ଭୁବନେଶ୍ୱର: ଧିମା ଅର୍ଥନୀତିରେ ସ୍ଫୁର୍ତ୍ତି ଆଣିବାକୁ ରିୟଲ ଇଷ୍ଟେଟ କ୍ଷେତ୍ରର ଅଭିବୃଦ୍ଧି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କାରଣ ଅଟୋମୋବାଇଲ ସେକ୍ଟର ପରେ ରିୟଲ ଇଷ୍ଟେଟ୍ରେ ମାନ୍ଦାବସ୍ଥା ଜିଡିପି ଅଭିବୃଦ୍ଧିରେ ମୁଖ୍ୟ ଅନ୍ତରାୟ ସୃଷ୍ଟି କରିଛି। ତେବେ କାରବାର ବଢ଼ାଇବାକୁ ଗୃହ ଋଣ ସୁଧ ଓ ଷ୍ଟାମ୍ପ ଡ୍ୟୁଟି ହ୍ରାସ ସହ ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ବଜେଟ୍ରେ କିଛି ରିହାତି ଘୋଷଣା କରାଯିବା ସମ୍ଭାବନା ରହିଛି। ଶିଳ୍ପ ଅଭିବୃଦ୍ଧି ବଢ଼ାଇବାକୁ […]
ୱାୟନାଡ଼: ପ୍ରଧାନମନ୍ତ୍ରୀଙ୍କ ଉପରେ ବିବାଦୀୟ ଟିପ୍ପଣୀ କରି ଫସିଲେ ରାହୁଲ ଗାନ୍ଧି। ୧୯୪୮ ଆଜିର ଦିନରେ ଗୋଡ୍ସେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରିଥିଲା। ଏହାକୁ ସମଗ୍ର ଦେଶ ସହିଦ ଦିବସ ରୂପେ ପାଳନ କରୁଥିବା ବେଳେ ଗାନ୍ଧି ହତ୍ୟାକାରୀଙ୍କ ସହିତ ମୋଦିଙ୍କୁ ତୁଳନା କରି ବିବାଦକୁ ଆସିଛନ୍ତି ରାହୁଲ୍। ସିଏଏ ବିରୋଧରେ କେରଳରେ ଆୟୋଜିତ ରାଲିରେ ଯୋଗଦେଇ ରାହୁଲ କହିଛନ୍ତି, ନାଥୁରାମ ଗଡସେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାନ ବିଚାରଧାରାରେ ବିଶ୍ୱାସ କରନ୍ତି। […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପାଇଁ ମହଙ୍ଗା ପଡ଼ିଲା ଉତ୍ତେଜନାମୂଳକ ଭାଷଣ। ୭୨ ଘଣ୍ଟା ପାଇଁ ଦିଲ୍ଲୀରେ ପ୍ରଚାର କରିପାରିବେନି ଅନୁରାଗ। ନିର୍ବାଚନ କମିଶନ୍ ଅନୁରାଗଙ୍କ ଉପରେ ବ୍ୟାନ୍ ଲଗାଇଛନ୍ତି। ସେହିଭଳି ବିଜେପି ସାଂସଦ ପରବେଶ ବର୍ମାଙ୍କ ଉପରେ ବି ୯୬ ଘଣ୍ଟିଆ ବ୍ୟାନ୍ ଲଗାଯାଇଛି। ଦୁଇ ଦିନ ତଳେ ଅନୁରାଗ ଦିଲ୍ଲୀରେ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇଥିଲେ। ଦେଶଦୋହ୍ରୀଙ୍କୁ ଗୁଳି ମାର କହିବାକୁ ନେଇ ରାଜନୀତି ସରଗରମ ହୋଇଥିଲା। ଅପରପକ୍ଷେ ଦିଲ୍ଲୀ ନିର୍ବାଚନ […]
ନୂଆଦିଲ୍ଲୀ: ଫେସବୁକରେ ନିଜକୁ ରାମଭକ୍ତ ଗୋପାଳ କହି ଜାମିଆ ଠାରେ ହେଉଥିବା ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କୁ ଗୁଳି କରିଥିବା ଯୁବକର ପ୍ରକୃତ ପରିଚୟ ମିଳିଛି। ତା’ର ପୂରା ନାଁ ଗୋପାଳ ଶର୍ମା। ସେ ଦିଲ୍ଲୀ ଏନସିଆରର ଗୌତମ ନଗର ଅଞ୍ଚଳରେ ରହୁଥିଲା। ତା’ ଫେସବୁକ ପୋଷ୍ଟରୁ ଜଣାପଡ଼ୁଛି ଯେ ସେ ଜଣେ କଟ୍ଟର ହିନ୍ଦୁବାଦୀ ଚିନ୍ତାଧାରାର ଯୁବକ। ଜାନୁଆରୀ ୧୪ରେ ସେ ଫେସବୁକରେ ନିଜର ଏକ ଫଟୋ ପୋଷ୍ଟ କରିଥିଲା। ଏଥିରେ ସେ ଏକ ଚେୟାର ଉପରେ […]
ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳ ନିକଟରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଆଜି ପୁଲିସ୍ ୭୦ ଜଣ ସନ୍ଦିଗ୍ଧଙ୍କ ଫଟୋ ଜାରିତ କରିଛି। ଏମାନେ ଜାମିଆ ନିକଟରେ ଘଟିଥିବା ହିଂସାକାଣ୍ଡରେ ସାମିଲ ଥିବା ପୁଲିସ୍ ଦାବି କରିଛି। ହେଲେ ଏମାନେ ଜାମିଆ ଛାତ୍ର ନା ସାଧାରଣ ଦୁର୍ବୃତ୍ତ ସେକଥା ପୁଲିସ୍ ପକ୍ଷରୁ କୁହାଯାଇ ନାହିଁ। ଡିସେମ୍ବର ୧୫ ରାତିରେ ପୁଲିସ୍ ଜାମିଆ ଛାତ୍ରଛାତ୍ରୀମାନେ ପୋଡ଼ା ଜଳା କରିଥିବା ଦାବି କରି […]
ନୂଆଦିଲ୍ଲୀ: ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଆଜି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଥିଲା। ବିନୟ ଓ ମୁକେଶ ହିଁ ପ୍ରଥମେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ଏହା ଖାରଜ ହେବା ପରେ ମୁକେଶ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ରାଷ୍ଟ୍ରପତି ତା’ର କ୍ଷମା ଆବେଦନ ଖାରଜ କରି ଦେଇଛନ୍ତି। […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ୪ଦିନ ବନ୍ଦ ରହିବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ୩୦ ତାରିଖରେ ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିବା ବେଳେ ତା ପରଦିନଠାରୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ୨ ଦିନିଆ ବନ୍ଦ ଡାକରା ଦେଇଛି। ଏଥିରେ ଗ୍ରାମ୍ୟ ବ୍ୟାଙ୍କ ସମେତ ୨୭ଟି ବ୍ୟାଙ୍କ ସାମିଲ ହୋଇଛନ୍ତି। ଫଳରେ ୩୧ ଓ ଫେବ୍ରୁଆରୀ ୧ ତାରିଖରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ତା ପରଦିନ ରବିବାର ଥିବାରୁ ୨ […]
୧୨ ବର୍ଷର ନାବାଳିକାକୁ ଘରେ ଛାଡ଼ିଦେବ ବୋଲି କହି ସାଇକେଲରେ ଆଣିଲା ଦୁର୍ବୃତ୍ତ। ହେଲେ ନିର୍ଦ୍ଦୟ ଭାବେ ଦୁଷ୍କମ କରିବା ସହ ଦେଇଥିଲା ନାରକୀୟ ଯନ୍ତ୍ରଣା। ଶୁଣିଲେ ଆପଣଙ୍କ ହୃଦୟ ବି ଥରିଯିବ।
