ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କେବିନ୍ରେ ତାଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।
ଆଗକୁ କେମିତି ସ୍ୱାଭାବିକ ହେବ ପାଠପଢ଼ା, ଚିନ୍ତାରେ ଅଭିଭାବକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍ଥିତି ଦେଖି ସ୍କୁଲ ଖୋଲା ନିଷ୍ପତ୍ତି ।
ଗ୍ରାମାଞ୍ଚଳରେ ଗରିବ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହି ଯୋଜନାରେ ପାତରଅନ୍ତର ଓ ଅନିୟମିତତା ନେଇ ଅନେକ ଥର କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି । ତଥାପି ଦୁର୍ନୀତି କମୁନି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୟଙ୍କର ଅନିୟମିତତା। ସରକାରୀ କର୍ମଚାରୀ ଜିଆରଏସ୍ଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ଆବାସ ଦେବେ ବୋଲି କହି ଖାଇଗଲେ ଟଙ୍କା
ବନ୍ୟା ପରେ ଏବେ ଚିନ୍ତା ବଢାଇଛି ଋତୁସ୍ରାବ। ସବୁଆଡେ ପାଣି ଥିବାରୁ ପ୍ୟାଡ୍ ଆଣିବାକୁ ଯାଉପାରୁନାହାନ୍ତି ଯୁବତୀ ଓ ମହିଳାମାନେ। ବନ୍ୟା ବେଳେ ରିଲିଫ୍ରେ ପ୍ୟାଡ୍ ଦେବାକୁ କଲେ ଦାବି
ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।
ଲଗାଣ ବର୍ଷା କାରଣରୁ ଭୁଶୁଡ଼ିଗଲା କାନ୍ଥ। କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜଡ଼ିହା ଗାଁରେ ।
ଅନ୍ଧ କହୁଛି ଆହେ ଛୋଟା ଭାଇ। ମନ ବଳୁଛି ପୁରୀ ଯିବା ପାଇଁ...ବଡ଼ଦାଣ୍ଡ ଗଡିବା, ନୀଳଚକ୍ର ଦେଖୁଥିବା...ଭାଇଲୋ ଟିକିଏ ପେପର ଖୋଲୁନୁ। ପଢିବା କଣ କଣ ଖବର ବାହାରିଛି। ଭାଇ ଜମା ପଢନା...ତୋର ସିନା ଆଖି ନାହିଁ, ଆଉ ଆମ ଆଖି ପେପର ଖୋଲୁ ଖୋଲୁ ଦେଖୁଛି ଦୁଷ୍କର୍ମ ନ୍ୟୁଜ୍
ପ୍ରଭୁଙ୍କ ଗହଣା ଦେଖି ମତେ ଗର୍ବ ଲାଗେ। କାରଣ ଏହାର ମୂଲ୍ୟାୟନ କେହି କରିପାରନ୍ତି ନାହିଁ। ୨୨ ପାହାଚରେ ବସି ଶ୍ରୀମନ୍ଦିରରେ ଚାକିରି କରିବା ଲାଗି ଚିନ୍ତା କରିଥିଲି ପରେ ସୁଯୋଗ ମିଳିଲା। ମୁଁ ପ୍ରଶାସକ ଥିବା ବେଳେ ରତ୍ନଭଣ୍ଡାର ଚାବି ହଜେଇ ଥିଲି କିନ୍ତୁ ଜଗନ୍ନାଥଙ୍କ କୃପାରୁ ଚାବି ମିଳିଗଲା। ତାଙ୍କୁ ଯିଏ ଯେମିତି ଡାକିବ ସିଏ ସେମିତି ପାଇବ। ଶୁଣନ୍ତୁ ରତ୍ନଭଣ୍ଡାର ସମ୍ପର୍କରେ କଣ କଣ କହୁଛନ୍ତି ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସନ ରବିନ୍ଦ୍ର ନାରାୟଣ ମିଶ୍ର...
ବନ୍ୟା ପାଣିରେ ଭାସିଯାଉଥିଲେ, ହେଲେ ଏବେ ନୂଆ ଜୀବନ ପାଇଲେ ଦୁଇ ଭଉଣୀ। କଦଳୀ ଭେଳା ୟାଙ୍କ ପାଇଁ ହେଲା କାଳ। ଶୁଣନ୍ତୁ ଦୁଇ ଭଉଣୀଙ୍କ ମୁହଁରୁ କେମିତି ପାଇଲେ ନୂଆ ଜୀବନ
ବ୍ୟାଙ୍କ ବାଲା କିଛି ଶୁଣୁନାହାନ୍ତି। ବାରମ୍ବାର ଅଭିଯୋଗ ପରେ ଥାନାରେ ମାମଲା ରଖିଲାନି ପୋଲିସ। ଯଦି ପୋଲିସ ମାମଲା ନରଖେ ତେବେ ଆପଣ କରିବେ କଣ?
