• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Post-office
ଶହ ଶହ ଜମାକାରୀଙ୍କ ଖାତାରୁ ଟଙ୍କା ଗାଏବ ଅଭିଯୋଗ

ମାଲକାନଗିରି(ଜିତେନ୍ଦ୍ର ବେଉରା) : ସଞ୍ଚୟ ପାଇଁ ସବୁଠାରୁ ଭରସା ଯୋଗ୍ୟ ସଂସ୍ଥା ପୋଷ୍ଟ ଅଫିସ । ଏଥିପାଇଁ ଗ୍ରାମାଞ୍ଚଳ ଲୋକେ ପୋଷ୍ଟ ଅଫିସ ଉପରେ ବେଶୀ ନିର୍ଭରଶୀଳ । ଏଭଳି କ୍ଷେତ୍ରରେ ବର୍ଷ ବର୍ଷ ଧରି ଟଙ୍କା ଜମା କରିଥିବା ଜମାକାରୀଙ୍କ ଖାତାରୁ ଗାଏବ ହୋଇଯାଇଛି ଟଙ୍କା । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର ୩ଟି ପୋଷ୍ଟ ଅଫିସରୁ । ଗ୍ରାମାଞ୍ଚଳରେ କିଏ ମୂଲ ଲାଗି ତ ଆଉ କିଏ ଛୋଟ ବ୍ୟବସାୟ କରି ଭବିଷ୍ୟତ […]

  • Tuesday, 13 July 2021
dokan-band
ସହରାଞ୍ଚଳରେ ଦିନ ୨ଟାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ଦୋକାନ

ଗଞ୍ଜାମ ଜିଲ୍ଲାରେ ବନ୍ଦ ରହିବ ଦୋକାନ ବଜାର କରୋନା ସଂକ୍ରମଣ ବଢ଼ୁଥିବାରୁ ପଦକ୍ଷେପ ସହରାଞ୍ଚଳରେ ଦ୍ୱିପହର ୨ଟାରୁ ସକାଳ ୫ଟା ଯାଏ ବନ୍ଦ ରହିବ ବଜାର ଜିଲ୍ଲା ବ୍ୟବସାୟୀ ଓ ଉଠା ଦୋକାନୀ ସଂଘର ବଡ଼ ନିଷ୍ପତ୍ତି ମେ ୯ ଯାଏଁ ବଳବତ୍ତର ରଖିବାକୁ ଜିଲ୍ଲାପାଳଙ୍କ ନିବେଦନ ବ୍ରହ୍ମପୁର : ସଂକ୍ରମଣ ବଢ଼ୁଥିବାରୁ ପଦକ୍ଷେପ । କରୋନା ମାମଲାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି […]

  • Tuesday, 13 July 2021
vaccination
୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହେବ ପଞ୍ଜୀକରଣ

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜି ଅପରାହ୍ନ ୪ଟାରୁ ଅନଲାଇନରେ ପଞ୍ଜୀକରଣ ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ଆବଣ୍ଟନ ହେବ ସ୍ଳଟ୍ ମେ ପହିଲାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ଆରମ୍ଭ ଭୁବନେଶ୍ୱର : ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ପାଇଁ ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହେବ ପଞ୍ଜୀକରଣ । ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ […]

  • Tuesday, 13 July 2021
may
ଜରୁରୀ ନ ଥିଲେ ହସ୍ପିଟାଲରେ ରୁହନ୍ତୁ ନାହିଁ, ମେ ଦ୍ୱିତୀୟ ସପ୍ତାହରେ ଶୀର୍ଷ ଛୁଇଁବ କରୋନା