ପ୍ରବଳ ବର୍ଷା, ଭୟଙ୍କର ବିପତ୍ତି। କେଉଁଠି ପାହାଡ଼ ଧସିଛି ତ କେଉଁଠି ତାଣ୍ଡବ ରଚୁଛି ବନ୍ୟା। ଗତ ୨୪ ଘଣ୍ଟା ଧରି ଅବିଶ୍ରାନ୍ତ ବର୍ଷା ପରେ ବେହାଲ ସାରା ମହାରାଷ୍ଟ୍ର। ରତ୍ନଗିରିରୁ ରାଇଗଡ଼, କୋହ୍ଲାପୁରରୁ ମୁମ୍ବାଇ। ବର୍ଷା ବିତ୍ପାତରେ ସବୁଠି ହାହାକାର ସ୍ଥିତି। ଆଖି କେବେ ନଦେଖିଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇରେ।
ଅମରିନ୍ଦର ବେଶ୍ ମଜାଳିଆ ଢଙ୍ଗରେ ସିଦ୍ଧୁଙ୍କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି। ସେ, କହିଛନ୍ତି ଯେ ସିଦ୍ଧୁ ଯେଉଁ ବର୍ଷ ଜନ୍ମ ହୋଇଥିଲେ, ସେ ସୀମାରେ ଦେଶ ସେବା କରୁଥିଲେ। ଏହି ଅବସରରେ ଅମରିନ୍ଦର ସିଂ କହିଛନ୍ତି ଯେ ସେ ସିଦ୍ଧୁଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ଏବଂ କେମିତି ବିନା କୌଣସି ରାଜନୈତିକ ବାଧାରେ ପଞ୍ଜାବର ଉନ୍ନତି ହୋଇପାରିବ ସେନେଇ ସେ କାମ କରିବେ ବୋଲି କହିଛନ୍ତି।
ଦେଶରେ ଲଗାତାର ଭାବରେ କମୁଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଧୀରେ ଧୀରେ ରାଜ୍ୟ ଗୁଡ଼ିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଉଛନ୍ତି। ତେବେ ଦିଲ୍ଲୀରେ ମଧ୍ୟ ସ୍କୁଲ ଖୋଲିବା ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଥିବା ନେଇ ଜଣାପଡ଼ିଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ସ୍କୁଲ ଖୋଲିବା ନେଇ ଆମେ ଅନେକ ବୈଠକ କରିଛୁ
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ରାଜପଥରେ କମାଲ ଦେଖାଇଲେ CRPFର ମହିଳା ଯୋଦ୍ଧା। ଆୟୋଜିତ ପରେଡ୍ରେ ଡେୟାର ଡେଭିଲ ଶୋ’ରେ ନିଜର ପରାକାଷ୍ଟା ଦେଖାଇଛି CRPFର ମହିଳା ଟିମ୍ଓ। ପ୍ରଥମ ଥର ପାଇଁ ରାଜପଥ ପରେଡରେ CRPFର ମହିଳା ଟିମ୍କୁ ସାମିଲ କରାଯାଇଥିଲା। ଡେୟାର ଡେଭିଲ ଶୋ’ର କମାଣ୍ଡ ସମ୍ଭାଳି ଥିଲେ ଇନ୍ସପେକ୍ଟର୍ ସୀମା ନାଗ। ଚଳନ୍ତା ମୋଟର ସାଇକେଲ ଉପରେ ଛିଡ଼ା ହୋଇ ଇନ୍ସପେକ୍ଟର୍ ସୀମା ନାଗ ଜାତୀୟ ପତାକା ଓ ରାଷ୍ଟ୍ରପତିଙ୍କୁ ସାଲ୍ୟୁଟ୍ କରି […]
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶା ପକ୍ଷରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ପାରମ୍ପରିକ କଳାକୃତୀ ଓ ଓଡ଼ିଆ ସଂସ୍କୃତିକୁ ନେଇ ହୋଇଥିବା ଏହି ପ୍ରଜ୍ଞାପନ ମେଢ଼ ଏଥର ରାଜପଥରେ ଗଡ଼ିଛି। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତୀ ଭାବେ ଏହି ପ୍ରଜ୍ଞାପନ ମେଢ଼ କରାଯାଇଛି। ଏହାସହ ମେଢ଼ରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଛି। ଏହାସହ ମେଢ଼ କଡ଼ରେ ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରୁ ୩୦ ଜଣ କଳାକାର ନୃତ୍ୟ ଓ ସଂଗୀତ […]
