ଭୁବନେଶ୍ୱର: ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ୍ ପଡିବା ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ରଣହୁଙ୍କାର ଦେଇଛନ୍ତି। ଏହା ସହ ଗାଁକୁ ଯାଇ ଜନମତ ଲୋଡ଼ିବେ ବୋଲି ସେ କହିଛନ୍ତି। ମୁଁ ଯେଉଁ ପ୍ରସଙ୍ଗ ଉଠାଇଥିଲି, ତାକୁ ନେଇ ଗାଁ ଗଣ୍ଡାକୁ ଯିବି ବୋଲି ଶ୍ରୀକାନ୍ତ କହିଛନ୍ତି। ସେ କହିଛନ୍ତି, ଇସ୍ତାହାର କମିଟି ଅଧ୍ୟକ୍ଷ ପରେ ମୁଁ ମୁଖବନ୍ଧ ପ୍ରସ୍ତୁତ କରିଥିଲି। କଂଗ୍ରେସ କ୍ଷମତାକୁ ଆସିଲେ, ଓବିସି ବର୍ଗରୁ ମୁଖ୍ୟମନ୍ତ୍ରୀ ଓ SC/ST ବର୍ଗରୁ […]
ମୁମ୍ବାଇ: ମଞ୍ଚରେ ବିଗିଡ଼ିଲା କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀଙ୍କ ସ୍ୱାସ୍ଥ୍ୟାବସ୍ଥା। ମହାରାଷ୍ଟ୍ର ଅହମଦନଗରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ୍ କେନ୍ଦ୍ରମନ୍ତ୍ରୀ ବେହୋସ୍ ହୋଇ ଯାଇଥିଲେ। ସେହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ମହାରାଷ୍ଟ୍ର ରାଜ୍ୟପାଳ ସି ବିଦ୍ୟାସାଗର ରାଓ ଓ ତାଙ୍କର ସୁରକ୍ଷାକର୍ମୀ ଗଡ୍କରୀଙ୍କୁ ଧରି ପକାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଅହମଦନଗରର ମହାତ୍ମା ଫୁଲେ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ […]
ନୂଆଦିଲ୍ଲୀ: ମିରାଜ୍-୨୦୦୦ ଏୟାରକ୍ରାଫ୍ଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ୍ଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତୀୟ ବାୟୁ ସେନାର ସ୍କ୍ୱାଡ୍ରୋନ୍ ଲିଡର୍ ସମୀର ଅବରୋଲ୍ ଓ ସିର୍ଦ୍ଧାର୍ଥ ନେଗୀଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇ ଆଲୋଚନା କରିଛନ୍ତି ନିର୍ମଳା। ପ୍ରତିରକ୍ଷା ମନ୍ତ୍ରୀ ପ୍ରଥମେ ଡେରାଡୁନ୍ରେ ନେଗୀଙ୍କ ଘରକୁ ଯାଇ ସହିଦଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଥିଲେ। ଏହାପରେ ଗାଜିଆବାଦ୍ ଯାଇ ସହିଦ ଅବରୋଲ୍ଙ୍କ ପରିବାରଙ୍କୁ ଭେଟିଥିଲେ ନିର୍ମାଳା। ଗତ ଫେବୃଆରୀ […]
ନୂଆଦିଲ୍ଲୀ: ଦାୟିତ୍ୱ ସମ୍ଭାଳିବା ଦିନକ ପରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଫିସ୍ ମିଳିଛି। ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ପ୍ରିୟଙ୍କାଙ୍କ ରୁମ୍ ରହିବ। ଦଳ ସଭାପତି ତଥା ଭାଇ ରାହୁଲ ଗାନ୍ଧିଙ୍କ ଠିକ୍ ପାର୍ଶ୍ୱରେ ପ୍ରିୟଙ୍କା ଗାନ୍ଧିଙ୍କ କାର୍ଯ୍ୟାଳୟ ହୋଇଛି। ସୂଚନାନୁସାରେ, ଆଜି ସଂଧ୍ୟାରେ ରାହୁଲ ଗାନ୍ଧିଙ୍କ ସହ ପ୍ରିୟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଯେଉଁଠି ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେବ। ଉତ୍ତର ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ପୂର୍ବାଞ୍ଚଳ ଦାୟିତ୍ୱ ପ୍ରିୟଙ୍କାଙ୍କୁ ମିଳିଛି। ଏନେଇ ଆଜି ଏକ […]
