ମୁମ୍ବାଇ: ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମଙ୍କ ହାତ କାଟି ଦେବାକୁ ଆହ୍ୱାନ ଦେଇଛି ବିଜେପିର ପୁରୁଣା ସହଯୋଗୀ ଶିବସେନା। ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ତା’ର ମୁଖପତ୍ର ସାମ୍ନା ଜରିଆରେ ଆଜି ଶରଜିଲ ଇମାମଙ୍କୁ ଟାର୍ଗେଟ କରିଛି। ଏଥିରେ କୁହାଯାଇଛି ଯେ ଶରଜିଲ ମୁସଲିମ ସଂପ୍ରଦାୟର ମୁଣ୍ଡକାଟ କରିଛି। ତେଣୁ ତାଙ୍କ ହାତକୁ କାଟି ଦେବା ଦରକାର ଓ ଏହାକୁ ଜାତୀୟ ରାଜପଥରେ ଥିବା ଚିକେନ ନେକ କରିଡରରେ […]
ଫାରୁକାବାଦ: ଉତ୍ତର ପ୍ରଦେଶର ଫାରୁକାବାଦରେ ଜନ୍ମ ଦିନ ପାର୍ଟି ଆଳରେ ୨୩ ଜଣ ଶିଶୁଙ୍କୁ ପଣବନ୍ଦୀ କରି ଦୀର୍ଘ ୯ ଘଣ୍ଟା କାଳ ଆତଙ୍କ କରୁଥିବା ବ୍ୟକ୍ତି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି। ଏଥିସହ ପଣବନ୍ଦୀ ହୋଇ ରହିଥିବା ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ହେଲେ ଏବେ ଗାଁ ଲୋକମାନେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ପଣବନ୍ଦୀ କରି ଆତଙ୍କରାଜ ଚଳାଉଥିବା ସୁଭାଷ ବାଥମ ସହ ତା’ ପତ୍ନୀ ମିଳିତ ଭାବେ ଅପହରଣର […]
ନୂଆଦିଲ୍ଲୀ: ଭୟଙ୍କର କରୋନା ଭାଇରସ୍ରୁ ଦେଶର ନାଗରିକଙ୍କୁ ରକ୍ଷା କରିବା ପାଇଁ ଚୀନରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯିବ। ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ୱତନ୍ତ୍ର ବିମାନ ଯିବ ଚୀନର ଉହାନ୍କୁ ଯାତ୍ରା କରିବ। ସେଠାରେ ଥିବା ଭାରତୀୟଙ୍କୁ ନୂଆଦିଲ୍ଲୀକୁ ଫେରାଇ ଆଣାଯିବ। ଏହାପରେ ଦିଲ୍ଲୀରୁ ବିମାନ ଯୋଗେ ମୁମ୍ବାଇ ଓ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪୦୦ ଜଣଙ୍କୁ ଉହାନ୍ରୁ ଅଣାଯିବ। ଯେଉଁଥିରେ ଉହାନ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ […]
ଉହାନ: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ହେଲ୍ଥ ଇମର୍ଜେନ୍ସି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ। ଆନ୍ତର୍ଜାତିକ ସ୍ତରରେ ଏହାର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଚାଇନାରେ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇସର କାୟା ମେଲାଇବାରେ ଲାଗିଛି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଥିବାରୁ ଏହାକୁ ରୋକିବାକୁ ବିଶ୍ୱକୁ ସତର୍କ କରାଇଛି WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ)। […]
ଫାରୁକାବାଦ: ଉତ୍ତର ପ୍ରଦେଶର ଫାରୁକାବାଦ ଜିଲ୍ଲାର ମହମ୍ମଦ କଠାରିଆ ଗାଁର ଜଣେ ହତ୍ୟା ଅଭିଯୁକ୍ତ ନିଜର ବର୍ଷକର ଝିଅ ପତ୍ନୀଙ୍କ ସହିତ ୨୦ ଜଣ ପିଲାଙ୍କୁ ନିଜ ଘରେ ବନ୍ଦି ରଖିଛି। ବନ୍ଧୁକ ମୁନରେ ସେମାନଙ୍କୁ ଡରାଇବା ସହିତ ମଝିରେ ମଝିରେ ଫାଇରିଂ ବି କରୁଛି। ଝିଅର ଜନ୍ମଦିନ ପାଳନ କରିବା କହି ଡାକି ନେଇ ହଠାତ୍ ସେମାନଙ୍କୁ ଘରେ ବନ୍ଦି କରି ରଖିଛି। ତେବେ ପଣବନ୍ଦୀ ପିଲାମାନଙ୍କୁ ଉଦ୍ଧାର ପାଇଁ ଉକ୍ତ ଘରକୁ ଘେରି ରହିଛନ୍ତି […]