ଜରୁରୀ ନହେଲେ ହସ୍ପିଟାଲ ବେଡ୍ ଅକ୍ତିଆର ନକରିବାକୁ ଅନୁରୋଧ ମେ ଦ୍ୱିତୀୟ ସପ୍ତାହରେ କରୋନା ପିକ୍  ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଟେଷ୍ଟିଂ କମିନି, କିଟ୍ ମଧ୍ୟ ଯଥେଷ୍ଟ ଅଛି ବେଡର ଅଭାବ ରହିବନି, ୪ ଜିଲ୍ଲାକୁ ନେଇ କ୍ଲଷ୍ଟର ହେବ ଭୁବନେଶ୍ୱର : ଦେଶରେ ଆହୁରି ପ୍ରାୟ ୨୦ ଦିନ କରୋନାର ପ୍ରକୋପ ଦେଖିବାକୁ ମିଳିପାରେ । ମେ ଦ୍ୱିତୀୟ ସପ୍ତାହ ବେଳକୁ ଆସିପାରେ କରୋନା ପିକ୍ । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ […]

  • Tuesday, 13 July 2021
vaccine
ବିଳମ୍ବ ହୋଇପାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ! ଆଶଙ୍କା ପ୍ରକାଶ କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ବିଳମ୍ବ ହୋଇପାରେ ଟିକାକରଣ ! ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ । ଟିକା ଆସିବାରେ ବିଳମ୍ବ ହେଉଥିବାରୁ ଟିକାକରଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଟିକାକରଣ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ମେ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା କ୍ଷୀଣ ଥିବାବେଳେ ମାସର ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିବାର ସମ୍ଭାବନା ରହିଛି । ଟିକା ଆସିବା ପରେ ହିଁ ଟିକାକରଣ […]

  • Tuesday, 13 July 2021
school on wheel
ରାଜଧାନୀରେ ସ୍କୁଲ ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମ : ରାସ୍ତା କଡରେ ରହୁଥିବା ପିଲାଙ୍କୁ କୋଭିଡ ନେଇ କରାଯିବ ସଚେତନ

ପ୍ରାଥମିକ ପର୍ଯ୍ୟାୟରେ ସହରରେ ୩ଟି ଗାଡ଼ି ବୁଲିବ ରୁଚିକା ସମାଜ ମଙ୍ଗଳ ସଂଗଠନର ନିଆରା ପ୍ରୟାସ   ଭୁବନେଶ୍ୱର : ରାଜଧାନୀର ରାସ୍ତାକଡରେ ରହୁଥିବା ଛୋଟ ଛୋଟ ପିଲାଙ୍କ ପାଇଁ ସ୍କୁଲ ଅନ୍ ହ୍ୱିଲ୍ସ । ରୁଚିକା ଚାଇଲଡ ଲାଇନ୍ ପକ୍ଷରୁ ଏହି ନିଆରା ପଦକ୍ଷେପ ନିଆଯାଇଥିବା ବେଳେ ଏହାଦ୍ୱାରା ପିଲାଙ୍କୁ ସଚେତନ କରାଯିବ । ଗତକାଲିଠୁ ଭୁବନେଶ୍ୱରରେ ଏନେଇ ୩ଟି ଗାଡିର ଶୁଭାରମ୍ଭ ହୋଇଥିବା ବେଳେ ସହର ଭିତରେ ବୁଲିବ ସ୍କୁଲ ଅନ୍ ହ୍ୱିଲ୍ସ ଗାଡି […]

  • Tuesday, 13 July 2021
banking-time
ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ

କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ ଗ୍ରାହକ ସେବା ସକାଳ ୧୦ରୁ ଅପରାହ୍ନ ୪ ପରିବର୍ତ୍ତେ ଦିନ ୨ଟା ଯାଏଁ ଉପଲବ୍ଧ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ ବ୍ୟାଙ୍କ ଆସନ୍ତା ମେ ୧୫ ତାରିଖ ଯାଏଁ ଲାଗୁ ରହିବ ନୂଆ ନିୟମ ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗର ନିର୍ଦ୍ଦେଶ ସବୁ ଜିଲ୍ଲାରେ ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଭୁବନେଶ୍ୱର : […]

