• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

army
ଜମ୍ମୁ ଓ କଶ୍ମୀରରେ ଆହୁରି ୨୫ ହଜାର ସୁରକ୍ଷାକର୍ମୀ ମୁତୟନ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆହୁରି ୨୫ ହଜାର କେନ୍ଦ୍ରୀୟ ସୁରକ୍ଷାକର୍ମୀ ମୁତୟନ କରାଯିବ। ଏଥିପାଇଁ ଗତକାଲିଠାରୁ ସୁରକ୍ଷାକର୍ମୀମାନେ ପହଞ୍ଚିବାରେ ଲାଗିଛନ୍ତି। ସେମାନଙ୍କୁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମୁତୟନ କରାଯାଉଛି। ଏହି କେନ୍ଦ୍ରୀୟ ଫୋର୍ସ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦର ମୁକାବିଲା ସହ ଆଇନ ଶୃଙ୍ଖଳା ଦାୟିତ୍ୱରେ ରହିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଶ୍ରୀନଗରରେ ପହଞ୍ଚିଛନ୍ତି। ସେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ସେପଟେ ପରିସ୍ଥିତିକୁ […]

  • Thursday, 22 July 2021
supreme-court
ଉନ୍ନାଓ ପୀଡ଼ିତାଙ୍କୁ ୨୫ ଲକ୍ଷ ସହାୟତା ସହିତ ସିଆର୍‌ପିଏଫ୍‌ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ଆସନ୍ତାକାଲି ସୁଦ୍ଧା ୨୫ ଲକ୍ଷ ଟଙ୍କା ସହାୟତା ଓ ସିଆରପିଏଫ୍‌ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।  ତା’ସହ ଦୁଷ୍କର୍ମ ଓ ଟ୍ରକ୍ ଦୁର୍ଘଟଣା ସଂପର୍କିତ ସମସ୍ତ ୫ଟି ଯାକ ମାମଲା ଦିଲ୍ଲୀସ୍ଥିତ ସିବିଆଇ କୋର୍ଟକୁ ସ୍ଥାନାନ୍ତର କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିଦିନ ମାମଲାର ବିଚାର କରି ୪୫ ଦିନ ଭିତରେ ସମସ୍ତ ମାମଲାର ଶୁଣାଣି ସାରିବାକୁ ସର୍ବୋଚ୍ଚ କୋର୍ଟ ତଳ କୋର୍ଟକୁ ନିର୍ଦ୍ଦେଶ […]

  • Thursday, 22 July 2021
bank
ସମସ୍ତଙ୍କ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ୧୫ ଲକ୍ଷ ଟଙ୍କା ଦେଉଛନ୍ତି ଶୁଣି ବ୍ୟାଙ୍କ୍‌ରେ ଲାଗିଲା ଲମ୍ବା ଲାଇନ୍

ଥିରୁଭନନ୍ତପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଡିପୋଜିଟ୍‌ କରାଉଛନ୍ତି। ଏହି ଗୁଜବ ସୋଶାଲ ମିଡିଆ ଜରିଆରେ ପ୍ରଚାରିତ ହୋଇଯିବା ପରେ ଲୋକେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ପହଞ୍ଚିଯାଇଥିଲେ। ଏପରିକି ଘଣ୍ଟା ଘଣ୍ଟା ଧରି ଖରାରେ ଛିଡ଼ା ହେବାକୁ ମଧ୍ୟ ପଛାଇନଥିଲେ। କିନ୍ତୁ ଯେତେବେଳେ ଖବର ମିଳିଲା ଯେ ଏହା ଏକ ଗୁଜବ, ଲୋକଙ୍କ ମଧ୍ୟରେ ନିରାଶା ଖେଳି ଯାଇଥିଲା। ଲୋକଙ୍କ ଆକାଶ ଉଚ୍ଚର ସ୍ୱପ୍ନ ନିମିଷକରେ ଭୁଶୁଡ଼ି ପଡ଼ିଥିଲା। […]