ଇନ୍ଦୋର: ପତକା ଉତ୍ତୋଳନ ବେଳେ ହାତା ହାତି ହେଲେ ଦୁଇ କଂଗ୍ରେସ ନେତା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶତ୍ରୁଭଳି ପରସ୍ପରକୁ ଅକ୍ରମଣ କଲେ। କଂଗ୍ରେସ ନେତା ଦେବେନ୍ଦ୍ର ସିଂହ ଯାଦବ ଓ ଚନ୍ଦୁ କୁଞ୍ଜିରଙ୍କ ମଧ୍ୟରେ ହାତାହାତି ହେବା ଦେଖି ପୁଲିସ ମଧ୍ୟସ୍ଥତା କରି ଦୁଇନେତାଙ୍କୁ ଝଗଡ଼ା ଭାଙ୍ଗିଥିଲା। ଖବର ଅନୁସାରେ, ଇନ୍ଦୋରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧି ଭବନରେ ପତାକା ଉତ୍ତୋଳନ ହେବାର ଥିଲା। ଏଠାରେ ଖୋଦ୍ ମୁଖ୍ୟମନ୍ତ୍ରୀ କମଲ ନାଥ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ […]
ଲକ୍ଷ୍ନୌ: ସମାଜବାଦି ପାର୍ଟି ଛାତ୍ର ସଂଗଠନ ନେତ୍ରୀ ପୂଜା ଶୁକ୍ଲାଙ୍କ ସହିତ ସିଏଏ ବିରୋଧୀ ବିକ୍ଷୋଭରେ ସାମିଲ୍ ଥିବା ଅଭିଯୋଗରେ ୮ଜଣଙ୍କୁ ଗିରଫ୍ କରି ଜେଲ୍ ପଠାଇଛି ଉତ୍ତର ପ୍ରଦେଶ ପୁଲିସ। ଗିରଫ ୮ଜଣଙ୍କ ମଧ୍ୟରେ ଜଣେ ଦିଲ୍ଲୀର ସାହିନବାଗ ବିକ୍ଷୋଭର ମୁଖ୍ୟ କାରପଟଦାର ଥିବା ଉତ୍ତର ପ୍ରଦେଶ ପୁଲିସ କହିଛି। ଦିଲ୍ଲୀର ଜାମିଆନଗରରେ ରହୁଥିବା ଫୈଜାନ ଇଲ୍ଲହୀ ନାମକ ଏହି ବ୍ୟକ୍ତି ସାହିନବାଗରେ ହେଉଥିବା ସିଏଏ ବିରୋଧୀ ବିକ୍ଷୋଭରେ ମୁଖ୍ୟ ଭୂମିକା ନିଭାଉଥିଲା। ଦିଲ୍ଲୀର କ୍ଲକ୍ […]
ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ କୋଚ୍ ଫ୍ୟାକ୍ଟ୍ରିରେ ୪୦୦ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଆହ୍ୱାନ କରାଯାଇଛି। ଆବେଦନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି। ଆବେଦନର ଶେଷ ତାରିଖ ୬ ଫେବ୍ରୁଆରୀ, ୨୦୨୦ ରହିଛି। ଆବେଦନର ସମସ୍ତ ପ୍ରକ୍ରିୟା ଜାଣନ୍ତୁ। ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର। ଏଥିସହିତ ସେ ଆଇଟିଆଇ ପାସ୍ କରିଥିବା ଦରକାର। ପଦବୀ: ରେଳକୋଚ୍ ଫ୍ୟାକ୍ଟ୍ରି ଫିଟର, ୱେଲ୍ଡର, ମେଶିନିଷ୍ଟ, ପେଣ୍ଟର, କାରପେଣ୍ଟର, ମେକାନିକ, ଇଲୋକ୍ଟ୍ରିସିଆନ, ଇଲେକ୍ଟ୍ରୋନିକ ମେକାନିକ, ଏବଂ […]