  • Tuesday, 13 July 2021
temple-closed
ସଂକ୍ରମଣ ବୃଦ୍ଧିକୁ ଦେଖି ପୁରୀ ପ୍ରଶାସନର ବଡ଼ ନିଷ୍ପତ୍ତି : ମେ ୧୫ ଯାଏ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ 

ପୁରୀ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଘୋଷଣା ମେ ୧୫ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ ଘୋଷଣା କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଉପ ଜିଲ୍ଲାପାଳଙ୍କ ସୂଚନା ଧର୍ମାନୁଷ୍ଠାନରେ କେବଳ ନୀତିକାନ୍ତି ଚାଲୁ ରହିବ- ଉପ ଜିଲ୍ଲାପାଳ   ପୁରୀ : କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି । ମେ ୧୫ ତାରିଖ ଯାଏ ମଠ, ମନ୍ଦିର, ମସଜିଦ୍ ଓ […]

  • Tuesday, 13 July 2021
dhenkanal
କମାଲ କଲେ ଯୁକ୍ତ ତିନିରେ ପଢ଼ୁଥିବା ଦୁଇ ଛାତ୍ର

ଜଳସେଚନ ବ୍ୟବସ୍ଥା କଲେ ୨ ଛାତ୍ର ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ ଜମିରେ ଫଳାଇଲେ ସୁନାର ଫସଲ  କାମାକ୍ଷାନଗର(ବିଦ୍ୟାଧର ବରାଳ) : ନିଜର ବୁଦ୍ଧି ବଳରେ ଜମିରେ ସୁନାର ଫସଲ ଫଳାଇଛନ୍ତି ୨ ଛାତ୍ର । ଅଳ୍ପ ଅର୍ଥ ଖର୍ଚ୍ଚ କରି ବିଲରେ ପାଣି ମଡ଼ାଇବା ପାଇଁ ଜଳସେଚନ ବ୍ୟବସ୍ଥା କରିଛନ୍ତି । ଫଳରେ ଏକର ଏକର ଚାଷ ଜମିରେ ସୁନାର ଫସଲ ଖେଳୁଛି  । ଗାଁ ପାଖ ଦେଇ ଯାଇଥିବା ନାଳର ସ୍ରୋତରେ […]

  • Tuesday, 13 July 2021
cuttack
ଚୌଦ୍ୱାର କାଗଜକଳର ପୁନରୁଦ୍ଧାର କେବେ ? ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଶ୍ରମିକଙ୍କ ପରିବାର

କାରଖାନାର ଜମି ବିକ୍ରି ପାଇଁ ଯୋଜନା ଅଭିଯୋଗ କଲେ ଲୋକେ ପୁନରୁଦ୍ଧାର ସହ କାରଖାନାର ଜମିର ସୁରକ୍ଷା ଦାବି କଲେ ଚୌଦ୍ୱାର(ପ୍ରକାଶ କୁମାର ନାୟକ) :  ରାଜ୍ୟରେ କାଗଜ କଳ କହିଲେ ଚୌଦ୍ୱାରକୁ ବୁଝାଉଥିଲା । ୨୦୦୩ରେ ଏହି କମ୍ପାନୀ ବନ୍ଦ ହେବା ପରେ ଏଥିରେ କାମ କରୁଥିବା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିର୍ଭର କରୁଥିବା ପ୍ରାୟ ୧୦ ହଜାର ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ବର୍ତ୍ତମାନ ସୁଦ୍ଧା କମ୍ପାନୀରେ କାମ କରୁଥିବା […]

  • Tuesday, 13 July 2021
state-corona
ରାଜ୍ୟରେ ଆଜି ୬୫୯୯ ନୂଆ ପଜିଟିଭ ଚିହ୍ନଟ, ୯ ଆକ୍ରାନ୍ତଙ୍କ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ୱର : ରାଜ୍ୟରେ ବଢ଼ିଚାଲିଛି ସଂକ୍ରମଣ । ଗତକାଲି ରାଜ୍ୟରେ ଆଜି ୬୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୬୫୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୭୭୨ଜଣ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬କୁ ବୃଦ୍ଧି ପାଇଛି । ସେହିପରି କରୋନାକୁ ମାତ ଦେଇ […]

