Advertisment

ଏକାଠି ବସି ଚା’ ପିଇଲେ ଅମରିନ୍ଦର ଓ ସିଦ୍ଧୁ

ଅମରିନ୍ଦର ବେଶ୍ ମଜାଳିଆ ଢଙ୍ଗରେ ସିଦ୍ଧୁଙ୍କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି। ସେ, କହିଛନ୍ତି ଯେ ସିଦ୍ଧୁ ଯେଉଁ ବର୍ଷ ଜନ୍ମ ହୋଇଥିଲେ, ସେ ସୀମାରେ ଦେଶ ସେବା କରୁଥିଲେ। ଏହି ଅବସରରେ ଅମରିନ୍ଦର ସିଂ କହିଛନ୍ତି ଯେ ସେ ସିଦ୍ଧୁଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ଏବଂ କେମିତି ବିନା କୌଣସି ରାଜନୈତିକ ବାଧାରେ ପଞ୍ଜାବର ଉନ୍ନତି ହୋଇପାରିବ ସେନେଇ ସେ କାମ କରିବେ ବୋଲି କହିଛନ୍ତି।

author-image
Sarbeswar
ଏକାଠି ବସି ଚା’ ପିଇଲେ ଅମରିନ୍ଦର ଓ ସିଦ୍ଧୁ

navjot-singh-sidhu-and-captain-amarinder-singh

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଥିବା ମତାନ୍ତରରେ ଯବନିକା ପଡ଼ିଛି। ଆଜି ଉଭୟ ନେତା ଏକାଠି ବସି ଚା’ ପିଇବା ସହ ରାଜ୍ୟ ରାଜନୀତି ସମ୍ପର୍କରେ ରୁଦ୍ଧଦ୍ୱାର ଆଲୋଚନା କରୁଥିବା ନେଇ ଜଣାପଡ଼ିଛି। କୁହାଯାଉଛି ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦର ସମାଧାନ ହୋଇଛି। ଏମିତିକି ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟରେ ପୂର୍ଣ୍ଣଛେଦ ପଡିଛି ବୋଲି ଚର୍ଚ୍ଚା ଚାଲିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,

Advertisment

ଅମରିନ୍ଦର ବେଶ୍ ମଜାଳିଆ ଢଙ୍ଗରେ ସିଦ୍ଧୁଙ୍କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି। ସେ, କହିଛନ୍ତି ଯେ ସିଦ୍ଧୁ ଯେଉଁ ବର୍ଷ ଜନ୍ମ ହୋଇଥିଲେ, ସେ ସୀମାରେ ଦେଶ ସେବା କରୁଥିଲେ। ଏହି ଅବସରରେ ଅମରିନ୍ଦର ସିଂ କହିଛନ୍ତି ଯେ ସେ ସିଦ୍ଧୁଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ଏବଂ କେମିତି ବିନା କୌଣସି ରାଜନୈତିକ ବାଧାରେ ପଞ୍ଜାବର ଉନ୍ନତି ହୋଇପାରିବ ସେନେଇ ସେ କାମ କରିବେ ବୋଲି କହିଛନ୍ତି।

Advertisment

ସେପଟେ, ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ନବଜୋତ୍‌ ସିଂ ସିଦ୍ଧୁ ଦାୟିତ୍ୱ ନେବା ପରେ ନିଜର କାମ ପାଇଁ ସେ ଏବେ ବେଶ୍ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି। ପଞ୍ଜାବ କଂଗ୍ରେସର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ସେ ଅଧିକାର ପାଇଁ ଲଢେଇ କରିବାକୁ ଆସିଛନ୍ତି। ବର୍ତ୍ତମାନ ସମୟରେ କଂଗ୍ରେସର ପ୍ରତ୍ୟେକ କର୍ମୀ ହେଉଛନ୍ତି ଦଳର ମୁଖ୍ୟ। ଏହାସହ କୃଷକ ଆନ୍ଦୋଳନ ଉପରେ ସିଦ୍ଧୁ କହିଛନ୍ତି ଯେ ଦିଲ୍ଲୀରେ ବସିଥିବା ଚାଷୀଙ୍କ ବିଷୟରେ ସେ ଚିନ୍ତିତ । ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଘନିଷ୍ଠ ଭାବରେ ସେ କାର୍ଯ୍ୟ କରିବେ। ବର୍ତ୍ତମାନ ସମୟରେ, କଂଗ୍ରେସ ଏକଜୁଟ ହୋଇଛି । ଦଳରେ ସମସ୍ତେ ଶୃଙ୍ଖଳିକ ଭାବରେ କାର୍ଯ୍ୟ କରିବେ। ଦଳର ନିଷ୍ପତ୍ତି ସମସ୍ତେ ବାନିବାକୁ ବାଧ୍ୟ ବୋଲି ସିଦ୍ଧୁ କହିଛନ୍ତି।

Congress Punjab Politics
Advertisment
Advertisment