ଭୁବନେଶ୍ୱର: ଧିମା ଅର୍ଥନୀତିରେ ସ୍ଫୁର୍ତ୍ତି ଆଣିବାକୁ ରିୟଲ ଇଷ୍ଟେଟ କ୍ଷେତ୍ରର ଅଭିବୃଦ୍ଧି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କାରଣ ଅଟୋମୋବାଇଲ ସେକ୍ଟର ପରେ ରିୟଲ ଇଷ୍ଟେଟ୍ରେ ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧିରେ ମୁଖ୍ୟ ଅନ୍ତରାୟ ସୃଷ୍ଟି କରିଛି। ତେବେ କାରବାର ବଢ଼ାଇବାକୁ ଗୃହ ଋଣ ସୁଧ ଓ ଷ୍ଟାମ୍ପ ଡ୍ୟୁଟି ହ୍ରାସ ସହ ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ବଜେଟ୍ରେ କିଛି ରିହାତି ଘୋଷଣା କରାଯିବା ସମ୍ଭାବନା ରହିଛି। ଶିଳ୍ପ ଅଭିବୃଦ୍ଧି ବଢ଼ାଇବାକୁ […]
ୱାୟନାଡ଼: ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରି ଫସିଲେ ରାହୁଲ ଗାନ୍ଧି। ୧୯୪୮ ଆଜିର ଦିନରେ ଗୋଡ୍ସେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିଲା। ଏହାକୁ ସମଗ୍ର ଦେଶ ସହିଦ ଦିବସ ରୂପେ ପାଳନ କରୁଥିବା ବେଳେ ଗାନ୍ଧି ହତ୍ୟାକାରୀଙ୍କ ସହିତ ମୋଦିଙ୍କୁ ତୁଳନା କରି ବିବାଦକୁ ଆସିଛନ୍ତି ରାହୁଲ୍। ସିଏଏ ବିରୋଧରେ କେରଳରେ ଆୟୋଜିତ ରାଲିରେ ଯୋଗଦେଇ ରାହୁଲ କହିଛନ୍ତି, ନାଥୁରାମ ଗଡସେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାନ ବିଚାରଧାରାରେ ବିଶ୍ୱାସ କରନ୍ତି। […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପାଇଁ ମହଙ୍ଗା ପଡ଼ିଲା ଉତ୍ତେଜନାମୂଳକ ଭାଷଣ। ୭୨ ଘଣ୍ଟା ପାଇଁ ଦିଲ୍ଲୀରେ ପ୍ରଚାର କରିପାରିବେନି ଅନୁରାଗ। ନିର୍ବାଚନ କମିଶନ୍ ଅନୁରାଗଙ୍କ ଉପରେ ବ୍ୟାନ୍ ଲଗାଇଛନ୍ତି। ସେହିଭଳି ବିଜେପି ସାଂସଦ ପରବେଶ ବର୍ମାଙ୍କ ଉପରେ ବି ୯୬ ଘଣ୍ଟିଆ ବ୍ୟାନ୍ ଲଗାଯାଇଛି। ଦୁଇ ଦିନ ତଳେ ଅନୁରାଗ ଦିଲ୍ଲୀରେ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇଥିଲେ। ଦେଶଦୋହ୍ରୀଙ୍କୁ ଗୁଳି ମାର କହିବାକୁ ନେଇ ରାଜନୀତି ସରଗରମ ହୋଇଥିଲା। ଅପରପକ୍ଷେ ଦିଲ୍ଲୀ ନିର୍ବାଚନ […]
ନୂଆଦିଲ୍ଲୀ: ଫେସବୁକରେ ନିଜକୁ ରାମଭକ୍ତ ଗୋପାଳ କହି ଜାମିଆ ଠାରେ ହେଉଥିବା ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କୁ ଗୁଳି କରିଥିବା ଯୁବକର ପ୍ରକୃତ ପରିଚୟ ମିଳିଛି। ତା’ର ପୂରା ନାଁ ଗୋପାଳ ଶର୍ମା। ସେ ଦିଲ୍ଲୀ ଏନସିଆରର ଗୌତମ ନଗର ଅଞ୍ଚଳରେ ରହୁଥିଲା। ତା’ ଫେସବୁକ ପୋଷ୍ଟରୁ ଜଣାପଡ଼ୁଛି ଯେ ସେ ଜଣେ କଟ୍ଟର ହିନ୍ଦୁବାଦୀ ଚିନ୍ତାଧାରାର ଯୁବକ। ଜାନୁଆରୀ ୧୪ରେ ସେ ଫେସବୁକରେ ନିଜର ଏକ ଫଟୋ ପୋଷ୍ଟ କରିଥିଲା। ଏଥିରେ ସେ ଏକ ଚେୟାର ଉପରେ […]
ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳ ନିକଟରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଆଜି ପୁଲିସ୍ ୭୦ ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରିତ କରିଛି। ଏମାନେ ଜାମିଆ ନିକଟରେ ଘଟିଥିବା ହିଂସାକାଣ୍ଡରେ ସାମିଲ ଥିବା ପୁଲିସ୍ ଦାବି କରିଛି। ହେଲେ ଏମାନେ ଜାମିଆ ଛାତ୍ର ନା ସାଧାରଣ ଦୁର୍ବୃତ୍ତ ସେକଥା ପୁଲିସ୍ ପକ୍ଷରୁ କୁହାଯାଇ ନାହିଁ। ଡିସେମ୍ବର ୧୫ ରାତିରେ ପୁଲିସ୍ ଜାମିଆ ଛାତ୍ରଛାତ୍ରୀମାନେ ପୋଡ଼ା ଜଳା କରିଥିବା ଦାବି କରି […]