  • Thursday, 22 July 2021
karti-chidambaram_650x400_61456830926
ଅଗଷ୍ଟ ୯ ଯାଏ ଗିରଫ ହେବିନି ପି. ଚିଦାମ୍ବରମ ଓ ତାଙ୍କ ପୁଅ

ନୂଆଦିଲ୍ଲୀ: ଏୟାରସେଲ ମ୍ୟାକ୍ସିକ୍‌ କେସ୍‌ରେ ଅଭିଯୁକ୍ତ ପି ଚିଦାମ୍ବରମ ଓ ତାଙ୍କ ପୁଅଙ୍କୁ ସିବିଆଇ କିମ୍ବା ଇଡି ଆସନ୍ତା ୯ ତାରିଖ ଯାଏ ଗିରଫ କରିପାରିବ ନାହିଁ। ଆଜି ଦିଲ୍ଲୀର ଏକ କୋର୍ଟ ବାପା ପୁଅଙ୍କ ସୁରକ୍ଷା ଅବଧିକୁ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର କୋର୍ଟ ବିଚାରପତି ଓପି ସାଇନିଙ୍କ ଆଗରେ ଆଜି ଉଭୟ ଇଡି ଏବଂ ସିବିଆଇ ଚିଦାମ୍ବରମ ବାପ ପୁଅଙ୍କ ଅନ୍ତରୀଣ ଜାମିନ୍‌କୁ ଖାରଜ କରିବା ପାଇଁ ଯୁକ୍ତି କରିଥିଲେ। ହେଲେ କୋର୍ଟ ଏହାକୁ ଶୁଣି […]

  • Thursday, 22 July 2021
u
ଉନ୍ନାଓ ଦୁଷ୍କର୍ମ ମାମଲା: କେବଳ ପୀଡ଼ିତାଙ୍କ ପରିବା ନୁହେଁ ଓକିଲ ମଧ୍ୟ ସୁରକ୍ଷା ପାଇଁ ଲେଖିଥିଲେ ଚିଠି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ୍‌ ଓ ପ୍ରଶାସନ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ କେତେ ତତ୍ପର ଥିଲା, ସେକଥା ଏବେ ଜଳ ଜଳ ହୋଇ ସାମ୍ନାକୁ ଆସୁଛି। ପୀଡ଼ିତା ଜଣଙ୍କ କ୍ଷମତାସୀନ ବିଜେପି ଦଳର ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ବିରୋଧରେ ଅଭିଯୋଗ ଆଣିଥିବାରୁ, ପ୍ରଶାସନ ଜାଣିଶୁଣି ତାଙ୍କୁ ଘଣ୍ଟଘୋଡ଼ାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ସମର୍ଥକମାନେ କେବଳ ଯେ ପୀଡ଼ିତାଙ୍କୁ ଧମକ ଦେଉଥିଲେ ତାହା ନୁହେଁ, ବରଂ ତାଙ୍କ ମାମଲା ଲଢ଼ୁଥିବା ଓକିଲଙ୍କୁ […]

  • Thursday, 22 July 2021
kuldeep-sengar
ଦଳରୁ ବହିଷ୍କୃତ ହେଲେ ଦୁଷ୍କର୍ମ ଅଭିଯୁକ୍ତ କୁଲଦୀପ ସେନଗାର

ନୂଆଦିଲ୍ଲୀ: ଗଣମାଧ୍ୟମ ଓ ବିରୋଧୀଙ୍କ ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ବିଜେପି। ଦୀର୍ଘ ଗୋଟିଏ ବର୍ଷ ହେଲା ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ବିଜେପି ଆଜି ଦଳରୁ ବହିଷ୍କୃତ କରିଛି। ପୂର୍ବରୁ ଦଳ ସେନଗାରଙ୍କୁ କେବଳ ନିଲମ୍ବନ କରିଥିଲା। ହେଲେ ଏବେ ହାଇକମାଣ୍ଡ ବାଧ୍ୟ ହୋଇ ସେନଗାରଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତାରୁ ବହିଷ୍କୃତ କରିଛନ୍ତି। ସେନଗାର ଉନ୍ନାଓ ଠାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଧମକ […]