କୋଲକାତା: ବହୁ ବାଦ ବିବାଦ ପରେ ଶେଷରେ ପୁରୁଲିଆର ଜନସଭାରେ ଯୋଗଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ହେଲିକପ୍ଟର୍ ଓହ୍ଲାଇବା ପାଇଁ ଅନୁମତି ନମିଳିବା ପରେ ବିକଳ୍ପ ରାସ୍ତା ବାଛି ପୁରୁଲିଆରେ ପହଞ୍ଚିଥିଲେ ଯୋଗୀ। ଝାଡ଼ଖଣ୍ଡ ବୋକାରୋ ଯାଏ ସେ ବିମାନରେ ଆଶିବା ପରେ ସଡ଼କ ପଥ ଦେଇ ପୁରୁଲିଆରେ ପହଞ୍ଚିଥିଲେ। ସେଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ବିଶାଳ ଜନସଭାକୁ ସମ୍ଭୋଧନ କରିଛନ୍ତି ଯୋଗୀ। ଆଜି ସକାଳୁ ଯୋଗୀଙ୍କ ସଭା ପାଇଁ ବହୁ ସଂଖ୍ୟାରେ ଲୋକେ […]
ଲକ୍ଷ୍ନୌ: ବିଧାନସଭା ଭିତରେ ରାଜ୍ୟପାଳଙ୍କ ଉପରକୁ କାଗଜ ଫୋପାଡ଼ିଲେ ବିଧାୟକ। ଉତ୍ତର ପ୍ରଦେଶ ବଜେଟ୍ ସେସନ୍ର ପ୍ରଥମ ଦିନରେ ହିଁ ଏଭଳି ଘଟଣା ଘଟିଛି। ଏସ୍ପି ଓ ବିଏସ୍ପି ଦଳର କିଛି ବିଧାୟକ ରାଜ୍ୟପାଳ ରାମ ନାଏକଙ୍କ ଉପରକୁ କାଗଜ ଫୋପାଡ଼ିଛନ୍ତି। ତେବେ ଆଜି ପୁଣି ଥରେ ଗଣତନ୍ତ୍ରର ମନ୍ଦିର ବିଧାନସଭାର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି। ଉତ୍ତର ପ୍ରଦେଶ ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟପାଳଙ୍କୁ ବିରୋଧ କରାଯାଇଛି। ବଜେଟ୍ ଅଧିବେଶନ ବେଳେ ଆଜି […]
ନୂଆଦିଲ୍ଲୀ: ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ତେଲେଙ୍ଗାନାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବାବେଳେ ୮ଟାରେ ରାଜସ୍ଥାନରେ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ରାଜସ୍ଥାନରେ ମୋଟ୍ ୨୦୦ ଆସନ ମଧ୍ୟରୁ ୧୯୯ଟିରେ ମତଦାନ ହେବ। ଅଲୱାର ଜିଲ୍ଲା ରାମଗଡ଼ ନିର୍ବାଚନମଣ୍ଡଳୀର ବିଏସ୍ପି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କ ଦେହାନ୍ତ ହେବାରୁ ସେଠାରେ ନିର୍ବାଚନ ବନ୍ଦ ରହିଛି। ତେଲେଙ୍ଗାନାରେ ୧୧୯ଟି ଆସନ ପାଇଁ […]
ୱାଶିଂଟନ୍: ଜାପାନ୍ ତଟବର୍ତ୍ତୀ ଅଞ୍ଚଳରେ ୨ ଆମେରିକୀୟ ଯୁଦ୍ଧ ବିମାନ ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିବା ଅଭ୍ୟାସ ଚଳାଇଥିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣ ଆମେରିକୀୟ ନୌବାହିନୀ ସଦସ୍ୟ ନିଖୋଜ ଅଛନ୍ତି। ନିଖୋଜ ନୌବାହିନୀ ସଦସ୍ୟଙ୍କୁ ଉଦ୍ଧାର କରିବା ଲାଗି ଆମେରିକା ଓ ଜାପାନ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ନୌବାହିନୀ ସଦସ୍ୟ ରେଗୁଲାର୍ଲି ସିଡ୍ୟୁଲ୍ ଟ୍ରେନିଂ ଚାଲୁ ରଖିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ସମୟ ଭୋର ୨ଟା ସମୟରେ […]
ଜୟପୁର: ରାଜସ୍ଥାନ ସିକରରେ ସିରିଜ୍ ଦୁର୍ଘଟଣା ଘନ କୁହୁଡ଼ି ଯୋଗୁ ସିକର ଦେଇ ଯାଇଥିବା ୫୨ ନମ୍ବର ଜାତୀୟ ରାଜପଥରେ ଅଖେପୁରା ଟୋଲ୍ ଗେଟ୍ ଓ ପଲସାନା ମଝିରେ ସିରିଜ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦୃଶ୍ୟମାନ ଦୂରତା କମିଯିବାରୁ ଟୋଲ୍ ଗେଟ୍ ପାଖରେ ଛିଡ଼ା ହୋଇଥିବା ଗାଡ଼ି ଉପରେ ପରକୁ ପର ଗାଡ଼ି ଧକ୍କା ଦେଇଥିଲା। ଏଥିରେ ପାଖାପାଖି ୨୪ଟି ଗାଡ଼ି ନଷ୍ଟ ହୋଇଛି। ଦୁଇଟି ଯାତ୍ରୀବାହୀ ବସ୍ ଓ […]