ନୂଆଦିଲ୍ଲୀ: ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲା। ବିନୟ ଓ ମୁକେଶ ହିଁ ପ୍ରଥମେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ଏହା ଖାରଜ ହେବା ପରେ ମୁକେଶ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ରାଷ୍ଟ୍ରପତି ତା’ର କ୍ଷମା ଆବେଦନ ଖାରଜ କରି ଦେଇଛନ୍ତି। […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ୪ଦିନ ବନ୍ଦ ରହିବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ୩୦ ତାରିଖରେ ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିବା ବେଳେ ତା ପରଦିନଠାରୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ୨ ଦିନିଆ ବନ୍ଦ ଡାକରା ଦେଇଛି। ଏଥିରେ ଗ୍ରାମ୍ୟ ବ୍ୟାଙ୍କ ସମେତ ୨୭ଟି ବ୍ୟାଙ୍କ ସାମିଲ ହୋଇଛନ୍ତି। ଫଳରେ ୩୧ ଓ ଫେବ୍ରୁଆରୀ ୧ ତାରିଖରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ତା ପରଦିନ ରବିବାର ଥିବାରୁ ୨ […]
୧୨ ବର୍ଷର ନାବାଳିକାକୁ ଘରେ ଛାଡ଼ିଦେବ ବୋଲି କହି ସାଇକେଲରେ ଆଣିଲା ଦୁର୍ବୃତ୍ତ। ହେଲେ ନିର୍ଦ୍ଦୟ ଭାବେ ଦୁଷ୍କମ କରିବା ସହ ଦେଇଥିଲା ନାରକୀୟ ଯନ୍ତ୍ରଣା। ଶୁଣିଲେ ଆପଣଙ୍କ ହୃଦୟ ବି ଥରିଯିବ।
ପ୍ରବଳ ବର୍ଷା, ଭୟଙ୍କର ବିପତ୍ତି। କେଉଁଠି ପାହାଡ଼ ଧସିଛି ତ କେଉଁଠି ତାଣ୍ଡବ ରଚୁଛି ବନ୍ୟା। ଗତ ୨୪ ଘଣ୍ଟା ଧରି ଅବିଶ୍ରାନ୍ତ ବର୍ଷା ପରେ ବେହାଲ ସାରା ମହାରାଷ୍ଟ୍ର। ରତ୍ନଗିରିରୁ ରାଇଗଡ଼, କୋହ୍ଲାପୁରରୁ ମୁମ୍ବାଇ। ବର୍ଷା ବିତ୍ପାତରେ ସବୁଠି ହାହାକାର ସ୍ଥିତି। ଆଖି କେବେ ନଦେଖିଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇରେ।
ଅମରିନ୍ଦର ବେଶ୍ ମଜାଳିଆ ଢଙ୍ଗରେ ସିଦ୍ଧୁଙ୍କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି। ସେ, କହିଛନ୍ତି ଯେ ସିଦ୍ଧୁ ଯେଉଁ ବର୍ଷ ଜନ୍ମ ହୋଇଥିଲେ, ସେ ସୀମାରେ ଦେଶ ସେବା କରୁଥିଲେ। ଏହି ଅବସରରେ ଅମରିନ୍ଦର ସିଂ କହିଛନ୍ତି ଯେ ସେ ସିଦ୍ଧୁଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ଏବଂ କେମିତି ବିନା କୌଣସି ରାଜନୈତିକ ବାଧାରେ ପଞ୍ଜାବର ଉନ୍ନତି ହୋଇପାରିବ ସେନେଇ ସେ କାମ କରିବେ ବୋଲି କହିଛନ୍ତି।
ଦେଶରେ ଲଗାତାର ଭାବରେ କମୁଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଧୀରେ ଧୀରେ ରାଜ୍ୟ ଗୁଡ଼ିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଉଛନ୍ତି। ତେବେ ଦିଲ୍ଲୀରେ ମଧ୍ୟ ସ୍କୁଲ ଖୋଲିବା ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଥିବା ନେଇ ଜଣାପଡ଼ିଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ସ୍କୁଲ ଖୋଲିବା ନେଇ ଆମେ ଅନେକ ବୈଠକ କରିଛୁ