  • Thursday, 22 July 2021
untitled-3-1533523299
ଖୁବ୍‌ଶୀଘ୍ର ପେପର୍‌ଲେସ୍‌ ହେବ ଲୋକସଭା

ନୂଆଦିଲ୍ଲୀ: ମୋଦି-୨ ସରକାର ଡିଜିଟାଲ ଇଣ୍ଡିଆ ଗଠନ କରିବାକୁ ଯେଉଁ ସ୍ୱପ୍ନ ଦେଖିଥିଲେ, ଖୁବ୍‌ଶୀଘ୍ର ଏହା ପୂରଣ ହେବାକୁ ଯାଉଛି। ଏହି ଡିଜିଟାଲ ଇଣ୍ଡିଆର ମୂଳଦୁଆ ସଂସଦରୁ ହିଁ ଆରମ୍ଭ ହେବ। କାରଣ ଖୁବ୍‌ଶୀଘ୍ର ଲୋକସଭା ପେପରଲେସ୍‌ ହେବାକୁ ଯାଉଛି। ଆଜି ଏନେଇ ବାଚସ୍ପତି ଓମ ବିର୍ଲା ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ଲୋକସଭା ପେପରଲେସ୍‌ ହେବା ଦରକାର। ଲୋକସଭାରେ ପ୍ରତିଦିନ ଅନେକ କାଗଜପତ୍ର ଉପସ୍ଥାପିତ କରାଯାଉଛି। ଏହାଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଯଦି […]

  • Thursday, 22 July 2021
fgg
୪ ରାଜ୍ୟରେ ଲାଗୁହେଲା ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା

ନୂଆଦିଲ୍ଲୀ: ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଲାଗୁ କରାଯିବା ସପକ୍ଷରେ ମୋଦି ସରକାର ବିଚାର କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଜିଠୁ ଆରମ୍ଭ କରିଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଅର୍ଥାତ୍ କୌଣସି ରାଜ୍ୟର ପିଡିଏସ ଉପଭୋକ୍ତା ଅନ୍ୟ ଏକ ରାଜ୍ୟର ପିଡିଏସ ଦୋକାନରୁ ନିଜର ରାସନ କାର୍ଡ ଦେଖାଇ ପିଡିଏସ ସାମଗ୍ରୀ ରିହାତି ମୂଲ୍ୟରେ ଆଣି ପାରିବ। ଅଗଷ୍ଟ ୧ରୁ ଦେଶର ୪ଟି ରାଜ୍ୟରେ ପ୍ରଥମେ କେନ୍ଦ୍ର ସରକାର ପରୀକ୍ଷା ମୂଳକ ଭାବରେ […]

  • Thursday, 22 July 2021
raveesh-32_5
କୁଳଭୂଷଣଙ୍କୁ ଆଇନଗତ ସହାୟତା ଦେବାକୁ ରାଜିହେଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦୀ କୁଳଭୂଷଣ ଯାଦବଙ୍କୁ ମିଳିବ କନ୍‌ସୁଲାର ଏସିସ୍ ବା ଆଇନଗତ ସହାୟତା। ଆସନ୍ତାକାଲିଠୁ ଆଇନ ସହାୟତା ଦେବା ପାଇଁ ପାକିସ୍ତାନ ରାଜି ହୋଇଛି। ଆସନ୍ତାକାଲି ଭାରତୀୟ ପ୍ରତିନିଧି କୁଳଭୂଷଣକୁ ଦେଖା କରି ତାଙ୍କ ସହ ଆଲୋଚନା କରିବେ। ଗତମାସରେ ଇଣ୍ଟର ନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍‌ରେ କୁଳଭୂଷଣ ମାମଲାକୁ ନେଇ ଭାରତକୁ ବଡ଼ ସଫଳତା ମିଳିଥିଲା। ଭିଏନା ଚୁକ୍ତି ଅନୁଯାୟୀ କୁଳଭୂଷଣଙ୍କୁ ସମସ୍ତ ପ୍ରକାରର ଆଇନଗତ ସହାୟତା ମିଳିବା ନେଇ ରାୟ ଶୁଣାଇଥିଲେ ବିଶ୍ୱକୋର୍ଟ […]