ମୁମ୍ବାଇ: ଭୀମା କୋରେଗାଓଁ ହିଂସା ଘଟଣାର ତଦନ୍ତ କରୁଥିବା ପୁନେ ପୁଲିସକୁ ଝଟକା ଲାଗିଛି। ଶିକ୍ଷାବିତ୍ ତଥା ଲେଖକ ପ୍ରଫେସର ଆନନ୍ଦ ତେଲତୁମ୍ବଡେଙ୍କ ଗିରଫକୁ ପୁନେ ସେସନ୍ସ କୋର୍ଟ ବେଆଇନ ଦର୍ଶାଇଛନ୍ତି। ଏଥିସହ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭୀମା କୋରେଗାଓଁ ହିଂସା ଘଟଣାର ଅଭିଯୁକ୍ତ ଭାବେ ଆନନ୍ଦ ତେଲତୁମ୍ବଡେଙ୍କୁ ମୁମ୍ବାଇ ପୁଲିସ୍ ଆଜି ଭୋର ୩ଟା ୩୦ରେ ଗିରଫ କରିଥିଲା। ସେ କେରଳରୁ ବିମାନରେ ପହଞ୍ଚିବା ପରେ ପୁଲିସ୍ ତାଙ୍କୁ ଅଟକ […]
ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ମଧ୍ୟରେ ଦ୍ୱିତୀୟ ଦ୍ୱିପାକ୍ଷିକ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ଏହି ଦ୍ୱିତୀୟ ବାର୍ତ୍ତା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ସାକ୍ଷାତ କାର୍ଯ୍ୟକ୍ରମ ଭିଏମତନାମରେ ହେବ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଲୋଚନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି। ଗତ ଜାନୁଆରୀ ୧୮ ତାରିଖରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ନେଇ ହ୍ୱାଇଟ୍ ହାଉସ୍ […]
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗର୍ଜନ। କିଛି ଦିନ ତଳେ ମମତା ସମସ୍ତ ବିରୋଧୀଙ୍କୁ ଏକାଠି କରି ଶକ୍ତି ବିଜେପି ବିରୋଧରେ ଶକ୍ତି ପ୍ରଦର୍ଶନ କରିଥିଲେ। ଆଉ ଆଜି ପ୍ରଧାନମନ୍ତ୍ରୀ ମୋଦି ଦୁର୍ଗାପୁର ଏକ ରାଲିରେ ଯୋଗ ଦେଇ କେନ୍ଦ୍ରୀୟ ଯୋଜନାର ସଫଳତା ବଖାଣିବା ସହିତ ମମତାଙ୍କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଉପଲବ୍ଧି ବଖାଣି ଟାର୍ଗେଟ୍ କରିବା ସହ ରାଜ୍ୟରେ ହିଂସା ବୃଦ୍ଧି ପାଇଁ ମମତା ସରକାରକୁ […]
ଝାରସୁଗୁଡ଼ା : ଝାରସୁଗୁଡ଼ାର ଝାଡ଼େଶ୍ୱର ମନ୍ଦିରରେ ବାଲ୍ୟ ବିବାହ ଚାଲିଥିବା ବେଳେ ପୁଲିସ୍ ଜଣେ ନାବାଳିକାକୁ ଉଦ୍ଧାର କରିଛି। ଏହା ସହିତ ବର ଏବଂ ବରପିତାକୁ ଗରିଫ କରିଛି। ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଆଜି ସିଡବ୍ଲୁସି, ଚାଉଲ୍ଡ ଲାଇନ ଓ ପୁଲିସ୍ ଝାଡ଼େଶ୍ୱର ମନ୍ଦିରରେ ଆସି ପହଞ୍ଚିଥିଲେ। ସେଠାରେ ଖୋଳତାଡ଼ କରିବା ବେଳେ ବରଘର ଲୋକେ ଏହା ବିବାହ ନୁହେଁ ବର ପିନ୍ଧାଣି ବୋଲି କହିଥିଲେ। କିନ୍ତୁ ପରେ ମନ୍ଦିର ପୂଜକଙ୍କ ଠାରୁ କାଟିଥିବା ରସିଦ୍ରୁ […]
