• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

trumpd68c50
ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ଆମେରିକାର ନଜର

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରସଙ୍ଗରେ ଭାରତ ସରକାରଙ୍କ ପଦକ୍ଷେପ ଉପରେ ସତର୍କ ଦୃଷ୍ଟି ରଖିଛି ଆମେରିକା। ଜମ୍ମୁ-କାଶ୍ମୀରୁ ଧାରା ୩୭୦ ଉଚ୍ଛେଦକୁ ନେଇ କୌଣସି ଆପତ୍ତି ଉଠାଇନି ୟୁଏସ୍ଏ। ତେବେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ଆମେରିକା ବୈଦଶିକ ବିଭାଗ ମୁଖପାତ୍ର ମର୍ଗାନ ଅର୍ଟାଗସ। ଜମ୍ମୁ-କଶ୍ମୀର ବାସୀଙ୍କ ଅଧିକାରକୁ ସମ୍ମାନ ଏବଂ ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ […]

  • Thursday, 22 July 2021
delhi
ଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ; ୫ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ଜାକିରନଗର ଅଞ୍ଚଳରେ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡରେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ୮ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ବି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଦିଲ୍ଲୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। […]

  • Thursday, 22 July 2021
19encounter2
ପାକିସ୍ତାନ ପଟୁ ବେଆଇନ୍‌ ଅନୁପ୍ରବେଶକାରୀଙ୍କୁ ବିନାଶ କରୁଛି ସେନା: ୫ ଟଳିଲେଣି

ନୂଆଦିଲ୍ଲୀ: ପାକିସ୍ତାନର ବର୍ଡର ଆକସନ୍‌ ଟିମ୍‌ ଏଲ୍‌ଓସି ଦେଇ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଥିବାବେଳେ ଭାରତୀୟ ଯବାନଙ୍କ ଘନ ଘନ ଆକ୍ରମଣ ଏହାକୁ ପଣ୍ଡ କରିଛି। ଏଥିରେ ୫ ଜଣ ଅନୁପ୍ରବେଶକାରୀ ନିପାତ ହୋଇଛନ୍ତି। କେରନ୍‌ ସେକ୍ଟରରେ ଏଭଳି ଘଟଣା ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ସେନା ପକ୍ଷରୁ କିଛି ଫଟୋ ମଧ୍ୟ ଜାରି କରାଯାଇଛି ଯେଉଁଥିରେ ଏହି ବେଆଇନ ଅନୁପ୍ରବେଶକାରୀମାନେ ଭାରତର ସୀମା ଭିତରେ ପଡ଼ିରହିଛନ୍ତି। ଗତ ୩୬ ଘଣ୍ଟା ଧରି ଜମ୍ମୁକଶ୍ମୀରରେ ସୁରକ୍ଷା କଡ଼ା […]

  • Thursday, 22 July 2021
HD-Kumaraswamy-1-750x400
ରାଜନୀତି ଛାଡ଼ିଦେବେ କୁମାରସ୍ୱାମୀ !

ହାସନ୍‌: ପୂର୍ବତନ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କହିଛନ୍ତି ସେ ରାଜନୀତି ଛାଡ଼ିବାକୁ ଚିନ୍ତା କରୁଛନ୍ତି। କଂଗ୍ରେସ ସହିତ ତାଙ୍କ ଦଳ ଜେଡିଏସ୍‌ର ମେଣ୍ଟ ସରକାର ଭାଙ୍ଗିବାର କିଛି ଦିନ ମଧ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ୧୪ ମାସର ଏହି ସରକାର ବିଧାନସଭାରେ ଆସ୍ଥା ଭୋଟ୍‌ରେ ପରାଜୟ ଲାଭ କରିବା ପରେ ଭାଙ୍ଗିଯାଇଥିଲା। ଏହା ପୂର୍ବରୁ ବେଶ୍ କିଛି ସପ୍ତାହ ଧରି କର୍ଣ୍ଣାଟକାରେ ରାଜନୀତିକ ସଙ୍କଟ ଲାଗି ରହିଥିଲା। ସେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଏସବୁରୁ ଦୂରେଇ […]