  • Thursday, 22 July 2021
gh-6
ମାଟିତଳେ ଚାପିହୋଇ ରହିଯାଇଥିଲେ, କୁକୁର ପାଇଁ ଉଦ୍ଧାର ହେଲେ

ଶ୍ରୀନଗର: କୁକୁର ହେଉଛି ମଣିଷର ଭଲ ବନ୍ଧୁ। ଏକଥା ଜମ୍ମୁ-କଶ୍ମୀରରେ ପ୍ରମାଣିତ ହୋଇଛି। ଜମ୍ମୁ- ଶ୍ରୀନଗର ଜାତୀୟ ରାଜପଥର ମାଇଲଷ୍ଟୋନ୍‌ ୧୪୭ ନିକଟରେ ଭୂସ୍ଖଳ ଯୋଗୁ ଜଣେ ବ୍ୟକ୍ତି ମାଟି ତଳେ ଚାପି ହୋଇ ରହିଥିଲେ। ରାତି ତମାମ ସେ ମାଟି ତଳେ ରହିବା ପରେ ଆଜି ସିଆରପିଏଫ୍‌ର ସନ୍ଧାନୀ କୁକୁର ଆଜାକ୍ସି ଉକ୍ତ ବ୍ୟକ୍ତିଙ୍କୁ ଠାବ କରିଥିଲା। ଏହାପରେ ୭୨ ବାଟାଲିୟନର ଯବାନମାନେ ବେଶ କୌଶଳ କ୍ରମେ ଉକ୍ତ ବ୍ୟକ୍ତିଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ। […]

  • Thursday, 22 July 2021
KARNATAKA-10-REBEAL-MLA-1
ପୂର୍ବରୁ  ଅଯୋଗ୍ୟ ଘୋଷିତ ହୋଇଥିଲେ, ଏବେ ଦଳରୁ ବହିଷ୍କୃତ ହେଲେ ୧୪ ବିଧାୟକ

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଅଯୋଗ୍ୟ ଘୋଷିତ ୧୪ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଦଳ ବହିଷ୍କାର କରିଛି। କିଛି ଦିନ ତଳେ କର୍ଣ୍ଣାଟକାର ପୂର୍ବତନ ବାଚସ୍ପତି ରମେଶ କୁମାର ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ବିଧାନସଭାରେ ଆସ୍ଥା ଭୋଟ ବେଳେ ଦଳୀୟ ହୁଇପ ଅବମାନନା କରିଥିବା ଦର୍ଶାଇ ୧୪ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ପୂର୍ବତନ ବାଚସ୍ପତି। ସୂଚନାଯୋଗ୍ୟ, ୧୪ ବିଦ୍ରୋହୀ କଂଗ୍ରେସ ବିଧାୟକ ଓ ଜେଡିଏସ ବିଧାୟକ ନିଜ ପଦବୀରୁ ଇସ୍ତଫା ଦେବା ପରେ ଜେଡିଏସ-କଂଗ୍ରେସ ମେଣ୍ଟ […]

  • Thursday, 22 July 2021
bcbbd952a425cbea7e8444f93cfa67ae
ଚୋରି ଜିନିଷ ଖୋଜୁଥିଲା ପୁଲିସ; ଅଟକାଇବାରୁ ଗରିଫ୍‌ ହେଲେ ଆଜମ ଖାନ୍‌ଙ୍କ ପୁଅ

ରାମପୁର: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ସାଂସଦ ଆଜମ ଖାନ୍‌ଙ୍କ ପୁଅକୁ ଆଜି ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ଆଜି ଜୋହର ବିଶ୍ୱ ବିଦ୍ୟାଳୟରେ ଚୋରି ହୋଇଥିବା ବହିର ଯାଞ୍ଚ ପାଇଁ ପହଞ୍ଚିଥିଲା। କିନ୍ତୁ ଏହି ସମୟରେ ଆଜମ ଖାନ୍‌ଙ୍କ ପୁଅ ଅବଦୁଲ୍ଲା ପୁଲିସ୍‌ର ଯାଞ୍ଚରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଏହାପୂର୍ବରୁ ନକଲି ଜନ୍ମ ପ୍ରମାଣ ପତ୍ର ଦେଇ ପାସ୍‌ପୋର୍ଟ ହାତେଇ ଥିବାରୁ ଗତକାଲି ଅବଦୁଲ୍ଲାଙ୍କ ନାଁରେ ଆଉ ଏକ ଏଫ୍‌ଆଇଆର […]