କନ୍ଧମାଳ: ଦାରିଙ୍ଗବାଡିର ସାନମାହ ଗାଁରେ ଚା’ ଖଟି ‘ହେଇଯାଉ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଚା ଖଟି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ବୈଜୟନ୍ତ ଦାରିଙ୍ଗବାଡିରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ତାଙ୍କୁ ଏକ ଶୋଭାଯାତ୍ରାରେ ଚାରିଛକରୁ ବାହାରି ସାନମାହା ଗାଁକୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଯୁବ ସମାଜ ସହ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଏହି ଚା’ ଖଟିରେ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ ପରିଛଳ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ବେଗୁନିଆ ଥାନା ଆଇଆଇସିଙ୍କ ସହିତ ଥାନାର ଅନ୍ୟ କର୍ମଚାରୀଙ୍କୁ ପଞ୍ଚାୟତ ଅଫିସ୍ ଭିତରେ ତାଲା ପକାଇ ଦେଇଛନ୍ତି। ଏପରି କାଣ୍ଡ ଘଟାଇବାର କାରଣ ହେଉଛି ଏକ ହତ୍ୟା ଅଭିଯୋଗ ମାମଲାରେ ଅଭିଯୋଗ କରିବା ପରେ ମଧ୍ୟ ବେଗୁନିଆ ଥାନା ପୁଲିସ୍ ଠିକ୍ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ପରିଛଳ ଗ୍ରାମବାସୀ ଏ ନେଇ ବାରମ୍ୱାର ଅଭିଯୋଗ କରି ଆସୁଥିଲେ। ଆଜି ଖୋର୍ଦ୍ଧା ପୁଲିସ୍ […]
ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ପରେ ପରେ ନୂଆଦିଲ୍ଲୀ କନଷ୍ଟିଚ୍ୟୁସନ୍ କ୍ଲବ୍ରେ ବିରୋଧୀ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇଛି। ଲୋକସଭା ନିର୍ବାଚନ ପୂର୍ବରୁ ଇଭିଏମ୍ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଉପରେ ଏହି ବୌଠକରେ ଆଲୋଚନା କରାଯାଇଛି। ତୃଣମୂଳ କଂଗ୍ରେସର ଆହ୍ୱାନରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଅହମ୍ମଦ ପଟେଲ୍, ଟିଏମ୍ସି ନେତା ସୁଦୀପ ବନ୍ଦୋପାଧ୍ୟାୟ, ଡେରେକ୍ ଓ ବ୍ରିଏନ୍, ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ, ଏନ୍ସିପି ନେତା ଓ ଆର୍ଜେଡି […]
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଗୋକୁଳ ମିଶନ୍ ଯୋଜନାରେ ୭୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହି ଯୋଜନାରେ ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନ କରାଯିବ। କାମଧେନୁ ଆୟୋଗ ଜରିଆରେ ଜିନୀୟ ପରିବର୍ତ୍ତନ କରାଯାଇ ଅଧିକ ଉତ୍ପାଦନକ୍ଷମ ଗାଇ ସୃଷ୍ଟି କରାଯିବ। ଏହାଛଡ଼ା ଗୋ ସଂପଦର ସୁରକ୍ଷା ଓ ବିକାଶ ପାଇଁ ରାଷ୍ଟ୍ରୀୟ କାମଧେନୁ ଆୟୋଗ କାମ କରିବ। ଏଥର ବଜେଟ୍ରେ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ମଧ୍ୟ ସରକାର ବ୍ୟୟ ବରାଦ କରିଛନ୍ତି। ସ୍ୱତନ୍ତ୍ର ମତ୍ସ୍ୟ ସମ୍ପଦ […]
ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ଠକେଇ ଘଟଣାର ତଦନ୍ତ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ସିବିଆଇ। ଗତକାଲି ପୂର୍ବତନ ଏମ୍ଡି ଓ ସିଇଓ ଚନ୍ଦା କୋଚର୍ଙ୍କୁ ଆଇସିଆଇସିଆଇ ବ୍ୟାଙ୍କ ଅଫ୍ ବୋର୍ଡ ପକ୍ଷରୁ ବିଦା କରିବା ପାଇଁ ନିଷ୍ପତ୍ତି ନେବା ପରେ ସିବିଆଇ ଏହି ନିଷ୍ପତ୍ତି ନେଇଛି। ଚନ୍ଦାଙ୍କ ନାଁରେ ବ୍ୟାଙ୍କ ପକ୍ଷରୁ ‘ଟର୍ମିନେସନ୍ ଫର୍ କଜ୍’ ଜାରି କରାଯାଇଛି। ଫଳରେ ବ୍ୟାଙ୍କ୍ ସହ ଚନ୍ଦାଙ୍କ କୌଣସି ସମ୍ପର୍କ ରହିବ ନାହିଁ। ଏହାଦ୍ୱାରା ବର୍ତ୍ତମାନ ଓ […]