  • Tuesday, 13 July 2021
after-shutdown
ଦୁଇ ଦିନିଆ ସପ୍ତାହାନ୍ତ ସଟଡାଉନ ଶେଷ : ସହର ବଜାରରେ ଲୋକଙ୍କ ଚଳାଚଳ ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ସମସ୍ତ ସହରାଞ୍ଚଳରେ ଲାଗିଥିବା ସପ୍ତାହାନ୍ତ ସଟଡାଉନ ଶେଷ ହୋଇଛି । ଫଳରେ ଆଜି ସକାଳୁ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରା ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୩୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଏହି ସଟଡାଉନ କରାଯାଇଥିଲା । ବିଶେଷକରି ରାଜଧାନୀ ଭୁବନେଶ୍ୱର, କଟକ ସମେତ ସବୁ ବଡ଼ ବଡ଼ ସହର ଓ ମୁନିସାପାଲିଟି ଓ ଏନଏସି ଅଞ୍ଚଳରେ ବି ସପ୍ତାହନ୍ତ ସଟଡାଉନର ପ୍ରଭାବ […]

  • Tuesday, 13 July 2021
bus-accidednt
ରାୟଗଡ଼ା ମୁକୁନ୍ଦପୁର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ୭ ଗୁରୁତର

ମୁକୁନ୍ଦପୁର : ଓଲଟିଲା ଯାତ୍ରୀବାହୀ ବସ୍, ୭ ଗୁରୁତର । ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଓଲଟିଲା ଘରୋଇ ବସ । ଜୟପୁରରୁ ଅନୁଗୁଳ ଯାଉଥିବା ଓଁ ସାଇ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡିଛି । ବିଳମ୍ବିତ ରାତିରେ ବସଟି ଘାଟି ଚଢ଼ୁଥିବା ଏପରି ଦୁର୍ଘଟଣା ଘଟିଛି । ଫଳରେ ବସରେ ଥିବା ପ୍ରାୟ ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ମୁକୁନ୍ଦପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ […]

  • Tuesday, 13 July 2021
jagat
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ କମାଲ : ୧୨ ଏକର ଜମିରେ ସୁଗାର ଫ୍ରି ଧାନ ଚାଷ କରି ସଫଳ

ଜଗତସିଂହପୁର ଜିଲ୍ଲାରେ ସୁଗାର ଫ୍ରି ଧାନ ଚାଷ ୧୨ ଏକର ଜମିରେ ଚାଷ କରିଛନ୍ତି ଅବସରପ୍ରାପ୍ତ କର୍ମଚାରୀ ବାୟୁସେନାରୁ ଅବସର ନେବା ପରେ ଗାଁରେ କରୁଛନ୍ତି ଚାଷ ଜଗତସିଂହପୁ(ଶଶାଙ୍କ ଶେଖର ପଣ୍ଡା) :  ମଧୁମେହ ରୋଗରେ ପୀଡ଼ିତ ହେଲେ ସାଧାରଣତଃ ଭାତ ଖାଇବାକୁ ମନା କରାଯାଇଥାଏ । କାରଣ ଭାତରେ କାର୍ବୋହାଇଡ୍ରେଟ ପରିମାଣ ଅଧିକ ଥିବାରୁ ଶରୀରରେ ବ୍ଲଡ ସୁଗାର ପରିମାଣ ବଢ଼ିବାର ଆଶଙ୍କା ଥାଏ । ହେଲେ ଏ ସମସ୍ୟାରୁ ମୁକ୍ତିଦେବା ଲାଗି ସୁଗାର ଫ୍ରି ଧାନ […]

  • Tuesday, 13 July 2021
State-corona
ରାଜ୍ୟରେ ଆଜି ୬୧୧୬ କରୋନା ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫ ଜଣ ପଜିଭିଟ୍

