୁଦ୍ରକୁ ଡେଇଁ ପଡ଼ିଥିଲେ। […]
ନୂଆଦିଲ୍ଲୀ: ଭାରତରେ ବ୍ୟବହୃତ ଇଲୋକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମକୁ ସହଜରେ ହ୍ୟାକ୍ କରାଯାଇପାରିବ। ଜଣେ ଆମେରିକୀୟ ବ୍ୟକ୍ତି ଲଣ୍ଡନରେ ସମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିବା ପରେ ଏବେ ଇଭିଏମ୍କୁ ନେଇ ବିବାଦ ଦେଖା ଦେଇଛି। ତେବେ ସମ୍ପୂକ୍ତ ବ୍ୟକ୍ତିଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ, ସେ ନେଇ ବିଚାର କରାଯାଉଥିବା ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି। ନିଜକୁ ସାଇବର ଏକ୍ସପର୍ଟ ବୋଲି ଦାବି କରୁଥିବା ଏହି ବ୍ୟକ୍ତିଙ୍କର ଏଭଳି ସାମ୍ବାଦିକ ସମ୍ମିଳନୀକୁ […]
ହାଇଦ୍ରାବାଦ: ପୋଲାଭରମ୍ ପ୍ରକଳ୍ପ ବାବଦ ବକେୟା ଟଙ୍କା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ୍ ଗଡ଼କରିଙ୍କୁ ଲେଖିଥିବା ଚିଠିରେ ଚନ୍ଦ୍ରବାବୁ ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚ ଅଟକଳ ବାବଦ ବାକି ଥିବା ୩୭୨୨.୦୪ କୋଟି ଟଙ୍କା ପ୍ରଦାନ ପାଇଁ ଦାବି କରିଛନ୍ତି। ଏହି ସଂଶୋଧିତ ଖର୍ଚ୍ଚ ଅନୁମୋଦନ ସହ ଅର୍ଥରାଶି ତୁରନ୍ତ ପ୍ରଦାନ କରିବା ଲାଗି ଦାବି କରିଛନ୍ତି ଚନ୍ଦ୍ରବାବୁ। ପୋଲାଭରମ୍କୁ ଜାତୀୟ […]
ନୂଆଦିଲ୍ଲୀ: ପଡ଼ୋଶୀ ନେପାଳ ଓ ଭୁଟାନ ଯାତ୍ରା କରିବା ପାଇଁ ଭିସାର କୌଣସି ଆବଶ୍ୟକତା ପଡ଼ିବ ନାହିଁ। ୧୫ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ପାଇଁ ଭିସା ଆବଶ୍ୟକ ହେବ ନାହିଁ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭିସା ପରିବର୍ତ୍ତେ କେବଳ ଆଧାର କାର୍ଡ ହିଁ ପ୍ରମାଣ ପତ୍ର ଭାବେ ଦେଖାଇବାକୁ ପଡ଼ିବ। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବରୁ ଏହି ବର୍ଗଙ୍କ ପାଇଁ ପାନ୍ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, […]
ଭୁବନେଶ୍ୱର: ମୋଦି ବିରୋଧୀ ମହାମେଳିକୁ ଟକ୍କର ଦେବାକୁ ବିଜେପିର କାଉଣ୍ଟର ଆଟାକ। ଲୋକଙ୍କ ପାଖରେ ମହାଗଠବନ୍ଧନ ପାଇଁ ହାତ ମିଶାଇଥିବା ନେତାଙ୍କ ଅସଲ ଉଦ୍ଦେଶ୍ୟ ପହଁଞ୍ଚାଇବା ପାଇଁ ଯୋଜନା କରିଛି ବିଜେପି। ଏଥିପାଇଁ ଦଳର ରଣନୀତି ଅନୁସାରେ ଆଜି ଭୁବନେଶ୍ୱରରେ ପହଁଞ୍ଚିଥିଲେ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭୂପିନ୍ଦର ଯାଦବ। ଏକ ସାମ୍ବାଦିକ ସମ୍ମିଳନୀରେ ଯାଦବ ଅଭିଯୋଗ କରିଛନ୍ତି ଯେ ମୋଦିଙ୍କ ଭୟରେ ନିଜ ସ୍ୱାର୍ଥ ପାଇଁ ଗୋଟିଏ ଛତା ତଳେ ଏକାଠି ହୋଇଛନ୍ତି ଅନେକ ଦୁର୍ନୀତିଗ୍ରସ୍ତ […]