  • Thursday, 22 July 2021
dhoni-in-army-dress
୪କେଜିର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପିନ୍ଧି ସୀମାରେ ଟ୍ରେନିଂ ନେବେ ଧୋନି

ଶ୍ରୀନଗର: ଆଜିଠୁ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ତଥା ଟିମ୍ ଇଣ୍ଡିଆର ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି। ଅଗଷ୍ଟ ୧୫ ଯାଏ ସେ ଏହି ପ୍ରଶିକ୍ଷିଣ ନେବେ। କିନ୍ତୁ ଏହି ସମୟରେ ସେ ସେନାର କୌଣସି ଅପରେଶନରେ ସାମିଲ ହେବେ ନାହିଁ। ଧୋନି ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ଏହି ସମୟରେ ସେ ପାଟ୍ରୋଲିଂ, ଗାର୍ଡ ଏବଂ ପୋଷ୍ଟ ଡ୍ୟୁଟିରେ ରହିବେ। ଏହି ଡ୍ୟୁଟି […]

  • Thursday, 22 July 2021
supreem court
ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ସୁରକ୍ଷା ପ୍ରସଙ୍ଗ: ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

ଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣା ଓ ସୁରକ୍ଷା ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। କାର୍‌ ଦୁର୍ଘଟଣାର ୧୫ ଦିନ ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକ ଜେଲରେ ଥିବା ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସେନଗାରଙ୍କ ସମର୍ଥକମାନେ ତାଙ୍କୁ ଧମକ ଦେଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଥିଲେ। ତେବେ ଏହା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ପାଖରେ […]

  • Thursday, 22 July 2021
gogi_630_630
ଉନ୍ନାଓ ଦୁଷ୍କର୍ମ ମାମଲାରେ ଖୋଲୁଛି ଗୁମର: ଦୁର୍ଘଟଣାର ୧୫ ଦିନ ପୂର୍ବରୁ ଚିଠି ଲେଖି ଜଣାଇଥିଲେ ପୀଡ଼ିତାଙ୍କ ମାଆ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଖୋଲୁଛି ନୂଆ ନୂଆ ତଥ୍ୟ। ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେନ୍‌ଗାରଙ୍କ ନିଜ ଭାଇ ଓ ସମର୍ଥକଙ୍କ ମାଧ୍ୟମରେ ପୀଡ଼ିତା ଓ ତାଙ୍କ ପରିବାରକୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଟ୍ରକ ଦୁର୍ଘଟଣାର ପାଖାପାଖି ୧୫ ଦିନ ପୂର୍ବରୁ ଏ ବାବଦରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ପୀଡ଼ିତାଙ୍କ ମାଆ, ଭଉଣୀ ଏବଂ ଖୁଡ଼ୀ ଚିଠି ଲେଖିଥିଲେ ବୋଲି […]

  • Thursday, 22 July 2021
Global Tiger Day
ଟ୍ରିପଲ୍‌ ତଲାକ୍ ବିଲ୍‌ ପାରିତ ହେବା ପରେ କ'ଣ କହିଲେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ‘ଟ୍ରିପଲ ତଲାକ୍‌’ ବିଲ୍ ପାରିତ ହେବା ପରେ ଟ୍ୱିଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ୍‌ରେ ମୋଦି ଲେଖିଛନ୍ତି,  “ଏହା ଲିଙ୍ଗଗତ ନ୍ୟାୟର ବିଜୟ, ଯାହା ସମାଜରେ ସମାନତା ଆଣିବ।” तीन तलाक बिल का पास होना महिला सशक्तिकरण की दिशा में एक बहुत बड़ा कदम है। तुष्टिकरण के नाम पर देश की करोड़ों माताओं-बहनों को उनके अधिकार से वंचित रखने […]