ଭୁବନେଶ୍ୱର : ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି ମହାମାରୀ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪୬ ଚିହ୍ନଟ ହୋଇଥିବା ବେଳେ ୨୫୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୭,୪୫୭ରେ ପହଞ୍ଚିଛି । ତେବେ ଏବେ ସୁଦ୍ଧା ୩,୫୯,୪୬୭ ଜଣ ସୁସ୍ଥ ହୋଇ […]

  • Tuesday, 13 July 2021
death
ହୃଦୟ ବିଦାରକ ଘଟଣା : ଏକସଙ୍ଗେ ଜଳିଲା ମାଆ, ପୁଅଙ୍କ ଜୁଇ

ଅନୁଗୁଳ କଟିକଟା ଅଞ୍ଚଳରେ ହୃଦୟ ବିଦାରକ ଘଟଣା ବାଇକ୍ ଦୁର୍ଘଟଣାରେ ମାଆ-ପୁଅଙ୍କ ମୃତ୍ୟୁ ଅସୁସ୍ଥ ସଂପର୍କୀୟଙ୍କୁ ଦେଖିବାକୁ ଯିବା ବେଳେ ଦୁର୍ଘଟଣା ଅନୁଗୁଳରୁ ରେଢ଼ାଖୋଲ ଯିବାବେଳେ ଦୁର୍ଘଟଣା ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ) : ଏକାସଙ୍ଗେ ଜଳିଲା ମାଆ ପୁଅଙ୍କ ଜୁଇ । ଦୁର୍ଘଟଣାରେ ପ୍ରଥମେ ପୁଅ ଓ କିଛି ଘଣ୍ଟା ପରେ ମାଆର ମୃତ୍ୟୁ ପରେ ଏକାଠି ଜୁଇ ଜଳିଲା । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ କଟିକଟା ଥାନା ଧୁଢ଼ଇାପଢ଼ା ଗାଁରେ । […]

  • Tuesday, 13 July 2021
jianta-jaligale-nabalaka
ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ; ଜୀଅନ୍ତା ଜଳିଗଲେ ନାବାଳକ

ଜୀଅନ୍ତା ଜଳିଗଲେ ନାବାଳକ ସୁବର୍ଣ୍ଣପୁର ବିନିକା ଶଙ୍କରା  ଗାଁରେ ଅଭାବନୀୟ ଘଟଣା ଘରେ ରୋଷେଇ ବେଳେ ହଠାତ୍ ଗ୍ୟାସ୍ ଲିକରୁ ଲାଗିଥିଲା ନିଆଁ ବିନିକା : ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ନାବାଳକ । ସୁବର୍ଣ୍ଣପୁର ଶଙ୍କରା ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ରୋଷେଇ ବେଳେ ହଠାତ୍ ଗ୍ୟାସ୍ ଲିକରୁ ନିଆଁ ଲାଗି ନାବାଳକ ଜଳି ଯାଇଛନ୍ତି । ନିଆଁ ଲାଗିବା ପରେ ଘର ଲୋକ ପଦାକୁ ବାହାରି ଆସିଥିଲେ, ହେଲେ ଦୁର୍ଭାଗ୍ୟବଶତଃ ଶୋଇଥିବା ବେଳେ […]

  • Tuesday, 13 July 2021
aji-para-shutdown
ରାଜ୍ୟରେ ଚାଲିଥିବା ସପ୍ତାହାନ୍ତ ସଟଡାଉନର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ଚାଲିଛି ସପ୍ତାହାନ୍ତ ସଟଡାଉନ୍ । ଆଜି ସଟଡାଉନର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜି ମଧ୍ୟ ସଟଡାଉନ୍ କଟକଣା ରହିଛି । ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବଢ଼ି ଚାଲିଥିବା ସଂକ୍ରମଣକୁ ଶିଥିଳ କରିବାକୁ ସହରାଞ୍ଚଳରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । ସହରାଞ୍ଚଳର ପ୍ରବେଶ ପଥ ଗୁଡ଼ିକରେ ଜଗି ରହିଛନ୍ତି ପୋଲିସ । ସପ୍ତାହାନ୍ତ […]

