ନୂଆଦିଲ୍ଲୀ: ଚାଇନାରେ ମୃତ୍ୟୁର ତାଣ୍ଡବ ରଚାଉଥିବା କରୋନା ଭାଇରସ୍ ଆକ୍ରମଣ କରିବାକୁ ଥିବା ସମ୍ଭାବ୍ୟ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୧୭ ରହିଛି। ହମ୍ବୋଲ୍ଟ ବିଶ୍ୱବିଦ୍ୟାଳୟ ଏବଂ ବର୍ଲିନ୍ର ରବର୍ଟ କୋଚ୍ ଇନଷ୍ଟିଚ୍ୟୁଟ୍ ମିଳିତ ଭାବେ ଏକ ମଡେଲ ଆପଣାଇଛନ୍ତି, ଯାହାକି ଚାଇନାକୁ ଛାଡ଼ି ୩୦ଟି ଦେଶର ରିସ୍କକୁ ଆକଳନ କରିଛି। ସେମାନେ ଏହାର ଟ୍ରାନ୍ସପୋର୍ଟ ପ୍ୟାଟର୍ଣ୍ଣକୁ ଆକଳନ କରି ଏଭଳି ଆକଳନ କରିଛନ୍ତି। ଚାଇନା ବ୍ୟତୀତ ଥାଇଲ୍ୟାଣ୍ଡ, ଜାପାନ ଏବଂ ଦକ୍ଷିଣ କୋରିଆ ଏହି ଭାଇରସ୍ […]
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ଓ ଭାରତୀୟ ବିଚାର କେନ୍ଦ୍ରମ୍ର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା ଜନସଂଘର ପୂର୍ବତନ ନେତା ପି ପରମେଶ୍ୱରନ୍ଙ୍କର ପରଲୋକ ହୋଇଛି। ରବିବାର ରାତି ୧୨.୧୦ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ କେରଳର ପାଲାକ୍କାଡ୍ ଜିଲ୍ଲାର ଓଟ୍ଟାପ୍ପାଲମ୍ଠାରେ ତାଙ୍କର ଆର୍ୟୁବେଦିକ ଚିକିତ୍ସା ଚାଲୁ ରହିଥିଲା। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ସହ କାମ କରିସାରିଥିବା ପରମେଶ୍ୱରନ୍ […]
ନୂଆଦିଲ୍ଲୀ: ସରକାରୀ ଚାକିରି କିମ୍ବା ପଦୋନ୍ନତିରେ କୋଟା ଏବଂ ସଂରକ୍ଷଣ ବ୍ୟବସ୍ଥା ଏକ ମୌଳିକ ଅଧିକାର ନୁହେଁ। ଶୁକ୍ରବାର ଏକ ମାମଲାରେ ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ସଂରକ୍ଷଣ ବ୍ୟବସ୍ଥା ରାଜ୍ୟଗୁଡ଼ିକୁ କୋଟା ପ୍ରଦାନ କରିବା ପାଇଁ ବାଧ୍ୟ କରିପାରିବ ନାହିଁ। ଏବଂ ସାର୍ବଜନିକ ସେବା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସମୁଦାୟର ପ୍ରତିନିଧୀତ୍ୱରେ ଅସନ୍ତୁଳନର କୌଣସି ତଥ୍ୟ ନେ ଦେଇ ଏଭଳି ନିୟମ ଲାଗୁ କରିବାକୁ ରାଜ୍ୟମାନଙ୍କୁ ବାଧ୍ୟ କରାଯାଇ ପାରିବ […]
ଶ୍ରୀନଗର: ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ) ଦ୍ୱାର ନଜର ବନ୍ଦୀ ହୋଇ ରହିଥିବା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ବିଛିନ୍ନତାବାଦୀଙ୍କ ସହିତ ମିଶି କାର୍ଯ୍ୟ କରୁଥିଲେ। କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ପିଏସ୍ଏର ଏକ ୬ ପୃଷ୍ଠା ବିଶିଷ୍ଟ ଫାଇଲ୍ରେ ଏପରି କଥା ଉଲ୍ଲେଖ ରହିଛି। ମେହବୁବାଙ୍କୁ ନଜରବନ୍ଦୀ ରଖାଯିବାର କାରଣ ଦର୍ଶାଇ ଏଭଳି ଫାଇଲ୍ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ପିଏସ୍ଏ ହେଉଛି ଏକ ଆଇନ୍। ଏହି ଆଇନ୍ ଆଧାରରେ ବିନା କୌଣସି ମକଦ୍ଦମାରେ […]
ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାକୁ ଫେରିବ କି ଆମ୍ ଆଦ୍ମୀ ପାର୍ଟି? ଭୋଟଗ୍ରହଣ ପରେ ଆଜି ପ୍ରକାଶ ପାଇଥିବା ଏକ୍ଜିଟ୍ ପୋଲ୍ରେ ଏମିତି କିଛି ପୂର୍ବାନୁମାନ କରାଯାଇଛି। ପୂର୍ଣ୍ଣ ବହୁମତ ସହ କେଜରିଓ୍ୱାଲ୍ କ୍ଷମତାକୁ ଫେରିବା ଅଧିକାଂଶ ଏକ୍ଜିଟ୍ ପୋଲ ସର୍ଭେରେ ଦର୍ଶାଯାଇଛି। ବିଜେପି ନିଜ ସ୍ଥିତି ସୁଧାରିବା ସହ ଦ୍ୱିତୀୟ ସ୍ଥାନ ଅଧିକାର ସମ୍ଭାବନା ଥିବା ବେଳେ ଗତ ନିର୍ବାଚନ ଭଳି କଂଗ୍ରେସ ଏଥର ମଧ୍ୟ ଖାତା ଖୋଲିପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ନ୍ୟୁଜ୍ ଏକ୍ସ […]
ତରନତାରନ: ପଞ୍ଜାବରେ ଧାର୍ମିକ ଶୋଭାଯାତ୍ରା ବେଳେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସେହିଭଳି ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପଶ୍ଚିମ ପଞ୍ଜାବର ତରନ୍ତାରନ ଜିଲ୍ଲାରେ ଏହି ଅଘଟଣ ଘଟିଛି। ପଞ୍ଜାବ ପୁଲିସ ଡିଜିଙ୍କ ସୂଚନା ଅନୁସାରେ, ଜିଲ୍ଲାର ପାହୁ ଗାଁରେ ନଗର କୀର୍ତ୍ତନ ପାଇଁ ଏକ ଟ୍ରାକ୍ଟର୍ ଟ୍ରଲିରେ ବିସ୍ଫୋରକ ବୋଝେଇ ହୋଇ ଯାଉଥିଲା। ତେବେ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କାରଣରୁ ବିସ୍ଫୋରକରେ ନିଆଁ […]
ମୋହାଲୀ: ପଞ୍ଜାବର ମୋହାଲି ଜିଲ୍ଲା ଖରାର୍ ସହର ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା। କୋଠା ତଳୁ ଦୁଇ ତିନିଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି କିଛି ଲୋକ କୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ କାହାର କିଛି କ୍ଷତି ହୋଇ ନଥିବା ମୋହାଲି ପୁଲିସ କହିଛି। ବର୍ତ୍ତମାନ ଘଟଣା ସ୍ଥଳରେ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟା ଜାରି ରଖିଛି। ଏହି ୩ ମହଲା ବିଲିଷ୍ଟ କୋଠା ନିକଟରେ ଏକ […]
ନୂଆଦିଲ୍ଲୀ: ହିନ୍ଦୀ ଫିଲ୍ମ ଶିକାରା ଦେଖି କାନ୍ଦି ପକାଇଲେ ବିଜେପିର ବରିଷ୍ଠ ନେତା ଏଲ୍କେ ଆଡଭାନୀ। ଫିଲ୍ମର ସ୍ପେଶାଲ୍ ସ୍କ୍ରିନିଂ ବେଳେ ଆଡ୍ଭାନୀ କୋହ ସମ୍ବରଣ କରିପାରି ନଥିଲେ। ଏହା ଦେଖି ବିଧୁ ଅଡ୍ଭାନୀଙ୍କ ପାଖକୁ ଯାଇ ତାଙ୍କୁ ପ୍ରବୋଧନା ଦେଇଥିଲେ। ଏହି ସମୟରେ ଭିଡିଓକୁ ନିଜେ ଇନ୍ଷ୍ଟ୍ରାଗ୍ରାମ୍ରେ ପୋଷ୍ଟ କରିଥିଲେ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା। ଏହାପରେ ସୋଶାଲ୍ ମିଡିଆରେ ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି। ବଲିଉଡ୍ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ ବିଧୁ […]
ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ । ଆଉ ଦିଲ୍ଲୀ ନିର୍ବାଚନ ପରେ ଶାହୀନବାଗ ମାମଲା ଶୁଣାଣି କରିବେ ସୁପ୍ରିମକୋର୍ଟ। ବିକ୍ଷୋଭକାରୀଙ୍କୁ ଶାହୀନବାଗରୁ ହଟାଇବା ନେଇ ହୋଇଥିବା ଅବେଦନର ଶୁଣାଣି ଫେବ୍ରୁଆରୀ ୧୦ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଜି ଓକିଲ ଅମିତ ଶାହଣୀଙ୍କ ଦାରା ଏ ସମ୍ପର୍କିତ ଏକ ପିଟିସନ୍ ଦାଖଲ୍ ହେବା ପରେ ସୁପ୍ରିମକୋର୍ଟରେ ଦୁଇଜଣିଆ ଖଣ୍ଡିପୀଠ ସଞ୍ଜୟ କିଶନ କଲ୍ ଏବଂ କେଏମ୍ ଜୋସେଫ୍ ଏପରି ରାୟ ଦେଇଛନ୍ତି। ଆସନ୍ତା ସପ୍ତାହ ସୋମବାର […]
ୱାସିଂଟନ: ଆମେରିକା ସେନାର ଏୟାର ଷ୍ଟ୍ରାଇକ୍ରେ ଅଲ୍ କାଏଦା ଆତଙ୍କବାଦୀ କାସିମ୍-ଅଲ୍-ରିମି ନିହତ। ଗୁରବାର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। AQAP(ଅଲ୍କାଏଦା ଇନ୍ ଦି ଆରବିଆନ ପେନିନ୍ସୁଲା) ପ୍ରତିଷ୍ଠାତା କାସିମ୍-ଅଲ୍ ରିମିକୁ ୟେମେନ୍ରେ ଡ୍ରୋନ୍ ଷ୍ଟ୍ରାଇକ୍ କରି ହତ୍ୟା କରିଛି ଆମେରିକା। ଏହାସହ କାସିମ୍ ରିମିର ନିକଟତର ସହଯାଗୀ ଓ ଅଲ୍ କାଏଦାର ଦ୍ୱିତୀୟ ପାଓ୍ବର୍ ଫୁଲ୍ ଆତଙ୍କବାଦୀ ଐମ୍ୟାନ୍-ଅଲ୍-ଜାଓ୍ୱାହିରି ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି। ଏହି ଜିହାଦି […]
ବେଜିଂ: କରୋନା ଭାଇରସରେ ହୁହୁ ହୋଇ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ଚୀନରେ ମୃତ୍ୟୁ ସଂଖ୍ୟା ୫୬୦ ଟପିଥିବା ବେଳେ ଏଥିରେ ୨୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି। କରୋନାର ଭୟାବହତାକୁ ଦେଖି ଚୀନ ସରକାର ଲୋକଙ୍କୁ ଏକାଠି ବସି ଖାଇବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚୀନକୁ ଛାଡ଼ିଦେଲେ ଏହି ଭାଇରସ ବିଶ୍ୱରେ ୨୫ଟି ଦେଶକୁ ବ୍ୟାପିଲାଣି। ଚୀନ ବାହାରେ ଏହି […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ଜମି ବିବାଦ ମାମଲାରେ ଆସିଥିବା ରାୟର ୩ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଙ୍କ ମନ୍ଦିର ପାଇଁ ଟ୍ରଷ୍ଟ ଘୋଷଣା କରିଛନ୍ତି। ତେବେ ଏହା ପରେ ପରେ ଏହି ମାମଲାର ଅନ୍ୟତମ ପକ୍ଷ ସୁନ୍ନି ୱାକ୍ଫ ବୋର୍ଡ ମଧ୍ୟ ୫ ଏକର ଜମି ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ମସଜିଦ୍ ପାଇଁ ବୋର୍ଡ ‘ଇଣ୍ଡୋ-ଇସଲାମିକ୍ କଲଚର ଟ୍ରଷ୍ଟ’ […]
ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ସିଂ ଠାକୁରର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି। ଦୋଷୀ ଅକ୍ଷୟ ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାର ଏହି ଆବେଦନକୁ ଖାରଜ କରି ଦେଇଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦୋଷୀ ଅକ୍ଷୟକୁ ମିଶାଇ ଏ ମାମଲାରେ ଏପର୍ଯ୍ୟନ୍ତ ମୋଟ ୩ ଜଣଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇଛି। ଏହା ପୂର୍ବରୁ ଦୋଷୀ […]