  • Thursday, 22 July 2021
triple-talaq-bill-reintroduced_in_Rajya_Sabha
ରାଜ୍ୟସଭାରେ ଟ୍ରିପଲ ତଲାକ୍‌ ବିଲ୍‌ ପାସ୍

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତଥା ବିବାଦୀୟ ମହିଳା ସୁରକ୍ଷା (ବିବାହ ଅଧିକାର ଆଇନ) ୨୦୧୯ ବିଲ୍‌ ବା ଟ୍ରିପଲ ତଲାକ୍‌ ବିଲ୍‌ ଶେଷରେ ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଯାଇଛି। ନରେନ୍ଦ୍ର ମୋଦିଙ୍କ ସରକାରର ଏହା ବୃହତ ରାଜନୀତିକ ବିଜୟ ବୋଲି କୁହାଯାଉଛି। ଦୀର୍ଘ ଡିବେଟ୍‌ ପରେ ଭୋଟିଂ ଡିଭିଜନ୍‌ ଜରିଆରେ ଏହା ୯୯-୮୪ ଭୋଟ୍‌ରେ ପାରିତ ହୋଇଛି। ଏହା ପୂର୍ବରୁ ଏହି ବିଲ୍‌କୁ ଏକ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିରୋଧୀ ଆଣିଥିବା ମୋସନ୍‌ […]

  • Thursday, 22 July 2021
up mla
ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କୁ ନେଇ ବିଜେପିର ସଫେଇ

ନୂଆଦିଲ୍ଲୀ: ନାବାଳିକାଙ୍କୁ ଦୁଷ୍କର୍ମ କରି ଜେଲରେ ଥିବା ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ବିଜେପି ନିଜ ଦଳର ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳ ଗୁଡ଼ିକ ଅଭିଯୋଗ କରିଛନ୍ତି। ତେବେ ଏହି ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କୁ ଦଳରୁ ଦୀର୍ଘଦିନ ହେଲା ନିଲମ୍ବିତ କରାଯାଇଥିବା ଆଜି ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସଫେଇ ଦେଇଛନ୍ତି। ବିଜେପିର ଉତ୍ତର ପ୍ରଦେଶ ସଭାପତି ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି, “କୁଲଦୀପ […]

  • Thursday, 22 July 2021
india-army-loc-file-pti-1547370903-1562395726
ଭାରତର କଡ଼ା ଜବାବ: ସେନା ଗୁଳିରେ ଦୁଇ ୨ ପାକିସ୍ତାନୀ ସେନା ନିହତ

ଶ୍ରୀନଗର: ଜମ୍ମୁକଶ୍ମୀର ସୀମାରେ ପୁଣି ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରିଛି ପାକିସ୍ତାନ। ଆଜି ଅପରାହ୍ଣରେ ଜମ୍ମୁକଶ୍ମୀର ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବହୁଦିନ ପରେ ଦୁଇ ଦେଶ ମଧ୍ୟରେ କମାଣ ଜରିଆରେ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଜବାବରେ ଭାରତ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏଥିରେ ୨ ପାକିସ୍ତାନୀ ସୈନିକ ଟଳିଥିବାର ସୂଚନା ମିଳିଛି। ଜମ୍ମୁକଶ୍ମୀରର ଟଙ୍ଗଧର, ଫର୍କିଆନ୍‌ ଏବଂ ସୁନ୍ଦରବନୀ ଅଞ୍ଚଳରେ ଥିବା […]

  • Thursday, 22 July 2021
sanjay-singh
ଦଳ ଛାଡ଼ିଲେ କଂଗ୍ରେସ ସାଂସଦ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ରାଜ୍ୟସଭା କଂଗ୍ରେସ ସାଂସଦ ସଞ୍ଜୟ ସିଂହ ଆଜି ନିଜ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତାକାଲି ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଶ୍ରୀ ସିଂହ କହିଛନ୍ତି, “ମୁଁ ଆଜି କଂଗ୍ରେସ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଆସନ୍ତାକାଲି ମୁଁ ବିଜେପିରେ ଯୋଗଦେବି। କଂଗ୍ରେସ ଏବେ ନେତୃତ୍ୱ ନେବାକୁ କେହି ନାହାନ୍ତି। ମୁଁ ମୋଦିଙ୍କ ସବ୍‌କା ସାଥ ସବକା ବିକାଶକୁ ସମର୍ଥନ କରୁଛି। ମୁଁ କଂଗ୍ରେସ ସହ ୧୯୮୪ରୁ ରହି ଆସିଛି। […]