  • Tuesday, 13 July 2021
puri
ମେ ୧୫ ଯାଏଁ ଜଗା ଦର୍ଶନ ବନ୍ଦ

ପୁରୀ : ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପୁଣି ପାଚେରୀ ଛିଡ଼ାକଲା କରୋନା । ମହାମାରୀ ପାଇଁ ଜଗା ଦର୍ଶନ ବନ୍ଦ । ମେ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ଉପରେ କଟକଣା ଲାଗିଛି । ସେବାୟତଙ୍କ ସୁସ୍ଥତା ପାଇଁ ଦର୍ଶନ ବନ୍ଦ ରହିବ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ବି ଦୈନିକ ନୀତିକାନ୍ତି ଯଥାବିଧି ଚାଲିବ । ତେବେ ଏନେଇ […]

  • Tuesday, 13 July 2021
covid hospital
ଗୁରୁତର ନଥିଲେ ମେଡିକାଲ ନଆସିବାକୁ ପରାମର୍ଶ

ଭୁବନେଶ୍ୱର : ଗୁରୁତର ନଥିଲେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନଆସିବାକୁ ପରାମର୍ଶ । କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର, CDMOଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛି ସ୍ୱାସ୍ଥ୍ୟବିଭାଗ  । ବିଭାଗ ପକ୍ଷରୁ କୁହାଯାଇଛି,  ଅକ୍ସିଜେନ ଆବଶ୍ୟକ ନ ଥିବା ଅନେକ ରୋଗୀ ଭୟଭୀତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି […]

  • Tuesday, 13 July 2021
ଜୀବନ ସହ ଜୀବିକାକୁ ବି ଯାତନା ଦେଉଛି ମହାମାରୀ

ଭୁବନେଶ୍ୱର, କଟକ(କପିଳେନ୍ଦ୍ର ପ୍ରଧାନ, ବିଶ୍ୱଜିତ୍ ଆଚାର୍ଯ୍ୟ) : ଜୀବନ ସହ ଜୀବିକାକୁ ଯେମିତି ଅକଥନୀୟ ଯାତନା ଦେଇ ଚାଲିଛି ମହାମାରୀ କରୋନା  । ଗତବର୍ଷ ସଟଡାଉନ୍ ଓ ଲକଡାଉନରେ କଲବଲ ହୋଇଥିବା ଖଟିଖିଆ ମଣିଷମାନେ ପୁଣି ଅଣ୍ଟା ସଳଖି ଛିଡ଼ା ହେଲା ବେଳକୁ ପେଟକୁ ଆଉ ଏକ ଶକ୍ତ ଲାତ ମାରିଛି ଦ୍ୱିତୀୟ ଲହର । ଅଟୋ ହୁଅନ୍ତୁ କି ରିକ୍ସା ଚାଳକ, ସତେ ଯେମିତି ଶଙ୍କା ଓ ସଂଶୟରେ ଆଣ୍ଠେଇଛି ସେମାନଙ୍କ ଜୀବିକା ଗାଡ଼ି । […]

  • Tuesday, 13 July 2021
ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ: ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ସଂକ୍ରମଣ ବଢ଼ୁଥିବା ବେଳେ ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସୂଚନା ଦେଇଛନ୍ତି ରେଲୱେ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ।  ପ୍ରବାସୀ ଆସିବା ସମ୍ଭାବନା ଥିବାରୁ ୧୮ଟି ମେରାଇନ୍ ଷ୍ଟେସନରେ ଚେକିଂ ଚାଲିଛି। ପ୍ରତ୍ୟେକ ଫିସ୍ ଲ୍ୟାଣ୍ଡିଂ ସେଣ୍ଟରରେ କୋଷ୍ଟଗାର୍ଡ ମୁତୟନ ହୋଇଛନ୍ତି । ସବୁ ବୋଟରେ ଚେକିଂ ଚାଲିଛି, ବାହାରୁ ଆସିଲେ ବୋଟ୍ ସିଜ କରାଯିବ […]