ନୂଆଦିଲ୍ଲୀ: ମଙ୍ଗବଳାର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱ ବିଦ୍ୟାଳୟ ବାହାରେ କିଛି ଲୋକ ‘ଦେଶ କେ ଗଦ୍ଦାରୋଁ କୋ ‘ଗୋଲି ମାରୋ ……କୋ’ ନାରା ଦେଇଥିବା ଖବର ମିଳିଛି। ସେମାନେ ବିଶ୍ୱ ବିଦ୍ୟାଳୟ ଆଡ଼କୁ ମାଡ଼ି ଆସି ଏଭଳି ନାରା ଦେବାପରେ ସେଠାରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ପରିସ୍ଥିତିକ ଆୟତ କରିବା ପାଇଁ ଉପସ୍ଥିତ ପୁଲିସ୍ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିବା ସହ ଫେରିଯିବାକୁ କହିଥିଲା। ଏହି ଘଟଣା ପରେ ପ୍ରାୟ ୪୦ ଜଣ […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେପି ପାଖରେ ଯଦି ଦମ୍ ଅଛି, ତା’ହେଲେ ଦଳ ଆସନ୍ତାକାଲି ୧ଟା ସୁଦ୍ଧା ତା’ ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁ। ଏଥିସହ କେଜ୍ରିୱାଲ ବିଜେପିର ଯେ କୌଣସି ନେତାଙ୍କ ସହ ବିତର୍କ କରିବାକୁ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି। ଯଦି ବିଜେପି ଆସନ୍ତାକାଲି ୧ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା […]
ବେଜିଂ: ପ୍ରାଣଘାତୀ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନି। ଏହି ଭୟଙ୍କର ଭୂତାଣୁରେ ଆକ୍ରାନ୍ତ ହୋଇ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୪ ଜଣଙ୍କ ଜୀବନ ଯାଇଛି। ଫଳରେ ଏଯାଏ କରୋନା ଭାଇରସ ଚାଇନାରେ ୪୨୫ ଜଣଙ୍କ ମୁଣ୍ଡ ନେଇ ସାରିଲାଣି। ସ୍ଥିତି ଅଣାୟତ ହେଉଥିବାରୁ ଚାଇନା ଶେଷରେ ଆମେରିକାର ସହଯୋଗ ଲୋଡ଼ିଛି। ଗତକାଲି ଆମେରିକା କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରୁଛି ଏବଂ ୱାଶିଂଟନ ଚାଇନା […]
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ଆନ୍ଦୋଳନକୁ ବଡ଼ ଡ୍ରାମା କହି ଗାନ୍ଧିଙ୍କୁ ଅପମାନିତ କରିଥିବା ବିଜେପି ସାଂସଦ ଅନନ୍ତ କୁମାର ହେଗ୍ଡ଼େ ଆଜି ସିଧାସିଧା କଥା ଫାଙ୍କି ଦେଇଛନ୍ତି। ସେ ତାଙ୍କ ଭାଷଣରେ ଥରେ ହେଲେ ବି ଗାନ୍ଧିଙ୍କ ନାଁ ନେଇ ନାହାନ୍ତି ବୋଲି କହିଛନ୍ତି। ଏଥିସହିତ ସେ ତାଙ୍କ ପୂର୍ବ ଭାଷଣ ସହିତ ଏବେ ବି ଏକମତ ଥିବା କହିଛନ୍ତି ହେଗ୍ଡ଼େ। ହେଗ୍ଡ଼େ କହିଛନ୍ତି “ମିଡିଆରେ ଯାହା ଖବର ଦେଖାଯାଉଛି ତାହା ସମ୍ପୂର୍ଣ୍ଣ ମିଛ। ମୁଁ […]
ନୂଆଦିଲ୍ଲୀ: ସାରା ଦେଶରେ ଏନ୍ଆର୍ସି ଲାଗୁ ହେବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆଜି ଲୋକସଭାରେ ଲିଖିତ ଆକାରରେ ଏଭଳି ଉତ୍ତର ରଖିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ଦେଶରେ ଏନ୍ଆର୍ସି ଲାଗୁ ହେବା ନେଇ ଲୋକସଭାରେ ପ୍ରଶ୍ନ ଉତ୍ତର ଚାଲିଥିବା ବେଳେ ଗୃହମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲିଖିତ ଆକାରରେ ଏଭଳି ଉତ୍ତର ଦେଇଛନ୍ତି। ସେ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି “ଜାତୀୟ ସ୍ତରରେ ଏନ୍ଆର୍ସି […]
ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଆତଙ୍କବାଦୀ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦ୍କର। ଏଥିସହିତ ସେ ଆତଙ୍କବାଦୀ ନେଇ ପ୍ରମାଣ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ବେଳେ ଏକ ସାମ୍ବିଦାକି ସମ୍ମିଳନୀରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର। ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ଜାଭେଦ୍କର କହିଛନ୍ତି “ ଦିଲ୍ଲୀର ଜନତା, ଯେଉଁମାନେ ତାଙ୍କ ପକ୍ଷରେ ଛିଡ଼ା ହୋଇଥିଲେ ସେମାନେ ତାଙ୍କଠାରୁ ମୁହଁ […]
ଲକ୍ଷ୍ନୌ: ମହାନତା ଦେଖାଇଛି ଉତ୍ତର ପ୍ରଦେଶ ପୁଲିସ୍। ୨୩ ଜଣ ଶିଶୁଙ୍କୁ ବନ୍ଧୁକ ମୁନରେ ଅପହରଣ କରି ଦୀର୍ଘ ୧୦ ଘଣ୍ଟାକାଳ ଆତଙ୍କରାଜ ଚଳାଇଥିବା ଦୁର୍ବୃତ୍ତର ବର୍ଷକର କନ୍ୟା ସନ୍ତାନଙ୍କୁ ଉତ୍ତର ପ୍ରଦେଶ ପୁଲିସର ଜଣେ ବରିଷ୍ଠ ଅଧିକାରୀ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶର ଫାରୁକାବାଦ ଜିଲ୍ଲାର ଗୋଟିଏ ଗାଁରେ ସୁଭାଷ ବାଥମ ନାମକ ଜଣେ ଜେଲ ଫେରନ୍ତା ନିଜ ପତ୍ନୀ ଓ ବର୍ଷର କନ୍ୟା ସହ ୨୩ ଜଣ ଶିଶୁଙ୍କୁ […]
ସାଙ୍ଘାଇ: କରୋନା ଭାଇରସ୍ର ଆତଙ୍କ ନେଇ ଆମେରିକା ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲା ଚାଇନା। କରୋନା ଭାଇରସ୍କୁ ନେଇ ଆମେରିକା ମିଛରେ ସାରା ବିଶ୍ୱକୁ ଡରାଉଛି ବୋଲି ଚାଇନା କହିଛି। ଆବଶ୍ୟକୀୟ ସହାୟତା ଦେବା ବଦଳରେ ନାଗରିକଙ୍କୁ ଫେରାଇ ନେଇ ଯାତ୍ରୀମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଆମେରକା ଡରାଉଥିବା ଅଭିଯୋଗ କରିଛି ସାଙ୍ଘାଇ। କରୋନା ଭାଇରସ୍ ବ୍ୟାପିବା ପରେ ପ୍ରଥମେ ଆମେରିକା ହିଁ ଚାଇନାରୁ ନାଗରିକଙ୍କୁ ଫେରାଇ ଆଣିବା ସହିଚ ଚାଇନା ଉଡ଼ାଣ ପାଇଁ ସତର୍କତା ଜାରି […]
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମ ଉପରେ ଅପମାନମୂଳକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିବା ବିଜେପି ସାଂସଦ ଅନନ୍ତକୁମାର ହେଗ୍ଡେଙ୍କୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ କହିଲା ବିଜେପି। ଅନନ୍ତକୁମାର ହେଗ୍ଡ଼େ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମକୁ ଏକ ‘ଷ୍ଟେଜ୍ ଶୋ’ ବୋଲି କହି ଜାତୀର ପିତାଙ୍କୁ ଅପମାନିତ କରିଥିଲେ। ଏହାପରେ ମହାତ୍ମା ଗାନ୍ଦୀଙ୍କ ଅଣନାତୀ ତୁସାର ଗାନ୍ଧିଙ୍କ ସମେତ ବିରୋଧୀ ବିଜେପି ଓ ହେଗ୍ଡେଙ୍କୁ ସମାଲୋଚନା କରିଥିଲେ। ନିକଟରେ କର୍ଣ୍ଣାଟକରେ ଆୟୋଜିତ […]