  • Thursday, 22 July 2021
kashmir
ସେନା ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସାପୋରରେ ଆଜି ଭୋରରୁ ଆରମ୍ଭ ହୋଇଥିବା ସେନାର ଅପରେସନକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୨ଜୈସ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଦୁଇ ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ଏକେ ରାଇଫଲ ସମେତ ବହୁ ମାରଣାସ୍ତ୍ର ଜବତ ହୋଇଛି। ଏହି ଅପରେସନରେ ଜଣେ ସେନା ଯବାନ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଯବାନଙ୍କ ଅବସ୍ଥା ସ୍ଥିର ରହିଥିବା ସେନା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ସୋପିଆନରେ ସେନା ଏନକାଉଣ୍ଟରରେ […]

  • Thursday, 22 July 2021
ff
ଝଡ଼ ପୂର୍ବର ନିରବତା ଏବେ କଶ୍ମୀରରେ; ଫେରୁଆସୁଛନ୍ତି ପର୍ଯ୍ୟଟକ, ନିଜ ଦେଶର ପର୍ଯ୍ୟଟକଙ୍କୁ ଫେରିଯିବାକୁ କହିଲେଣି ବ୍ରିଟେନ୍‌ ଓ ଜର୍ମାନୀ

ଶ୍ରୀନଗର: ବ୍ୟାପକ ସୁରକ୍ଷାକର୍ମୀ ନିୟୋଜନ, ସରକାରଙ୍କ ନିର୍ଦ୍ଦେଶ ଏବଂ ଜମ୍ମୁକଶ୍ମୀରର ଆଞ୍ଚଳିକ ଦଳଙ୍କ ଚେତାବନୀ ଭିତରେ ବିଭିନ୍ନ ଆଶଙ୍କା ମଧ୍ୟରେ ରହିଛନ୍ତି କଶ୍ମୀରବାସୀ। ଆଗକୁ କ’ଣ ପଦକ୍ଷେପ ରହିବ ଏବଂ କାହିଁକି ଏପରି ମିଲିଟାରୀ ଆୟୋଜନ, ସେନେଇ କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ଅନ୍ୟପକ୍ଷରେ ସମ୍ଭାବ୍ୟ ଅଘଟଣ ନେଇ ସରକାରଙ୍କ ସତର୍କବାଣୀ ପରେ କଶ୍ମୀର ଛାଡ଼ିବାକୁ ବ୍ୟାକୁଳ ହେଉଥିବା ପର୍ଯ୍ୟଟକ ଏବଂ ଅମରନାଥ ଶ୍ରଦ୍ଧାଳୁ ଘରକୁ ଫେରିବାକୁ ସମସ୍ତ ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଅନ୍ୟପକ୍ଷେ, […]

  • Thursday, 22 July 2021
cv
ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ଓବିସି ବିଜେପି ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ଓବିସି କମିଶନ୍ ନିଯୁକ୍ତି ଦାବି ନେଇ ଓବିସି ବିଜେପି ମୋର୍ଚ୍ଚା ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି। ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋତ୍ସାହନ ରାଶୀ, ଚାକିରୀରେ ୨୭ ପ୍ରତିଶତ ସଂରକ୍ଷଣ ଭଳି ୫ଟି ଦାବି ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛି ବିଜେପି ମୋର୍ଚ୍ଚା। ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱାଧୀନ ୫ ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି।

  • Thursday, 22 July 2021
Ravish-Kumar
ସାମ୍ବାଦିକ ରବୀଶ କୁମାର ପାଇବେ ‘ରେମନ ମ୍ୟାଗସେସେ’ ଆଓ୍ୱାର୍ଡ୍

ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ୱାଦିକ ରବୀଶ କୁମାରଙ୍କୁ ମିଳିବ ‘ରେମନ ମ୍ୟାଗସେସେ ଆଓ୍ୱାର୍ଡ୍’। ୨୦୧୯ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ ହେବେ ଏନଡିଟିଭି ଇଣ୍ଡିଆର ମ୍ୟାନେଜିଂ ଏଡିଟର। ହିନ୍ଦୀ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କର ପ୍ରଭାବୀ ଯୋଗଦାନ ପାଇଁ ତାଙ୍କୁ ଚୟନ କରାଯାଇଛି। ଏହି ସମ୍ମାନ ଜଣେ ସାମ୍ୱାଦିକଙ୍କ ପାଇଁ ବଡ଼ କାରଣ ‘ ରେମନ ମ୍ୟାଗସେସେ’ ଆୱାର୍ଡକୁ ଏସିଆର ନୋବେଲ ପୁରସ୍କାର ବୋଲି କୁହାଯାଏ। ଏହି ପୁରସ୍କାର ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରେମନ ମାଗସେସେଙ୍କ ନାମରେ ନାମିତ […]

  • Thursday, 22 July 2021
jaisahnkar
ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଭାରତର ଜବାବ; ଆବଶ୍ୟକ ପଡ଼ିଲେ କେବଳ ପାକିସ୍ତାନ ସହ ହେବ ଆଲୋଚନା

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ କେବଳ ପାକିସ୍ତାନ ସହ ଆଲୋଚନା କରିବ ଭାରତ। ଆବଶ୍ୟକ ପଡ଼ିଲେ ପାକିସ୍ତାନ ସହ ଦ୍ୱିପାକ୍ଷିକ ବୈଠକରେ ବସିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଏନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ। ବ୍ୟାଙ୍କକକ୍‌ରେ ଚାଲିଥିବା ଏସିଆନ୍ ମିଟ୍‌ରେ ଆମେରିକା ବୈଦେଶିକ ସଚିବ ମାଇକାଲେ ପମ୍ବିଓଙ୍କ ସହ ଆଲୋଚନା ପରେ ଏନେଇ ଟ୍ୱିଟ୍ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଭାରତ ପାକିସ୍ତାନ ମଧ୍ୟରେ ଯାହା କିଛି ବି ବିବାଦ ରହିଛି […]

  • Thursday, 22 July 2021
download
କଶ୍ମୀର ପ୍ରସଙ୍ଗରେ ପୁଣି ଥରେ ମୁଣ୍ଡ ପୂରାଇଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ପୁଣି ଥରେ ମୁଣ୍ଡ ପୁରାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ-ପାକିସ୍ତାନ ଯଦି ଚାହିଁବେ ତେବେ ଦଶନ୍ଧି ପୁରୁଣା କଶ୍ମୀର ବିବାଦରେ ସେ ମଧ୍ୟସ୍ଥତା କରିବା ପାଇଁ ଚେଷ୍ଟା କରିବେ ବୋଲି ଟ୍ରମ୍ପ କହିଛନ୍ତି। ହ୍ୱାଇଟ୍ ହାଉସ୍‌ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ ଏ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି ହେବା ପାଇଁ ସେ ଦେଇଥିବା ପ୍ରସ୍ତାବକୁ ଭାରତ ଏ ପର୍ଯ୍ୟନ୍ତ ଗ୍ରହଣ କରିନାହିଁ ବୋଲି […]

  • Thursday, 22 July 2021
supreme-court
ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ କେବେ ?

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ଉଚ୍ଚସ୍ତରୀୟ ମଧ୍ୟସ୍ଥତା କମିଟି ନିଜ ଅସାମର୍ଥ୍ୟତା ପ୍ରକାଶ କରିଛି। ଏଥିସହିତ ଜଷ୍ଟିସ୍ ଖଲିଫୁଲ୍ଲାଙ୍କ ନେତୃତ୍ୱରେ ଗଠନ ହୋଇଥିବା କମିଟି ମାମଲାରୁ ଓହରି ଯାଇଛି। ଜମି ବିବାଦର ସମାଧାନ ନେଇ ଗତକାଲି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବା ପରେ ଏଭଳି ନିଷ୍ପତ୍ତି ନେଇଛି କମିଟି। ଦୀର୍ଘ ୧୫୫ ଦିନ ଧରି ମାମଲାକୁ ନେଇ ସବିଶେଷ ରିପୋର୍ଟ ହସ୍ତାନ୍ତର କରାଯାଇଛି। ହେଲେ ମାମଲାରୁ ଓହରି ଯିବା ପରେ […]

  • Thursday, 22 July 2021