  • Tuesday, 13 July 2021
brahmapur
୨୦୧୫ରୁ ଆଜିଯାଏଁ ଗୋଟିଏ ଗଛ ଲଗାଇନି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ

କେବଳ ତାର ଜାଲି ପାଇଁ ୪୫ ଲକ୍ଷ ! ସୂଚନା ଅଧିକାର ଆଇନରୁ ମିଳିଲା ତଥ୍ୟ ବ୍ରହ୍ମପୁର : ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣର ଦାୟିତ୍ୱ ବହନ କରୁଛି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ । ଆଶ୍ଚର୍ଯ୍ୟର କଥା ବିଡିଏ ତାର ପରିଧରେ ଆସୁଥିବା ଅଞ୍ଚଳରେ ୨୦୧୫ ମସିହାରୁ ଆଜି ଯାଏଁ ଗୋଟିଏ ବି ଗଛ ଲଗାଇ ନାହିଁ । କିନ୍ତୁ ବିିଭିନ୍ନ ଅନୁଷ୍ଠାନ ତରଫରୁ ପୋତା ଯାଇଥିବା ଗଛର ସୁରକ୍ଷା ପାଇଁ ଜାଲି ବାବଦକୁ […]

  • Tuesday, 13 July 2021
pkg-7am
ଜୀବନ ଜୀବିକାରେ ବନ୍ଧ: ମହାନଦୀର ଶାଖାନଦୀ ଶୁକପାଇକା ସତ୍ତା ହରାଇବା ପରେ ବଢିଛି ଅଞ୍ଚଳବାସୀଙ୍କ ଦୁଃଖ

କଟକ(ପ୍ରଭାତ ବିଶୋଇ ଓ ସୌମ୍ୟ ରଞ୍ଜନ ସାହୁ) : ସରକାରଙ୍କ ନିଷ୍ପତ୍ତି ଜୀବନ ବଞ୍ଚାଇ ଦେଲା, ହେଲେ ଜୀବିକା ଛଡାଇ ନେଲା । କୌଳିକ ବୃତ୍ତି  ହରାଇ ଏବେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ଅଞ୍ଚଳବାସୀ । କଟକ ସଦର ନିର୍ବାଚନ ମଣ୍ଡଳୀ କନ୍ଦରପୁର, ଆୟତପୁରଠାରୁ ବାଙ୍କଳ ପର୍ଯ୍ୟନ୍ତ ମହାନଦୀର ଶାଖାନଦୀ ଶୁକପାଇକା ଅବବାହିକାରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ବଢ଼ିଯାଇଛି । ବନ୍ୟା ସ୍ଥିତିର ନିୟନ୍ତ୍ରଣ ପାଇଁ ଶୁକପାଇକା ଉତ୍ପତିସ୍ଥଳରେ ୧୯୫୨ରେ ବନ୍ଧ ବାନ୍ଧିଲେ […]

  • Tuesday, 13 July 2021
elephant
ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା, ତିନି ମୃତ

ପଦ୍ମପୁର ନିକଟରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ଦଳିଦେଲା ହାତୀ ଗାଇସିଲଟ ବ୍ଲକ ଉମରଟ ଗାଁରେ ହାତୀ ଆକ୍ରମଣ ଗାଁରେ ଚାପା ଉତ୍ତେଜନା; ଗ୍ରାମବାସୀଙ୍କୁ ଫରେଷ୍ଟରଙ୍କ ବୁଝାସୁଝା ପଦ୍ମପୁର : ପୁଣି ଜୀବନ ନେଲା ଦନ୍ତା । ବରଗଡ ଗାଇସିଲଟ ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ୩ ମୃତ । ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ଦଳିଦେଲା ହାତୀ । ମୃତକ ହେଲେ ଗାଇସିଲଟ […]

  • Tuesday, 13 July 2021