NFHSର ରିପୋର୍ଟରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି। ଦେଶର ୭୦୭ଟି ଜିଲ୍ଲାର ୧.୧ ଲକ୍ଷ ମହିଳା ଏବଂ ୧ ଲକ୍ଷ ପୁରୁଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ଗ୍ରାମୀଣ ମହିଳା ଅଧିକ ଅଛନ୍ତି
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ନକଟିପାଲି ନାଳରେ ଶନିବାର ସନ୍ଧ୍ୟାରେ ଭାସି ଯାଇଥିବା କାର୍ ଆଜି ମିଳିଥିବା ବେଳେ ସେଥିରୁ ଦୁଇ ଜଣଙ୍କ ମୃତଦେହ ମିଳିଛି।
ଭୟଙ୍କର ସ୍ଥିତି। କାନ୍ଥରୁ ପାଣି ପଡୁଛି, ଛାତରୁ ଲୁହା ରଡ ଖସିଲାଣି...ପାଣି ଝରି ଢରି ଉଇ ହୁଙ୍କା ହୋଇଗଲାଣି। ସେମିତି ଓଦା ସରସର ହୋଇ ପିଲା ପଢୁଛନ୍ତି ପାଠ। ରୋଷେଇ କଥା ପଚାରେ କିଏ? ଅଭିଭାବକ କହିଲେଣି, ଘର ନୂଆ ନହେଲେ ଆମେ ପିଲାଙ୍କୁ ଛାଡିବୁନି...
ଦୈବ ଦେଇ ଦୁଃଖ। ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୯ ବର୍ଷ ହେଲାଣି ଏମିତି ଶିକୁଳିରେ ବନ୍ଧା ହୋଇଛି ଭେଣ୍ଡିଆ ପୁଅ। ପୁଅର ଚିକିତ୍ସା ପାଇଁ ଅଂଟିରେ ଆଉ ଧନ ନାହିଁ...କଣ କରିବେ? କେମିତି ଚିକିତ୍ସା କରିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ବାପା-ମାଆ
ବନ୍ୟା ପାଣିରେ ଲୋକ ଭାସିଲେଣି, ୟାଙ୍କୁ ମଜା ଲାଗୁଛି। ୱା ୱା...କି ଉତ୍ତର ତୁମର? କାହିଁ ଏଇଠି ଦେଖୁଛ ହୀରକୁଦ ପଳାଉନ...ପୂରା କ୍ଲିୟର ଦେଖିବ, କେମିତି ଛଡାଯାଉଛି ବନ୍ୟା ପାଣି। ଏଇଠି ଏମିତି ଜାମ୍ ହେଲାଣି ଯେ ଗାଡି ଯିବା କଷ୍ଟ ହେଲାଣି
ଏଇ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ସମୟରେ ଆଶ୍ରମକୁ ପ୍ରାୟ ୪୦ରୁ ୫୦ ଲୋକ ଆସି ପୂଜାର୍ଚ୍ଚନା କରିଥିଲେ ।
ପୂର୍ବ ସୂଚନା ଅନୁସାରେ ଦୂରଦୂରାନ୍ତରୁ ଆସିଥିଲେ ପରୀକ୍ଷାର୍ଥୀ । କିନ୍ତୁ ସେମାନେ ହଲରେ ବସିବା ପରେ ପୁଣି ସାମ୍ନାକୁ ଆସିଥିଲା ତ୍ରୁଟି ।
୪ ବର୍ଷ ବିଳମ୍ବରେ ହୋଇ ବି ବାରମ୍ବାର ତ୍ରୁଟିକୁ ନେଇ ଅସନ୍ତୋଷ । ଆୟୋଜକ ଓ ପରିଚାଳକଙ୍କୁ ଦାୟୀ କଲେ ପରୀକ୍ଷାର୍ଥୀ । ୧୫ ଦିନ ଭିତରେ ପୁଣି ପରୀକ୍ଷା ପାଇଁ OPRBର ନିଷ୍ପତ୍ତି ।
ଆଶ୍ରମ ଇଡି ହେପାଜତ୍ରେ ଥାଇ ବି କେମିତି ହେଉଛି କାର୍ଯ୍ୟକ୍ରମ ? ପୂର୍ବ ମୁଦ୍ରାକୁ ଫେରିବାକୁ ଅନୁଗାମୀଙ୍କ ଜରିଆରେ ଚାଲ୍ ଚର୍ଚ୍ଚା ।
ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା ।
ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ତାଙ୍କର କିଛି ଅନୁଗାମୀ ଓ ସମର୍ଥକ ଆଶ୍ରମ ଭିତରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି ।
ଲୋକେ ଆଶ୍ୱସ୍ତ, ବନ୍ୟା କମିଲା...କିନ୍ତୁ ଦୁର୍ଦ୍ଦଶା କମିଲାନି...କୋଉଠି ରାସ୍ତା ଉପରେ ପାଣି ଚାଲିଛି ତ ଆଉ କୋଉଠି ପୋଲ ଭାଙ୍ଗି ଯାତାୟତ ବ୍ୟାହତ।
କେଉଁ କାରଣ ପାଇଁ ଛାତରୁ ଡେଇଁଲେ ତାହା ଏଯାଏଁ ଅସ୍ପଷ୍ଟ ।
‘ଜରି ପାଲ ଖଣ୍ଡେ ଦିଅନ୍ତୁ ଆଜ୍ଞା, ନଚେତ ବର୍ଷାରେ ଭିଜି ଭିଜି ମରିଯିବୁ । ଜରିପାଲ ନ ଦେଲେ ଆପଣଙ୍କ ଗୋଡ଼ ତଳୁ ଉଠିବୁନି କି ଏଠୁ ଯିବୁନି ।’ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ଏପରି ଗୁହାରୀ କରିଛନ୍ତି ଖମ୍ବଶିରିପାଲି ଗାଁ ଲୋକେ ।