  • Thursday, 22 July 2021
Assembly
ଇସ୍ତଫା ଦେଲେ ୪ ବିରୋଧୀ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଏନ୍‌ସିପିକୁ ଶକ୍ତ ଝଟ୍‌କା ଲାଗିବାକୁ ଯାଉଛି। ଏହି ଦୁଇ ଦଳର ୪ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି। କଂଗ୍ରେସ ବିଧାୟକ କାଲିଦାସ କୋଲାମ୍ବକର ଓ ଏନ୍‌ସିପିର ୩ ବିଧାୟକ ଶିବେନ୍ଦର ସିନରାଜେ ଭୋସଲେ, ବୈଭବ ପିଚାଦ ଓ ସନ୍ଦୀପ ନାୟକ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହରିଭାଉ ବାଗଡେଙ୍କୁ ପୃଥକପୃଥକ ଭାବେ ସାକ୍ଷାତ କରି ନିଜ ପଦରୁ ଇସ୍ତଫା […]

  • Thursday, 22 July 2021
police
ପୁଲିସ୍‌ ଅଫିସରଙ୍କୁ କିସ୍‌ କରି ଗିରଫ ହେଲେ ଯୁବକ

ହାଇଦ୍ରାବାଦ: ପ୍ରୋସେସନ ଚାଲିଥିବା ବେଳେ ମଦ୍ୟପ ଯୁବକ ଜଣେ ପୁଲିସ୍‌ ଅଫିସରଙ୍କୁ କିସ୍‌ କରି ଗିରଫ ହୋଇଛନ୍ତି। ହାଇଦ୍ରାବାଦରେ ଏକ ବାର୍ଷିକ ହିନ୍ଦୁ ପର୍ବ ପାଇଁ ପ୍ରୋସେସନ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ହାଇଦ୍ରାବାଦରେ ରବିବାର ବୋନାଲୁ ପର୍ବ ପାଳନ କରାଯାଉଥିଲା। ଏହି ବାର୍ଷିକ ପର୍ବରେ ପ୍ରୋସେସନ ବାହାରିବାର ଥିବାରୁ ସୁରକ୍ଷା ଦୃଷ୍ଟିରୁ ପୁଲିସ୍‌ କର୍ମୀମାନଙ୍କୁ ନିୟୋଜିତ କରାଯାଇଥିଲା। ଏହି ସମୟରେ ଭାନୁ ନାମକ ଜଣେ ମଦ୍ୟପ ଯୁବକ କାର୍ଯ୍ୟରତ ସବ୍‌ […]

  • Thursday, 22 July 2021
Venkaiah-Naidu
ରାଜ୍ୟସଭାରେ ସର୍ବସମ୍ମୁଖରେ କାନ୍ଦିଲେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଆଜି ସର୍ବସମ୍ମୁଖରେ କାନ୍ଦି ପକାଇଛନ୍ତି। ଆଜି ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଶ୍ରୀ ନାଇଡୁ ଗତକାଲି ପରଲୋକ ଗମନ କରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟପାଲ ରେଡ୍ଡୀଙ୍କ ସ୍ମୃତି ଚାରଣ କରିଥିଲେ। ହେଲେ ସ୍ମୃତିଚାରଣ ବେଳେ ଶ୍ରୀ ନାଇଡୁ ତାଙ୍କର ଘନିଷ୍ଠ ବନ୍ଧୁ ଜୟପାଲଙ୍କ ପୁରୁଣା କଥାକୁ ମନେପକାଇ ଅଧ୍ୟକ୍ଷ ଚେୟାରରେ […]

  • Thursday, 22 July 2021